Posted inଖେଳ

କ୍ଲିନ୍‌ ସୁଇପ୍‌ଠାରୁ ଭାରତ ୨ ଉଇକେଟ ଦୂରରେ : ତୃତୀୟ ଦିନରେ ଦକ୍ଷିଣ ଆଫ୍ରିକାର ୧୬ ଉଇକେଟର ପତନ

ରଞ୍ଚି,୨୧।୧୦ (ପି.ଟି.)- ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳ ଉପରେ ଭାରତ ଚଳିତ ସିରିଜରେ ସମ୍ପୂର୍ଣ୍ଣ ରୂପେ ଆଧିପତ୍ୟ ବିସ୍ତାର କରିବାରେ ସଫଳ ହୋଇଛି। କ୍ରମାଗତ ଦ୍ୱିତୀୟଥର ଇନିଂସ ବିଜୟର ଦ୍ୱାରରେ ଭାରତ ପହଞ୍ଚିଛି। ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ଭାରତ ଇନିଂସ ବିଜୟଠାରୁ ଆଉ ମାତ୍ର ୨ ଉଇକେଟ ଦୂରରେ ରହିଛି। ସଫଳ ହେଲେ ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ଏହି ଟେଷ୍ଟ ସିରିଜରେ କ୍ଲିନ୍‌ ସୁଇପ୍‌ କରିବ। ତାରକା ଓପନର ରୋହିତ ଶର୍ମାଙ୍କ ଦ୍ୱିଶତକ ଓ ଅଜିଙ୍କ୍ୟ ରାହାନେଙ୍କ ଶତକ ସହାୟତାରେ ଭାରତ ଟସ୍‌ ଜିତି ପ୍ରଥମ ଇନିଂସରେ ୧୧୬.୩ ଓଭରରେ ୯ ଉଇକେଟ ହରାଇ ୪୯୭ ରନ କରି ଇନିଂସ ଘୋଷଣା କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୫୬.୨ ଓଭରରେ ୧୬୨ ରନ କରି ଅଲଆଉଟ ହୋଇ ୩୩୫ ରନ ପଛରେ ପଡିଥିଲା। ଫଳରେ ଭାରତ ଦକ୍ଷିଣ ଆଫ୍ରିକାକୁ ଫଲୋଅନ ଦେଇଥିଲା। ଫଲୋଅନ ହେବା ପରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଦକ୍ଷିଣ ଆଫ୍ରିକା ଅନୁରୂପ ଭାବେ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୪୬ ଓଭରରେ ୮ ଉଇକେଟ ହରାଇ ୧୩୨ ରନ ସଂଗ୍ରହ କରିଛି। ଫଳରେ ଦକ୍ଷିଣ ଆଫ୍ରିକା ୨ ଉଇକେଟ ହାତରେ ରଖି ଇନିଂସ ପରାଜୟ ଏଡାଇବାକୁ ଆହୁରି ୨୦୩ ରନ ଆବଶ୍ୟକ କରୁଛି। ସୋମବାର ଷ୍ଟମ୍ପ ଅପସାରଣ ବେଳକୁ ଥେଉନିସ ଡି ବ୍ରୁଇନ ୩୦ ଓ ଅନରିଚ ନୋର୍ଜ ୫ ରନକରି ଅପରାଜିତ ରହିଛନ୍ତି। ଗୋଟିଏ ଦିନରେ ୧୬ଟି ଉଇକେଟ ହରାଇ ଦକ୍ଷିଣ ଆଫ୍ରିକା ଏକ ପ୍ରକାର ଆତ୍ମ ସମର୍ପଣ କରିଛି। ଚତୁର୍ଥ ଦିବସରେ କେବଳ ଭାରତ ଇନିଂସ ବିଜୟର ଔପଚାରିକତା ସମ୍ପନ୍ନ କରିବ।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୯/୨ରୁ ଦକ୍ଷିଣ ଆଫ୍ରିକା ଖେଳି ଆରମ୍ଭ କରି ସୋମବାର ଅଲଆଉଟ ହୋଇଥିଲା। ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ ୨୪ ବର୍ଷୀୟ ଜୁବେର ହମ୍‌ଜା ବିନା ସ୍କୋରରୁ ଇନିଂସ ଆରମ୍ଭ କରି ୬୨ ରନର ଲଢ଼ୁଆ ଅର୍ଦ୍ଧଶତକୀୟ ପାଳି ଖେଳି ରବୀନ୍ଦ୍ର ଜାଡେଜାଙ୍କ ଦ୍ୱାରା କ୍ଲିନ୍‌ ବୋଲ୍ଡ ହୋଇଥିଲେ। ସେହିପରି ଅଧିନାୟକ ଫାଫ୍‌ ଡୁପ୍ଲେସି ୧ ରନରୁ ଖେଳ ଆରମ୍ଭ କରିଥିଲେ ମଧ୍ୟ ଆଉ ଅଧିକ କୌଣସି ରନ୍‌ ସଂଗ୍ରହ କରି ନ ପାରି ଉମେଶ ଯାଦବଙ୍କ ଦ୍ୱାରା ବୋଲ୍ଡ ହୋଇ ପ୍ୟାଭିଲିୟନ ଫେରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟେମ୍ବା ବଭୁମା ୩୨, ଜର୍ଜ ଲିଣ୍ଡ ୩୭ ରନ କରି ଆଉଟ ହୋଇଥିଲେ। ଅନ୍ୟମାନେ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ଏହି କ୍ରମରେ ଓପନର ଡିନ୍‌ ଏଲଗାର ଓ କାଗିସୋ ରାବଡ଼ା ଖାତା ଖୋଲିପାରି ନ ଥିବା ବେଳେ କ୍ୱିଣ୍ଟନ ଡିକକ୍‌ ୪, ଉଇକେଟକିପର ବ୍ୟାଟ୍ସମ୍ୟାନ ହେନେରିଚ କ୍ଲସେନ ୬, ଡେନ୍‌ ପିଟ୍‌ ୪, ଅନରିଚ ନୋର୍ଜ ୪ ରନ କରି ଆଉଟ ହୋଇଥିଲେ। ବୋଲିଂରେ ଭାରତ ତରଫରୁ ଉମେଶ ଯାଦବ ୩, ପଦାର୍ପଣ କରିଥିବା ସ୍ଥାନୀୟ ସ୍ପନର ମହମ୍ମଦ ସାମି, ସାହାବାଜ ନଦିମ ଓ ଜାଡେଜା ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ଏହାପରେ ଫଲୋଅନ ହେବା ପରେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା ଓ ୩୬ ରନରେ ୫ ଉଇକେଟ ହରାଇ ପ୍ରାରମ୍ଭିକ ବିପର୍ଯ୍ୟୟର ଶିକାର ହୋଇଥିଲା। ଟପ୍‌ ଓ ମିଡଲ ଅର୍ଡର ବ୍ୟାଟ୍ସମ୍ୟାନମାନେ ପୁଣି ଥରେ ବିଫଳ ହେବା ସହ ହାତ ଟେକି ଦେଇଥିଲେ। ଡିକକ୍‌ ୫ ରନକରିଥିବା ବେଳେ ଉମେଶଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଏହାପରେ ଖାତା ଖୋଲିବା ପୂର୍ବରୁ ହମ୍‌ଜା ସାମିଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଅନ୍ୟତମ ଓପନ ଡିନ୍‌ ଏଲଗାର ୧୬ ରନ କରିଥିବା ବେଳେ ଉମେଶଙ୍କ ବାଉନ୍ସରରେ ରିଟାୟାର୍ଡ ହର୍ଟ ହୋଇ ପ୍ୟାଭିଲିୟନ ଫେରିଥିଲେ। ଡୁପ୍ଲେସି ପୁଣିଥରେ ବିଫଳ ହୋଇ ମାତ୍ର ୪ ରନ କରି ସାମିଙ୍କ ଦ୍ୱାର ଏଲ୍‌ବିଡବ୍ଲ୍ୟ ହୋଇଥିଲେ। ବଭୁମା ବିନା ସ୍କୋରରେ ସାମିଙ୍କ ବଲ୍‌ରେ ଉଇକେଟକିପର ରିଦ୍ଧିମାନ ଶାହାଙ୍କୁ କ୍ୟାଚ ଦେଇ ପ୍ୟାଭଲିୟନ ଫେରିଥିଲେ। ୫ ରନ କରିଥିବା ବେଳେ କ୍ଲସେନ ଉମେଶଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ଏହାପରେ ସପ୍ତମ ଉଇକେଟରେ ପିଟ୍‌ ଓ ଲିଣ୍ଡ ୩୧, ଅଷ୍ଟମ ଉଇକେଟରେ ପିଟି ଓ ବ୍ରୁଇନ୍‌ ୩୧, ନବମ ଉଇକେଟରେ ରାବାଡ଼ା ଓ ବ୍ରୁଇନ ୨୩ ରନ କରି ସ୍ଥିତି ସମ୍ଭାଳିବାକୁ ପ୍ରୟାସ କରିଥିଲେ ମଧ୍ୟ ବିଳମ୍ବ ହୋଇଯାଇଥିଲା। ଲିଣ୍ଡ ୨୭ ରନ କରି ରନ୍‌ ଆଉଟ ହୋଇଥିବା ବେଳେ ପିଟ୍‌ ୨୩ ରନ କରି ଜାଡେଜାଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ୧୨ ରନ କରିଥିବା ବେଳେ ରାବାଡ଼ା ଅଶ୍ୱିନଙ୍କ ବଲ୍‌ରେ ଜାଡେଜାଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ବୋଲିଂରେ ଭାରତ ପକ୍ଷରୁ ସାମି ୩, ଉମେଶ ୨, ଜାଡେଜା ଓ ଅଶ୍ୱିନ୍‌ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ। ପୂର୍ବରୁ ପ୍ରଥମ ୨ଟି ଟେଷ୍ଟ ଜିତି ଭାରତ ସିରିଜରେ ୨-୦ରେ ଅଗ୍ରଣୀ ହେବା ସହ ଆଗୁଆ ସିରିଜ ହାତେଇ ନେଇସାରିଛି।
ସଂକ୍ଷିପ୍ତ ସ୍କୋର:
ଭାରତ ପ୍ରଥମ ଇନିଂସ- ୧୧୬.୩ ଓଭରରେ ୪୯୭/୯ (ଇନିଂସ ଘୋଷଣା)
ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ- ୫୬.୨ ଓଭରରେ ୧୬୨ ଅଲଆଉଟ
(ହମ୍‌ଜା- ୬୨, ବଭୁମା- ୩୨, ଲିଣ୍ଡ-୩୭, ଉମେଶ- ୩/୪୦, ସାମି- ୨/୨୨, ନଦିମ- ୨/୨୨, ଜାଡେଜା- ୨/୧୯)।
ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସ (ଫଲୋଅନ୍‌)- ୪୬ ଓଭରରେ ୧୩୨/୮
(ବ୍ରୁଇନ୍‌- ୩୦*, ଲିଣ୍ଡ- ୨୭, ପିଟି- ୨୩, ଏଲଗାର- ୧୬, ରାବାଡ଼ା- ୧୨, ସାମି- ୩/୧୦, ଉମେଶ- ୨/୩୫, ଜାଡେଜା- ୧/୩୬, ଅଶ୍ୱିନ- ୧/୩୮)।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରୁ ଘରକୁ ଫେରୁଥିଲେ, ଜାତୀୟ ପାରା ଆଥ୍‌ଲେଟଙ୍କୁ ହତ୍ୟା,:ରକ୍ତ ଜୁଡ଼ୁବୁଡ଼ୁ…

ଗାଜିଆବାଦ, ୩୦।୫: ଉତ୍ତର ପ୍ରଦେଶର ଗାଜିଆବାଦ ଅଞ୍ଚଳରୁ ଏକ ଅଭାବନୀୟ ତଥା ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାତୀୟ ସ୍ତରର ପାରା ଖେଳାଳୀ ଚିରାଗ ତ୍ୟାଗୀଙ୍କୁ ନିର୍ମମ…

ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର

ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…

୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ

ଜୟପୁର,୩୦।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶନିବାର ଜୟପୁର ଉପଖଣ୍ଡର…

ଆଫଗାନ ଶରଣାର୍ଥୀଙ୍କୁ ନେଇଯାଉଥିବା ଟ୍ରକ୍‌ ଦୁର୍ଘଟଣା, ଆଉ ତା’ପରେ…

କାବୁଲ,୩୦ା୫: ପାକିସ୍ତାନରୁ ଆଫଗାନ୍‌ ଶରଶାର୍ଥୀମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ଶନିବାର ପୂର୍ବ ଆଫଗାନିସ୍ତାନର ଜାତୀୟ ରାଜପଥରେ ଓଲଟିପଡ଼ି ଦୁର୍ଘଟଣଗ୍ରସ୍ତ ହୋଇଛି। ଫଳରେ ୨୨ଜଣଙ୍କ ମୃତ୍ୟୁ ଘଟିବା…

୩ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବକୁମାର

ବେଙ୍ଗାଲୁରୁ,୩୦ା୫: କର୍ନାଟକ ପ୍ରଦେଶ କଂଗ୍ରେସ ସଭାପତି ଡି.କେ. ଶିବକୁମାର ଶନିବାର ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି। ଜୁନ୍‌ ୩ରେ ସେ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

ରେସଲିଂ ଫେରିବା ଆଶା ଧୂଳିସାତ

ନୂଆଦିଲ୍ଲୀ,୩୦ା୫- ଅଲିମ୍ପିଆନ ଭିନେଶ ଫୋଗତଙ୍କ ପ୍ରତିଦ୍ୱନ୍ଦ୍ୱିତାମୂଳକ ରେସଲିଂକୁ ଫେରିବା ଆଶା ଧୂଳିସାତ ହୋଇଛି। ଶନିବାର ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ୫୩ କେଜି ସେମିଫାଇନାଲରେ ସେ ମୀନାକ୍ଷୀଙ୍କଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri