ଦୋଛକିରେ ଭାରତମାଳା ପ୍ରକଳ୍ପ

ଭଦ୍ରକ ଅଫିସ,୧୮ା୧୧- କେନ୍ଦ୍ର ସରକାରଙ୍କ ଭାରତମାଳା ପ୍ରକଳ୍ପ ଏବେ ଦିଗହରା ହୋଇ ପଡିଛି। ଏହି ପ୍ରକଳ୍ପ ସକାଶେ ବିଜ୍ଞପ୍ତି ଜାରି ସତ୍ତ୍ୱେ ଏହାର କାର୍ଯ୍ୟକାରିତା ନେଇ ଆଉ କିଛି ସୂଚନା ମିଳୁ ନାହିଁ। ଭଦ୍ରକ ଜିଲାର ଧାମରା ବନ୍ଦରଯାଏ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ସକାଶେ ପରିବହନ ଓ ରାଜପଥ ବିଭାଗ ପକ୍ଷରୁ ଉକ୍ତ ପ୍ରକଳ୍ପ ପରିକଳ୍ପନା କରାଯାଇଥିଲା। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାମଝାଡିରୁ ଧାମରା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହେବ ବୋଲି ଯୋଜନା କରାଯାଇ ପ୍ରାଥମିକ ପର୍ଯ୍ୟାୟରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଦିଗରେ ବର୍ଷେ ହେଲା କିଛି ଅଗ୍ରଗତି ନ ହେବାରୁ ଏବେ ପୂର୍ତ୍ତବିଭାଗ ସେହି ରାସ୍ତାରେ କାର୍ଯ୍ୟାରମ୍ଭ କରିଛି। ଭାରତମାଳା ପ୍ରକଳ୍ପ ଅଧୀନରେ ଚାରିଥାକିଆ ରାସ୍ତା କରାଯିବା ଯୋଜନା ଥିବା ବେଳେ ଏବେ ତିନିଥାକିଆ ରାସ୍ତା ହେଉଛି। ଏଣୁ ଭାରତମାଳା ପ୍ରକଳ୍ପର ଭାଗ୍ୟ ଦୋଛକିରେ ଅଟକ ରହିିଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି।
ଉଲ୍ଲେଖନୀୟ ଯେ, ୧୬ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିବା ଜାମଝାଡ଼ିଠାରୁ ଧାମରା ପର୍ଯ୍ୟନ୍ତ ପ୍ରାୟ ୬୧.୬୬୦ କି.ମି. ରାସ୍ତା ଭାରତମାଳା ପ୍ରକଳ୍ପ ମାଧ୍ୟମରେ କରାଯିବାକୁ ସ୍ଥିର ହୋଇଥିଲା। ତଦନୁଯାୟୀ ଏନ୍‌ଏଚ୍‌ଏଆଇ ପକ୍ଷରୁ ଏହି ରାସ୍ତାର ନାମକରଣ ଜାତୀୟ ରାଜପଥ ସଂଖ୍ୟା ୩୧୬(ଏ) ରଖାଯାଇଥିଲା। ଏଥିପାଇଁ ଭଦ୍ରକର ଭୂଅର୍ଜନ ଅଧିକାରୀ କାର୍ତ୍ତିକ ନାଥ ମଣ୍ଡଳଙ୍କୁ ପ୍ରାଧିକୃତ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଥିଲା। ରାସ୍ତା ନିର୍ମାଣ ହେଲେ ବାସୁଦେବପୁର ବ୍ଲକର ୩୭ ଓ ଚାନ୍ଦବାଲି ବ୍ଲକର ୧୯ ଗାଁକୁ ମିଶାଇ ମୋଟ ୫୬ ଗାଁ ପ୍ରଭାବିତ ହେବ ବୋଲି ଦର୍ଶାଯାଇଥିଲା। ଭଦ୍ରକ ଜିଲାର ହରିଶରଣ ବିନ୍ଧାରୁ ଧାମରା ଜୟ ଦୁର୍ଗାପାଟଣା ପର୍ଯ୍ୟନ୍ତ ଏହି ରାସ୍ତା ଲମ୍ବିବ । ପ୍ରାଥମିକ ଆକଳନ ଅନୁଯାୟୀ ପ୍ରଥମ ଦଫାରେ ୨୮ ଗାଁର ୫୩୫ ଏକର ୮ ଡେସିମିଲ ବା ୨୧୬.୫୪୯ ହେକ୍ଟର ଜମି ଅଧିଗ୍ରହଣ କରାଯିବା ସକାଶେ ଜାତୀୟ ରାଜପଥ ଧାରା ୩ (କ) ଅନୁଯାୟୀ ପ୍ରାଧିକୃତ ଅଧିକାରୀଙ୍କ ପକ୍ଷରୁ ଭାରତ ସରକାରଙ୍କ ନିକଟକୁ ଭୁବନେଶ୍ୱର ଏନ୍‌ଏଚ୍‌ ଏଆଇ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ମାଧ୍ୟମରେ ପ୍ରସ୍ତାବ ପଠାଯାଇଥିଲା। ରାସ୍ତା ସକାଶେ ମୋଟ ୧୫୦୦ ହିତାଧିକାରୀଙ୍କ ୧୬୬୧ ଟି ପ୍ଲଟ ପ୍ରଭାବିତ ହେବ ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ରିପୋର୍ଟ ଦିଆଯାଇଥିଲା। ଏହାମଧ୍ୟରେ ଏକ ବର୍ଷ ବିତିଯାଇଥିଲେ ବି ଏହି ପ୍ରକଳ୍ପର ଭାଗ୍ୟ କେବଳ ବିଜ୍ଞପ୍ତିରେ ସୀମିତ ରହିଛି। ଫଳରେ ଜମି ହରାଉଥିବା ଲୋକେ ଏବେ ଜମିରେ ଚାଷ କରିପାରୁ ନାହାନ୍ତି କି ଏହାକୁ ବିକ୍ରିବଟା କରିପାରୁ ନାହାନ୍ତି ବୋଲି ଅଭିଯୋଗ କରୁଛନ୍ତି। ଅପରପକ୍ଷେ ଉକ୍ତ ପ୍ରକଳ୍ପ ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟରେ ସ୍ବତନ୍ତ୍ର ଭାବେ ନିଯୁକ୍ତି ପାଇଥିବା ୪ ଜଣ କର୍ମଚାରୀ ଦୀର୍ଘ ୫ ମାସ ଧରି ଦରମା ପାଇନାହାନ୍ତି। ଏଭଳି ସ୍ଥିତିରେ ପୂର୍ତ୍ତ ବିଭାଗ ପକ୍ଷରୁ ଉକ୍ତ ରାସ୍ତା ନିର୍ମାଣ ସକାଶେ ଟେଣ୍ଡର କରାଯାଇ ତିନିଥାକିଆ ରାସ୍ତା କାମ ଆରମ୍ଭ ହୋଇଛି। ପୂର୍ତ୍ତ ବିଭାଗ, ଡିପିସିଏଲ୍‌(ଆଦାନୀ) ଓ ପ୍ରତିରକ୍ଷା ବିଭାଗ (ଡିଆର୍‌ଡିଓ) ଉପରେ ଏହାର ମିଳିତ ନିର୍ମାଣ ଦାୟିତ୍ୱ ନ୍ୟସ୍ତ ହୋଇଥିବା କୁହାଯାଉଛି। ଭୁବନେଶ୍ୱରର ଏକ ଘରୋଇ କମ୍ପାନୀ ଦ୍ୱାରା ପ୍ରକଳ୍ପର ପ୍ରାଥମିକ ପର୍ଯ୍ୟାୟ ବ୍ୟୟ ଅଟକଳ ୨୧୨ କୋଟି ଟଙ୍କା ବୋଲି ଦର୍ଶାଯାଇଛି। ଏ ସମ୍ପର୍କରେ ପୂର୍ତ୍ତବିଭାଗ ଏକ୍‌ଜିକ୍ୟୁଟିଭ୍‌ ଇଞ୍ଜିନିୟର୍‌ ଅମୀୟ ପଟ୍ଟନାୟକଙ୍କୁ ପଚାରିିବାରୁ କହିଛନ୍ତି, ଭାରତମାଳା ପ୍ରକଳ୍ପ ବାବଦରେ ଏକ ରାଜ୍ୟସ୍ତରୀୟ କମିଟି ଗଢାଯାଇ ଅସ୍ଥାୟୀ ଭାବେ ଏହାକୁ ବନ୍ଦ ରଖାଯିବା ପରେ ଏବେ ପୂର୍ତ୍ତ ବିଭାଗ ପକ୍ଷରୁ ଟେଣ୍ଡର କରାଯାଇ କାର୍ଯ୍ୟାରମ୍ଭ ହୋଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଭାରତମାଳା ପ୍ରକଳ୍ପ କାର୍ଯ୍ୟ କରିବ ବୋଲି ସେ ଦର୍ଶାଇଛନ୍ତି। ଭଦ୍ରକ ଭୂ-ଅର୍ଜନ ଅଧିକାରୀ କାର୍ତ୍ତିକ ନାଥ ମଣ୍ଡଳ କହିଛନ୍ତି, ଉକ୍ତ ପ୍ରକଳ୍ପ ପାଇଁ ବିଜ୍ଞପ୍ତି ଜାରି ହେବା ପରେ ଏହାକୁ ଅନୁମୋଦନ ଦେବା ଲାଗି ଏକବର୍ଷ ପୂର୍ବେ ପ୍ରସ୍ତାବ ପଠାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଏ ସମ୍ପର୍କରେ କୌଣସି ଚିଠି ଆସିନାହିଁ। ଆସିବା ପରେ ଏହି ପ୍ରକଳ୍ପ ନେଇ ସ୍ପଷ୍ଟ ଚିତ୍ର ମିଳି ପାରିବ ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri