ମହିଳା ଟି୨୦ ବିଶ୍ୱକପ୍: ଭାରତ-ପାକିସ୍ତାନ ଓ୍ବାର୍ମଅପ୍ ମ୍ୟାଚ୍ ବାତିଲ
ବ୍ରିସବେନ,୧୬।୨- ମହିଳା ଟି୨୦ ବିଶ୍ୱକପ୍ ପୂର୍ବରୁ ଭାରତ ଓ ପାକିସ୍ତାନ ମଧ୍ୟରେ ରବିବାର ଖେଳାଯିବାକୁ ଥିବା ଓ୍ବାର୍ମଅପ୍ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଯାଇଛି। ଏହି ମ୍ୟାଚ୍ରେ ଉଭୟ ଦଳ ନିଜ ନିଜର ଚୂଡ଼ାନ୍ତ ଏକାଦଶ ଚୟନ କରିବାକୁ ସୁଯୋଗ ପାଇଥାନ୍ତେ।…
ମହାରାଷ୍ଟ୍ରରେ କ୍ଷମତା ଲୋଭରେ ହୋଇଛି ମେଣ୍ଟ: ନଡ୍ଡା
ମୁମ୍ବାଇ,୧୬।୨: ମହାରାଷ୍ଟ୍ରରେ ଜନସାଧାରଣଙ୍କର ହିତ ପାଇଁ ନୁହେଁ ବରଂ କ୍ଷମତା ଲୋଭରେ ମେଣ୍ଟ ସରକାର ଗଠନ କରାଯାଇଛି। ଲୋକଙ୍କ କଲ୍ୟାଣ ଓ ବିକାଶକୁ ଦୃଷ୍ଟିରେ ରଖି ଏହି ମେଣ୍ଟ ସରକାର ଗଠନ କରାଯାଇ ନାହିଁ ବୋଲି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା…
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଶାହା: ସିଏଏ ସମର୍ଥନରେ ହେବାକୁ ଥିବା ବିଶାଳ ରାଲିରେ ଯୋଗଦେବେ
ଭୁବନେଶ୍ୱର,୧୬।୨(ବ୍ୟୁରୋ): ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ଆସନ୍ତା ୨୮ ଓ ୨୯ ତାରିଖାରେ ସେ ଓଡ଼ିଶା ଆସିବେ। ଏହି ଗସ୍ତରେ ଶାହା ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଥିବା ବେଳେ ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟରେ ଯୋଗ ଦେବେ।…
ଆକାଶରେ ଉଡୁଥିବା ସବୁଠୁ ଓଜନିଆ ପକ୍ଷୀ
ବିଶ୍ୱରେ ପ୍ରାୟ ୯୫୦୦ ପ୍ରଜାତିର ପକ୍ଷୀ ଦେଖାଯାଆନ୍ତି। ଏଥିମଧ୍ୟରୁ କେତେକ ବିଲୁପ୍ତ ହୋଇସାରିଥିବା ବେଳେ ଆଉ କିଛି ଲୋପ ପାଇବାକୁ ବସିଛନ୍ତି। କୁହାଯାଏ, ପକ୍ଷୀଙ୍କ ଯୋଗୁ ଆକାଶ। ସେମାନେ ଉଡ଼ିବା ସମୟରେ ଆକାଶର ରୂପ ଦ୍ୱିଗୁଣିତ ହୋଇଯାଏ। ଆକାଶରେ ବିଭିନ୍ନ ପକ୍ଷୀ…
ବଣାଇଁରେ ଚାଞ୍ଚଲ୍ୟ: ବଡଭାଇ ସପରିବାରଙ୍କୁ ଟାଙ୍ଗିଆରେ ହାଣି ହତ୍ୟାକଲା ସାନଭାଇ
ବଣାଇଁ,୧୬।୨(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇଁ ଥାନା ଅନ୍ତର୍ଗତ ଦେଉଳହୁଡ଼ି ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଛି। ଟଙ୍କା ଧାର ଉଧାରକୁ କେନ୍ଦ୍ରକରି ସାନଭାଇ ବଡ଼ଭାଇ ସମେତ ତାଙ୍କ ସପରିବାରଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି। ଘଟଣାକୁ ନେଇ ଅଞ୍ଚଳରେ…
ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ମୋଦି
ବାରାଣସୀ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ନିର୍ବାଚନ ମଣ୍ଡଳୀ ବାରାଣସୀ ଗସ୍ତ କରିଛନ୍ତି। ସେଠାରେ ସେ ଭାରତୀୟ ଜନ ସଂଘର ମୁଖ୍ୟ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ୬୩ ଫୁଟ ଉଚ୍ଚତାର ଏକ ବ୍ରୋଞ୍ଚ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି। ଏହି ଗସ୍ତ…
ବିଧାୟକ ପ୍ରତିନିଧିଙ୍କ ଭାଇଙ୍କୁ ଅପହରଣ: ବ୍ୟବହୃତ ଗାଡି ଜବତ
ବାସୁଦେବପୁର,୧୬।୨(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ବିଧାୟକଙ୍କ ପ୍ରତିନିଧି ଅସିତ କୁମାର ଦାଶଙ୍କ ବଡ଼ ଭାଇ ଅଶୋକ କୁମାରଙ୍କୁ ଶନିବାର ରାତିରେ ଅପହରଣ କରାଯାଇଥିବା ବାସୁଦେବପୁର ଥାନାରେ ଅଭିଯୋଗ ହୋଇଛି। ଖବରପାଇ ପୋଲିସ ତନାଘନା ଆରମ୍ଭ କରିବା ପରେ ସୋର ପୋଲିସ ସହାୟତାରେ…
ଦେହରେ କିରୋସିନ ଢାଳି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ
ମହାକାଳପଡ଼ା,୧୬।୨(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ବରକନ୍ଧା ପଞ୍ଚାୟତ ଛେଡାକଣି ଗ୍ରାମରେ ରବିବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ବିପିନ ସାହୁଙ୍କ ସ୍ତ୍ରୀ ଊର୍ମିଳା ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ…
କେଜରିଓ୍ବାଲଙ୍କ କ୍ୟାବିନେଟରେ ନାହାନ୍ତି କେହି ମହିଳା
ନୂଆଦିଲ୍ଲୀ,୧୬।୨: ଆମ ଆଦମୀ ପାର୍ଟି(ଏଏପି) ଚଳିତ ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନରେ କ୍ଲିନ ସୁଇପ କରିଥିବା ବେଳେ ମୋଟ ୭୦ ଆସନରୁ ଏଏପିକୁ ମିଳିଛି ୬୨। ରବିବାର ଦଳ ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ତୃତୀୟ ଥର ଲାଗି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ…
ମୋଦିଙ୍କ ଆଶୀର୍ବାଦ ଭିକ୍ଷା କଲେ କେଜରିଓ୍ବାଲ
ନୂଆଦିଲ୍ଲୀ,୧୬।୨: ଐତିହାସିକ ରାମଲୀଳା ମଇଦାନରେ ତୃତୀୟଥର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ରବିବାର ଶପଥ ଗ୍ରହଣ କରରିଛନ୍ତି। ଏହି ଶପଥଗ୍ରହଣ ଉତ୍ସବରେ ହଜାର ହଜାର ସଂଖ୍ୟାରେ ସାଧାରଣ ଜନତା ଯୋଗ ଦେଇଥିବା ବେଳେ ସେ…
ହ୍ୟାକ୍ ହେଲା ଅଲିମ୍ପିକ୍ସ, ଆଇଓସି ଆକାଉଣ୍ଟ
ଟୋକିଓ,୧୬।୨- ଅଲିମ୍ପିକ୍ସ ଓ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି)ର ଅଫିସିଆଲ ଟୁଇଟର ଆକାଉଣ୍ଟ ହ୍ୟାକ ହୋଇଯାଇଛି। ଏଥିଯୋଗୁ ଆକାଉଣ୍ଟକୁ ସାମୟିକ ଭାବେ ଲକ୍ କରିଦିଆଯାଇଛି। ଏ ନେଇ ଟୁଇଟର ପକ୍ଷରୁ ସ୍ପଷ୍ଟ କରାଯାଇଛି। ତୃତୀୟ ପ୍ଲାଟଫର୍ମ ଦ୍ୱାରା ହ୍ୟାକ ହୋଇଥିବା ସୋସିଆଲ…
ଫ୍ରିରେ ମିଳିବ କେଜରିଓ୍ବାଲଙ୍କ ଭଲପାଇବା
ନୂଆଦିଲ୍ଲୀ,୧୬।୨: ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ତୃତୀୟଥର ଲାଗି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାମଲୀଳା ମଇଦାନରେ ଆୟୋଜିତ ଏହି ଶପଥ ଗ୍ରହଣ ସମାରୋହରେ ହଜାର ହଜାର ଜନତା ରୁଣ୍ଡ ହୋଇଥିବା ଦେଖାଯାଇଥିଲା। ଶପଥ ନେବା ପରେ…
Archives


