Posted inTrending, ଖେଳ

ଟିମ ଇଣ୍ଡିଆକୁ ବଡ଼ କ୍ଷତି: ଲଗାତାର ୨ ପରାଜୟ ପରେ…

ନୂଆଦିଲ୍ଲୀ,୨।୧୧:ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜକୁ ୩-୨ରେ ଜିତିଥିଲେ ମଧ୍ୟ ଭାରତୀୟ କ୍ରିକେଟ ଦଳକୁ ଲାଗିଛି ବଡ଼ ଝଟକା। ଲଗାତାର ଦୁଇଟି ମ୍ୟାଚ୍‌ରେ ପରାଜୟ ଯୋଗୁ ଆଇସିସି ଟି-୨୦ ରାଙ୍କିଂରେ ଭାରତର ରେଟିଂ ପଏଣ୍ଟ ହ୍ରାସ ପାଇଛି। ଫଳରେ ଶୀର୍ଷ ସ୍ଥାନ ଦଖଲ କରିବାର ନିକଟତର ହୋଇଥିବା ଟିମ ଇଣ୍ଡିଆ ଏବେ ଇଂଲଣ୍ଡଠାରୁ ପଛରେ ପଡ଼ିଛି। ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍‌ର ପ୍ରଥମ ତିନୋଟି ଟି-୨୦ ମ୍ୟାଚ୍‌ରେ ବିଜୟ ହାସଲ କରି ଭାରତୀୟ ଦଳ ଦମ୍‌ଦାର ପ୍ରଦର୍ଶନ କରିଥିଲା। ଏହି ବିଜୟ ପରେ ଆଇସିସି ଟି-୨୦ ରାଙ୍କିଂରେ ଭାରତର ରେଟିଂ ୨୬୯କୁ ବୃଦ୍ଧି ପାଇଥିଲା। ଇଂଲଣ୍ଡର ରେଟିଂ ମଧ୍ୟ ୨୬୯ ରହିଥିବାରୁ ଉଭୟ ଦଳ ସମାନ ସ୍ଥିତିରେ ଥିଲେ। ଆଉ ଗୋଟିଏ ବିଜୟ ହାସଲ କରିଥିଲେ ଭାରତ ରାଙ୍କିଂର ଶୀର୍ଷ ସ୍ଥାନକୁ ଉଠିବାର ସୁଯୋଗ ପାଇଥାନ୍ତା।
ତେବେ ସିରିଜ୍‌ର ଶେଷ ଦୁଇଟି ମ୍ୟାଚ୍‌ରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ଏହାର ଫଳ ରାଙ୍କିଂରେ ଦେଖିବାକୁ ମିଳିଛି। ଭାରତର ରେଟିଂ ୨୬୯ରୁ ହ୍ରାସ ପାଇ ୨୬୭ରେ ପହଞ୍ଚିଛି। ଅନ୍ୟପଟେ ୨୬୯ ରେଟିଂ ସହ ଇଂଲଣ୍ଡ ଶୀର୍ଷ ସ୍ଥାନରେ ରହିଛି। ୨୬୦ ରେଟିଂ ସହ ଅଷ୍ଟ୍ରେଲିଆ ତୃତୀୟ ସ୍ଥାନରେ ଅଛି।

ଭାରତୀୟ ଦଳ ଏବେ ତୁରନ୍ତ କୌଣସି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ଖେଳିବାର କାର୍ଯ୍ୟକ୍ରମ ନାହିଁ। ଡିସେମ୍ବର ଶେଷ ଭାଗରେ ଶ୍ରୀଲଙ୍କା ବିପକ୍ଷରେ ତିନିଟି ଟି-୨୦ ମ୍ୟାଚ ଖେଳିବ ଟିମ ଇଣ୍ଡିଆ। ତେଣୁ ଏହି ସିରିଜ୍‌ରେ ଭଲ ପ୍ରଦର୍ଶନ କରି ପୁଣି ଥରେ ଶୀର୍ଷ ସ୍ଥାନ ଦଖଲ କରିବାକୁ ଭାରତ ଚେଷ୍ଟା କରିବ।

ଟି-୨୦ ସିରିଜ ପରେ ଏବେ ଭାରତୀୟ ଦଳର ନଜର ଦିନିକିଆ ସିରିଜ ଉପରେ। ନଭେମ୍ବର ୪ରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବ। ଆଇସିସି ଦିନିକିଆ ରାଙ୍କିଂରେ ଭାରତ ୧୧୫ ରେଟିଂ ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ୧୦୯ ରେଟିଂ ସହ ନ୍ୟୁଜିଲାଣ୍ଡ ଦ୍ୱିତୀୟ ସ୍ଥାନରେ ଅଛି। ତେଣୁ ଦୁଇ ଶକ୍ତିଶାଳୀ ଦଳ ମଧ୍ୟରେ ଦିନିକିଆ ସିରିଜ୍‌ରେ ଜୋରଦାର ମୁକାବିଲା ଦେଖିବାକୁ ମିଳିବ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆରେ ଇତିହାସ ରଚିଲା କ୍ରିକେଟ୍‌ର ଶିଶୁ: ସମସ୍ତଙ୍କ ଚକିତ କଲା ପ୍ରଦର୍ଶନ

ନୂଆଦିଲ୍ଲୀ,୨।୧୧:ଅନ୍ତର୍ଜାତୀୟ କ୍ରିକେଟ୍‌ରେ ନାମ୍ବିଆର ଐତିହାସିକ ସଫଳତା। ଆୟରଲାଣ୍ଡକୁ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍‌ର ୩-୨ରେ ପରାସ୍ତ କରି ଇତିହାସ ରଚିଛି ନାମ୍ବିଆ। ନଭେମ୍ବର ୧ରେ ଖେଳାଯାଇଥିବା…

ନ୍ୟୁଜିଲାଣ୍ଡ ସିରିଜ ପରେ ଏହି ୪ ଭାରତୀୟ ଖେଳାଳିଙ୍କ ଟି-୨୦ କ୍ୟାରିୟର ଉପରେ ଝୁଲୁଛି ଖଣ୍ଡା, କଟିବ ପତ୍ତା! ଲିଷ୍ଟରେ ଅଛନ୍ତି…

ନୂଆଦିଲ୍ଲୀ, ୨।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜକୁ ୩-୨ରେ ଜିତିବାରେ ସଫଳ ହୋଇଛି ଭାରତ। ଏହି ସିରିଜେରେ କିଛି ଭାରତୀୟ ଖେଳାଳି ନିଜର ପ୍ରଦର୍ଶନ ବଳରେ ଆଶା…

ବିଦାୟ ନେଲେ ମା’ ଗଜଲକ୍ଷ୍ମୀ: ଋଷିକୁଲ୍ୟାରେ ମା’ଙ୍କ ଭସାଣି

ଗଞ୍ଜାମ,୨/୧୧ (ବିଦ୍ୟାଧର ସାହୁ): ବିଦାୟ ନେଇଛନ୍ତି ମା’ ଗଜଲକ୍ଷ୍ମୀ। ଏକ ବିରାଟ ପଟୁଆରରେ ମା’ଙ୍କୁ ବଜାର ପରିକ୍ରମା କରାଯିବା ପରେ ଦାମୋଦରପୁରସ୍ଥିତ ଋଷିକୁଲ୍ୟା ନଦୀରେ ପୂଜାର୍ଚ୍ଚନା କରାଯାଇ…

ଗଜକେଶରୀ ରାଜଯୋଗ: ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାର୍‌ଚାନ୍ଦ, ଚାରିଆଡୁ ହୁ ହୁ ହୋଇ ବଢିବ ଧନ! ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସିଂହ ରାଶିରେ ଗୁରୁ ଓ ଚନ୍ଦ୍ରମାଙ୍କ ଅବସ୍ଥାନ ଯୋଗୁ ଉଭୟ ଗ୍ରହଙ୍କ ମଧ୍ୟରେ ଏକ ବିଶେଷ ସଂଯୋଗ ସୃଷ୍ଟି ହେବ। ଏହାର ପ୍ରଭାବରେ…

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍‌ରେ ମଝିରେ ଟିମ୍‌ଇଣ୍ଡିଆ ପାଇଁ ଆସିଲା ଖରାପ ଖବର: ବଢିଲା ଆଶଙ୍କା

ନୂଆଦିଲ୍ଲୀ,୨।୧୧: ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ଭାରତୀୟ କ୍ରିକେଟ ଦଳକୁ ଲାଗିଛି ବଡ଼ ଝଟକା। ଆହତ ସମସ୍ୟାରୁ ମୁକୁଳି ନଥିବା ଷ୍ଟାର ଉଇକେଟକିପର ବ୍ୟାଟର ଋଷଭ ପନ୍ତ ନ୍ୟୁଜିଲାଣ୍ଡ…

ବାଣୀବିହାରରେ ଝାଡ଼ାବାନ୍ତି ଆତଙ୍କ

ଭୁବନେଶ୍ବର,୨।୧୧: ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ସୋମବାର ଝାଡ଼ାବାନ୍ତି ଆତଙ୍କ ଦେଖାଦେଇଛି। ବିଶ୍ବବିଦ୍ୟାଳୟର ୭ ନମ୍ବର ଛାତ୍ରୀ ନିବାସର ୧୦ଜଣ ଅନ୍ତେବାସୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ…

ଜିତିବା ପରେ ବି ପାକିସ୍ତାନ ଉପରେ ଆଇସିସି ନେଲା କଡ଼ା କାର୍ଯ୍ୟାନୁଷ୍ଠାନ: ଭୁଲ ମାନିଲେ ଅଧିନାୟକ, ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ, ୨।୧୧: ରବିବାର ଲାହୋରର ଗଦାଫି ଷ୍ଟାଡିୟମରେ ଟ୍ରାଇ-ନେସନ ସିରିଜର ଫାଇନାଲ ମ୍ୟାଚ ଖେଳାଯାଇଥିଲା। ଏଥିରେ ପାକିସ୍ତାନ ଶ୍ରୀଲଙ୍କାକୁ ୩ ଉଇକେଟ୍‌ରେ ପରାସ୍ତ କରି ଟାଇଟଲ ନିଜ…

ନ୍ୟୁଜିଲାଣ୍ଡରେ ଚମକିଲେ ଏହି ଭାରତୀୟ ଯୁବ ଖେଳାଳି, ଟିମ ଇଣ୍ଡିଆ ଦେଲା ବଡ଼ ଉପହାର, ଜାଣନ୍ତୁ ସେ କିଏ…

ନୂଆଦିଲ୍ଲୀ, ୨।୧୧: ଟିମ ଇଣ୍ଡିଆର ଅନେକ ବଡ଼ ବଡ଼ ଖେଳାଳି ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ଫ୍ଲପ୍‌ ହୋଇଛନ୍ତି। ଭାରତ ସିରିଜକୁ ୩-୨ରେ ଜିତିଥିଲେ ମଧ୍ୟ ବ୍ୟାଟିଂରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?