ମହିଳା ପୋଲିସଙ୍କୁ ମିଳୁଛି କର୍ମକ୍ଷେତ୍ରରେ ନିର୍ଯାତନା

କଟକ ଅଫିସ, ୭ା୩: କଟକସ୍ଥିତ ଓଏସ୍‌ଏପି ଷଷ୍ଠ ବାଟାଲିୟନ୍‌ ପରିସରରେ ରାଜ୍ୟସ୍ତରୀୟ ମହିଳା ପୋଲିସ ସମ୍ମିଳନୀ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ପୋଲିସ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀ ଦେଶରେ ପ୍ରଥମ ବୋଲି ପୋଲିସ ବିଭାଗ ପକ୍ଷରୁ କୁହାଯାଉଛି। ଏହି ସମ୍ମିଳନୀରେ ଭାଗ ନେଇଥିବା ମହିଳା ପୋଲିସ ଅଧିକାରୀ ଏବଂ କର୍ମଚାରୀମାନେ ସେମାନଙ୍କୁ କେମିତି କାର୍ଯ୍ୟକ୍ଷେତ୍ରରେ ନିର୍ଯାତନାର ଶିକାର ହେବାକୁ ପଡୁଛି, ସେନେଇ କ୍ଷୋଭ ପ୍ରକାଶ କରିଥିଲେ। ସେମାନଙ୍କ ଅଭିଯୋଗକୁ ଗୁରୁତ୍ୱ ଦିଆଯାଉନି କିମ୍ବା ଠିକ୍‌ ଭାବେ ତଦନ୍ତ କରାଯାଉନି। ସେହିଭଳି ପଦୋନ୍ନତିରେ ଅବହେଳା ଏବଂ ଲିଙ୍ଗଗତ ଭେଦଭାବର ଶିକାର ହେଉଥିବା ନେଇ ମହିଳା ପୋଲିସ ଅଧିକାରୀମାନେ ସେମାନଙ୍କ ଅନୁଭୂତି ରଖିଥିଲେ।

ଏହି ସମ୍ମିଳନୀରେ ୪ଜଣ ମହିଳା ଆଇପିଏସ୍‌, ଜଣେ ଏସ୍‌ପି, ୧୨ଜଣ ଡିଏସ୍‌ପି, ୧୨ଜଣ ଭାରପ୍ରାପ୍ତ ଡିଏସ୍‌ପି, ୨୯ଜଣ ଇନ୍ସପେକ୍ଟର, ୧୭ଜଣ ସବ୍‌-ଇନ୍ସପେକ୍ଟର, ୮ଜଣ ଏଏସ୍‌ଆଇ, ୨ଜଣ ହାବିଲଦାର, ୩ଜଣ ଲାନ୍ସ ନାଏକ ଏବଂ ୪୮ଜଣ କନଷ୍ଟେବଳ ଅଂଶଗ୍ରହଣ କରିଥିଲେ। ଏମାନଙ୍କୁ ୪ଟି ଟିମ୍‌ରେ ଭାଗ କରାଯାଇଥିଲା। ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ୍‌ଙ୍କ ଦ୍ୱାରା ପରିଚାଳିତ ଟିମ୍‌ରେ ମହିଳା ପୋଲିସଙ୍କ ପଦୋନ୍ନତି କ୍ଷେତ୍ରରେ ଥିବା ବାଧକ ନେଇ ଆଲୋଚନା ହୋଇଥିଲା। ସେହିପରି ସୁନ୍ଦରଗଡ଼ ଏସ୍‌ପି ସୌମ୍ୟା ମିଶ୍ରଙ୍କ ଦ୍ୱାରା ପରିଚାଳିତ ଟିମ୍‌ରେ କର୍ମକ୍ଷେତ୍ରରେ ଯୌନ ଉପତ୍ୀଡନ, ଗଜପତି ଏସ୍‌ପି ସାରା ଶର୍ମାଙ୍କ ଦ୍ୱାରା ପରିଚାଳିତ ଟିମ୍‌ରେ ୟୁନିଫର୍ମ ଏବଂ ଅନ୍ୟାନ୍ୟ ସାମଗ୍ରୀ, କଟକ ଭିଜିଲାନ୍ସ ଏସ୍‌ପି ଅଶ୍ୱିନୀ କୁମାରୀ ପଟ୍ଟନାୟକଙ୍କ ଦ୍ୱାରା ପରିଚାଳିତ ଟିମ୍‌ରେ ମହିଳା କ୍ରୀଡା ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ ଭାଗନେଇଥିବା ମହିଳା ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଉପରୋକ୍ତ ବିଷୟ ଉପରେ ମତବ୍ୟକ୍ତ କରିଥିଲେ। ବରିଷ୍ଠ ଅଧିକାରୀମାନେ ମହିଳା ଅଧିକାରୀଙ୍କ କାର୍ଯ୍ୟଦକ୍ଷତାକୁ ଅଣଦେଖା କରାଯିବା, ଅଧିକ ପଦବୀରେ ମହିଳାଙ୍କୁ ନିଯୁକ୍ତି, ପ୍ରସବ ଓ ପରବର୍ତ୍ତୀ ସମୟରେ କାର୍ଯ୍ୟକ୍ଷେତ୍ରରେ ଦେଖାଦେଉଥିବା ସମସ୍ୟା ସହ ଅନ୍ୟାନ୍ୟ ବିଷୟ ଉପରେ ଆଲୋକପାତ କରିଥିଲେ। ମାସିକ ଋତୁସ୍ରାବ ପାଇଁ ମାସକୁ ଗୋଟିଏ ଦିନ ଛୁଟି, ଗର୍ଭାବସ୍ଥା ଏବଂ ଶିଶୁ ଯତ୍ନ ପାଇଁ ଛୁଟି ପ୍ରଦାନରେ କୋହଳ, ସୁରକ୍ଷିତ ପରିବେଶ ଏବଂ ମହିଳା କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର ୟୁନିଫର୍ମ ଡିଜାଇନ୍‌ ପାଇଁ ପ୍ରସ୍ତାବ ଦେଇଥିଲେ।
ଏଥିରେ ମୁଖ୍ୟଅତିଥି ଭାବେ ଡିଜିପି ଅଭୟ ଯୋଗଦେଇ କହିଥିଲେ, ମହିଳା ଥାନାକୁ ଛାଡି ରାଜ୍ୟରେ ୧୦୨ଟି ଥାନାର ଆଇଆଇସି ହେଉଛନ୍ତି ମହିଳା। ମୋଟ୍‌ ଥାନାର ୨୦ପ୍ରତିଶତ ଏମାନେ ନେତୃତ୍ୱ ନେଉଛନ୍ତି। ଦେଶରେ ଏହା ସର୍ବାଧିକ। ଆଗାମୀ ଦିନରେ ଏହାକୁ ୫୦ ପ୍ରତିଶତରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ମହିଳା ପୋଲିସ ଅଧିକାରୀଙ୍କ ପାଇଁ ଅଧିକ ସଂଖ୍ୟକ ମୋବାଇଲ୍‌ ଶୌଚାଳୟ, ସ୍ବତନ୍ତ୍ର ୟୁନିଫର୍ମ, ଲିଙ୍ଗଗତ ଭେଦଭାବ ରୋକିବା, ଗର୍ଭଧାରଣ ଏବଂ ଶିଶୁ ଯତ୍ନ ପାଇଁ ଛୁଟି ପ୍ରଦାନ ଦିଗରେ କ’ଣ ସବୁ ବ୍ୟବସ୍ଥା କରାଯାଇପାରିବ ସେନେଇ ପଦକ୍ଷେପ ନିଆଯିବ ବୋଲି ଡିଜିପି କହିଥିଲେ। ନିର୍ଯାତନା ମାମଲାଗୁଡିକୁ ଠିକ୍‌ ସମୟରେ ତଦନ୍ତ କରାଯିବା ସହ ପୁରୁଣା ଗାଡିଗୁଡିକୁ ମୋବାଇଲ୍‌ ଶୌଚାଳୟ ଭାବେ ବ୍ୟବହାର କରାଯିବ ବୋଲି ସେ କହିଥିଲେ। ଓଡ଼ିଶାରେ ମହିଳା ପୋଲିସ ଅଧିକାରୀଙ୍କ ସଂଖ୍ୟା ଅଧିକ ଥିବା ଯୋଗୁ ଆଗାମୀ ଦିନରେ ସେମାନେ ଦେଶରେ ପୋଲିସ ବିଭାଗର ନେତୃତ୍ୱ ନେବେ ବୋଲି ଅଭୟ ଆଶା ପ୍ରକାଶ କରିଥିଲେ। ଆଇଜି(ତାଲିମ) ଏସ୍‌. ସାଇନି ଆଲୋଚନାର ବିଷୟ ଏବଂ ପ୍ରସ୍ତାବଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏଡିଜି, ଡିଆଇଜି, ଏସ୍‌ପି ଏବଂ କମିଶନରେଟ୍‌ ପୋଲିସର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଆଇଜି(ଆଧୁନିକୀକରଣ) ରେଖା ଲୋହାନୀ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଯୁବନେତାଙ୍କ ପରଲୋକ, ମାତ୍ର ୩୮ ବର୍ଷ ବୟସରେ ଦୁନିଆ ଛାଡ଼ିଲେ, ଲୁହରେ ଭିଜିଲା ପୂରା ଗାଁ…

ପାଟଣା,୮ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ବ୍ୟକ୍ତିଗତ ସହାୟକ ତଥା ଯୁବ ଭାଜପା ନେତା ବୃଷବ ମହାନ୍ତଙ୍କ ଶନିବାର ବିଳମ୍ବିତ ରାତିରେ…

ଓଡ଼ିଶା ଶିକ୍ଷାକ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ: ଦଶିପୁରରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

ମାର୍ଶାଘାଇ,୭ା୧୧(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଓଡ଼ିଶା ଶିକ୍ଷାକ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ଯୋଡ଼ି ହୋଇଛି। କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଦଶିପୁରଠାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ…

ଜେଲ ଗଲେ ବାଲିଆପାଳ ସବ୍‌ରେଜିଷ୍ଟ୍ରାର

ବାଲେଶ୍ୱର, ୭।୧୧(ବାଞ୍ଛାନିଧି ଦେ): ‘ବାଜ୍ୟାପ୍ତି ସ୍ଥିତିବାନ’ ଜମିର ଦଲିଲ ପଞ୍ଜୀକରଣ ପାଇଁ ଲାଞ୍ଚ ନେବା ମାମଲାରେ ବାଲେଶ୍ୱର ଜିଲା ଅନ୍ତର୍ଗତ ବାଲିଆପାଳ ସବ୍‌ ରେଜିଷ୍ଟ୍ରାର୍‌ ମନୀଷା ମିଶ୍ରଙ୍କୁ…

୪ ଦିନରେ ଗଲାଣି ୫ଜଣଙ୍କ ଜୀବନ

ଭୁବନେଶ୍ୱର,୮।୧୧(ତ୍ରିନାଥ ମହାନ୍ତି): ଅଶାନ୍ତ ହୋଇ ଉଠିଛି ସ୍ମାର୍ଟସିଟି ଭୁବନେଶ୍ୱର। କେଉଁଠି ଗୁଳିମାଡ଼ ହେଉଛି ତ’ ଆଉ କେଉଁଠି ପଥରରେ ଛେଚି ହତ୍ୟା କରାଯାଉଛି। ସାମାନ୍ୟ ବଚସା ହେଉ…

କୋର୍ଟରେ ଓକିଲ, ସିଏଏସ୍‌ଆଇଙ୍କୁ ଅଙ୍ଗନଓ୍ବାଡି କର୍ମୀଙ୍କ ଆକମ୍ରଣ

ଝରିଗାଁ,୭।୧୧(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସଦର ମହକୁମାସ୍ଥିତ ଜେଏମ୍‌ଏଫ୍‌ସି କୋର୍ଟ ପରିସରରେ ଶନିବାର ଜଣେ ଅଙ୍ଗନଓ୍ବାଡି କର୍ମୀ ପଶି ସରକାରୀ ଓକିଲ ଓ…

୬୦ ଦିନ ଶୋଇ ୯ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କଲେ ମହିଳା, ଜାଣନ୍ତୁ ପୂରା ଘଟଣା…

ମୁମ୍ବାଇର ଜଣେ ମହିଳା ଶୋଇଶୋଇ ରୋଜଗାର କରିଛନ୍ତି। ଏହା ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ମୁମ୍ବାଇର ଜିନିଆ ଚାଟାର୍ଜୀ ‘ସ୍ଲିପ ଇଣ୍ଟର୍ନଶିପ୍‌’ ଜିତିଥିଲେ। ୨୦୦୦୦୦ରୁ ଅଧିକ ଆବେଦନ…

ସୁରକ୍ଷାକର୍ମୀଙ୍କ ସହ ଦୀପାବଳି ପାଳିବେ ପ୍ରଧାନମନ୍ତ୍ରୀ, ଶୁଭେଚ୍ଛା ଜଣାଇ କହିଲେ ଯବାନଙ୍କ…

ନୂଆଦିଲ୍ଲୀ,୮ା୧୧: ଆଲୋକର ପର୍ବ ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛତିଶଗଡ଼ର ବସ୍ତର ଗସ୍ତ କରୁଛନ୍ତି। ଏନେଇ ସେ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଛନ୍ତି। ସେ…

ରୋହିତ, ବିରାଟ, ଶିଖର ଧୱନ ଯାହା କରିପାରିଲେ ନାହିଁ, ତାହା କରି ଦେଖାଇବେ ଗିଲ

ନୂଆଦିଲ୍ଲୀ,୮।୧୧: ଶୁବମନ ଗିଲଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ, ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ଦୁଇଟି ମ୍ୟାଚ ଜିତି ୨-୦ରେ ଅଗ୍ରଣୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?