୩୭୦ ଉଚ୍ଛେଦକୁ ଜେୟୁଏଚ୍ର ସମର୍ଥନ
ନୂଆଦିଲ୍ଲୀ,୧୩-୯: ଅନୁଚ୍ଛେଦ ୩୭୦ ହଟାଯିବା ନିଷ୍ପତ୍ତିକୁ ମୁସ୍ଲିମ ସଙ୍ଗଠନ ଜମିୟତ୍ ଉଲାମା-ଇ-ହିନ୍ଦ୍ (ଜେୟୁଏଚ୍) ସମର୍ଥନ କରିଛି। କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଓ ସେଠାକାର ଲୋକଙ୍କ ସ୍ବାର୍ଥ ଭାରତ ସହିତ ରହିଛି ବୋଲି ନୂଆଦିଲ୍ଲୀରେ ଅନୁଷ୍ଠିତ ଜେୟୁଏଚ୍ର ବାର୍ଷିକ ସାଧାରଣ ବୈଠକରେ…
କୁଳଭୂଷଣଙ୍କୁ ଆଉ ମିଳିବନି ଆଇନଗତ ସହାୟତା
ଇସ୍ଲାମାବାଦ,୧୩-୯(ପି.ଟି.):ପାକିସ୍ତାନର ଜେଲରେ ଥିବା ଭାରତର ପୂର୍ବତନ ନୌସେନା ଅଧିକାରୀଙ୍କୁ ଉଚ୍ଚାୟୁକ୍ତଙ୍କ ଜରିଆରେ ଦ୍ୱିତୀୟ ଥର ପାଇଁ ଆଇନଗତ ସହାୟତା ଦେବାକୁ ମନାକରିଦେଇଛି ଇସ୍ଲାମାବାଦ। ଆଉ ଥରେ କନ୍ସୁଲାର ଆକ୍ସେସ୍ ପାଇଁ କୌଣସି ଯୋଜନା ନାହିଁ ବୋଲି ଗୁରୁବାର ପାକିସ୍ତାନ ବହିର୍ବ୍ୟାପାର ମୁଖପାତ୍ର…
ସତ ମାନିଲା ପାକ୍:ହାଫିଜ୍ଙ୍କ ପାଇଁ ଖର୍ଚ୍ଚ କରିଛୁ କୋଟି କୋଟି
ଇସ୍ଲାମାବାଦ,୧୩-୯:ଅକଳରେ ପଡ଼ି ଶେଷରେ ସତ ମାନିଛି ପାକିସ୍ତାନ। ବମ୍ବେ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ତାଙ୍କ ସଙ୍ଗଠନ ଜମାତ୍-ଉଦ୍-ଦାଓ୍ବା (ଜେୟୁଡି) ପଛରେ ପାକିସ୍ତାନ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିବା ସେଠାକାର ସ୍ବରାଷ୍ଟ୍ରମନ୍ତ୍ରୀ ଐଜାଜ୍ ଅହମ୍ମଦ ସ୍ବୀକାର କରିଛନ୍ତି। ଘରୋଇ ଟିଭି…
ଡକାୟତି ଉଦ୍ୟମ, ୪ ଗିରଫ
ବଳଙ୍ଗା,୧୩ା୯(ଡି.ଏନ.ଏ)- ବଳଙ୍ଗା ଥାନା ଅନ୍ତର୍ଗତ ଭାଣପୁର ପଞ୍ଚାୟତ ଅଧୀନସ୍ଥ ଶାଳଜଙ୍ଗ ପ୍ରଧାନସାହି ମଶାଣି ନିକଟରେ ବୁଧବାର ବିଳମ୍ବିତ ରାତିରେ ୪ଜଣ ଯୁବକ ଡକାୟତି ଯୋଜନା କରୁଥିବାବେଳେ ପୋଲିସ ହାତରେ ଧରାପଡ଼ିଛନ୍ତି। ତେବେ ଗୁରୁବାର ୪ ଯୁବକଙ୍କୁ କୋର୍ଟଚାଲାଣ କରାଯାଇଛି। ପୋଲିସ ସେମାନଙ୍କ…
‘ଭାରତର ପଦକ୍ଷେପ ଶାନ୍ତିଭଙ୍ଗ କରିବ’
ଇସ୍ଲାମାବାଦ,୧୩-୯(ପି.ଟି.): ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରି ନୂଆଦିଲ୍ଲୀ ଭାରତୀୟ ସମ୍ବିଧାନ ଓ ଶିମ୍ଲା ଚୁକ୍ତିକୁ ଉଲ୍ଲଂଘନ କରିଛି । କଶ୍ମୀରରେ ଭାରତର ପଦକ୍ଷେପ କ୍ଷେତ୍ରୀୟ ଶାନ୍ତି ପାଇଁ ବିପଦ ବୋଲି ଗୁରୁବାର ପାକିସ୍ତାନ ରାଷ୍ଟ୍ରପତି ଆରିଫ୍ ଅଲ୍ଓ୍ବି ସମାଲୋଚନା କରିଛନ୍ତି।…
ପୁଅ କଟୁରି ଚୋଟରେ ମା’ ଗୁରୁତର: ଅଭିଯୁକ୍ତ ଗିରଫ
ଡେଲାଙ୍ଗ,୧୩ା୯(ଡି.ଏନ୍.ଏ.): ଡେଲାଙ୍ଗ ଥାନା ଅନ୍ତର୍ଗତ ପଟଣପୁର ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ପୁଅର କଟୁରି ଚୋଟରେ ମା’ ଗୁରୁତର ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ପୋଲିସ ଏକ ମାମଲା…
୩ ଜୈଶ୍ ଆତଙ୍କବାଦୀ ଗିରଫ
ଜମ୍ମୁ,୧୩-୯(ପି.ଟି.):ଏକ କାର୍ଡବୋର୍ଡ ବୋଝେଇ ଟ୍ରକ୍ରେ ବିପୁଳ ଅସ୍ତ୍ରଶସ୍ତ୍ର ନେଇ ଯାଉଥିବାବେଳେ ଜମ୍ମୁ-କଶ୍ମୀରର କଠୁଆ ଜିଲାରେ ଗୁରୁବାର ୩ ଜୈଶ୍ ଆତଙ୍କବାଦୀ ଧରାପଡ଼ିଛନ୍ତି। ସକାଳ ୮ଟାରେ ଜମ୍ମୁ-ପଠାକୋଟ ଜାତୀୟ ରାଜପଥରେ ଯାଞ୍ଚବେଳେ ସେମାନଙ୍କୁ ଗିରଫ କରାଯାଇଛି। ଏହାସହ ଆତଙ୍କବାଦୀଙ୍କ ଏକ ବଡ଼ଧରଣର ଆକ୍ରମଣ…
ରିକଭରି ଏଜେନ୍ସି ପରିଚାଳନା ନିର୍ଦ୍ଦେଶକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
କଟକ ରୋଡ,୧୩ା୯(ଡି.ଏନ୍.ଏ.): ବଡ଼ଗଡ଼ ଥାନା ପୋଲିସ ଗୁରୁବାର ଏକ ଘରୋଇଅର୍ଥ ଲଗାଣକାରୀ ସଂସ୍ଥାର କାର୍ଯ୍ୟାଳୟ ପରିସରରୁ ପରିଚାଳନା ନିର୍ଦ୍ଦେଶକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ସେ ହେଲେ ଢେଙ୍କାନାଳ ଜିଲା ଗଁଦିଆ ଥାନା ଅଧୀନ ନିହଲ ପ୍ରସାଦ ଅଞ୍ଚଳର ଶକ୍ତିମୟ ଭୂୟଁା(୫୨)।…
ଆକସ୍ମିକ ଯୁଦ୍ଧର ସଙ୍କେତ ଦେଲା ପାକ୍
ଜେନେଭା,୧୩-୯ (ଆଇଏଏନ୍ଏସ୍):ଭାରତକୁ ଆଣବିକ ଯୁଦ୍ଧାସ୍ତ୍ରର ଭୟ ଦେଖାଉଥିବା ପାକିସ୍ତାନ ଏବେ ‘ଆକସ୍ମିକ ଯୁଦ୍ଧ’ର ସଙ୍କେତ ଦେଇଛି। କଶ୍ମୀର ପ୍ରସଙ୍ଗରେ ଭାରତ ସହ ଯୁଦ୍ଧର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ୍ କୁରେଶୀ କହିଛନ୍ତି।…
ବାଲେଶ୍ୱର ସ୍ବାସ୍ଥ୍ୟବିକାଶ ସମିତିର ପ୍ରଥମ ବୈଠକ : ‘ଏଫ୍ଏମ୍ ମେଡିକାଲ କଲେଜ ସମସ୍ୟାର ସମାଧାନ ହେବ’
କଟକ ଅଫିସ,୧୩ା୯: ବାଲେଶ୍ୱରରେ ସ୍ବାସ୍ଥ୍ୟସେବାକୁ ନେଇ ପ୍ରଥମ ସ୍ବାସ୍ଥ୍ୟ ବିକାଶ ସମିତି ସାଧାରଣ ବୈଠକ ଗୁରୁବାର କଟକସ୍ଥିତ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ(ଆରଡିସି)ଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଆରଡିସି ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଯୋଗଦେଇ…
ୟୁପି ମନ୍ତ୍ରୀଙ୍କ ‘ସୁପ୍ରିମକୋର୍ଟ ଆମର’ ମନ୍ତବ୍ୟକୁ ନିନ୍ଦା
ନୂଆଦିଲ୍ଲୀ,୧୩-୯: ‘ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ହେବ, କାରଣ ସୁପ୍ରିମକୋର୍ଟ ଆମର। ଏ ଦେଶ, ନ୍ୟାୟପାଳିକା ଓ ମନ୍ଦିର ସବୁ ଆମର।’ ୨୦୧୮ ସେପ୍ଟେମ୍ବରରେ ଉତ୍ତରପ୍ରଦେଶର ମନ୍ତ୍ରୀ ମୁକୁଟ ବିହାରୀ ବର୍ମା ଦେଇଥିବା ଏଭଳି ମନ୍ତବ୍ୟକୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ…
ଭୁବନେଶ୍ୱର ଆପୋଲୋ ହସ୍ପିଟାଲ ଲାଇସେନ୍ସ ରଦ୍ଦ ମାମଲା : ପକ୍ଷ ଶୁଣିବାକୁ ଏନ୍ଏଚ୍ଆର୍ସିଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ ଅଫିସ,୧୩ା୯: ଭୁବନେଶ୍ୱର ଆପୋଲୋ ହସ୍ପିଟାଲ ଲାଇସେନ୍ସ ରଦ୍ଦ ପାଇଁ ଜାତୀୟ ମାନବାଧିକାର କମିଶନ(ଏନ୍ଏଚ୍ଆର୍ସି)ଙ୍କ ନିର୍ଦ୍ଦେଶ ଉପରେ ଗୁରୁବାର ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ଏନ୍ଏଚ୍ଆର୍ସିଙ୍କ ଏହି ନିର୍ଦ୍ଦେଶକୁ ବର୍ତ୍ତମାନ କାର୍ଯ୍ୟକାରୀ ନ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।…
Archives


