Posted inଜାତୀୟ

ଆଜିଠାରୁ ପାର୍ଲାମେଣ୍ଟର ଶୀତ ଅଧିବେଶନ: ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୮ା୧୧(ପି.ଟି.): ପାର୍ଲାମେଣ୍ଟର ଶୀତ ଅଧିବେଶନ ସୋମବାରଠାରୁ ଆରମ୍ଭ ହେଉଛି। ଏହି ପରିପ୍ରେକ୍ଷୀରେ ରବିବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଥିବା ପ୍ରତିଶ୍ରୁତି ଦେଇଛନ୍ତି। ଅପରପକ୍ଷରେ ବିରୋଧୀ ଦଳଗୁଡ଼ିକ ଲୋକ ସଭା ଏମ୍‌ପି ଫାରୁକ୍‌ ଅବଦୁଲ୍ଲାଙ୍କ ଅଟକ ପ୍ରସଙ୍ଗ ଉଠାଇଥିଲେ। ଗୃହକାର୍ଯ୍ୟରେ ଯୋଗଦେବା ଲାଗି ତାଙ୍କୁ ମୁକ୍ତ କରାଯାଉ ବୋଲି ବିରୋଧୀ ନେତାମାନେ ଦୃଢ଼ ଦାବି କରିଥିଲେ। ସରକାରଙ୍କ ପକ୍ଷରୁ ଡକାଯାଇଥିବା ଏହି ସର୍ବଦଳୀୟ ବୈଠକରେ ବିରୋଧୀମାନେ ଆର୍ଥତ୍କ ମାନ୍ଦାବସ୍ଥା, ବେରୋଜଗାରୀ ବୃଦ୍ଧି, କୃଷକମାନଙ୍କ ସମସ୍ୟା ପ୍ରସଙ୍ଗ ଉଠାଇ ଏହା ଉପରେ ଅଧିବେଶନରେ ଆଲୋଚନା କରିବେ ବୋଲି ଦାବି କରିଥିବା କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି।
୨୭ଟି ଦଳର ନେତା ବୈଠକରେ ଉପସ୍ଥିତ ଥିଲେ। ଗୃହରେ ଆଲୋଚନା ଓ ବିତର୍କ କରିବା ହେଉଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। ପୂର୍ବ ଅଧିବେଶନ ଭଳି ଏହାକୁ ଫଳପ୍ରଦ କରାଇବା ପାଇଁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ ଗଣମାଧ୍ୟମକୁ କହିଛନ୍ତି। ବୈଠକରେ ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ଏମ୍‌ପି ହସନୈନ ମାସୁଦି ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକଙ୍କ ଅଟକ ପ୍ରସଙ୍ଗ ଉଠାଇ ତାଙ୍କୁ ସଂସଦୀୟ ଅଧିବେଶନରେ ଯୋଗଦେବାର ବ୍ୟବସ୍ଥା କରିବା ସରକାରଙ୍କର ସାମ୍ବିଧାନିକ କର୍ତ୍ତବ୍ୟ ବୋଲି କହିଥିଲେ। ବେଆଇନ ଭାବେ ଜଣେ ଏମ୍‌ପିଙ୍କୁ ଅଟକ ରଖାଯାଇପାରିବ ନାହିଁ। ତାଙ୍କୁ ତୁରନ୍ତ ଛଡ଼ାଯାଉ ବୋଲି ରାଜ୍ୟ ସଭାରେ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ କହିଥିଲେ। ସୂଚନାଯୋଗ୍ୟ ଫାରୁକଙ୍କୁ ଜନନିରାପତ୍ତା ଆଇନ (ପିଏସ୍‌ଏ) ବଳରେ ଅଟକ ରଖାଯାଇଛି। ଫାରୁକଙ୍କ ବାପା ତଥା ଏନ୍‌ସିର ପ୍ରତିଷ୍ଠାତା ଶେଖ୍‌ ମହମ୍ମଦ ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ଥିଲାବେଳେ ଏହି ଆଇନକୁ କାର୍ଯ୍ୟକାରୀ କରିଥିଲେ।
ସର୍ବଦଳୀୟ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭାଜପା ଅଧ୍ୟକ୍ଷ ଅମିତ୍‌ ଶାହ, କେନ୍ଦ୍ରମନ୍ତ୍ରୀ ଥଓ୍ବରଚନ୍ଦ ଗେହଲଟ, ରାଜ୍ୟ ସଭାରେ ବିରୋଧୀ ଦଳ ଉପନେତା ଆନନ୍ଦ ଶର୍ମା, ଟିଏମ୍‌ସି ନେତା ଡେରେକ୍‌ ଓ ବ୍ରିଏନ, ଏଲଜେପିରୁ ଚିରାଗ ପାଶ୍ୱାନ, ସମାଜବାଦୀ ପାର୍ଟିରୁ ରାମଗୋପାଳ ଯାଦବ, ଟିଡିପିରୁ ଜୟଦେବ ଗାଲ୍ଲା ଏବଂ ଭି. ବିଜୟସାଇ ରେଡ୍ଡୀ ପ୍ରମୁଖ ଯୋଗଦେଇଥିଲେ। ସରକାରଙ୍କ ତରଫରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ ଏବଂ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ମେଘଓ୍ବାଲ ବୈଠକ ଡାକିଥିଲେ। ଶନିବାର ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ସର୍ବଦଳୀୟ ବୈଠକରେ ଗୃହକାର୍ଯ୍ୟ ସୁରୁଖୁରୁରେ ଚଳାଇବା ପାଇଁ ସମସ୍ତଙ୍କର ସହଯୋଗ ନିମନ୍ତେ ଅନୁରୋଧ କରିଥିଲେ।
ଡିସେମ୍ବର ୧୩ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ସରକାର ନାଗରିକତ୍ୱ (ସଂଶୋଧନ) ବିଲ୍‌, ବ୍ୟକ୍ତିଗତ ଡାଟା ସୁରକ୍ଷା ବିଲ୍‌ ସମେତ ୩୫ଟି ବିଧେୟକ ଆଣିବାକୁ ଯୋଜନା କରିଛନ୍ତି। ଏହା ବ୍ୟତୀତ ଇ-ସିଗାରେଟ ଅଧ୍ୟାଦେଶକୁ ଆଇନରେ ପରିଣତ କରିବା ଲାଗି ବିଲ୍‌ ଆସିବାକୁ ଥିବାବେଳେ ଟ୍ରାନ୍ସଜେଣ୍ଡର (ଅଧିକାର ସୁରକ୍ଷା) ବିଲ୍‌, ଶିଳ୍ପ ସମ୍ପର୍କ କୋଡ୍‌ ବିଲ୍‌, ଟିକସ ଆଇନ ସଂଶୋଧନ ବିଲ୍‌, କମ୍ପାନୀ (ଦ୍ୱିତୀୟ ସଂଶୋଧନ) ବିଲ୍‌, ଚିଟ୍‌ଫଣ୍ଡ (ସଂଶୋଧନ) ବିଲ୍‌, ନ୍ୟାଶନାଲ କମିଶନ ଫର୍‌ ଇଣ୍ଡିଆନ ସିଷ୍ଟମ୍‌ ଅଫ୍‌ ମେଡିସିନ୍‌ ବିଲ୍‌, ସରୋଗେସି (ନିୟନ୍ତ୍ରଣ) ବିଲ୍‌ ଏବଂ ଜାଲିଆନାଓ୍ବାଲା ବାଗ୍‌ ଜାତୀୟ ସ୍ମାରକୀ (ସଂଶୋଧନ) ବିଲ୍‌ ଆଦି ଅଣାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ କମିଶନରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ପ୍ରଚାର କରିପାରିବେନି ଏହି କଂଗ୍ରେସ ଏମପି

ନୂଆଦିଲ୍ଲୀ,୧୬।୪: କଂଗ୍ରେସର ଜଣେ ନେତାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ନିର୍ବାଚନ କମିଶନର। ରାଜ୍ୟ ସଭା ଏମପି ରଣଦୀପ ସୂର୍ଯ୍ୟେୱାଲଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ...

ବଡ଼ ଏନକାଉଣ୍ଟର, ୧୮ ମାଓବାଦୀ ମୃତ

ରାୟପୁର,୧୬।୪: ଛତିଶଗଡ଼ରେ ବଡ଼ ମାଓ ଅପରେଶନ। ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ଛତିଶଗଡ଼ କାଙ୍କେର ଜିଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୧୮ ଜଣ ମାଓବାଦୀ। ଏମାନଙ୍କ...

‘କଂଗ୍ରେସ ଚାହେଁ ଭାଜପା ଜିତୁ’

ନୂଆଦିଲ୍ଲୀ,୧୬।୪: ‘ମୋତେ ଲାଗେ କଂଗ୍ରେସ ଚାହେଁ ଭାଜପା ବିଜୟୀ ହେଉ’ ଜମ୍ମୁ ଓ କଶ୍ମିରର ଡୋଡାରେ ଏକ ସାଧାରଣ ସଭାରେ ଏ କଥା କହିଛନ୍ତି ପୂର୍ବତନ...

ମଣିଷର ଶୋଇବା ଅଧିକାରକୁ କେହି ଛଡାଇ ନେଇ ପାରିବେ ନାହିଁ: ବମ୍ବେ ହାଇକୋର୍ଟ

ଶୋଇବା ଅଧିକାର ହେଉଛି ମଣିଷର ଏକ ମୌଳିକ ଆବଶ୍ୟକତା, ଏଥିରୁ ତା’କୁ କେହି ଛଡ଼ାଇ ନେଇପାରିବେ ନାହିଁ। ଏପରି କରିବା ମାନବିକ ଅଧିକାରର ଉଲ୍ଲଂଘନ ବୋଲି...

ଷ୍ଟାର ପ୍ରଚାରକଙ୍କ ନାଁ ଜାରି କଲା ଆପ୍‌, ତାଲିକାରେ କେଜରିଓ୍ବାଲଙ୍କ ନାଁ

ନୂଆଦିଲ୍ଲୀ,୧୬।୪: ଦିଲ୍ଲୀ ସରକାର ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତିହାର ଜେଲରେ ବନ୍ଦୀ ଅଛନ୍ତି। ତେବେ ଜେଲରୁ ହିଁ ସରକାର ଚଲେଇବାକୁ କେଜରିଓ୍ବାଲ ଦାବି କରିଛନ୍ତି।...

‘ମୁଁ କେଜରିଓ୍ବାଲ, ଆତଙ୍କବାଦୀ ନୁହେଁ’ ତିହାରରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ନୂଆଦିଲ୍ଲୀ,୧୬।୪: ଗୋଟିଏ ପଟେ ଲୋକ ସଭା ନିର୍ବାଚନ ମୁଣ୍ଡ ଉପରେ ଥିବାବେଳେ ଅନ୍ୟପଟେ ଆମ ଆଦମୀ ପାର୍ଟି ଅବକାରୀ ଦୁର୍ନୀତିରେ ଛନ୍ଦି ହୋଇପଡିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ...

UPSC ସିଭିଲ ସିର୍ଭସ ପରୀକ୍ଷା ୨୦୨୩ ଫାଇନାଲ ରିଜଲ୍ଟ ଜାରି, ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର

ନୂଆଦିଲ୍ଲୀ,୧୬।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା ୨୦୨୩ ର ଫାଇନାଲ ଫଳାଫଳ ପ୍ରକାଶ ପାଇଛି। ଏହାର ୱେବସାଇଟ upsc.gov.in ରେ ଏହା ଯାଞ୍ଚ କରାଯାଇପାରିବ ।...

ସୁପ୍ରିମକୋର୍ଟରୁ ଆଜିବି ବାବା ରାମଦେବଙ୍କୁ ମିଳିଲାନି କ୍ଷମା

ନୂଆଦିଲ୍ଲୀ,୧୬।୪: ଯୋଗ ଗୁରୁ ବାବା ରାମଦେବ ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ଠାରୁ ଏଲୋପାଥି (ଇଂରାଜୀ ଔଷଧ) ବିରୁଦ୍ଧରେ ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ପାଇନାହାଁନ୍ତି। ପତଞ୍ଜଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri