ଆର୍‌. ମାଙ୍ଗା ବାବୁ ନୂଆ ଜିଏସ୍‌ଟି ମୁଖ୍ୟ ଆୟୁକ୍ତ

ଭୁବନେଶ୍ୱର, ୭ା୩(ବ୍ୟୁରୋ): ଜିଏସ୍‌ଟି କେନ୍ଦ୍ରୀୟ ଉତ୍ପାଦ ଏବଂ ସୀମା ଶୁଳ୍କ, ଭୁବନେଶ୍ୱର ଜୋନର ମୁଖ୍ୟ ଆୟୁକ୍ତ ଭାବେ ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ ଆର୍‌. ମାଙ୍ଗା ବାବୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କୁ କର୍ମଚାରୀମାନେ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ସେ କହିଛନ୍ତି, ସୁନା ସ୍ମଗଲିଂ ଏବଂ ଜିଏସ୍‌ଟି ଫାଙ୍କୁଥିବା ବ୍ୟବସାୟୀଙ୍କ ଉପରେ ତାଙ୍କ ନଜର ରହିବ। ଭୁବନେଶ୍ୱର ବିମାନବନ୍ଦରରୁ ବିଭିନ୍ନ ଦେଶକୁ ସିଧାସଳଖ ବିମାନ ଚଳାଚଳ ଯୋଗୁ ସୁନା ସ୍ମଗଲିଂ ବଢିବାରେ ଲାଗିଛି। ଏହାକୁ ରୋକିବା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରାଯିବ ବୋଲି ମାଙ୍ଗା ବାବୁ ପ୍ରକାଶ କରିଛନ୍ତି। ଏହା ପୂର୍ବରୁ ସେ ବିହାର ଜିଏସ୍‌ଟି ଏବଂ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ବିଭାଗର ପ୍ରଧାନ ଆୟୁକ୍ତ ଭାବେ କାର୍ଯ୍ୟ କରୁଥିଲେ। ଆର୍‌. ମାଙ୍ଗା ବାବୁ ନାର୍ଗାଜୁନ ବିଶ୍ୱବିଦ୍ୟାଳୟରୁ ଇତିହାସ ଏବଂ ଆଇନରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତି କରି ୧୯୮୮ ମସିହାରେ ଭାରତୀୟ ରାଜସ୍ବ ସେବାରେ ଯୋଗଦେଇଥିଲେ। ଦୀର୍ଘ ତିନି ଦଶଦ୍ଧି ମଧ୍ୟରେ ସେ ମୁମ୍ବାଇ, ଚେନ୍ନାଇ, କୋଲକାତା, ହାଇଦ୍ରାବାଦ, ସାଲେମ, ସିଲିଗୁଡ଼ି, ବିଶାଖାପାଟନମ୍‌, ଗୁଣ୍ଟୁର ଏବଂ ପାଟନାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରଲୋଭନ ଦେଖାଇ ବିଧବା ମହିଳାଙ୍କଠୁ ୬୦ ଲକ୍ଷର ଠକେଇ, ବାପାଙ୍କ ରୋଗ କଥା କହି….

​ଛତ୍ରପୁର,୨।୮(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ) : କନ୍ଧମାଳ ଜିଲା ଚକାପାଦ ଥାନା ଅନ୍ତର୍ଗତ ତଳସାହିର ଉତ୍ତମ କୁମାର ସାହୁ (୩୧)ଙ୍କୁ ଗିରଫ କରିଛି ଗଞ୍ଜାମ ସାଇବର କ୍ରାଇମ୍ ଥାନା…

ବଡ଼ଓସ୍ତିଆ ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ, କୃଷି ଋଣ ଛାଡ଼ ଦାବି

ଚାନ୍ଦବାଲି,୨।୮(କିଷାନ ପାତ୍ର): ଲଗାଣ ବର୍ଷା ଓ ବୈତରଣୀ ନଦୀର ବନ୍ୟା ଜଳ ମାଡ଼ି ଆସି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବଡ଼ଓସ୍ତିଆ ପଞ୍ଚାୟତର ଅନେକ ଅଞ୍ଚଳ…

ଜମିରେ ତଳି ରୋଇବା ବେଳେ ବଜ୍ରପାତ, ମହିଳା ଅଚେତ ହୋଇ…

ଦିଗପହଣ୍ଡି,୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ କୃଷ୍ଣପୁର ଗ୍ରାମରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସ୍ଥାନୀୟ ଜଣେ ମହିଳା ଚାଷଜମିରେ…

ସହାୟତାର ହାତ ବଢାଇଲେ ବବିତା

ସିଂହପୁର,୨।୮(ଅନଙ୍ଗ ଉଦୟ ବେଉରିଆ): ବିଞ୍ଝାରପୁର ବ୍ଲକ ଅଧୀନ ରଣପୁର ପଞ୍ଚାୟତ ବନ୍ୟା ବିପନ୍ନଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି। ବିଞ୍ଝାରପୁର ଭାଜପା ନେତ୍ରୀ ବବିତା ମଲ୍ଲିକ ବନ୍ୟା…

‘ଛୁରି ଧରି ମୋତେ ମାରିବାକୁ ଆସିଥିଲେ’, ଖବରଦାତା ସମ୍ମିଳନୀରେ ପପୁଙ୍କୁ ହତ୍ୟା ଉଦ୍ୟମ

ନୂଆଦିଲ୍ଲୀ,୨।୮: ରବିପୂର୍ଣ୍ଣିଆର ସ୍ୱାଧୀନ ଏମପି ପପୁ ଯାଦବ ରବିବାର ନିଜ ବାସଭବନରେ ଏକ ଖବରଦାତା ସମ୍ମିଳନୀ କରିଥିଲେ । ଏହି ସମୟରେ ହଠାତ୍ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା।…

ହୃଦଘାତରେ ଚାଲିଗଲା ପରମବ୍ରହ୍ମ ଯୋଶୀଙ୍କ ଜୀବନ, କଳାହାଣ୍ଡିରେ ଶୋକର ଛାୟା

ଭବାନୀପାଟଣା,୨।୮(ଉତ୍ତମ କୁମାର ଦାଶ): ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା କଳାହାଣ୍ଡି ଜିଲା ଜୁନାଗଡ଼ର ପୂର୍ବତନ ବିଡ଼ିଓ ପରମ ବ୍ରହ୍ମ ଯୋଶୀ (୬୭)ଙ୍କ ଶନିବାର ଅପରାହ୍ନରେ ହୃଦଘାତରେ ପରଲୋକ…

ଭଞ୍ଜନଗର ପାଇଁ ଗର୍ବ ଆଣିଲେ ଅଭିଲିପ୍ସା, ସଙ୍ଗୀତ ପ୍ରତିଯୋଗିତାରେ ରାଜ୍ୟରେ ପ୍ରଥମ

ଭଞ୍ଜନଗର,୨।୮(ବାବୁଲା ପ୍ରଧାନ): ରାଜ୍ୟସ୍ତରୀୟ ସଙ୍ଗୀତ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି ଦଶମ ଶ୍ରେଣୀର ଛାତ୍ରୀ ଅଭିଲିପ୍ସା ତ୍ରିପାଠୀ।…

ବର୍ଷା ବିପନ୍ନଙ୍କ ପାଖରେ ପହଞ୍ଚିଲେ ହାଟଡିହି ବ୍ଲକ ଉପାଧ୍ୟକ୍ଷ, ଅଞ୍ଚଳବାସୀଙ୍କ ପ୍ରଶଂସା

ବଞ୍ଚୋ,୨।୮(ପ୍ରଦୋଷ ବିଶ୍ୱାଳ ): ଲଗାଣ ବର୍ଷା ଓ ବନ୍ୟା ପ୍ରଭାବରେ ଆନନ୍ଦପୁର ଉପଖଣ୍ଡର ଅନେକ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବଞ୍ଚୋ ଗ୍ରାମପଞ୍ଚାୟତର ୧୧ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri