ବଦଳିଲା ଆଇନଜୀବୀଙ୍କ ଡ୍ରେସ୍‌କୋଡ୍‌: କଳାକୋଟ୍‌, ଗାଉନ୍‌ ମନା

କଟକ ଅଫିସ୍‌,୧୫। ୫: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ କରାଯାଉଛି। ଏହି କ୍ରମରେ ରାଜ୍ୟରେ ଆଇନ୍‌ଜୀବୀଙ୍କ ଡ୍ରେସ୍‌କୋଡ଼୍‌ ବଦଳାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଗୁରୁବାର ଏ ନେଇ ବିଧିବଦ୍ଧ ଭାବେ ସର୍କୁଲାର୍‌ ଜାରି କରାଯାଇଛି। ଏଥିରେ ଉଲ୍ଲେଖ ରହିଛି ଯେ, କରୋନା ପ୍ରଭାବ ଯୋଗୁ ହାଇକୋର୍ଟରେ ବର୍ତ୍ତମାନ ମାମଲାଗୁଡ଼ିକର ଶୁଣାଣି ଭର୍ଚୁଆଲ୍‌ (ଭିଡିିଓ କନ୍‌ଫରେନ୍ସ)ରେ ଚାଲିଛି। ସତର୍କତାମୂଳକ ପଦକ୍ଷେପ ସ୍ବରୂପ ବର୍ତ୍ତମାନ ଆଇନ୍‌ଜୀବୀମାନେ ଡ୍ରେସ୍‌କୋଡ୍‌ ଯଥା କଳାକୋଟ୍‌ ଓ ଗାଉନ୍‌ ପିନ୍ଧିବା ଆବଶ୍ୟକ ନୁହେଁ। ସେମାନେ ଶୁଣାଣି ବେଳେ ଧଳା ସାର୍ଟ, ଧଳା ଶାଲୱେର୍‌ କମିଜ୍‌, ଧଳା ଶାଢ଼ି ସହ ଧଳା ନେକ୍‌ବ୍ୟାଣ୍ଡ ପିନ୍ଧି ପାରିବେ। ପୂର୍ବ ଡ୍ରେସ୍‌କୋଡ୍‌ରେ କରୋନା ଭୂତାଣୁ ବ୍ୟାପିବାର ଆଶଙ୍କା ଅଛି କି ନାହିଁ, ସେନେଇ ମେଡିିକାଲ୍‌ ଗବେଷଣା ନ ସରିବା ପର୍ଯ୍ୟନ୍ତ କିମ୍ବା ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରୋଟାରୀ କ୍ଲବର ଅଧିଷ୍ଠାନ, ଚାର୍ଟର ଦିବସ ପାଳିତ: ନୂଆ ସଭାପତି, ସମ୍ପାଦକ ଭାବେ ଦାୟିତ୍ୱ ନେଲେ…

ଛତ୍ରପୁର, ୩୧।୭(ଦିଲ୍ଲୀପ ସାମଲ /ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ରୋଟାରୀ କ୍ଲବର ଅଧିଷ୍ଠାନ ଦିବସ ଗୁରୁବାର କ୍ଲବ ପରିସରରେ ଆୟୋଜିତ ହୋଇଯାଇଛି। ସଭାପତି ପଦ୍ମ ଚରଣ ସାହୁଙ୍କ ସଭାପତିତ୍ୱରେ…

‘ପରିବାରର ମୁଖ୍ୟ ପରି ଛାତ୍ରମାନଙ୍କ କଥା ଶୁଣିଥିଲେ ପ୍ରଧାନମନ୍ତ୍ରୀ ମୋଦି,’ ଆଣ୍ଟି ପେପର ଲିକ ବିଲକୁ ନେଇ ଏମିତି କହିଲେ ରାଘବ ଚଢା, ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୩୧।୭: ରାଜ୍ୟ ସଭାରେ ସାଧାରଣ ପରୀକ୍ଷା (ଅନ୍ୟାୟ ନିବାରଣ) ସଂଶୋଧନ ବିଲ, 2026 ଉପରେ ଆଲୋଚନା ସମୟରେ, ଆମ ଆଦମୀ ପାର୍ଟିରୁ ଭାଜପାରେ ଯୋଗ ଦେଇଥିବା ସାଂସଦ…

ଫୁଲୁଛି ବିରୁପା, ନଦୀକୂଳିଆ ଗାଁ ଲୋକେ ଆତଙ୍କିତ

ଡେରାବିଶ,୩୧ା୭(ବେବର୍ତ୍ତା ଅଜୟ ଦାସ): ବିରୁପା ନଦୀରେ ବନ୍ୟାଜଳ ବୃଦ୍ଧି ପାଉଛି। ଏହାକୁ ନେଇ ଡେରାବିଶ ବ୍ଲକ ଅଧିନ ବେଣିପୁର, ମଙ୍ଗଳପୁର ଓ ଛୋଟି ପଞ୍ଚାୟତର ନଦୀକୂଳିଆ ଅଧିବାସୀ…

ଓଡ଼ିଶା ପ୍ରଶାସନିକ ସେବାର ୬ ପ୍ରଶିକ୍ଷାର୍ଥୀଙ୍କ ପିକକ ଶିଶୁ ଅଧିକାର କାର୍ଯ୍ୟ ପରିଦର୍ଶନ, ପାଟଣା ବିଡ଼ିଓଙ୍କୁ ଭେଟି…

ପାଟଣା ୩୧।୭ (ବୀର କିଶୋର ଦାଶ) : ଓଡ଼ିଶା ପ୍ରଶାସନିକ ସେବା (ଓଏଏସ)ର -୨୦୨୩ ବ୍ୟାଚ ପ୍ରଶିକ୍ଷାର୍ଥୀମାନେ ସେମାନଙ୍କ ପ୍ରଶିକ୍ଷଣର ଅଂଶବିଶେଷ ଭାବେ ପିପୁଲସ କଲଚରାଲ ସେଣ୍ଟର(…

ପାକିସ୍ତାନ ଯିବେ ମୋଦି? ପ୍ରସ୍ତୁତି କଲାଣି ଇସଲାମାବାଦ! ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୩୧।୭: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ୨୦୨୭ ମସିହାରେ ଆୟୋଜିତ ହେବାକୁ ଥିବା ଶାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ କି…

ଷଣ୍ଢକୁ ବଞ୍ଚାଇବା ପାଇଁ ହଠାତ୍‌ ଟ୍ରେନ୍‌ ଅଟକାଇଲେ ଲୋକ ପାଇଲଟ: ଆଉ ତା’ପରେ ଘଟିଲା..

ନୂଆଦିଲ୍ଲୀ,୩୧।୭:ମାନବିକତା ଏବଂ ବୁଦ୍ଧିର ଉପସ୍ଥିତିକୁ ପ୍ରତିପାଦିତ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଜଣେ ଲୋକୋ ପାଇଲଟ କେବଳ ଏକ ପ୍ରାଣୀର ଜୀବନ…

ଲକ୍ଷ ଟଙ୍କାର ଚାକିରି ଛାଡ଼ି ଗାଁରେ ଉଠାଇଲେ ଗୋବର, ଆଜି ୮୦୦ କୋଟିର ସାମ୍ରାଜ୍ୟର ମାଲିକ ୨ ଭାଇ! ସଂଘର୍ଷର କାହାଣୀ ଶୁଣିଲେ…

ନୂଆଦିଲ୍ଲୀ, ୩୧।୭: ଆମ ଦେଶରେ ପ୍ରାୟତଃ ଏକ କଥା ବହୁତ ସହଜରେ କୁହାଯାଏ ଯେ ଚାଷବାସ ହେଉଛି ଏକ କ୍ଷତିର ସୌଦା। ଗାଁର ଯୁବକ ହେଉନ୍ତୁ କିମ୍ବା…

ବନ୍ୟା ସ୍ଥିତିର ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, କହିଲେ ଏହି ଜିଲାକୁ…

ଭୁବନେଶ୍ୱର,୩୧ା୭: ଓଡ଼ିଶାରେ ଲାଗି ରହିଥିବା ବର୍ଷା ଓ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିକୁ ନେଇ ଲୋକ ସେବା ଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri