ଦୋପଟି ମେଳଣ ପଡ଼ିଆରେ ହରିହର ଭେଟ

ବାଲିପାଟଣା, ୭ା୩(ଡି.ଏନ୍‌.ଏ.): ପାରମ୍ପରିକ ଦୋପଟି ମେଳଣ ବାଲିପାଟଣାସ୍ଥିତ ମେଲଣ ପଡିଆରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବିଧି ଅନୁଯାୟୀ ଥାନପତି ବୁଦ୍ଧନାଥ ଦେବଙ୍କ ପକ୍ଷରୁ ସ୍ଥାନୀୟ ଅଞ୍ଚଳର ଠାକୁରଙ୍କୁ ମେଳଣ ଯାତ୍ରାକୁ ଆସିବାକୁ ନିମନ୍ତ୍ରଣ ଦିଆଯାଇଥିଲା। ଥାନାପତିଙ୍କ ନିମନ୍ତ୍ରଣ ରକ୍ଷାକରି ଏକାଦଶୀ ତିଥିରେ ଦୋଳ ବିମାନରେ ବିଭିନ୍ନ ଅଞ୍ଚଳର ଠାକୁରମାନେ ସଜ୍ଜିତ ହୋଇ ପଟୁଆରରେ ଆସିଥିଲେ। ପୂର୍ବରୁ ମେଳଣ ପଡ଼ିଆରେ ଉପସ୍ଥିତ ବୁଦ୍ଧନାଥଙ୍କ ଆସ୍ଥାନ ନିକଟରୁ ଦୁଇପାର୍ଶ୍ୱକୁ ଠାକୁରମାନେ ଶୁକ୍ରବାର ପ୍ରତ୍ୟୁଷରୁ ଆସି ନିଜ ସ୍ଥାନ ଅଳଙ୍କୃତ କରିଥିଲେ। ପୂଜାର୍ଚ୍ଚନା ପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ପ୍ରାୟ ରାତ୍ର ୮ଟାରେ ହରିହର ଭେଟ ହୋଇଥିଲା। ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଟ୍ରାଫିକ୍‌ ନୟନ୍ତ୍ରଣ ବ୍ୟବସ୍ଥା କରାଯାଇଥିଲା। ହୁଳହୁଳି, ହରିବୋଲ ଓ ଘଣ୍ଟରେ ମେଳଣ ପଡିଆ ପ୍ରକମ୍ପିତ ହେବା ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ବୁଦ୍ଧନାଥ ଦେବଙ୍କ ବଡପଣ୍ଡା ଚନ୍ଦ୍ରଶେଖର ପଣ୍ଡା କୁହନ୍ତି, ଏ ମେଳଣ ଥାନପତି ବୁଦ୍ଧନାଥ ଦେବଙ୍କ ନିର୍ଦ୍ଦେଶରେ ଆମ ଅଞ୍ଚଳରେ ପ୍ରଥମ କରି କରାଯାଏ। ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥାଏ। ଭିଡ କମିଲେ ଠାକୁରମାନେ ତାଙ୍କ ଆବାସସ୍ଥଳକୁ ଭେଟଭାଟ ହୋଇ ଫେରିଯାଇଥିଲେ। ଏହି ମେଳଣ ବହୁ ପୁରାତନ।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ପାଇଁ ଗର୍ବ ଆଣିଲେ ଅଭିଲିପ୍ସା, ସଙ୍ଗୀତ ପ୍ରତିଯୋଗିତାରେ ରାଜ୍ୟରେ ପ୍ରଥମ

ଭଞ୍ଜନଗର,୨।୮(ବାବୁଲା ପ୍ରଧାନ): ରାଜ୍ୟସ୍ତରୀୟ ସଙ୍ଗୀତ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି ଦଶମ ଶ୍ରେଣୀର ଛାତ୍ରୀ ଅଭିଲିପ୍ସା ତ୍ରିପାଠୀ।…

ବର୍ଷା ବିପନ୍ନଙ୍କ ପାଖରେ ପହଞ୍ଚିଲେ ହାଟଡିହି ବ୍ଲକ ଉପାଧ୍ୟକ୍ଷ, ଅଞ୍ଚଳବାସୀଙ୍କ ପ୍ରଶଂସା

ବଞ୍ଚୋ,୨।୮(ପ୍ରଦୋଷ ବିଶ୍ୱାଳ ): ଲଗାଣ ବର୍ଷା ଓ ବନ୍ୟା ପ୍ରଭାବରେ ଆନନ୍ଦପୁର ଉପଖଣ୍ଡର ଅନେକ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବଞ୍ଚୋ ଗ୍ରାମପଞ୍ଚାୟତର ୧୧ ଓ…

ବନ୍ୟା ବିପନ୍ନଙ୍କ ପାଖରେ ପହଞ୍ଚିଲା ରିଲିଫ୍‌, ସାଉଣ୍ଟିଲେ ପ୍ରଶଂସା

ଚାନ୍ଦବାଲି,୨।୮(କିଷାନ ପାତ୍ର): ଭଦ୍ରକ ଜିଲା ଭାଜପା ମହିଳା ମୋର୍ଚ୍ଚା ସମ୍ପାଦିକା ସ୍ବାଗତିକା ପଲାଇଙ୍କ ନେତୃତ୍ୱରେ ଚାନ୍ଦବାଲି ବ୍ଲକର ବନ୍ୟା ପ୍ରଭାବିତ ମାଧପୁର, ଭୂଇଁବୃତ୍ତି, ଘଟପୁର, ଆରଡ଼ି, ଓଲଗ,…

ଦାରିଙ୍ଗବାଡିରେ ବ୍ୟବସାୟୀଙ୍କ ଘରୁ ଲୁଟ୍ ଘଟଣା, ସନ୍ଧାନୀ କୁକୁର ପହଞ୍ଚି…

ଦାରିଙ୍ଗବାଡି,୨।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦାରିଙ୍ଗବାଡି ବଜାରର ଲୁଗା ବ୍ୟବସାୟୀ ଅଶୋକ କୁମାର ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍ ଚର୍ଚ୍ଚାର…

କ୍ଷୀରରେ ବରିଷ୍ଠ କଂଗ୍ରେସ ନେତାଙ୍କ ପାଦ ଧୋଇଲେ କର୍ମୀ, ସୋସିଆଲ ମିଡିଆରେ ଝଡ଼

ମୁମ୍ବାଇ,୨।୮: ମହାରାଷ୍ଟ୍ରର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଏବଂ ବିଧାୟକ ନାନା ପାଟୋଲେ ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି । ଦଳୀୟ କର୍ମୀମାନେ କ୍ଷୀରରେ ତାଙ୍କ ପାଦ…

ମଦ ଦୋକାନରୁ ଚୋରି, ଭାଇରାଲ ହେଉଛି ସିସିଟିଭି ଫୁଟେଜ୍‌

ଛତ୍ରପୁର,୨ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଥାନା ବଉଳ ଗାଁରେ ଥିବା ବିଦେଶୀ ମଦ ଦୋକାନରୁ ଶନିବାର ବିଳମ୍ବିତ ରାତିରେ ତାଲା ଭାଙ୍ଗି ଚୋରି ହୋଇଛି।…

ଘରେ ପଶି ମହିଳାଙ୍କ ମୁଣ୍ଡକୁ ଧରି ଘୋଷାଡ଼ି ଆଣିଲା ବାଘ, ଚିତ୍କାର ଶୁଣି….

ଭୋପାଳ,୨।୮: କାନ୍ହା ଜାତୀୟ ଉଦ୍ୟାନର ବଫର ଜୋନରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶର ବାଲାଘାଟ ଜିଲାର ବୈହାର ଅଞ୍ଚଳରେ ଶନିବାର ରାତିରେ ବାଘ…

ବଜାରରେ ହଲଚଲ୍! ଫୁଡ୍ ଡେଲିଭରି ବଜାରକୁ ଏଣ୍ଟ୍ରି କରିବ ଫ୍ଲିପକାର୍ଟ, Zomato-Swiggyକୁ କଡ଼ା ଟକ୍କର

ନୂଆଦିଲ୍ଲୀ,୨।୮:ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ବର୍ତ୍ତମାନ ଖାଦ୍ୟ ବିତରଣ (ଫୁଡ୍ ଡେଲିଭରି) ବ୍ୟବସାୟକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି ଚଳାଇଛି। କମ୍ପାନୀ ପାଖାପାଖି ଅଗଷ୍ଟ ୧୫ ତାରିଖରୁ ବେଙ୍ଗାଲୋରରୁ ନିଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri