କାନାଡାର ପ୍ରଥମ ବିଜେତା
ଫାଇନାଲରେ ସେରେନାଙ୍କୁ ହରାଇ କାନାଡ଼ାର ବାଏଙ୍କା ଆଣ୍ଡ୍ରେସ୍କୁ ୟୁଏସ୍ ଓପନ୍ ଟାଇଟଲ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ମାତ୍ର ୧୯ ବର୍ଷ ବୟସରେ କାନାଡ଼ା ପାଇଁ ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଥିବାରୁ ବିଶ୍ୱ ଟେନିସ୍ରେ ଆଣ୍ଡ୍ରେସ୍କୁଙ୍କ ଭବିଷ୍ୟତ…
ଫ୍ରିଡମ୍ ଟ୍ରଫି ପାଇଁ ଲଢ଼େଇ
ଫ୍ରିଡମ୍ ଟ୍ରଫି ଟେଷ୍ଟ ସିରିଜ ଖେଳିବା ପାଇଁ ଦକ୍ଷିଣ ଆଫ୍ରିକା ଦଳ ଫାଫ ଡୁପ୍ଲେସିସ୍ଙ୍କ ନେତୃତ୍ୱରେ ଭାରତ ଗସ୍ତରେ ଆସୁଛି। ଗତବର୍ଷ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲା। ଏହି ଗସ୍ତରେ ଯାଇ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ୩ଟି…
ୟୁଏସ୍ ଓପନ ଗ୍ରାଣ୍ଡସ୍ଲାମ
ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ୟୁଏସ୍ ଓପନ୍ ଟେନିସ୍ ଶେଷ ହୋଇଛି। ଟୁର୍ନାମେଣ୍ଟର ଏହି ୧୩୯ତମ ସଂସ୍କରଣରେ ସ୍ପେନର ରାଫାଲ ନାଡାଲ ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ମହିଳା ସିଙ୍ଗଲ୍ସ ଫାଇନାଲରେ ପରାସ୍ତ ହୋଇ ସେରେନା…
ମହାନଦୀରେ ଲୀନ ହେବାକୁ ବସିଛି ସିଦ୍ଧେଶ୍ୱର ପୀଠ
ନରାଜ,୧୩।୯(ଡି.ଏନ.ଏ) : ବାରଙ୍ଗ ଥାନା ଅନ୍ତର୍ଗତ ତଳଗଡ ଓ ନରାଜର ମଧ୍ୟସ୍ଥ ଭାଗର ପର୍ବତରେ ସିଦ୍ଧେଶ୍ୱର ମନ୍ଦିର ଅବସ୍ଥିତ। ହେଲେ ପ୍ରତ୍ନତତ୍ତ୍ୱ ଓ ଦେବୋତ୍ତର ବିଭାଗର ଅଣଦେଖାରୁ ଏବେ ଏହି ପୁରାତନ ମନ୍ଦିରଟି ମହାନଦୀରେ ଲୀନ ହେବାକୁ ବସିଛି। ପ୍ରତିବର୍ଷ ବର୍ଷାଦିନେ…
ଶିଶୁପାଳଗଡ଼ର ରାମପାର୍ଟ ହୋଇଯିବ ନିଶ୍ଚିହ୍ନ : ଅନିଶ୍ଚିତତା ଭିତରେ ଖନନ, ଗବେଷଣା ଓ ଅଧ୍ୟୟନ
ପୁରୁଣା ଭୁବନେଶ୍ୱର,୧୩।୯(ଡି.ଏନ.ଏ.) : ସମ୍ପ୍ରତି ଐତିହ୍ୟ ସ୍ଥଳଗୁଡିକର ସୁରକ୍ଷା ବିପନ୍ନ। ଯେଉଁଥିପାଇଁ ଗବେଷକମାନଙ୍କର ଗବେଷଣା ଓ ଅଧ୍ୟୟନ ଅନିଶ୍ଚିତତା ଭିତରେ ରହିଛି। ଏଗୁଡିକର ସୁରକ୍ଷା ଏବଂ ପରିଚାଳନା ଦାୟିତ୍ୱରେ ରହିଥିବା ବିଭାଗୀୟ ଅଧିକାରୀମାନଙ୍କ ନିଷ୍କ୍ରିୟତା କୀର୍ତ୍ତିରାଜିଗୁଡିକୁ ସଙ୍କଟ ମୁହଁକୁ ଠେଲି ଦେଉଛି।…
ଟ୍ରାଫିକ ପରିଚାଳନା ଢାଞ୍ଚା ବଦଳିବ
ଭୁବନେଶ୍ୱର,୧୩।୯(ବ୍ୟୁରୋ) : ଦିନକୁ ଦିନ ଟ୍ରାଫିକ ସମସ୍ୟା ଜଟିଳ ହେଉଛି। ଏଥିସହ ବଢ଼ିଚାଲିଛି ଦୁର୍ଘଟଣା। ଏନେଇ ଗୁରୁବାର କମିଶନରେଟ ପୋଲିସ ମୁଖ୍ୟାଳୟରେ ଟ୍ରାଫିକ ଡିସିପି ସାଗରିକା ନାଥଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଅତିରିକ୍ତ ଟ୍ରାଫିକ ଡିସିପି, ଟ୍ରାଫିକ ଏସିପିଙ୍କ ସହ…
ଅଟକିଛି ଶିଖରଚଣ୍ଡୀର ବିକାଶ : ସୁଧୁରିନି ଫନୀ ପରର ସ୍ଥିତି
ଭୁବନେଶ୍ୱର,୧୩।୯ : ବାତ୍ୟା ଫନୀରେ ଶିଖରଚଣ୍ଡୀ ପାହାଡ ବିଶେଷଭାବେ କ୍ଷତିଗସ୍ତ ହୋଇଥିଲା। ବହୁ ଗଛ ଭାଙ୍ଗି ଯାଇଥିବାବେଳେ ବିଦ୍ୟୁତ ଖୁଣ୍ଟଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିଲା। ଏହାମଧ୍ୟରେ ୪ମାସ ବିତିଯାଇଥିଲେ ମଧ୍ୟ ଗଛଗୁଡିକ ଏବେ ବି ସେମିତି ରାସ୍ତା ଉପରେ ପଡ଼ିଥିବାବେଳେ ବିଦ୍ୟୁତ ଖୁଣ୍ଟଗୁଡ଼ିକ…
ବିଏସ୍ଏଫ୍ ଆଇଜି ହେଲେ ହର୍ମିନ୍ଦର ପାଲ
ଭୁବନେଶ୍ୱର,୧୩ା୯(ବ୍ୟୁରୋ): ବିଏସ୍ଏଫ୍ ଓଡିଶା ଫ୍ରଣ୍ଟିୟର କମାଣ୍ଡର(ଆଇଜି) ଭାବେ ନୂଆ ନିଯୁକ୍ତି ପାଇଛନ୍ତି ୧୯୮୪ ବ୍ୟାଚ୍ ବିଏସ୍ଏଫ୍ କ୍ୟାଡର ଅଫିସର ହର୍ମିନ୍ଦର ପାଲ। ଖୋର୍ଦ୍ଧାସ୍ଥିତ ବିଏସ୍ଏଫ୍ ମୁଖ୍ୟାଳୟରେ ଗୁରୁବାର ପୂର୍ବତନ ଆଇଜି ଅଶ୍ୱିନୀ କୁମାର ସିଂହଙ୍କଠାରୁ ସେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ…
୭ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର,୧୩ା୯(ବ୍ୟୁରୋ): ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାଛଡା ଝାଡଖଣ୍ଡ ଏବଂ ଓଡିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡା, ସମ୍ବଲପୁର, ଅନୁଗୋଳ, ଦେବଗଡ…
ସମ୍ବଲପୁର ରେଳ ଡିଭିଜନର ଗୁରୁତ୍ୱପୂର୍ଣ୍ଣ ବୈଠକ : କଣ୍ଟାବାଞ୍ଜିରେ ଓ୍ବାଗନ ଫ୍ୟାକ୍ଟ୍ରି ପ୍ରସ୍ତାବ, ସମ୍ବଲପୁର-ପୁରୀ ଇଣ୍ଟରସିଟି ବରଗଡ଼କୁ ଚଳାଚଳ
ଭୁବନେଶ୍ୱର,୧୩ା୯(ବ୍ୟୁରୋ): ପୂର୍ବତଟ ରେଳପଥର ସମ୍ବଲପୁର ଡିଭିଜନର ଉନ୍ନତି ପାଇଁ ଗୁରୁବାର ସମ୍ବଲପୁର ହୋଟେଲ ଗ୍ରାଣ୍ଡ ଶିବାଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଡିଭିଜନର ଆଭ୍ୟନ୍ତରୀଣ ଓ ବାହ୍ୟ ବିକାଶ କରିବା ସହ ଅନ୍ୟ ସହରଗୁଡିକୁ ରେଳ ସଂଯୋଗ ନେଇ ବିଭିନ୍ନ…
ଶ୍ୱଶୁରଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଧମକ, ଜ୍ୱାଇଁ ଗିରଫ
ବାଲିଅନ୍ତା,୧୩ା୯(ଡି.ଏନ.ଏ): ସ୍ତ୍ରୀଙ୍କୁ ଛାଡିବାକୁ ରାଜି ନ ହେବାରୁ ଶ୍ୱଶୁରଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଧମକ ଦେବା ଅଭିଯୋଗରେ ବାଲିଅନ୍ତା ଥାନା ପୋଲିସ ଜ୍ୱାଇଁଙ୍କୁ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଛି। ସେ ହେଲେ କଟକ ସଦର ଥାନା ଅଧୀନ ବାଗଲପୁରର ପ୍ରସନ୍ନଜିତ…
ଦୟାନଦୀରେ କମିଲା ଜଳସ୍ତର
କଣାସ,୧୩ା୯(ଡି.ଏନ.ଏ./ସ୍ବ.ପ୍ର.): ପୁରୀ ଜିଲା କଣାସ ବ୍ଲକର ୩ ପଞ୍ଚାୟତର ୧୨ଖଣ୍ଡ ଗାଁରେ ବନ୍ୟା ପ୍ରବାହିତ ହୋଇଥିଲାବେଳେ ଏବେ ନଦୀର ଜଳସ୍ତର କମିବାର ଦେଖାଯାଇଛି। ବନ୍ୟା ଆଶଙ୍କା ସମସ୍ୟା ଟଳିବାର ସମ୍ଭାବନା ରହିଛି। ଏବେ ଦୟାନଦୀର ବିପଦ ସଙ୍କେତ ୩.୯୯ମିଟର ଥିବାବେଳେ ବୁଧବାର…
Archives


