କମଲ ନାଥଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି
ନୂଆଦିଲ୍ଲୀ,୧୮।୧୧: ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ ସୋମବାର ୭୩ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହାସହ ତାଙ୍କର ସୁସ୍ଥ ଓ ଦୀର୍ଘ ଜୀବନ କାମନା କରିଛନ୍ତି। ତେବେ…
ବିବାହ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା କଂଗ୍ରେସ ବିଧାୟକଙ୍କୁ ଲହୁଲୁହାଣ କଲେ ଯୁବକ
ବେଙ୍ଗାଲୁରୁ,୧୮।୧୧:କର୍ନାଟକର ଜଣେ ବିଧାୟକଙ୍କ ଉପରକୁ ଛୁରିରେ ଆକ୍ରମଣ ହୋଇଛି। ନରସିହ୍ମାରାଜାର ବିଧାୟକ ତନବୀର ସୈତ୍ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବାବେଳେ ଏଭଳି ଆକ୍ରମଣ ହୋଇଥିଲା। ପୋଲିସ ଆକ୍ରମଣକାରୀଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, ରବିବାର ରାତି ୧୧.୪୫ରେ ତନବୀର ବାଣୀ…
ପୁଅକୁ ତାଲା ପକାଇ ରଖୁଥିଲେ ମା’
କଟକ ଅଫିସ,୧୮ା୧୧: ୯ ବର୍ଷର ନାବାଳକଙ୍କୁ ଘର ଭିତରେ ରଖି ବାହାର ପଟୁ ତାଲା ଦେଇ କର୍ମକ୍ଷେତ୍ରକୁ ଯାଉଥିଲେ ମା’। ସିଡିଏ ବିରେନ ମିତ୍ର ପାର୍କ ନିକଟରେ ରବିବାର ଏଭଳି ଘଟଣା ଦେଖିବାକୁ ମିଳିଛି। ଦୈନିକ ମା’ ଜଣଙ୍କ ନାବାଳକଙ୍କୁ ତାଲା…
‘ମୋ ବସ୍’କୁ ଦେଶର ଶ୍ରେଷ୍ଠ ସିଟି ବସ୍ ସେବା ସମ୍ମାନ
ଭୁବନେଶ୍ୱର,୧୮ା୧୧(ବ୍ୟୁରୋ): ‘ମୋ ବସ୍’ ଭାରତର ଶ୍ରେଷ୍ଠ ସିଟି ବସ୍ ସେବା ଭାବେ ପୁରସ୍କୃତ ହୋଇଛି। ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଚାଲିଥିବା ଅର୍ବାନ ମୋବିଲିଟି ଇଣ୍ଡିଆ (ୟୁଏମ୍ଆଇ) କନଫରେନ୍ସର ଦ୍ୱିତୀୟ ଦିନରେ ମୋ ବସ୍କୁ ଏହି ପୁରସ୍କାର ମିଳିଛି। ବସ୍ ସେବା ଯୋଗାଉଥିବା…
ବିବାହକୁ ନେଇ ଝିଅଙ୍କ ମନରେ ଉଙ୍କି ମାରିଥାଏ ଏସବୁ ପ୍ରଶ୍ନ
ବିବାହ ଭଳି ଏକ ପବିତ୍ର ବନ୍ଧନରେ ବାନ୍ଧିହେବା ପୂର୍ବରୁ ଝିଅମାନଙ୍କ ମନକୁ ଅନେକ ପ୍ରଶ୍ନ ଆସିଥାଏ। ଏହା ସ୍ବାଭାବିକ। ତେବେ ପୁଅଙ୍କ ଅପେକ୍ଷା ଝିଅମାନେ ଏନେଇ ବେଶି ଚିନ୍ତିତ ଥାଆନ୍ତି। ନିଜ ପରିବାର ଲୋକଙ୍କୁ ଛାଡ଼ି ଅନ୍ୟ ଏକ ପରିବାରକୁ ନିଜର…
ପାର୍ଲାମେଣ୍ଟ ଶୀତ ଅଧିବେଶନ ପାଇଁ ବିଜେଡିର ରଣନୀତି: କେନ୍ଦ୍ରୀୟ ଅନୁଦାନ, ପର୍ଯ୍ୟଟନ ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ
ଭୁବନେଶ୍ୱର,୧୮ା୧୧(ବ୍ୟୁରୋ): ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ ସୋମବାରଠାରୁ ଆରମ୍ଭ ହେଉଛି। ଏହି ଅଧିବେଶନରେ ଦଳ କେଉଁ କେଉଁ ପ୍ରସଙ୍ଗ ଉପସ୍ଥାପନ କରିବ, ସେନେଇ ବିଜେଡି ପକ୍ଷରୁ ରବିବାର ସୂଚନା ଦିଆଯାଇଛି। ରାଜ୍ୟ ସଭା ସଦସ୍ୟ ତଥା ବିଜେଡି ଗଣମାଧ୍ୟମ ସଂଯୋଜକ ସସ୍ମିତ୍ ପାତ୍ର…
ଆଜି ଶ୍ରୀମନ୍ଦିରରେ ପଇତାଲାଗି: ୪ ଘଣ୍ଟା ବନ୍ଦ ରହିବ ଦର୍ଶନ
ପୁରୀ ଅଫିସ,୧୮ା୧୧: ଶ୍ରୀମନ୍ଦିରରେ ସୋମବାର ମହାପ୍ରଭୁଙ୍କର ପଇତାଲାଗି ନୀତି ଅନୁଷ୍ଠିତ ହେବ। ଏହି ନୀତି ପାଇଁ ଅପରାହ୍ନ ପ୍ରାୟ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି।…
୨୦୨୦ ପରେ ଭାରତର ଅଭିବୃଦ୍ଧି ତ୍ୱରାନ୍ବିତ ହେବ: ବିଲ୍ ଗେଟ୍ସ
ନୂଆଦିଲ୍ଲୀ,୧୭-୧୧:ଭାରତ ନିକଟରେ ଦ୍ରୁତ ଅଭିବୃଦ୍ଧି ହାସଲ କରିବାର ଅନେକ କ୍ଷମତା ରହିଛି। ୨୦୨୦ ପରେ ଭାରତର ଜିଡିପି ଅଭିବୃଦ୍ଧି ତ୍ୱରାନ୍ବିତ ହେବ ବୋଲି ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ ରବିବାର କହିଛନ୍ତି। ଭାରତର ଜିଡିପି ଅଭିବୃଦ୍ଧି ୬ ବର୍ଷର ସର୍ବନିମ୍ନ…
ବାଚସ୍ପତି ପଦରୁ ହଟିଲେ ନିର୍ମଳ ସିଂ
ଜମ୍ମୁ,୧୮ା୧୧(ପି.ଟି.): ଜମ୍ମୁ-କଶ୍ମୀର ବିଧାନସଭା ବାଚସ୍ପତି ପଦରୁ ଭାଜପା ନେତା ନିର୍ମଳ ସିଂଙ୍କୁ ହଟାଇ ଦିଆଯାଇଛି। ବାଚସ୍ପତିଙ୍କ କାର୍ଯ୍ୟକାଳ ଶେଷ ହେଲା ବୋଲି ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ନେତୃତ୍ୱାଧୀନ ପ୍ରଶାସନ ଏକ ନୋଟିସ୍ ଜାରି କରିଛି। ପୂର୍ବରୁ ପ୍ରଚଳିତ ସମ୍ବିଧାନର ବ୍ୟବସ୍ଥା…
ବିଜେଡି ଫୋକସ୍ରେ ବିଧାନ ପରିଷଦ
ଭୁବନେଶ୍ୱର,୧୮ା୧୧(ବ୍ୟୁରୋ): ରାଜ୍ୟରେ ବିଧାନ ପରିଷଦ ଗଠନ ନେଇ ଓଡ଼ିଶା ବିଧାନସଭାରେ ପୂର୍ବରୁ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଛି। ହେଲେ ଏଥିପାଇଁ ପାର୍ଲାମେଣ୍ଟରେ ବିଧେୟକ ଆସି ଗୃହୀତ ହେବା ସହ ରାଷ୍ଟ୍ରପତିଙ୍କ ଅନୁମୋଦନର ଆବଶ୍ୟକତା ରହିଛି। ତେଣୁ ଚଳିତ ଶୀତ ଅଧିବେଶନର ସଂସଦୀୟ…
ଆଣବିକ ପରୀକ୍ଷାରେ ଘୁଞ୍ଚତ୍ଥିଲା ପର୍ବତ
ଚେନ୍ନାଇ,୧୮ା୧୧: ଉତ୍ତର କୋରିଆ ୨୦୧୭ରେ ଆଣବିକ ପରୀକ୍ଷା କରିଥିଲା। ଏହା ଏତେ ଶକ୍ତିଶାଳୀ ଥିଲା ଯେ ପରୀକ୍ଷାସ୍ଥଳ ମାଉଣ୍ଟ ମଣ୍ଟପର ଉପରିଭାଗକୁ ଘୁଞ୍ଚାଇଦେଇଥିଲା। ହିରୋସୀମାରେ ପଡ଼ିଥିବା ପରମାଣୁ ବୋମାଠାରୁ ଏହା ୧୭ଗୁଣ ଅଧିକ ଶକ୍ତିଶାଳୀ ଥିଲା ବୋଲି ଭାରତୀୟ ମହାକାଶ ଗବେଷଣା…
ବାଲ୍ ଠାକ୍ରେଙ୍କ ଶ୍ରାଦ୍ଧବାର୍ଷିକୀରେ ରାଜନୀତି
ମୁମ୍ବାଇ,୧୮ା୧୧(ପି.ଟି.): ଶିବସେନା ପ୍ରତିଷ୍ଠାତା ବାଲ୍ ଠାକ୍ରେଙ୍କ ସପ୍ତମ ଶ୍ରାଦ୍ଧବାର୍ଷିକୀରେ ରବିବାର ଉଭୟ ଭାଜପା ଓ ଶିବସେନା ନେତାମାନେ ଶିବାଜୀ ପାର୍କ ଯାଇ ତାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତେବେ ଉଭୟ ଦଳର ନେତା ପରସ୍ପରଠାରୁ ଦୂରେଇ ରହିବାକୁ ଉଦ୍ୟମ କରୁଥିବା…

