ସଲ୍ମାନ ଭାଣିଜୀଙ୍କୁ କିସ୍ କରୁଥିବାର ଭିଡିଓ ଭାଇରାଲ
ମୁମ୍ବାଇ: ବଲିଉଡ୍ ଭାଇଜାନ୍ ସଲ୍ମାନ ଖାଁ ତାଙ୍କ ଭଉଣୀ ଅର୍ପିତାଙ୍କ ପିଲାମାନଙ୍କ ସହ ବେଶ୍ କୌତୁକିଆ ଢଙ୍ଗରେ ବେଳେବେଳେ ନଜରକୁ ଆସନ୍ତି। ଏଥର ତାଙ୍କ ଜନ୍ମଦିନ ଅବସରରେ ଅର୍ପିତା ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିବା ବେଳେ ସେବେଠାରୁ ଭାଣିଜୀଙ୍କ ସହ…
ଅନ୍ତର୍ଜାତୀୟ ମହିଳା ଦିବସରେ ଶୁଭେଚ୍ଛା ଜଣାଇଲେ ମୋଦି
ନୂଆଦିଲ୍ଲୀ,୮।୩: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସମସ୍ତ ମହିଳାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦେଶର ନାରୀଶକ୍ତିକୁ ମୋଦି ଅଭିନନ୍ଦନ ଜଣାଇବା ସହ ମହିଳା ଦିବସରେ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ମହିଳାଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି।…
ହରାଇପାରିନି କର୍କଟ: ସମାଜସେବା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ବିଜୟଲକ୍ଷ୍ମୀ
ପ୍ରତି ମୁହୂର୍ତ୍ତରେ ସେ କର୍କଟ ଭଳି ଦୁରାରୋଗ୍ୟ ସହ ଲଢେଇ ଜାରି ରଖିଛନ୍ତି। ମୃତ୍ୟୁକୁ ଅତି ନିକଟରୁ ଦେଖୁଛନ୍ତି। ତଥାପି ହାର୍ ମାନିନାହାନ୍ତି। ନିଜେ ବଞ୍ଚତ୍ବା ସହ ଅନ୍ୟମାନଙ୍କ ପାଇଁ ବଞ୍ଚତ୍ବାର ରାହା ପାଲଟିଛନ୍ତି। ଅସହାୟ ଓ ଅନାଥମାନଙ୍କୁ ସାହାରା ଦେଉଛନ୍ତି।…
ଫେଡ୍ କପ୍: ଭାରତ ପ୍ରଥମ ଥର ପ୍ଲେ-ଅଫ୍ରେ
ଦୁବାଇ, ୮ା୩ (ପି.ଟି.)-ପ୍ରଥମ ଥର ପ୍ଲେ-ଅଫ୍ରେ ପ୍ରବେଶ କରି ଭାରତୀୟ ଫେଡ୍ କପ୍ ଟିମ୍ ଇତିହାସ ସୃଷ୍ଟି କରିଛି। ଅଙ୍କିତା ରାଇନାଙ୍କ ନେତୃତ୍ୱାଧୀନ ଦଳ ଏଠାରେ ଇଣ୍ଡୋନେସିଆ ବିପକ୍ଷରେ ୨-୧ରେ ବିଜୟ ହାସଲ କରିଛି। ପ୍ରଥମ ସିଙ୍ଗଲ୍ସରେ ଋତୁଜା ଭୋସ୍ଲେ ହାରିବା…
ଡିଜେ ପେସାରେ ଯାଜପୁର ଜିଲାର ଝିଅ କେଟି
କ୍ଷୀରାବ୍ଧି ତନୟା ଜେନାଙ୍କୁ ସମସ୍ତେ ଜାଣନ୍ତି ଡିଜେ କେଟି ଭାବେ। ବର୍ତ୍ତମାନ କେଟି ଭୁବନେଶ୍ୱରର ଏକ ବଡ଼ ହୋଟେଲରେ ରେସିଡେନ୍ସ ଇନ୍ହାଉସ୍ ଡିଜେ ଅଛନ୍ତି। ଏହି ପୁରୁଷ ପ୍ରାଧାନ୍ୟ ବୃତ୍ତିରେ ତିଷ୍ଠି ରହିବା ପାଇଁ ତାଙ୍କୁ ବହୁତ ପରିଶ୍ରମ କରିବାକୁ ପଡ଼ିଥିଲା।…
ଅସ୍ଥାନାଙ୍କୁ ସିବିଆଇର କ୍ଲିନ୍ଚିଟ୍
ନୂଆଦିଲ୍ଲୀ,୮।୩: ଲାଞ୍ଚ ଗ୍ରହଣ ମାମଲାରେ ସିବିଆଇର ପୂର୍ବତନ ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନା ଏବଂ ଡିଏସ୍ପି ଦେବେନ୍ଦ୍ର କୁମାରଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା କ୍ଲିନ୍ଚିଟ୍ ଦେଇଛି। ଶନିବାର ସିବିଆଇ ସ୍ବତନ୍ତ୍ର କୋର୍ଟ ଉକ୍ତ କ୍ଲିନ୍ଚିଟ୍କୁ ଗ୍ରହଣ କରିଥିବାରୁ ଅସ୍ଥାନାଙ୍କ ପାଇଁ ବଡ଼…
ଇଣ୍ଡିଆନ୍ ଓ୍ବେଲ୍ସରୁ ଓହରିଲେ ଆଣ୍ଡ୍ରେସ୍କୁ
ଇଣ୍ଡିଆନ ଓ୍ବେଲ୍ସ,୮।୩(ଏଏଫ୍ପି)- ଏଠାରେ ଆସନ୍ତା ସପ୍ତାହରେ ଆରମ୍ଭ ହେବାକୁ ଯାଉଥିବା ଇଣ୍ଡିଆନ ଓ୍ବେଲ୍ସ ଟେନିସ ଟୁର୍ନାମେଣ୍ଟରୁ ଗତଥରର ଚାମ୍ପିୟନ ତଥା ବିଶ୍ୱର ୪ ନମ୍ବର ଖେଳାଳି ବାଇଆଙ୍କା ଆଣ୍ଡ୍ରେସ୍କୁ ଓହରିଯାଇଛନ୍ତି। କାନାଡ଼ାର ଏହି ମହିଳା ତାରକା ଖେଳାଳି ବାମ ଆଣ୍ଠୁରେ ଦେଖା…
ଅନ୍ଧାରି ମୁଲକର ଆଲୋକ ଦୀପା: ସାଜିଛନ୍ତି ଅସହାୟ, ଦୁଃଖୀଙ୍କ ବନ୍ଧୁ
ବରଗଡ଼ ଜିଲା ମାଓବାଦୀ ଅଧ୍ୟୁଷିତ ପାଇକମାଲ ବ୍ଲକ ଟେମରି ଗ୍ରାମର ଚାରୁବାଳା ବାରିକ। ଡାକ ନାମ ଦୀପା। ଏକ ମଧ୍ୟବିତ୍ତ ପରିବାରରେ ତାଙ୍କ ଜନ୍ମ। ବାପା ଅମୃତଲାଲ ଜଣେ ଚାଷୀ, ମା’ ସୁଷମା ଅଙ୍ଗନୱାଡ଼ି କର୍ମୀ। ଏବେ ସ୍ନାତକୋତ୍ତର(ଶିକ୍ଷା) ପଢୁଥିବା ଦୀପା…
ଭାରତରେ କରୋନା ରୋଗୀ ସଂଖ୍ୟା ୩୪
ନୂଆଦିଲ୍ଲୀ,୮।୩: ଶନିବାର ଆଉ ୩ ଜଣଙ୍କଠାରେ କରୋନା ପଜିଟିଭ୍ ଜଣାପଡିବା ପରେ ଦେଶରେ ରୋଗୀ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି। ନୂଆ ୩ କରୋନା ସଂକ୍ରମିତଙ୍କ ମଧ୍ୟରୁ ଦୁଇଜଣଙ୍କ ଘର ଲଦାଖରେ ଓ ଜଣେ ତାମିଲନାଡୁର। ଲଦାଖର ଉକ୍ତ ବ୍ୟକ୍ତି ପୂର୍ବରୁ ଇରାନ…
ସୌଦି ରାଜପରିବାରର ୩ ଅଟକ
ରିୟାଧ,୮।୩(ପି.ଟି.): ସୌଦି ଆରବ କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲ୍ମାନଙ୍କ ବିରୋଧରେ ବିଦ୍ରୋହ ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗରେ ରାଜ ପରିବାରର ଦୁଇ ବରିଷ୍ଠ ଯୁବରାଜଙ୍କ ସମେତ ୩ ଜଣଙ୍କୁ ଅଟକ ରଖାଯାଇଛି। ଅନ୍ୟପକ୍ଷରେ କ୍ରାଉନ୍ ପ୍ରିନ୍ସ ପୁଣିଥରେ ତାଙ୍କ ହାତମୁଠା ମଜଭୁତ…
ସିଏଏ ବିରୋଧୀ ଆନ୍ଦୋଳନ ପଛରେ ପାକିସ୍ତାନ
ନୂଆଦିଲ୍ଲୀ, ୮।୩: ସିଏଏକୁ ନେଇ ଭାରତରେ ଦେଖାଦେଇଥିବା ହିଂସାକାଣ୍ଡ ପଛରେ ପାକିସ୍ତାନର ପ୍ରଚ୍ଛନ୍ନ ହାତ ରହିଥିବା ଖବର ପଦାକୁ ଆସିଛି। ବ୍ୟାପକ ଅର୍ଥ ଓ ନିର୍ଦ୍ଦେଶ ସତ୍ତ୍ୱେ ଗତ ମାର୍ଚ୍ଚ ୩-୪ରେ ସିଏଏ ବିରୋଧୀ ଆନ୍ଦୋଳନରେ ସେଭଳି ଲୋକ ନ ହେବାରୁ…
ଘରୋଇ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ଜମା ପ୍ରସଙ୍ଗ:ଭିଜିଲାନ୍ସ ତଦନ୍ତ ଦାବି କଲେ ଭାଜପା, ଶ୍ରୀଜଗନ୍ନାଥ ସେନା
ପୁରୀ ଅଫିସ, ୮।୩: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ୟେସ୍ ବ୍ୟାଙ୍କରେ ଜମା ରଖାଯିବାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏକାଧିକ ସଙ୍ଗଠନ ଏବଂ ବ୍ୟକ୍ତିବିଶେଷ ଏଥିପାଇଁ ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନକୁ ଦାୟୀ…
Archives


