ପୋଲିସର ବିଫଳତା ବିରୋଧରେ ଅଭିନବ ପ୍ରତିବାଦ: ଜୋତା ପଲିସ କଲେ ପୂର୍ବତନ ଭିଜିଲାନ୍ସ ଏସ୍‌ପି

ବାଲେଶ୍ୱର ଅଫିସ, ୨୧।୧୦-ବାଲେଶ୍ୱର ସହରରେ ଦିନକୁ ଦିନ ବଢ଼ି ଚାଲିଛି ଲୁଟେରାଙ୍କ ରାଜ୍‌। ଦୁର୍ବୃତ୍ତମାନେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୁଟ୍‌ତରାଜ ଚଳାଇଛନ୍ତି। ପୋଲିସ ଏହାକୁ ରୋକିପାରୁନାହିଁ। ଆଇନଶୃଙ୍ଖଳା ସ୍ଥିତି ବିଗିଡିବାରେ ଲାଗିଛି। ଗତ ୧୦ଦିନ ଭିତରେ ସହରରେ ଦୁଇଟି ଲୁଟ୍‌ ଘଟିଥିଲେ ବି ପୋଲିସ ଲୁଟେରାଙ୍କର କୌଣସି ଟେର୍‌ ପାଇନି। ନା ପୋଲିସ ଲୋକଙ୍କୁ ଦେଉଛି ସୁରକ୍ଷା ନା ନ୍ୟାୟ। ପୋଲିସ ବିଭାଗର ଏଭଳି ବିଫଳତା ଓ ଅପାରଗପଣିଆର ପ୍ରତିବାଦ ଜଣାଇ ପୂର୍ବତନ ଭିଜିଲାନ୍ସ ଏସ୍‌ପି ଉଜ୍ୱଳ କୁମାର ବ୍ରହ୍ମା ସୋମବାର ପୂର୍ବାହ୍ନରେ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ଅଫିସ୍‌ ସମ୍ମୁଖରେ ବସି ଜୋତା ପଲିସ କରିବା ଘଟଣା ଦେଖିବାକୁ ମିଳିଛି। ପୋଲିସ୍‌ର ଦୁର୍ନୀତିଖୋର୍‌ ମନୋଭାବ ଓ ବିଫଳ କାର୍ଯ୍ୟଧାରା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବାକୁ ସେ ଏଭଳି ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି ।
ଅବସରପ୍ରାପ୍ତ ଭିଜିଲାନ୍ସ ଏସ୍‌ପି ବ୍ରହ୍ମା ସୋମବାର ପୂର୍ବାହ୍ନ ୧୦ଟା ବେଳେ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ଅଫିସ୍‌ ସମ୍ମୁଖକୁ ଆସି ସେଠାରେ ବସି ଅଭିନବ ପ୍ରତିବାଦ ସ୍ବରୂପ ପଥଚାରୀଙ୍କ ଜୋତା ପଲିସ କରିବା ଆରମ୍ଭ କରିଥିଲେ। ଏହାଦେଖି ଅନେକ ଦେଖଣାହାରୀ ସେଠାରେ ଭିଡ ଜମାଇଥିଲେ। ଅପରାହ୍ନ ୪ଟା ପର୍ଯ୍ୟନ୍ତ ବସି ରହି ଜୋତା ପଲିସ କରି ପ୍ରତିବାଦ ଜଣାଇଥିଲେ ମଧ୍ୟ କୌଣସି ଅଧିକାରୀ ତାଙ୍କୁ ଭେଟିବାକୁ ଆସି ନ ଥିଲେ। ଏହି ଅବସରରେ ପୋଲିସ ବିଭାଗ କିଭଳି ଦୁର୍ନୀତିରେ ବୁଡି କାର୍ଯ୍ୟ କରୁଛି, ତାହା ସେ ଲୋକଙ୍କୁ ବୁଝାଇଥିଲେ। ଯେତେଦିନ ପର୍ଯ୍ୟନ୍ତ ପୋଲିସ୍‌ ନିୟମିତ ଏବଂ ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ ନ କରିଛି, ସେ ବିଭିନ୍ନ ଥାନା ସମ୍ମୁଖରେ ବସି ଏହିପରି ପ୍ରତିବାଦ ଜଣାଇ ଲୋକଙ୍କ ସଚେତନ କରିବେ ବୋଲି କହିଥିଲେ।
ପୂର୍ବତନ ଭିଜିଲାନ୍ସ ଏସ୍‌ପି ବ୍ରହ୍ମାଙ୍କ ଘର ସ୍ଥାନୀୟ ସହଦେବଖୁଣ୍ଟା ଅଞ୍ଚଳରେ। ସେ ତାଙ୍କ ପ୍ରତିକ୍ରିୟାରେ ଦର୍ଶାଇଥିଲେ ଯେ, ବାଲେଶ୍ୱର ସହରରେ ଅପରାଧୀଙ୍କ ରାଜ୍‌ ବଢିବା ତାଙ୍କୁ ବ୍ୟଥିତ କରିଛି। ରବିବାର ବିଳମ୍ବିତ ରାତିରେ ଫକୀରମୋହନ ଗୋଲେଇରେ ଗୋଟିଏ ଟ୍ରକ୍‌ (ନଂ. ୧୬ବି୩୩/ଇ-୨୬୫୩)ମାଲ୍‌ ଅନ୍‌ଲୋଡ଼୍‌ କରି ଭୁବନେଶ୍ୱର ଫେରୁଥିବାବେଳେ ଗୋଟିଏ ନମ୍ବର ବିହୀନ ଧଳା ସ୍କୁଟିରେ ୩ଜଣ ଦୁର୍ବୃତ୍ତ ଏହାକୁ ପିଛା କରିଥିଲେ। ସେମାନେ ଆଇଟିଆଇ ଛକସ୍ଥିତ ମାଛ ମାର୍କେଟ୍‌ ନିକଟରେ ଟ୍ରକ୍‌କୁ ଅଟକାଇଥିଲେ। ଜଣେ ଦୁର୍ବୃତ୍ତ ଡ୍ରାଇଭର ମହମ୍ମଦ ମୁରଫୁଦ୍ଦିନ ଆନ୍‌ସାରୀ (୨୪)ଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଧମକ ଦେବା ବେଳେ ଅନ୍ୟ ଜଣେ ତାଙ୍କ ବେକରେ ଭୁଜାଲି ଲଗାଇ ତାଙ୍କଠାରୁ ୨୨ଶହ ଟଙ୍କା ଲୁଟି ନେଇଥିଲେ। ଏନେଇ ଟ୍ରକ୍‌ ଡ୍ରାଇଭର କୌଣସି ଥାନାରେ ଲିଖିତ ଅଭିଯୋଗ କରି ନ ଥିବାର ଜଣାପଡ଼ିଛି। ପୋଲିସ ଉପରେ ଭରସା ହରାଇଥିବାରୁ ଲୋକେ ଥାନାର ଦ୍ୱାରସ୍ଥ ହେବାକୁ ଚାହୁଁ ନ ଥିବା ଏହି ଘଟଣାରୁ ପ୍ରମାଣ ମିଳିଛି। ସେହିପରି ଗତ ୧୨ତାରିଖ ମଧ୍ୟାହ୍ନରେ ଜେଲ୍‌ରୋଡ୍‌ସ୍ଥିତ ଅନିତା ପାତ୍ର (୫୪) ନାମ୍ନୀ ଜଣେ ମହିଳା ମୋତିଗଞ୍ଜ ବଜାରକୁ ଯାଉଥିବା ବେଳେ ଗୋଟିଏ ନମ୍ବର ବିହୀନ ଧଳାସ୍କୁଟିରେ ୩ଜଣ ଦୁର୍ବୃତ୍ତ ଆସି ଜେଲ୍‌ରୋଡ୍‌ରେ ତାଙ୍କୁ ଭୁଜାଲି ଏବଂ ବନ୍ଧୁକ ଦେଖାଇ ସୁନାହାର ଏବଂ କାନଫୁଲ ଲୁଟି ନେଇଥିଲେ। ଏନେଇ ସହଦେବଖୁଣ୍ଟା ମଡ଼େଲ ଥାନାରେ ମହିଳା ଅଭିଯୋଗ କରିବାରୁ ପୋଲିସ ଏକ ମାମଲା ରୁଜୁ କରି ବସି ରହିଛି। ଏସବୁ ଘଟଣାର ଜିଲାର ପୋଲିସ୍‌ ବିଭାଗ ନିୟମ କାନୁନ୍‌ଠାରୁ ଊର୍ଦ୍ଧ୍ୱରେ ରହି ଦୁର୍ନୀତିରେ ବୁଡ଼ି ରହିଥିବା ପ୍ରତୀତ ହେଉଛି। ଗରିବ ଲୋକେ କୌଣସି କାରଣରୁ ଥାନାକୁ ଏତଲା ନେଇ ଗଲେ ଥାନାରେ ଏଏସ୍‌ଆଇ, ସବ୍‌ଇନ୍ସପେକ୍ଟର, ଇନ୍ସପେକ୍ଟର ଏପରିକି ଏସ୍‌ପି ମଧ୍ୟ ନ୍ୟାୟ ଦେବାରେ ସକ୍ଷମ ହୋଇପାରୁ ନାହାନ୍ତି। ପୋଲିସ୍‌ ବିଭାଗର ସମସ୍ତ ଆଇନ୍‌କାନୁନ୍‌ ତାଙ୍କୁ ଜଣା ଥିବା ସତ୍ତ୍ୱେ ପୋଲିସ ତାଙ୍କୁ ମଧ୍ୟ ବିଭିନ୍ନ ମାମଲାରେ ହଇରାଣ ହରକତ କରି ନ୍ୟାୟ ଦେଇ ପାରି ନ ଥିବା ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?