ମଦ ନିଶାରେ ସାଙ୍ଗଙ୍କୁ ହତ୍ୟା: ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୭ା୩(ବ୍ୟୁରୋ): ମଦ ନିଶାରେ ସାଙ୍ଗକୁ ହତ୍ୟା କରିଥିଲା ସାଙ୍ଗ। ନିଜ ଘରକୁ ଡାକି ମଦ ପିଆଇ ମୁଣ୍ଡକୁ ମଦ ବୋତଲରେ ପିଟି ଜୀବନ ନେଇଥିଲା। ପ୍ରମାଣ ଲୁଚାଇବା ପାଇଁ ମୃତଦେହକୁ ସ୍କୁଟିରେ ଲଦି ଇନ୍‌ଫୋସିଟି ଥାନା ଅଧୀନ ପଟିଆ ବିଗ୍‌ବଜାର ପଛପଟେ ଫିଙ୍ଗିଦେଇଥିଲା। ପୋଲିସ ପ୍ରଥମେ ଏହାକୁ ଏକ ଦୁର୍ଘଟଣାଜନିତ ମୃତ୍ୟୁ ଭାବି ଅପମୃତ୍ୟୁ ମାମଲା ରୁଜୁ କରି ବସିପଡ଼ିିଥିଲା। ହେଲେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସମ୍ପୃକ୍ତ ଯୁବକଙ୍କ ମୁଣ୍ଡକୁ ପିଟିି ହତ୍ୟା କରାଯାଇଥିବା ଜଣାପଡ଼ିଥିଲା। ଫଳରେ ପୋଲିସ ତଦନ୍ତ ପ୍ରକ୍ର୍ରିୟାକୁ ତ୍ୱରାନ୍ବିତ କରିଥିଲା। ଶୁକ୍ରବାର ଅଭିଯୁକ୍ତ ସାଙ୍ଗ ସମ୍ବଲପୁରର ସୁଶାନ୍ତ ନାଥ(୪୭)ଙ୍କୁ ପୋଲିସ ଗିରଫ କରିଛି। ହତ୍ୟାରେ ବ୍ୟବହୃତ ମଦ ବୋତଲ ଏବଂ ଅନ୍ୟ ସାମଗ୍ରୀ ଜବତ କରାଯାଇଛି।
ସୂଚନା ଅନୁଯାୟୀ, ବିଜୟ ପରମାଣିକ ଶିଖରଚଣ୍ଡୀ ବସ୍ତିରେ ରହି ଘଣ୍ଟା ବେପାର କରନ୍ତି। ତାଙ୍କର ସୁଶାନ୍ତଙ୍କ ସହ ଭଲ ବନ୍ଧୁତା ଥିଲା। ସୁଶାନ୍ତଙ୍କର ପଟିଆ ଛକ ନିକଟରେ ଏକ ୩ ମହଲା କୋଠା ଅଛି। ଗତ ଫେବୃୟାରୀ ୨୯ ତାରିଖରେ ସୁଶାନ୍ତଙ୍କ ସ୍ତ୍ରୀ ଓ ପୁଅଙ୍କ ଅନୁପସ୍ଥିତିରେ ବିଜୟଙ୍କୁ ମଦ ପିଇବାକୁ ଡାକିଥିଲେ ସୁଶାନ୍ତ। ଉଭୟେ ମଦ ପିଇବା ପରେ ନିଶାଗ୍ରସ୍ତ ହୋଇଯାଇଥିଲେ। ଏହି ସମୟରେ ସେମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା। ସୁଶାନ୍ତ ଉତ୍‌କ୍ଷିପ୍ତ ହୋଇ ଏକ ମଦ ବୋତଲରେ ବିଜୟଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ପରେ ତାଙ୍କ ମୁଣ୍ଡକୁ ଏକ କଠିନ ପଦାର୍ଥରେ ପିଟି ହତ୍ୟା କରିଥିଲେ। ପ୍ରମାଣ ଲୁଚାଇବା ପାଇଁ ବିଜୟଙ୍କ ସ୍କୁଟିରେ ମୃତଦେହ ଲଦି ପଟିଆ ବିଗ୍‌ବଜାର ପଛପଟେ ଫିଙ୍ଗି ଦେଇଥିଲେ। ଏହାପରେ ଘରକୁ ଆସି ରକ୍ତକୁ ପୋଛିବା ସହ ମଦ ବୋତଲକୁ ଗୋଟାଇ ଘର ପଛ ପଟେ ଫିଙ୍ଗି ଦେଇଥିଲେ। ମାର୍ଚ୍ଚ ୧ ତାରିଖ ସକାଳୁ କିଛି ଲୋକ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଏ ନେଇ ତଦନ୍ତ ଜାରି ରଖିଥିଲା। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ହତ୍ୟାକାଣ୍ଡ ବୋଲି ଜାଣିବାକୁ ପାଇ ଖୋଳତାଡ଼ କରିଥିଲା। ଉଭୟ ଘର ଲୋକଙ୍କୁ ପଚରାଉଚରା କରିବା ସହ ମାରୁତିଭିଲ୍ଲାରେ ଲାଗିଥିବା ଏକ ସିସିଟିଭି ଯାଞ୍ଚ କରିଥିଲା। ସେଥିରେ ମୃତଦେହକୁ ଏକ ସ୍କୁଟିରେ ଲଦି ସୁଶାନ୍ତ ନେଉଥିବା ଦୃଶ୍ୟ ରହିଥିଲା। ଏହାପରେ ପୋଲିସ ସୁଶାନ୍ତଙ୍କ ଘରେ ଚଢାଉ କରି ତାଙ୍କୁ ଗିରଫ କରିଛି। ମଦ ନିଶାରେ ଏହି ଘଟଣା ଘଟାଇଥିବା ପୋଲିସ ଆଗରେ ଅଭିଯୁକ୍ତ ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ଗ୍ରୀଷ୍ମଛୁଟିରେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ରାଜ୍ୟରେ ଆସନ୍ତା ୨୫ ତାରିଖଠାରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ଆଗୁଆ ଗ୍ରୀଷ୍ମ ଛୁଟି କରିବାକୁ...

ନିର୍ବାଚନ ଲଢିପାରିବେନି ମୋକିମ, ମଇଦାନକୁ ଓହ୍ଲାଇଲେ ଝିଅ!

ଭୁବନେଶ୍ୱର,୨୪।୪: ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ତେବେ ଲୋକ ସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ...

କନଫ୍ୟୁଜରେ ସୁର, ବଡ଼ପୁଅ ନା ସାନପୁଅ ପାଇଁ କରିବେ ପ୍ରଚାର

ଭୁବନେଶ୍ୱର,୨୪।୪: ରୋଚକ ମୋଡ ନେଇଛି ସୁରଙ୍କ ଫ୍ୟାମିଲି ପଲିଟିକ୍ସ । ସାନ ପୁଅ ବିଜେଡି ଟିକେଟ ନେଇ ମଇଦାନକୁ ଓହ୍ଲାଇଥିବା ବେଳେ ବଡ଼ ପୁଅକୁ ନିମାପଡ଼ା...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ବିଜେଡି ସରକାର ବିରୋଧରେ ଚାର୍ଜସିଟ୍‌ ଆଣିଲା ଭାଜପା

ଭୁବନେଶ୍ୱର,୨୪।୪: ବିଜେଡି ବିରୋଧରେ ଚାର୍ଜସିଟ୍‌ ଆଣିଲା ଭାଜପା। ବିଜେଡି ସରକାରରେ ଅନ୍ୟାୟ, ଦୁର୍ନୀତି, ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା, ମହିଳା ବିରୋଧୀ ହିଂସାକୁ ଚାର୍ଜସିଟରେ ସ୍ଥାନ ଦେଇଛି...

ଭୁବନେଶ୍ୱରରେ ହେବ ବିଗ୍‌ ଫାଇଟ୍‌, କାହାର ପଲା ଭାରି

ଭୁବନେଶ୍ବର,୨୪।୪: ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ହେବ ବିଗ ଫାଇଟ । ଯୁବ ଓ ମହିଳା ଭୋଟରଙ୍କୁ ହାତେଇପାରନ୍ତି ଭାଜପା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ । ବିଜେଡିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri