Posted inଜାତୀୟ

ଝାଡ଼ଖଣ୍ଡରେ ବଢ଼ୁଛି ଭାଜପା ଅଡ଼ୁଆ

ରାଞ୍ଚି,୧୭ା୧୧(ପି.ଟି./ ଆଇଏଏନ୍‌ଏସ୍‌): ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନକୁ ଦୁଇ ସପ୍ତାହରୁ କମ୍‌ ସମୟ ବାକି ଥିବାବେଳେ ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ଛାଡ଼ିଛି। ଶାସକ ଭାଜପା ସହ ଅନ୍ୟତମ ସହଯୋଗୀ ଅଲ୍‌ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟ ୟୁନିୟନ୍‌ (ଏଜେଏସ୍‌ୟୁ)ର ମଧ୍ୟ ମତଭେଦ ବୃଦ୍ଧି ପାଇଛି। କେବଳ ଏତିକି ନୁହେଁ, ଟିକେଟ ବଣ୍ଟନକୁ ନେଇ ଭାଜପା ଭିତରେ ବି ମତଭେଦ ବୃଦ୍ଧି ପାଇଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ରଘୁବର ଦାସ ସରକାରଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି।
୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ନଭେମ୍ବର ୩୦ରୁ ଡିସେମ୍ବର ୨୦ ମଧ୍ୟରେ ୫ ପର୍ଯ୍ୟାୟରେ ହେବ। ଏଥିପାଇଁ ସବୁ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯାଇଛି। ଗତ ସପ୍ତାହରେ ଚିରାଗ ପାଶ୍ୱାନଙ୍କ ଦଳ ଏଲ୍‌ଜେପି ଆସନ ବୁଝାମଣାକୁ ନେଇ ମତଭେଦ ହେବାରୁ ମେଣ୍ଟରୁ ଓହରିଯିବା ପରେ ୫୦ ଆସନରେ ପ୍ରାର୍ଥୀ ଘୋଷଣା କରିଥିଲା। ସେହିପରି ସହଯୋଗୀ ଦଳ ଏଜେଏସ୍‌ୟୁ ପକ୍ଷରୁ ଅଦ୍ୟାବଧି ତୃତୀୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ରବିବାର ପ୍ରକାଶିତ ତାଲିକାକୁ ମିଶାଇ ଏଜେଏସ୍‌ୟୁର ମୋଟ ୨୭ ପ୍ରାର୍ଥୀଙ୍କ ନାମ ପ୍ରକାଶ ପାଇଛି। ଏହାସହ ଭାଜପା ଏବଂ ଏଜେଏସ୍‌ୟୁ ୧୯ ନିର୍ବାଚନମଣ୍ଡଳୀରେ ମୁହଁାମୁହିଁ ସ୍ଥିତିକୁ ଆସିଛନ୍ତି। ଭାଜପା ପକ୍ଷରୁ ଏଯାଏ ୭୨ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବାବେଳେ କେତେଜଣ ବରିଷ୍ଠ ନେତାଙ୍କୁ ଟିକେଟ ଦିଆଯାଇ ନାହିଁ, ଯାହାକୁ ନେଇ ଦଳ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପ୍ରାର୍ଥୀ ତାଲିକାରେ ଖାଦ୍ୟ, ସାଧାରଣ ବଣ୍ଟନ ଓ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ସରୟୁ ରୟଙ୍କ ନାମ ନ ଥିବାରୁ ସେ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ଚ୍ୟାଲେଞ୍ଜ ଦେବାକୁ ବାହାରିଛନ୍ତି। ସେ ରଘୁବରଙ୍କ ବିରୋଧରେ ଜାମସେଦପୁର (ଇଷ୍ଟ୍‌) ଆସନରେ ସ୍ବାଧୀନ ପ୍ରାର୍ଥୀ ହେବେ। ଏହାସହ ୨୦୧୪ରେ ଜିତିଥିବା ଜାମସେଦପୁର (ଓ୍ବେଷ୍ଟ) ନିର୍ବାଚନମଣ୍ଡଳୀରୁ ମଧ୍ୟ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ନାମାଙ୍କନପତ୍ର ଦାଖଲ କରିବା ଦିନ ସେ କ୍ୟାବିନେଟରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି। ରଘୁବରଙ୍କ ବିରୋଧରେ କଂଗ୍ରେସ ଦଳର ଜାତୀୟ ମୁଖପାତ୍ର ଗୌରବ ବଲ୍ଲଭଙ୍କୁ ଟିକେଟ ଦେଇଛି। ଏହାକୁ ମିଶାଇ କଂଗ୍ରେସ ପକ୍ଷରୁ ୨୭ ପ୍ରାର୍ଥୀଙ୍କ ନାମ ଘୋଷଣା ଶେଷ ହୋଇଥିବାବେଳେ ଆଉ ୪ ଜଣଙ୍କୁ ଟିକେଟ ମିଳିବା ବାକି ଅଛି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌), କଂଗ୍ରେସ ଏବଂ ଲାଲୁ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଏଲ୍‌ଜେପି) ମଧ୍ୟରେ ପ୍ରାକ୍‌ ନିର୍ବାଚନୀ ମେଣ୍ଟ ଘୋଷଣା କରାଯାଇଛି। ମହାମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯାଇଛି। ଜେଏମ୍‌ଏମ୍‌ ୪୩ ଆସନରେ ଲଢ଼ିବାକୁ ଥିବାବେଳେ ଆର୍‌ଜେଡିକୁ ୭ ଆସନ ମିଳିଛି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱାଧୀନ ସଂଯୁକ୍ତ ଜନତା ଦଳ (ଜେଡିୟୁ) ଏନ୍‌ଡିଏର ଅଂଶୀଦାର ହୋଇଥିଲେ ହେଁ ଝାଡ଼ଖଣ୍ଡରେ ଅଲଗା ନିର୍ବାଚନ ଲଢ଼ୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri