ଆର୍‌. ମାଙ୍ଗା ବାବୁ ନୂଆ ଜିଏସ୍‌ଟି ମୁଖ୍ୟ ଆୟୁକ୍ତ

ଭୁବନେଶ୍ୱର, ୭ା୩(ବ୍ୟୁରୋ): ଜିଏସ୍‌ଟି କେନ୍ଦ୍ରୀୟ ଉତ୍ପାଦ ଏବଂ ସୀମା ଶୁଳ୍କ, ଭୁବନେଶ୍ୱର ଜୋନର ମୁଖ୍ୟ ଆୟୁକ୍ତ ଭାବେ ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ ଆର୍‌. ମାଙ୍ଗା ବାବୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କୁ କର୍ମଚାରୀମାନେ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ସେ କହିଛନ୍ତି, ସୁନା ସ୍ମଗଲିଂ ଏବଂ ଜିଏସ୍‌ଟି ଫାଙ୍କୁଥିବା ବ୍ୟବସାୟୀଙ୍କ ଉପରେ ତାଙ୍କ ନଜର ରହିବ। ଭୁବନେଶ୍ୱର ବିମାନବନ୍ଦରରୁ ବିଭିନ୍ନ ଦେଶକୁ ସିଧାସଳଖ ବିମାନ ଚଳାଚଳ ଯୋଗୁ ସୁନା ସ୍ମଗଲିଂ ବଢିବାରେ ଲାଗିଛି। ଏହାକୁ ରୋକିବା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରାଯିବ ବୋଲି ମାଙ୍ଗା ବାବୁ ପ୍ରକାଶ କରିଛନ୍ତି। ଏହା ପୂର୍ବରୁ ସେ ବିହାର ଜିଏସ୍‌ଟି ଏବଂ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ବିଭାଗର ପ୍ରଧାନ ଆୟୁକ୍ତ ଭାବେ କାର୍ଯ୍ୟ କରୁଥିଲେ। ଆର୍‌. ମାଙ୍ଗା ବାବୁ ନାର୍ଗାଜୁନ ବିଶ୍ୱବିଦ୍ୟାଳୟରୁ ଇତିହାସ ଏବଂ ଆଇନରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତି କରି ୧୯୮୮ ମସିହାରେ ଭାରତୀୟ ରାଜସ୍ବ ସେବାରେ ଯୋଗଦେଇଥିଲେ। ଦୀର୍ଘ ତିନି ଦଶଦ୍ଧି ମଧ୍ୟରେ ସେ ମୁମ୍ବାଇ, ଚେନ୍ନାଇ, କୋଲକାତା, ହାଇଦ୍ରାବାଦ, ସାଲେମ, ସିଲିଗୁଡ଼ି, ବିଶାଖାପାଟନମ୍‌, ଗୁଣ୍ଟୁର ଏବଂ ପାଟନାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘୋଷଣା ହେଲା ଭାଜପା ବିଧାନସଭା ପ୍ରାର୍ଥୀ ତାଲିକା, ଜାଣନ୍ତୁ କେଉଁଠୁ କିଏ ପାଇଲେ ଟିକେଟ୍‌

ଭୁବନେଶ୍ୱର,୧୬।୪: ମଙ୍ଗଳବାର ଭାଜପା ଆଉ ୨୧ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ରାଉଲକେଲାରୁ ପ୍ରାର୍ଥୀ ହୋଇଛନ୍ତି ଦିଲ୍ଲୀପ ରାୟ। ସେହିପରି ପାଟଣାରୁ ଅଖିଲ ଚନ୍ଦ୍ର...

ଯାଜପୁର ବସ୍‌ ଦୁର୍ଘଟଣାର କାରଣ ଜଣାପଡିଲା: ଏମିତି ହୋଇଥିଲା ଦୁର୍ଘଟଣା

ଭୁବନେଶ୍ୱର,୧୫ା୪: ଯାଜପୁର ଜିଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ବାରବାଟୀ ଛକ ନିକଟ ଓଭରବ୍ରିଜ୍‌ରୁ ‘କାଳିଆନନା’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌...

ମରୀଚି କୁଣ୍ଡ ପାଣି ନିଲାମ: ଏତିକି ଟଙ୍କା ଦେଇ ପ୍ରଥମ ଗରାପାଣି କିଣିଲେ ଏହି ମହିଳା

ପୁରୁଣା ଭୁବନେଶ୍ୱର,୧୬ା୪(ସୁବାସ ଚନ୍ଦ୍ର ପ୍ରଧାନ):ରୁକୁଣା ରଥ ପ୍ରତିଷ୍ଠା ପାଇଁ ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରୀଚି କୁଣ୍ଡରୁ ପାଣି ଆସିଥିଲା। ସୋମବାର ବିଳମ୍ବିତ ରାତିରେ ଏହି...

ସିଝୁଛି ସାରା ଓଡ଼ିଶା: ସକାଳ ୮ ସୁଦ୍ଧା ତାପମାତ୍ରା ୩୪ ପାର୍‌

ଭୁବନେଶ୍ୱର,୧୬।୪(ଅସମାପିକା ସାହୁ): ଦିନକୁ ଦିନ ବଢ଼ିବାରେ ଲାଗିଛି ତାପମାତ୍ରା। ଗରମ ସହ ଗୁଳୁଗୁଳିରେ ଲୋକେ ଛଟପଟ ହେଉଥିବାବେଳେ ସିଝୁଛି ସାରା ଓଡ଼ିଶା। ସକାଳ ୮ଟା ପରେ...

ପ୍ରାର୍ଥୀଙ୍କୁ ଅଡୁଆ ପ୍ରଚଣ୍ଡ ଖରା

ଭୁବନେଶ୍ୱର, ୧୬।୪(ସୁନିତ୍‌ ମିଶ୍ର):ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାସେରୁ କମ୍‌ ସମୟ ରହିଲା। ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ପ୍ରାୟ...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଫଳତା ସମସ୍ତେ ଜାଣିଛନ୍ତି: ବିଜେଡି

ଭୁବନେଶ୍ୱର,୧୬ା୪(ଅନିଲ ଦାସ):କେନ୍ଦ୍ରମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଫଳତାକୁ ସମସ୍ତେ ଜାଣିଛନ୍ତି। ଢେଙ୍କାନାଳ, ଅନୁଗୋଳ ଓ ଦେବଗଡ଼ ଜିଲାରେ ସେ ଗୋଟିଏ ଜାତୀୟ ଦକ୍ଷତା ବିକାଶ କେନ୍ଦ୍ର...

ଆଜି ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

ପୁରୁଣା ଭୁବନେଶ୍ୱର,୧୬ା୪(ସୁବାସ ଚନ୍ଦ୍ର ପ୍ରଧାନ):ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହେବ। ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସୋମବାର...

ଏହି କାରଣରୁ ଅଟକିଛି ଭାଜପା ପ୍ରାର୍ଥୀ ଘୋଷଣା

ପାଟଣା,୧୬ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ବିଧାୟକ ଜଗନ୍ନାଥ ନାଏକଙ୍କୁ ବିଜେଡି ପ୍ରାର୍ଥୀ କରିଛି। କଂଗ୍ରେସ ରବିବାର ଏଠାରୁ ୫ଥର ପ୍ରତିନିଧିତ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri