ନୌସେନା ପକ୍ଷରୁ ଚିଲିକାରେ ନୌଚାଳନା ପ୍ରତିଯୋଗିତା: ତଟ ସୁରକ୍ଷାରେ ମତ୍ସ୍ୟଜୀବୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ, କମୋଡ଼ର ଋତୁରାଜ

ବାଲୁଗାଁ,୧୮ା୧୧(ଡ଼ି.ଏନ.ଏ.): ଚିଲିକା ତଥା ସମୁଦ୍ର ତଟ ସୁରକ୍ଷା ଦିଗରେ ମତ୍ସ୍ୟଜୀବୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଜଳପଥରେ ସେମାନେ ହେଲେ କର୍ଣ୍ଣଧାର ତଥା ଆଖି ଓ କାନ ସଦୃଶ। ନୌସେନା ବିଭାଗ ଓ ମତ୍ସ୍ୟଜୀବୀଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଓ ସମନ୍ବୟ ରହିପାରିଲେ ତଟରକ୍ଷା କ୍ଷେତ୍ରରେ କୌଣସି ଅଘଟଣ ଏଡ଼ାଇବା ସହଜ ହେବ। ରବିବାର ସ୍ଥାନୀୟ ବଡ଼କୁଳଠାରେ ଅନୁଷ୍ଠିତ ନୌଚାଳନା ପ୍ରତିଯୋଗିତା ଅବସରରେ ଭାରତୀୟ ନୌସେନା ଚିଲିକା ଶାଖା ଅଧିକାରୀ ତଥା କମୋଡ଼ର ଋତୁରାଜ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ଏହା ପ୍ରକାଶ କରିଛନ୍ତି।
ଭାରତୀୟ ନୌସେନା ବିଭାଗର ୪୦ତମ ସ୍ବନକ୍ଷତ୍ର ଦିବସ ଉପଲକ୍ଷେ ନୌସେନା ଓ ଜିଲା ମତ୍ସ୍ୟ ବିଭାଗର ମିଳିତ ଆନୁକୂଲ୍ୟରେ ବଡ଼କୁଳ ପାନ୍ଥନିବାସ ଜେଟିଠାରେ ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ନେଇ ନୌଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କମୋଡ଼ର ସାହୁ ପ୍ରତଯୋଗିତା ଉଦ୍‌ଘାଟନ କରିଥିଲେ। କାତମରା ଓ ଆହୁଲା ଦୁଇ ପର୍ଯ୍ୟାୟରେ ନୌଚାଳନା ପ୍ରତିଯୋଗିତା ହୋଇଥିଲା। ଆହୁଲାରେ ୧୦ ଓ କାତମରାରେ ୯ଟି ଦଳ ଅଂଶଗ୍ରହଣ କରିଥିଲେ। ପ୍ରତି ଦଳରେ ଜଣେ ଦଳପତିଙ୍କ ସହ ୬ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଚିଲିକା ମଧ୍ୟସ୍ଥ ଜଟିଆନାଶି ପାହାଡ଼ଠାରୁ ବଡ଼କୁଳ ପାନ୍ଥନିବାସ ପର୍ଯ୍ୟନ୍ତ ପ୍ରାୟ ଦେଢ଼କିଲୋମିଟର ମଧ୍ୟରେ ଏହି ପ୍ରତିଯୋଗିତା ହୋଇଥିଲା। ପ୍ରାରମ୍ଭରେ ଅନୁଷ୍ଠିତ ଆହୁଲା ପ୍ରତିଯୋଗିତାରେ ମା’ନାରାୟଣୀ ଟିମ୍‌ (ଶାନ୍ତିନଗର) ପ୍ରଥମ, ମା’କାଳିଜାଇ ଟିମ୍‌ (ଶାନ୍ତିନଗର) ଦ୍ୱିତୀୟ ଓ ହରିଚାନ୍ଦ ଠାକୁର ଟିମ୍‌ (ସନ୍ନ୍ୟାସୀନଗର) ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି କାତମରା ପ୍ରତିଯୋଗିତାରେ ଜୟନ୍ତପୁର ଟିମ୍‌ ପ୍ରଥମ, ମା’ ଚିଲିକାରାଣୀ ଟିମ୍‌ (ଚନ୍ଦ୍ରାପୁଟ) ଦ୍ୱିତୀୟ ଓ ଗଙ୍ଗାଦେବୀ ଟିମ୍‌ (ପଥରା,ଗଞ୍ଜାମ) ତୃତୀୟ ସ୍ଥାନ ହାସଲ କରିଥିଲେ। କମୋଡ଼ର ସାହୁ କୃତିତ୍ୱ ଅର୍ଜନ କରିଥିବା ଟିମ୍‌କୁ ଯଥାକ୍ରମେ ୧୦ହଜାର, ୬ହଜାର ଓ ୩ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ। ନୌସେନା ବିଭାଗର ବହୁ ଅଧିକାରୀ, ବାଲୁଗାଁ ଏସ୍‌ଡ଼ିପିଓ ସୁରେଶ କୁମାର ଦାଶ, ଆଇଆଇସି ରମାକାନ୍ତ ମହାଲିକ୍‌ଙ୍କ ସମେତ ପାନ୍ଥନିବାସ କର୍ତ୍ତୃପକ୍ଷ, ସ୍ଥାନୀୟ ଡ଼ଙ୍ଗା ମାଲିକ ସଂଘର ସଦସ୍ୟ ବୃନ୍ଦ ଓ ମତ୍ସ୍ୟଜୀବୀ ଉପସ୍ଥିତ ରହି ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆନନ୍ଦପୁରରେ ପୁଣି ହାତୀ: ଫକୀରପୁର-ସିଙ୍ଗଡୋଭ ସୀମାରେ ଗତିବିଧି, ସତର୍କ ରହିବାକୁ …

ବଞ୍ଚୋ, ୧୪।୭ (ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ଫକୀରପୁର–ସିଙ୍ଗଡୋଭ ସୀମାନ୍ତ ଅଞ୍ଚଳରେ ପୁଣି ଏକ ହାତୀର ଗତିବିଧି ଦେଖାଯିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ…

ନବଯୌବନ ବେଶରେ ଦର୍ଶନ ଦେଲେ ଶ୍ରୀ ଦଧିବାମନ, ଦର୍ଶନ କରିବା ପାଇଁ…

ବରଗଡ଼, ୧୪।୭ (ପ୍ରେମାନନ୍ଦ ଖମାରୀ): ଦିନକ ପରେ ପବିତ୍ର ରଥଯାତ୍ରା ଥିବାରୁ ବରଗଡ଼ ଜିଲା ଭଟଲି ଅଞ୍ଚଳ ଚଳଚଞ୍ଚଳ ହୋଇପଡ଼ିଛି। ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା…

ଦିନ ଦ୍ବିପହରରେ ସଶସ୍ତ୍ର ଡକାୟତି ଉଦ୍ୟମ: ବନ୍ଧୁକ ମୁନରେ ଭୟଭୀତ କଲେ; ହେଲେ ଗ୍ରାମବାସୀଙ୍କ ସାହସିକତା ଯୋଗୁ…

କୋକସରା,୧୪।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବାଙ୍କିମୁଣ୍ଡା ଗ୍ରାମରେ ମଙ୍ଗଳବାର ଦିନ ଦ୍ବିପ୍ରହରରେ ଏକ ସାଂଘାତିକ ସଶସ୍ତ୍ର ଡକାୟତି ଉଦ୍ୟମ ବିଫଳ ହୋଇଛି।…

ଗ୍ୟାସ ସିଲିଣ୍ତରକୁ ନେଇ ବଡ଼ ଖବର! ମାତ୍ର ୬୭୩ ଟଙ୍କାରେ ମିଳିବ ସିଲିଣ୍ତର? ଜାଣନ୍ତୁ କିପରି କରିବେ ବୁକିଂ..

ନୂଆଦିଲ୍ଲୀ,୧୪ା୭: LPG ଗ୍ରାହକଙ୍କ ପାଇଁ ଆସିଲା ଖୁସି ଖବର । ଗ୍ୟାସକୁ ନେଇ ଆସିଛି ବଡ଼ ଅପଡେଟ୍ । କିଣିବାକୁ ଚାହୁଁଥିଲେ ଜାଣନ୍ତୁ ପୂରା ଖବର ।…

ଗଞ୍ଜାମ ପୋଲିସ ଜିଲାର ଅପରାଧ ସମୀକ୍ଷା ବୈଠକ: ପେଣ୍ଡିଂ ମାମଲାର ତୁରନ୍ତ ଫଇସଲା ସହ ଅପରାଧୀଙ୍କ ଉପରେ…

ଛତ୍ରପୁର, ୧୪।୭ (ଦିଲ୍ଲୀପ ସାମଲ): ଛତ୍ରପୁରସ୍ଥିତ ଗଞ୍ଜାମ ପୋଲିସ ମୁଖ୍ୟାଳୟ ସମ୍ମିଳନୀ କକ୍ଷଠାରେ ମଙ୍ଗଳବାର ଦିନ ଗଞ୍ଜାମ ପୋଲିସ ଜିଲାର ଅପରାଧ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।…

ଦିନକ ପରେ ରଥଯାତ୍ରା: ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ କାର୍ଯ୍ୟ, ଚଳଚଞ୍ଚଳ ଗଞ୍ଜାମ ସହର

ଗଞ୍ଜାମ, ୧୪।୭ (ବିଦ୍ୟାଧର ସାହୁ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା ପାଇଁ ଆଉ ମାତ୍ର ଦିନକର ସମୟ ବାକି ଅଛି। ଜୁଲାଇ ୧୬ ତାରିଖରେ ମହାପ୍ରଭୁଙ୍କ…

ଶିକ୍ଷୟିତ୍ରୀଙ୍କ ଘରୁ କରିଥିଲେ ଚୋରି: ୩ ଗିରଫ, ଜଣେ ଫେରାର; ସୁନା, ରୁପା ଅଳଙ୍କାର ସହ…

ତୁମୁଡିବନ୍ଧ, ୧୪।୭ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ଥାନା ପୋଲିସ ଏକ ଚୋରି ମାମଲାର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି। ପ୍ରାୟ ମାସେ ତଳେ…

Budh Uday: ୨୫ ଜୁଲାଇ ପରେ ୫ ରାଶିଙ୍କ ବିଜନେସ୍-କ୍ୟାରିୟରରେ ହେବ ବଡ଼ ଉନ୍ନତି; ଭାଗ୍ୟବାନ ରାଶି…

୨୫ ଜୁଲାଇ, ୨୦୨୬ରେ ବୁଧ ନିଜ ରାଶି ମିଥୁନ ରାଶିରେ ଉଦୟ ହେବ, ଯାହା ଅନେକ ରାଶି ପାଇଁ ସେମାନଙ୍କ କ୍ୟାରିଅର ଏବଂ ବ୍ୟବସାୟରେ ଲାଭ ଆଣିପାରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri