ଆଇନରେ ପରିଣତ ହେଲା ସିଏବି: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭଦ୍ରକର ମୁସଲମାନ ପ୍ରତିନିଧି ଦଳ
ଭୁବନେଶ୍ୱର,୧୩।୧୨(ବ୍ୟୁରୋ): ନାଗରିକତ୍ୱ(ସଂଶୋଧନ) ବିଲ୍(ସିଏବି) ଆଇନରେ ପରିଣତ ହୋଇଛି। ଏନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭଦ୍ରକ ଜିଲା ଚଉଦ ମହଲା ମୁସଲମାନ ପ୍ରତିନିଧି ଦଳ ଭେଟିଛନ୍ତି। ସେମାନେ ଆଇନକୁ ନେଇ ଭୟଭୀତ ବୋଲି ଜଣାଇଛନ୍ତି। ତେବେ ଏନେଇ ଭୟ ନ କରିବାକୁ…
‘ରେପ୍ ଇନ ଇଣ୍ଡିଆ’ ମନ୍ତବ୍ୟକୁ ନେଇ କ୍ଷମା ମାଗିବି ନାହିଁ: ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୧୩।୧୨: କଂlଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ‘ରେପ୍ ଇନ ଇଣ୍ଡିଆ’ ମନ୍ତବ୍ୟକୁ ନେଇ ଲୋକ ସଭାରେ ଝଡ ଉଠିଛି। ଗୃହରେ ଭାଜପା ରାହୁଲ କ୍ଷମା ମାଗନ୍ତୁ ବୋଲି ଦାବି କରିଛି। କିନ୍ତୁ ରାହୁଲ କହିଛନ୍ତି, ମୁଁ କ୍ଷମା ମାଗିବାର ପ୍ରଶ୍ନ…
ଋଷିକୂଲ୍ୟା ମୁହାଣରୁ ମିଳିଲା ୩୦ ଫୁଟ ଲମ୍ବ ତିମିର ମୃତଦେହ
ଗଞ୍ଜାମ,୧୩।୧୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଣାବନ୍ଧ ଗ୍ରାମ ଗଙ୍ଗାଦେବୀ ପୀଠ ନିକଟସ୍ଥ ଋଷିକୂଲ୍ୟା ମୂହାଣରୁ ଶୁକ୍ରବାର ୩୦ଫୁଟ ତିମିର ମୃତଦେହ ମିଳିଛି। ଖବରପାଇ ବନବିଭାଗ ବେଳାଭୂମିରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ତେବେ ସମୁଦ୍ର ପାଣିକୁ ଲାଗି ମୃତଦେହଟି ପଡ଼ିଥିବା ଯୋଗୁ…
ସନ୍ଦେହରେ ବୋଲରଙ୍କ ନୋ ବଲ
ଢାକା,୧୩।୧୨- ଚଳିତ ବାଂଲାଦେଶ ପ୍ରିମିୟର ଲିଗ୍ (ପିବିଏଲ)ରେ ବାଂଲାଦେଶ ବୋଲରଙ୍କ ପ୍ରଦର୍ଶନ ଉପରେ ପ୍ରଶଂସକ ମ୍ୟାଚ୍ ଫିକ୍ସିଂ ହୋଇଥିବା ଅଭିଯୋଗ ଆଣିଛନ୍ତି। ଚାଟ୍ଟୋଗ୍ରାମ ଚ୍ୟାଲେଞ୍ଜର୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ରେ ସିଲହଟ ଥଣ୍ଡର୍ସ ପେସର କ୍ରିଶମାର ସାଣ୍ଟୋକିଙ୍କ ଦୁଇଟି ବଲ ଫିଲ୍ଡ ଅମ୍ପାୟର…
ମା’ କାଳୀଙ୍କ ପୂଜା କରି ନିର୍ଭୟା ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବି: ପବନ କୁମାର
ନୂଆଦିଲ୍ଲୀ,୧୩।୧୨: ନିର୍ଭୟା ଗଣବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଯୁବକଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ପ୍ରସ୍ତୁତି ଚାଲିଛି। ଉତ୍ତର ପ୍ରଦେଶର ମୀରଟ ଜେଲରେ ଥିବା ଘାତକ ପବନ ଜହ୍ଲାଦ ହିଁ ୪ ଦୋଷୀଙ୍କୁ ଫାଶୀ ଫାଶୀ ଖୁଣ୍ଟରେ ଝୁଲାଇବେ।…
ଫଟୋଗ୍ରାଫରଙ୍କୁ ଦେଖି ଏମିତି ପ୍ରତିକ୍ରିୟା ଦେଲେ ଏହି ଷ୍ଟାର୍କିଡ୍
ଶାହାରୁଖ୍ ଖାଁ ଏବଂ ଗୌରୀଙ୍କ ସାନ ପୁଅ ଅବରାମ୍ଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ୬ ବର୍ଷର ଅବରାମ ରାଣୀ ମୁଖାର୍ଜୀଙ୍କ ଝିଅ ଆଦିରାଙ୍କ ଜନ୍ମଦିନ ପାର୍ଟିରେ ଯୋଗ ଦେବାକୁ ଯାଇଥିଲେ। ଏହି ପାର୍ଟିରେ ଅବରାମ…
ଶ୍ରୀମନ୍ଦିର ଯିବ ବାଲୁଖଣ୍ଡ ଅଭୟାରଣ୍ୟ କାଠ: ମନ୍ତ୍ରୀ
ଭୁବନେଶ୍ୱର,୧୩।୧୨(ବ୍ୟୁରୋ): ପୁରୀ ଜିଲା ବାଲୁଖଣ୍ଡ ଅଭୟାରଣ୍ୟର କାଠ ଏବେ ସ୍ବର୍ଗଦ୍ୱାର ଓ ଶ୍ରୀମନ୍ଦିର ରୋଷଘର ପାଇଁ ଯିବ। ବାତ୍ୟା ‘ଫନୀ’ରେ ନଷ୍ଟ ହୋଇଥିବା ୧୫ ଲକ୍ଷ କୁଇଣ୍ଟାଲ କାଠ ଶ୍ରୀମନ୍ଦିର ଯିବା ସ୍ଥିର ହୋଇଛି। ଏନେଇ ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ ବୈଠକରେ…
ବାଇକ୍କୁ ଧକ୍କା ଦେଲା ହାଇଓ୍ବା: ପରୀକ୍ଷା ଦେବାକୁ ଯିବା ବାଟରେ ଜଣେ ଛାତ୍ରୀ ମୃତ, ଦୁଇ ଆହତ
ବରଗଡ଼ ଅଫିସ/ଅତାବିରା,୧୩।୧୨(ଡି.ଏନ୍.ଏ.): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଅତାବିରା-ଟୋପ ରାସ୍ତାରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ରୀଜଣଙ୍କ ହେଲେ ଅତାବିରାର ବୀଣାପାଣି ସେଠ(୧୯)। ସେହିଭଳି ଅନ୍ୟ ଦୁଇଜଣ ଛାତ୍ରୀଛାତ୍ର…
ଅମ୍ପାୟରଙ୍କ ଭୁଲ୍ ନିଷ୍ପତ୍ତି ପରେ ଗ୍ରାଉଣ୍ଡ ଛାଡ଼ିଲେ ନାହିଁ ୟୁସୁଫ ପଠାନ
ଭଦୋଦରା,୧୩।୧୨- କ୍ରିକେଟରେ ଅମ୍ପାୟରମାନେ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଦେବା ଏବେ କିଛି ନୂଆ ଘଟଣା ନୁହେଁ। ମାତ୍ର ଖେଳାଳିମାନେ ଏହାକୁ ବିରୋଧକରି ଗ୍ରାଉଣ୍ଡ ଛାଡ଼ିବାକୁ ମନାକରିବା ହୁଏତ ପ୍ରଥମ ଘଟଣା ହୋଇପାରେ। ଏଭଳି ଘଟଣା ଚଳିତ ରଣଜୀ ଟ୍ରଫିରେ ମୁମ୍ବାଇ ଓ ବରୋଦା…
ତେଜିଲା ମଦ ବିରୋଧୀ ଆନ୍ଦୋଳନ: ମଦଦୋକାନ ଉଚ୍ଛେଦ ଦାବିରେ ଜିଲା ଅବକାରୀ ନିରୀକ୍ଷକଙ୍କୁ ଦାବିପତ୍ର
ଭବାନୀପାଟଣା,୧୩।୧୨(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ମଦ ବିରୋଧୀ ଆନ୍ଦୋଳନ ଜୋର ଧରିଛି। ମଦଦେକାନ ଉଚ୍ଛେଦ ଦାବିରେ କଳାହାଣ୍ଡି ଅବକାରୀ ନିରୀକ୍ଷକଙ୍କୁ ବାହାଦୁର ବଗିଚାପଡ଼ା ମହିଳା ସଂଗଠନ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସହରର ମାଣିକେଶ୍ୱରୀ ହାଇସ୍କୁଲ ଛକଠାରୁ କଲେଜଛକ…
କଟକରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା ଘଟଣା: ସାଇଣ୍ଟିଫିକ୍ ଟିମ୍ ସହ ପୋଲିସର ତଦନ୍ତ, ସନ୍ଦେହ ଘେରରେ ଘର ବାହାରେ ଥିବା ଜୋତା
କଟକ ଅଫିସ,୧୩।୧୨: କଟକ ନୂଆବଜାର ଅଞ୍ଚଳରେ ବୃଦ୍ଧ ଦମ୍ପତିଙ୍କ ହତ୍ୟା ଘଟଣାରେ ଶୁକ୍ରବାର ପୋଲିସ ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ସହ ପହଞ୍ଚି ଯାଞ୍ଚ କରିଛି। ଘରେ ପଡ଼ିଥିବା ରକ୍ତଛିଟାରୁ ରକ୍ତନମୂନା ସଂଗ୍ରହ କରାଯିବା ସହ ଦମ୍ପତି ବ୍ୟବହାର କରୁଥିବା…
ତ୍ୱଚାରେ କୁପ୍ରଭାବ ପକାଏ ନିୟମିତ କରୁଥିବା ଏହି ୪ ଭୁଲ୍, ଜାଣନ୍ତୁ…
ସାଧାରଣତଃ ମହିଳାମାନେ ନିଜର ତ୍ୱଚାକୁ ନେଇ ଯତ୍ନବାନ ଥାନ୍ତି। ସୁନ୍ଦର ତ୍ୱଚା ପାଇବା ଲାଗି ସେମାନେ ବିଭିନ୍ନ ପ୍ରକାର ରସାୟନିକ ପଦାର୍ଥର ବ୍ୟବହାର କରିବାକୁ ପଛାଇ ନ ଥାନ୍ତି। ମାତ୍ର ପ୍ରତିଦିନ କରୁଥିବା କିଛି ଭୁଲ୍ ତ୍ୱଚା ଉପରେ କୂପ୍ରଭାବ ପକାଇ…
Archives


