Home Left

ମୋଦିଙ୍କୁ ପ୍ରଶଂସା କଲା ଶିବସେନା: ଏବେ ଠାକ୍‌ରେ-ମୋଦି ଭାଇଭାଇ

ମୁମ୍ବାଇ,୨୯।୧୧: ଶେଷରେ ମହାରାଷ୍ଟ୍ରରେ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱରେ ସରକାର ଗଠନ ହୋଇଛି। ଶିବସେନା-ଏନସିପି ଏବଂ କଂଗ୍ରେସ ମିଶି ରାଜ୍ୟକୁ ଏକ ମଜଭୁତ ସରକାର ଦେବା ପାଇଁ ଶପଥ ନେଇଛନ୍ତି। ଗତ କିଛିଦିନ ହେବ ଶିବସେନା ମୁଖପତ୍ର ‘ସାମ୍‌ନା’ରେ ପ୍ରତିଦିନ ମୋଦି ସରକାରକୁ…

ମଧ୍ୟାହ୍ନ ଭୋଜନ: ୮୧ ଜଣ ଛାତ୍ରୀଛାତ୍ରଙ୍କ ମଧ୍ୟରେ ବଣ୍ଟାଗଲା ମାତ୍ର ୧ ଲିଟର କ୍ଷୀର

ସୋନଭଦ୍ର,୨୯।୧୧: ଉତ୍ତର ପ୍ରଦେଶ ସୋନଭଦ୍ରର ଏକ ପ୍ରାଇମେରୀ ସ୍କୁଲରେ ମଧ୍ୟାହ୍ନ ଭୋଜନ ସମୟରେ ଏକ ଚକିତ ଘଟଣା ଘଟିଛି। ସ୍କୁଲରେ ୮୧ ଜଣ ଛାତ୍ରୀଛାତ୍ରଙ୍କ ମଧ୍ୟରେ ବଣ୍ଟାଯାଇଛି ମାତ୍ର ୧ ଲିଟର କ୍ଷୀର। କ୍ଷୀରରେ ପାଣି ମିଶାଯାଇ ପିଲାଙ୍କୁ ଦିଆଯାଇଥିବା ଅଭିଯୋଗ…

ଉଦ୍ଧବଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ମୁମ୍ବାଇ,୨୯।୧୧: ‘ଠାକ୍‌ରେ’ ପରିବାରର ପ୍ରଥମ ସଦସ୍ୟ ଭାବେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି ଉଦ୍ଧବ ଠାକ୍‌ରେ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ବିଶାଳ ଜନସମୁଦ୍ରର ଉପସ୍ଥିତିରେ ଶିବାଜୀ ପାର୍କଠାରେ ସେ ଶପଥ ନେଇଛନ୍ତି। ଦୀର୍ଘ ୨ ଦଶନ୍ଧି ପରେ ଜଣେ ଶିବସେନା…

ପରିବର୍ତ୍ତିତ ମାର୍ଗରେ ଚାଲିବ ପୁରୁଷୋତ୍ତମ ଏକ୍ସପ୍ରେସ

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ପୁରୀ-ନୂଆଦିଲ୍ଲୀ-ପୁରୀ ପୁରୁଷୋତ୍ତମ ଏକ୍ସପ୍ରେସ୍‌ (୧୨୮୦୧-୧୨୮୦୨) ଆସନ୍ତା ଡିସେମ୍ବର ୫ ଓ ୬ରେ ପରିବର୍ତ୍ତିତ ମାର୍ଗରେ ଚଳାଚଳ କରିବ। ମୋଗଲସରାଇ ରେଳ ମଣ୍ଡଳର ବାବୁଆ ଷ୍ଟେଶନରେ ସୁରକ୍ଷା ସମ୍ବନ୍ଧିତ ଆଧୁନିକୀକରଣ କାର୍ଯ୍ୟ ଚାଲୁଥିବାରୁ ପୁରୁଷୋତ୍ତମର ମାର୍ଗ ପରିବର୍ତ୍ତନ କରାଯାଇଛି। ଏହି ଦୁଇ…

ବିଭାଗୀୟ ଉଦାସୀନତାରୁ ଯବାନ ମୃତ୍ୟୁସହ ସଂଗ୍ରାମ କରିବା ଘଟଣା: ତଦନ୍ତ ପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଲା ଗୃହ ବିଭାଗ

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): କାର୍ଯ୍ୟ କରୁଥିବାବେଳେ ବ୍ରେନ୍‌ଷ୍ଟ୍ରୋକ୍‌ର ଶିକାର ହୋଇ ଗୁରୁତର ଥିବା ଯବାନ କୃଷ୍ଣଚନ୍ଦ୍ର ମଲ୍ଲିକଙ୍କ ପ୍ରତି ଗୁରୁତର ବିଭାଗୀୟ ଅବହେଳା କରାଯାଇଥିବା ଅଭିଯୋଗ ହୋଇ ଆସୁଛି। ସେ ଏବେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବାବେଳେ ସ୍ବାସ୍ଥ୍ୟାବସ୍ଥା ସୁଧୁରିବା ପରିବର୍ତ୍ତେ ଜଟିଳ…

ପୁରୁଣା ଲିଙ୍ଗରାଜ ମାର୍କେଟ କମ୍ପ୍ଲେକ୍ସ ଭାଙ୍ଗିବ ପ୍ରଶାସନ

ପୁରୁଣା ଭୁବନେଶ୍ୱର,୨୯।୧୧(ଡି.ଏନ.ଏ.): ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ଉନ୍ନତୀକରଣ ତଥା ମନ୍ଦିର ଆୟ ବୃଦ୍ଧି ନେଇ ପର୍ଯ୍ୟଟନ ବିଭାଗ, ବିଏମସି ଓ ଦେବୋତ୍ତର ବିଭାଗ ମିଳିତ ପ୍ରୟାସରେ ନିର୍ମାଣାଧୀନ ନୂତନ ମାର୍କେଟ କମ୍ପ୍ଲେକ୍ସ ଦୋକାନ ଗୃହ ଆବଣ୍ଟନ ପ୍ରାୟତଃ ଶେଷ ହୋଇଛି। ଗୋଟିଏ…

ସ୍କୁଲ ଯାଉଛି ରୋବୋ

ଟୋକିଓ: ପ୍ରାୟତଃ ପିଲାମାନେ ରୋଗରେ ପଡ଼ିଲେ ସ୍କୁଲ ଯିବାକୁ ପସନ୍ଦ କରି ନ ଥାନ୍ତି। ଏହି ସମୟରେ ସ୍କୁଲରେ ପାଠ ପଢ଼ା ଆଗେଇ ଯାଉଥିବା ବେଳେ ପିଲା ପଛରେ ରହିଯାଉଥିବା ଦେଖାଯାଏ। ଏ ନେଇ ପିଲାମାନଙ୍କ ମାତାପିତା ବେଶ୍‌ ଚିନ୍ତିତ ହୋଇପଡ଼ନ୍ତି।…

ରାଜଧାନୀରେ ଜମି ମାଫିଆଙ୍କ ଗୁଣ୍ଡାରାଜ: ବନ୍ଧୁକ ଦେଖାଇ ମାଡ଼ମାରି ନେଲେ ଦସ୍ତଖତ

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ରାଜଧାନୀରେ ଜମି ମାଫିଆ ଓ ଦଲାଲଙ୍କ ଗୁଣ୍ଡାଗିରି ଦିନକୁ ଦିନ ବଢ଼ି ଚାଲିଛି। ବନ୍ଧୁକ ଓ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଲୋକଙ୍କ ଜମି କବ୍‌ଜା କରୁଛନ୍ତି। ମଞ୍ଚେଶ୍ୱର ଥାନା ଅଞ୍ଚଳରେ ରହୁଥିବା ଜଣେ ଜମି ମାଲିକଙ୍କୁ ଜମି ମାଫିଆମାନେ ଉଠାଇ…

ରାଜ୍ୟରେ ୨୩ ଶହ କି.ମି. କେନାଲ ରାସ୍ତା ନିର୍ମାଣ ହେବ: ଖର୍ଚ୍ଚ ହେବ ୯ଶହ କୋଟି

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ଆର୍‌ସିଆର୍‌ ପ୍ରୋଜେକ୍ଟ ଅଧୀନରେ ରାଜ୍ୟରେ ୨୩ଶହ କିମି କେନାଲ ରାସ୍ତା ନିର୍ମାଣ ହେବ। ଏଥିପାଇଁ ୯ଶହ କୋଟି ଟଙ୍କା ଖର୍ଚ୍ଚ ହେବ। କ୍ୟାବିନେଟ ଅନୁମୋଦନ ପରେ ଏହି ଯୋଜନା କାର୍ଯ୍ୟକାରୀ ହେବ। ଗୁରୁବାର ବିଧାନସଭା ପ୍ରଶ୍ନୋତ୍ତର ବେଳେ ଏହି ସୂଚନା…

ସିଏଜିି ରିପୋର୍ଟ: ୧୬,୩୯୧ କୋଟିର ୟୁସି ଦେଇ ନାହାନ୍ତି ସରକାରୀ ବିଭାଗ

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ରାଜ୍ୟର ଆର୍ଥିକ ସ୍ଥିତି ଭଲ ରହିଛି। ବିତ୍ତୀୟ ପରିଚାଳନା ଠିକ ଢଙ୍ଗରେ କରାଯାଉଛି। ଟିକସ ଆଦାୟ ବଢ଼ିଛି। ରାଜସ୍ବ ପୂର୍ବ ବର୍ଷ ତୁଳନାରେ ସନ୍ତୋଷଜନକ ରହିଛି। ତେବେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ କେନ୍ଦ୍ରରୁ ପାଇଥିବା ଅନୁଦାନର ବିନିଯୋଗ ପ୍ରମାଣ…

ବଲାଙ୍ଗୀର ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ଗତ ଅଗଷ୍ଟ ୧୩ ଏବଂ ୧୪ ତାରିଖରେ ବଲାଙ୍ଗୀର ଜିଲାର ସମସ୍ତ ବ୍ଲକରେ ପ୍ରବଳ ବୃଷ୍ଟିପାତ ହୋଇଥିଲା। ବଲାଙ୍ଗୀର ବ୍ଲକରେ ୧୪ ତାରିଖରେ ୫୫୦ମି.ମି. ବର୍ଷା ହୋଇଥିଲା। ସେହିପରି ୧୩ତାରିଖରେ ଗୁଡ୍‌ଭେଲା ବ୍ଲକରେ ୪୧୪ ମି.ମି. ବର୍ଷା ହୋଇଥିବାର ରେକର୍ଡ…

ହକି ସମ୍ପର୍କିତ ସଂକଳ୍ପକୁ ସମର୍ଥନ: ମୁଖ୍ୟମନ୍ତ୍ରୀଙ୍କୁ ସବୁ ଦଳ ସଦସ୍ୟଙ୍କ ପ୍ରଶଂସା

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ୨୦୨୩ରେ ରାଜ୍ୟରେ ଦ୍ୱିତୀୟ ଥର ଲାଗି ହକି ବିଶ୍ୱକପ୍‌ ଅନୁଷ୍ଠିତ ହେବ। ଏହାର ସଫଳତା କାମନା କରି ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏକ ସଂକଳ୍ପ ଆଣିଥିଲେ। ଏହି ଅବସରରେ ନରସିଂହ କହିଛନ୍ତି, ହକି ହେଉଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri