ଥାନାରୁ ୨ ଥର ଚମ୍ପଟ ମାରିଲେ ଅଭିଯୁକ୍ତ

କୁଜଙ୍ଗ, ୭।୩ (ଡି.ଏନ୍‌.ଏ.): ଟାଓ୍ବାରରୁ ବ୍ୟାଟେରି ଚୋରି ଅଭିଯୋଗରେ କୁଜଙ୍ଗ ପୋଲିସ ଗତ ବୁଧବାର ଗିରଫ କରିଥିବା ଜଣେ ଅଭିଯୁକ୍ତ ଥାନାରୁ ଦୁଇ ଥର ଚମ୍ପଟ ମାରିବା ପରେ ପୋଲିସର ପାରିବା ପଣିଆ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିସହ ପୋଲିସର ଏଭଳି ବେପରୁଆ କାର୍ଯ୍ୟକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ପ୍ରକାଶ ଯେ, କୁଜଙ୍ଗ ଥାନା ଅଧୀନ ପାନପଲି ଗ୍ରାମରେ ଥିବା ଏକ ମୋବାଇଲ ଟାୱାରରୁ ବ୍ୟାଟେରି ଚୋରି ଅଭିଯୋଗରେ ପୋଲିସ ଗଣ୍ଡକିପୁର ଗ୍ରାମ ମଠସାହିର ବଳରାମ ଭଟ୍ଟଙ୍କ ପୁଅ ବିକାଶଙ୍କୁ ବୁଧବାର ବିଳମ୍ବିତ ରାତିରୁ ଥାନାରେ ଅଟକ ରଖିଥିଲା। ମାତ୍ର ପୋଲିସର ଖାମଖିଆଲପଣ ଯୋଗୁ ଗୁରୁବାର ବିକାଶ ଥାନାରୁ ଖସି ପଳାଇଥିଲେ। ଏହାପରେ ଖୋଜାଖୋଜି କରିବା ପରେ ପୋଲିସ ତାଙ୍କୁ ଥାନାଠାରୁ ୧୦୦ମିଟର ଦୂର ବ୍ଲକ କଲୋନୀ ନିକଟରୁ ଧରିବାରେ ସକ୍ଷମ ହୋଇଥିଲା। ଏ ନେଇ ଗୁରୁବାର ମାମଲା ରୁଜୁ କରାଯାଇ ଥିଲେ ସୁଦ୍ଧା ଶୁକ୍ରବାର ଭୋରରୁ ବିକାଶ ପୁଣି ଥାନାରୁ ଚମ୍ପଟ ମାରିବାରେ ସକ୍ଷମ ହୋଇଥିଲେ। ତେବେ ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ପୋଲିସ ତାଙ୍କୁ ଥାନାଠାରୁ ୧୫ କି.ମି. ଦୂର ଢିଙ୍କିଆଠରେ ଥିବ ଏକ ପାନ ବରଜରୁ କାବୁ କରିଥିଲା। ତେବେ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଥାନାକୁ ନେବା ପରେ ହାଜତ ଭିତରେ ନ ରଖି କେଉଁ କାରଣରୁ ବାହାରେ ଛାଡ଼ି ଦେଇଥିଲା, ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜଣେ ଅଭିଯୁକ୍ତ ୨ ଦିନରେ ଥାନାରୁ ଦୁଇ ଦୁଇ ଥର ଖସି ଯିବାରେ ସଫଳ ହୋଇଥିବା ବେଳେ ଏହା ପୋଲିସର ପାରିବା ପଣିଆ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ବ୍ୟାଟେରୀ ଚୋରି ମାମଲାରେ ନଂ. ୭୦/୨୦ ଓ ଥାନାରୁ ଚମ୍ପଟ ମାରିବା ଅଭିଯୋଗରେ ୭୪/୨୦ ନଂ.ରେ ଦୁଇଟି ମାମଲା ରୁଜୁ ହୋଇଛି। ଅନ୍ୟପଟେ ବ୍ୟାଟେରି ଚୋରି ମାମଲାରେ ସମ୍ପୃକ୍ତ ଗୋପିଆକୁଦ ଗୋଠଡିଆ ଗ୍ରାମର ମଧୁସୂଦନ ପାଣିଙ୍କ ପୁଅ ବିକାଶଙ୍କୁ ପୋଲିସ ଗିରଫ କରିବା ସହ ଶୁକ୍ରବାର ଉଭୟଙ୍କୁ କୋର୍ଟ ଚାଲାଣ କରିଥିଲା। ଉଭୟଙ୍କ ଜାମିନ ନାମଞ୍ଜୁର ହୋଇଯିବାରୁ ସେମାନଙ୍କୁ ଜେଲକୁ ପଠାଇ ଦିଆଯାଇଛି। ଏ ସମ୍ପର୍କରେ ତଦନ୍ତକାରୀ ଅଧିକାରୀ ଏଏସ୍‌ଆଇ ଦେବେନ୍ଦ୍ର କୁମାର ସାହୁଙ୍କୁ ପଚାରିବାରେ, ବିକାଶଙ୍କୁ ଜଗିଥିବା ସେଣ୍ଟ୍ରି ପାଣି ପାଇଁ ଯାଇଥିବା ବେଳେ ସେ ଥାନାରୁ ଖସି ପଳାଇଥିଲେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ପାଇଁ ଗର୍ବ ଆଣିଲେ ଅଭିଲିପ୍ସା, ସଙ୍ଗୀତ ପ୍ରତିଯୋଗିତାରେ ରାଜ୍ୟରେ ପ୍ରଥମ

ଭଞ୍ଜନଗର,୨।୮(ବାବୁଲା ପ୍ରଧାନ): ରାଜ୍ୟସ୍ତରୀୟ ସଙ୍ଗୀତ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି ଦଶମ ଶ୍ରେଣୀର ଛାତ୍ରୀ ଅଭିଲିପ୍ସା ତ୍ରିପାଠୀ।…

ବର୍ଷା ବିପନ୍ନଙ୍କ ପାଖରେ ପହଞ୍ଚିଲେ ହାଟଡିହି ବ୍ଲକ ଉପାଧ୍ୟକ୍ଷ, ଅଞ୍ଚଳବାସୀଙ୍କ ପ୍ରଶଂସା

ବଞ୍ଚୋ,୨।୮(ପ୍ରଦୋଷ ବିଶ୍ୱାଳ ): ଲଗାଣ ବର୍ଷା ଓ ବନ୍ୟା ପ୍ରଭାବରେ ଆନନ୍ଦପୁର ଉପଖଣ୍ଡର ଅନେକ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବଞ୍ଚୋ ଗ୍ରାମପଞ୍ଚାୟତର ୧୧ ଓ…

ବନ୍ୟା ବିପନ୍ନଙ୍କ ପାଖରେ ପହଞ୍ଚିଲା ରିଲିଫ୍‌, ସାଉଣ୍ଟିଲେ ପ୍ରଶଂସା

ଚାନ୍ଦବାଲି,୨।୮(କିଷାନ ପାତ୍ର): ଭଦ୍ରକ ଜିଲା ଭାଜପା ମହିଳା ମୋର୍ଚ୍ଚା ସମ୍ପାଦିକା ସ୍ବାଗତିକା ପଲାଇଙ୍କ ନେତୃତ୍ୱରେ ଚାନ୍ଦବାଲି ବ୍ଲକର ବନ୍ୟା ପ୍ରଭାବିତ ମାଧପୁର, ଭୂଇଁବୃତ୍ତି, ଘଟପୁର, ଆରଡ଼ି, ଓଲଗ,…

ଦାରିଙ୍ଗବାଡିରେ ବ୍ୟବସାୟୀଙ୍କ ଘରୁ ଲୁଟ୍ ଘଟଣା, ସନ୍ଧାନୀ କୁକୁର ପହଞ୍ଚି…

ଦାରିଙ୍ଗବାଡି,୨।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦାରିଙ୍ଗବାଡି ବଜାରର ଲୁଗା ବ୍ୟବସାୟୀ ଅଶୋକ କୁମାର ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍ ଚର୍ଚ୍ଚାର…

କ୍ଷୀରରେ ବରିଷ୍ଠ କଂଗ୍ରେସ ନେତାଙ୍କ ପାଦ ଧୋଇଲେ କର୍ମୀ, ସୋସିଆଲ ମିଡିଆରେ ଝଡ଼

ମୁମ୍ବାଇ,୨।୮: ମହାରାଷ୍ଟ୍ରର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଏବଂ ବିଧାୟକ ନାନା ପାଟୋଲେ ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି । ଦଳୀୟ କର୍ମୀମାନେ କ୍ଷୀରରେ ତାଙ୍କ ପାଦ…

ମଦ ଦୋକାନରୁ ଚୋରି, ଭାଇରାଲ ହେଉଛି ସିସିଟିଭି ଫୁଟେଜ୍‌

ଛତ୍ରପୁର,୨ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଥାନା ବଉଳ ଗାଁରେ ଥିବା ବିଦେଶୀ ମଦ ଦୋକାନରୁ ଶନିବାର ବିଳମ୍ବିତ ରାତିରେ ତାଲା ଭାଙ୍ଗି ଚୋରି ହୋଇଛି।…

ଘରେ ପଶି ମହିଳାଙ୍କ ମୁଣ୍ଡକୁ ଧରି ଘୋଷାଡ଼ି ଆଣିଲା ବାଘ, ଚିତ୍କାର ଶୁଣି….

ଭୋପାଳ,୨।୮: କାନ୍ହା ଜାତୀୟ ଉଦ୍ୟାନର ବଫର ଜୋନରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶର ବାଲାଘାଟ ଜିଲାର ବୈହାର ଅଞ୍ଚଳରେ ଶନିବାର ରାତିରେ ବାଘ…

ବଜାରରେ ହଲଚଲ୍! ଫୁଡ୍ ଡେଲିଭରି ବଜାରକୁ ଏଣ୍ଟ୍ରି କରିବ ଫ୍ଲିପକାର୍ଟ, Zomato-Swiggyକୁ କଡ଼ା ଟକ୍କର

ନୂଆଦିଲ୍ଲୀ,୨।୮:ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ବର୍ତ୍ତମାନ ଖାଦ୍ୟ ବିତରଣ (ଫୁଡ୍ ଡେଲିଭରି) ବ୍ୟବସାୟକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି ଚଳାଇଛି। କମ୍ପାନୀ ପାଖାପାଖି ଅଗଷ୍ଟ ୧୫ ତାରିଖରୁ ବେଙ୍ଗାଲୋରରୁ ନିଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri