Posted inଖେଳ

ପାକିସ୍ତାନ ଦଳରେ କାଦିରଙ୍କ ପୁଅ ଉସ୍‌ମାନ

କରାଚୀ, ୨୧ା୧୦ (ପି.ଟି.)-ଅଷ୍ଟ୍ରେଲିଆ ବିପକ୍ଷ ଆଗାମୀ ଅନ୍ତର୍ଜାତୀୟ ଟି୨୦ ଏବଂ ଟେଷ୍ଟ ସିରିଜ ପାଇଁ ସୋମବାର ପାକିସ୍ତାନ କ୍ରିକେଟ ଦଳ ଘୋଷଣା କରାଯାଇଛି। ଟି୨୦ ଦଳରେ କିମ୍ବଦନ୍ତୀ ସ୍ବର୍ଗତ ସ୍ପିନର ଅବ୍‌ଦୁଲ କାଦିରଙ୍କ ପୁଅ ଉସ୍‌ମାନଙ୍କୁ ସାମିଲ କରାଯାଇଛି। ଅନ୍ୟପକ୍ଷରେ ନିକଟରେ ଅଧିନାୟକ ପଦବୀରୁ ବହିଷ୍କୃତ ହୋଇଥିବା ସର୍ଫରାଜ ଅହମ୍ମଦଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଟୁର୍‌ରୁ ଉପେକ୍ଷା କରାଯାଇଛି। ୨୬ବର୍ଷୀୟ ଉସ୍‌ମାନ ହେଉଛନ୍ତି ଜଣେ ଲେଗ୍‌ ସ୍ପିନ ଅଲରାଉଣ୍ଡର। ଆସନ୍ତା ମାସରେ ଖେଳାଯିବାକୁ ଥିବା ୩ଟି ଅନ୍ତର୍ଜାତୀୟ ଟି୨୦ ପାଇଁ ପାକିସ୍ତାନ ଦଳରେ ସ୍ଥାନ ପାଇଛନ୍ତି। ଉସ୍‌ମାନ ଗତ ସିଜନରେ ଅଷ୍ଟ୍ରେଲିଆରେ ବିଗ୍‌ ବାଶ୍‌ ଲିଗ୍‌ ଖେଳିଥିଲେ। ତାଙ୍କୁ ଯଦି ପାକିସ୍ତାନ ଜାତୀୟ ଦଳରେ ସ୍ଥାନ ନ ମିଳେ ତେବେ ସେ ଅଷ୍ଟ୍ରେଲିଆରେ ସ୍ଥାୟୀ ବାସ କରି ସେଠାରେ ଖେଳିବାକୁ ସ୍ଥିର କରିଥିବା ଶୁଣିବାକୁ ମଳିଥିଲା। ଶୋଏବ ମଲିକ, ମହମ୍ମଦ ହାଫିଜ୍‌ ଏବଂ ଅହମ୍ମଦ ଶେହଜାଦଙ୍କ ଭଳି ସିନିୟର ଖେଳାଳିଙ୍କୁ ମଧ୍ୟ ଟି୨୦ ଦଳରେ ସ୍ଥାନ ମିଳି ନାହିଁ। ତିନୋଟି ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ନଭେମ୍ବର ୩ (ସିଡ୍‌ନୀ), ୫ (କାନବେରା) ଏବଂ ୮ ତାରିଖରେ (ପର୍ଥ) ଖେଳାଯିବାକୁ କାର୍ଯ୍ୟକ୍ରମ ରହିଛି। ପରେ ଦୁଇଟି ଟେଷ୍ଟ ମ୍ୟାଚ ବ୍ରିସ୍‌ବେନ (ନଭେମ୍ବର ୨୧ରୁ ୨୫) ଏବଂ ଆଡିଲେଡ୍‌ (ନଭେମ୍ବର ୨୯ରୁ ଡିସେମ୍ବର ୩)ଠାରେ ଖେଳାଯିବ। ଖରାପ ଫର୍ମ ଏବଂ ଦୁର୍ବଳ ନେତୃତ୍ୱ ପାଇଁ ଗତ ଶୁକ୍ରବାର ସମସ୍ତ ୩ଟି ଫର୍ମାଟର ଅଧିନାୟକ ପଦବୀରୁ ବହିଷ୍କୃତ ହୋଇଥିବା ଉଇକେଟକିପର ବ୍ୟାଟ୍ସମ୍ୟାନ ସର୍ଫରାଜଙ୍କୁ ଅଷ୍ଟ୍ରେଲିଆ ଟୁର୍‌ ପାଁ ମନୋନୀତ କରାଯାଇ ନାହିଁ। ତେବେ ସର୍ଫରାଜଙ୍କ କ୍ୟାରିୟର ଶେଷ ହୋଇ ନାହିଁ। ଘରୋଇ କ୍ରିକେଟରେ ଉନ୍ନତ ପ୍ରଦର୍ଶନ କରିଲେ ସେ ଦଳକୁ ପ୍ରତ୍ୟାବର୍ତ୍ତନ କରିପାରିବେ ବୋଲି ମୁଖ୍ୟ କୋଚ୍‌ ତଥା ମୁଖ୍ୟ ଚୟନକର୍ତ୍ତା ମିସ୍‌ବା-ଉଲ ହକ୍‌ ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ପାକିସ୍ତାନ ଚୟନକର୍ତ୍ତାମାନେ ଉଭୟ ଫର୍ମାଟ ପାଇଁ ସର୍ଫରାଜଙ୍କ ସ୍ଥାନରେ ଉଇକେଟକିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜ୍‌ଓ୍ବାନଙ୍କୁ ଦଳରେ ସ୍ଥସ୍‌ାନ ଦେଇଛନ୍ତି। ବାମହାତୀ ସ୍ପିନର କ ସିଫ ଭଟ୍ଟିଙ୍କ ସମେତ ଯୁବ ଫାଷ୍ଟ ବୋଲର ମୂଷା ଖାଁ, ନସିମ ଶାହ ଦୁଇଟି ଟେଷ୍ଟ ମ୍ୟାଚ ପାଇଁ ମନୋନୀତ ହୋଇଛନ୍ତି। ଏମାନେ ସମସ୍ତେ ପାକିସ୍ତାନ ତରଫରୁ କୌଣସି ଫର୍ମାଟରେ ଖେଳି ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବଯୌବନ ବେଶରେ ଦର୍ଶନ ଦେଲେ ଶ୍ରୀ ଦଧିବାମନ, ଦର୍ଶନ କରିବା ପାଇଁ…

ବରଗଡ଼, ୧୪।୭ (ପ୍ରେମାନନ୍ଦ ଖମାରୀ): ଦିନକ ପରେ ପବିତ୍ର ରଥଯାତ୍ରା ଥିବାରୁ ବରଗଡ଼ ଜିଲା ଭଟଲି ଅଞ୍ଚଳ ଚଳଚଞ୍ଚଳ ହୋଇପଡ଼ିଛି। ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା…

ଦିନ ଦ୍ବିପହରରେ ସଶସ୍ତ୍ର ଡକାୟତି ଉଦ୍ୟମ: ବନ୍ଧୁକ ମୁନରେ ଭୟଭୀତ କଲେ; ହେଲେ ଗ୍ରାମବାସୀଙ୍କ ସାହସିକତା ଯୋଗୁ…

କୋକସରା,୧୪।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବାଙ୍କିମୁଣ୍ଡା ଗ୍ରାମରେ ମଙ୍ଗଳବାର ଦିନ ଦ୍ବିପ୍ରହରରେ ଏକ ସାଂଘାତିକ ସଶସ୍ତ୍ର ଡକାୟତି ଉଦ୍ୟମ ବିଫଳ ହୋଇଛି।…

ଗ୍ୟାସ ସିଲିଣ୍ତରକୁ ନେଇ ବଡ଼ ଖବର! ମାତ୍ର ୬୭୩ ଟଙ୍କାରେ ମିଳିବ ସିଲିଣ୍ତର? ଜାଣନ୍ତୁ କିପରି କରିବେ ବୁକିଂ..

ନୂଆଦିଲ୍ଲୀ,୧୪ା୭: LPG ଗ୍ରାହକଙ୍କ ପାଇଁ ଆସିଲା ଖୁସି ଖବର । ଗ୍ୟାସକୁ ନେଇ ଆସିଛି ବଡ଼ ଅପଡେଟ୍ । କିଣିବାକୁ ଚାହୁଁଥିଲେ ଜାଣନ୍ତୁ ପୂରା ଖବର ।…

Budh Uday: ୨୫ ଜୁଲାଇ ପରେ ୫ ରାଶିଙ୍କ ବିଜନେସ୍-କ୍ୟାରିୟରରେ ହେବ ବଡ଼ ଉନ୍ନତି; ଭାଗ୍ୟବାନ ରାଶି…

୨୫ ଜୁଲାଇ, ୨୦୨୬ରେ ବୁଧ ନିଜ ରାଶି ମିଥୁନ ରାଶିରେ ଉଦୟ ହେବ, ଯାହା ଅନେକ ରାଶି ପାଇଁ ସେମାନଙ୍କ କ୍ୟାରିଅର ଏବଂ ବ୍ୟବସାୟରେ ଲାଭ ଆଣିପାରେ।…

୧୩ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ: ଜାଣନ୍ତୁ କାହା ଉପରେ ବାଜିଲା ମୋହର

ଭୁବନେଶ୍ୱର, ୧୩।୭: ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୭ଟି ବିଭାଗର ମୋଟ ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ସଚିବ ଅନୁ ଗର୍ଗ…

ସେମିଫାଇନାଲରେ ଡାର୍କ ବ୍ଲ୍ୟୁ ଜର୍ସି ପିନ୍ଧିବାକୁ ଫିଫାକୁ କାହିଁକି ଅନୁରୋଧ କଲା ଆର୍ଜେଣ୍ଟିନା, ଜାଣନ୍ତୁ…

ମାୟାମି,୧୪ା୭: ଚଳିତ ଫିଫା ବିଶ୍ୱକପ୍‌ରେ ବୁଧବାର ଦ୍ୱିତୀୟ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ଓ ଇଂଲଣ୍ଡ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ହାଇ ପ୍ରୋଫାଇଲ ମୁକାବିଲା ପାଇଁ…

ଟ୍ରେନରେ ଯିବେ ବରଯାତ୍ରୀ! ବୁକ୍ କରିପାରିବେ ପୂରା କୋଚ୍ କିମ୍ବା ସ୍ପେଶାଲ ଟ୍ରେନ୍: ଜାଣନ୍ତୁ କେମିତି ଓ କେତେ ଖର୍ଚ୍ଚ ହେବ…

ନୂଆଦିଲ୍ଲୀ,୧୪ା୭: ବିବାହ ଋତୁ ହେଉ, କୌଣସି ଧାର୍ମିକ ଯାତ୍ରାରେ ଶତାଧିକ ଲୋକଙ୍କୁ ଏକାଠି ଯିବାର ଥାଉ କିମ୍ବା କୌଣସି ସଂସ୍ଥାର ଏକ ବଡ଼ ଟିମ୍‌କୁ ଗୋଟିଏ ଟ୍ରେନରେ…

ମ୍ୟାଲେରିଆରେ ଚାଲିଗଲା ଆଶ୍ରମ ସ୍କୁଲ ଛାତ୍ରଙ୍କ ଜୀବନ, ଚିନ୍ତାରେ ପ୍ରଶାସନ

ରାୟଗଡ଼ା,୧୪।୭(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri