Posted inଫୁରସତ

ଆଦିବାସୀଙ୍କ ହାତପାହାନ୍ତାରେ ବ୍ୟାଙ୍କସେବା

ରାୟପୁର: ଉପାନ୍ତ ଅଞ୍ଚଳରେ ସରକାରୀ ସୁବିଧା ସୁଯୋଗ ଲୋକମାନେ ପାଇବା କାଠିକର ପାଠ। ବର୍ଷ ବର୍ଷ ବିତିଯାଉଥିଲେ ବି ଭଲ ସଡ଼କ କିମ୍ବା ପିଇବା ପାଣି ସେମାନଙ୍କ ଲାଗି ସାତ ସପନ ପାଲଟିଥାଏ। ମାଓବାଦୀ ଅଧ୍ୟୁଷିତ ଛତିଶଗଡ଼ର ଦାନ୍ତଓ୍ବୋଡ଼ାରେ ଲୋକମାନେ ବାହାରକୁ ବାହାରିବା କଷ୍ଟକର ହୋଇପଡ଼ିଥିବା ବେଳେ ସେଠାକାର ଆଦିବାସୀଙ୍କ ଲାଗି ହାତପାହାନ୍ତାରେ ବ୍ୟାଙ୍କସେବା ଏବେ ଉପଲବ୍ଧ। ଦାନ୍ତଓ୍ବୋଡ଼ା ଜିଲା ପ୍ରଶାସନ ପକ୍ଷରୁ ଏବେ ‘ବ୍ୟାଙ୍କ ସଙ୍ଗ୍‌ଓ୍ବାରି ତୁମ୍‌ଚୋ ଦ୍ୱାର’ ନାମକ ଏକ ଯୋଜନା ପ୍ରଣୟନ କରାଯାଇଛି। ବସ୍ତର ସଂସଦୀୟ ଆସନ ଅନ୍ତର୍ଗତ ଏହି ଅଞ୍ଚଳରେ ଆଦିବାସୀମାନେ ହାତପାହାନ୍ତାରେ ବ୍ୟାଙ୍କସେବା ପାଇବାକୁ ସମର୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ୨୨ ଗ୍ରାମର ୧୮,୯୦୦ ଲୋକଙ୍କ ମଧ୍ୟରୁ ୨,୫୪୧ ବୃଦ୍ଧ ଓ ବିଧବାଙ୍କୁ ଏହି ଯୋଜନା ମାଧ୍ୟମରେ ଟଙ୍କା ଯୋଗାଇ ଦିଆଯାଇସାରିଛି। ରାଜ୍ୟ ସାମାଜିକ କଲ୍ୟାଣ ବିଭାଗ ପକ୍ଷରୁ ଆଦିବାସୀଙ୍କ ସୁବିଧା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ମହାମାରୀ କରୋନାର ତାଣ୍ଡବ ଚାଲିଥିଲେ ବି ସେଠାରେ ଏହି ସେବାକୁ ବନ୍ଦ କରାଯାଇ ନାହିଁ। ଏମ୍‌ଜିଏନ୍‌ଆର୍‌ଇଜିଏରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଲାଗି ଏଭଳି ସୁବିଧା ଯୋଗାଇଦେବାକୁ ପ୍ରଶାସନ ଚିନ୍ତା କରୁଛି।
ଆଦିବାସୀବହୁଳ ଦାନ୍ତଓ୍ବୋଡ଼ା ଅଞ୍ଚଳର ଲୋକମାନେ ଅନେକ ବାଟ ଚାଲି ଚାଲି ଯାଇ ଏହି ସୁବଧା ପାଉଥିଲେ। ଏମିତିକି ୧୦ କି.ମି. ପର୍ଯ୍ୟନ୍ତ ସେମାନଙ୍କୁ ଚାଲିଚାଲି ଯିବାକୁ ପଡ଼ୁଥିଲା। ବେେବେଳେ ସେମାନେ ମାଓବାଦୀଙ୍କ ଶିକାର ବି ପାଲଟୁଥିଲେ। ସେମାନଙ୍କ ସୁରକ୍ଷା ଓ ବଞ୍ଚିବାର ରାହା ଯୋଗାଇଦେବା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା କହିଛନ୍ତି ଜିଲାପାଳ ଦୀପକ ସୋନି। ବିକଶିତ କାରିଗରି ବିଦ୍ୟା ଏଭଳି ସୁବିଧା ଆଦିବାସୀଙ୍କୁ ଯୋଗାଇଦେବାରେ ସଫଳ ହୋଇଥିବା ସେ ପ୍ରକାଶ କରିଛନ୍ତି। କେତେଜଣ ସ୍ବେଚ୍ଛାସେବୀ ଏକ୍ଷେତ୍ରରେ ସହଯୋଗର ହାତ ବଢ଼ାଇଥିବା ସେ କହିଛନ୍ତି। ଏମିତିକି କେତେକ ସ୍ଥାନରେ ମାନୁଆଲ ପେମେଣ୍ଟ ପ୍ରଦାନ କରାଯାଇଛି। ଲକ୍‌ଡାଉନ୍‌ ବେଳେ ଏହି ବ୍ୟାଙ୍କସେବା ସେମାନଙ୍କ ଲାଗି ବରଦାନ ପାଲଟିଛି। ଏହା ଗରିବ ଆଦିବାସୀଙ୍କ ମୁହଁରେ ହସ ଫୁଟାଇବାରେ ସହାୟକ ହୋଇପାରିଥିବା ସୋନି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

କେସିଙ୍ଗା ଝିଅଙ୍କ କମାଲ: OAS ପରୀକ୍ଷାରେ ରଖିଛନ୍ତି ୪ର୍ଥ ର଼୍ୟାଙ୍କ, ଛୁଟୁଛି ଶୁଭେଚ୍ଛାର ସୁଅ

କେସିଙ୍ଗା, ୨୬।୫ (ତୁମେଶ୍ୱର ସାହୁ): ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (OCS) ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏହି…

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

ଇଞ୍ଜିନିୟରରୁ OAS ଅଫିସର: ୯୮ ର଼୍ୟାଙ୍କ ରଖି ଗଞ୍ଜାମର ଗୌରବ ବଢ଼ାଇଲେ ଖଗେଶ୍ୱର, ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ପୁଣି ଚମକିଛନ୍ତି ଗଞ୍ଜାମ ଜିଲାର ପୁଅ। ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପ୍ରକାଶିତ…

ଡିଏସ୍‌ପିରୁ OAS ଟପ୍ପର, ବୁବୁନ୍‌ଙ୍କ ସଫଳତାକୁ ନେଇ ଆନନ୍ଦପୁରରେ ଖୁସିର ଲହରୀ, ଯୁବପିଢ଼ୀଙ୍କ ପାଇଁ ସାଜିଲେ ପ୍ରେରଣା

ବଞ୍ଚୋ/ଆନନ୍ଦପୁର , ୨୬।୫(ପ୍ରଦୋଷ କୁମାର ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। ଓଡ଼ିଶା ଲୋକସେବା ଆୟୋଗ…

ଏଲପିଜି ସିଲିଣ୍ଡରକୁ ବାଏ-ବାଏ; ଏବେ ପାଣିରେ ଜଳିବ ରୋଷେଇ ଚୁଲି! ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୫: ଦେଶରେ ମହଙ୍ଗା ମାଡ଼ରେ ଅତିଷ୍ଠ ହେଉଥିବା ସାଧାରଣ ଗ୍ରାହକ ଏବଂ ଗୃହିଣୀମାନଙ୍କ ପାଇଁ ଏକ ବଡ଼  ଖବର ସାମ୍ନାକୁ ଆସିଛି। ବଜାରରେ ଉପଲବ୍ଧ କମର୍ଶିଆଲ୍ ତଥା…

ସାହାଯ୍ୟ ମାଗିବା ବାହାନାରେ ଶିକ୍ଷକଙ୍କଠାରୁ ବାଇକ୍‌ ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ, ଢ଼ାବା ଆଗରେ…

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳରେ ଏକ ଚମକାଇ ଦେଲା ଭଳି ବାଇକ ଚୋରି ଘଟଣା ସାମ୍ନାକୁ ଆସିଛି। ଜଣେ ଦୁର୍ବୃତ୍ତ ସାହାଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri