ଷଣ୍ଢ ଲଢେଇ ବେଳେ ଦୁର୍ଘଟଣା: ଯୁବକଙ୍କ ଉପରେ ଚଢିଗଲା ଟ୍ରକ
ସୋର, ୧୦ା୩(ଡି.ଏନ.ଏ.)-ବାଲେଶ୍ବର ଜିଲା ସୋର ଥାନା ଅନ୍ତର୍ଗତ ସୋର-ମଙ୍ଗଳପୁର ରାସ୍ତା ବାଗୁଡି ବଜାର ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଟ୍ରକ ତଳେ ଚାପି ହୋଇ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ସକାଳେ ମହୁମୁହାଣ ଗ୍ରାମର ନରେନ୍ଦ୍ର…
‘ମ୍ୟାନ ଭର୍ସେସ ଓ୍ବାଇଲ୍ଡ’ରେ ରଜନୀକାନ୍ତଙ୍କ ଲୁକ୍ସକୁ ପସନ୍ଦ କରୁଛନ୍ତି ଦର୍ଶକେ
ମୁମ୍ବାଇ,୧୦।୩: ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ୬୯ ବର୍ଷ ବୟସରେ ବି ପ୍ରଶଂସକଙ୍କ ମନରେ ଘର କରି ରହିଛନ୍ତି। ଏବେବି ଦର୍ଶକେ ତାଙ୍କୁ ସେହି ସୁପରଷ୍ଟାର ବୋଲି ଭାବନ୍ତି। ଏଥର ‘ମ୍ୟାନ ଭର୍ସେସ ଓ୍ବାଇଲ୍ଡ’ରେ ରଜନୀକାନ୍ତଙ୍କୁ ଦେଖିବାକୁ ମିଳିବ। ଏହାର ଟିଜର ଆସିବା…
କମଲନାଥଙ୍କ ସରକାର ଭାଙ୍ଗିବା ପାଇଁ ପୁରସ୍କାର: ଭାଜପାରେ ସମ୍ମାନ, ମିଳିବ ମନ୍ତ୍ରୀପଦ !
ନୂଆଦିଲ୍ଲୀ, ୧୦।୩: ମଧ୍ୟପ୍ରଦେଶ ରାଜନୈତିକ ସମୀକରଣରେ ନୂଆ ମୋଡ଼ ଆସିଛି। ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ିଛନ୍ତି। ସେ ଏବେ ଭାଜପାରେ ଯୋଗଦେବେ ବୋଲି କୁହାଯାଉଛି। ତାଙ୍କୁ ସମର୍ଥନ କରୁଥିବା ୨୦ କଂଗ୍ରେସ ବିଧାୟକଙ୍କ ଇସ୍ତଫା ମଞ୍ଜୁର ହେଲେ ରାଜ୍ୟ ବିଧାନସଭାରେ ବିଧାୟକଙ୍କ…
ରାଣା କପୁର କ୍ରୟ କରିଥିବା ରାଜୀବ ଗାନ୍ଧୀଙ୍କ ପେଣ୍ଟିଂକୁ ଜବତ କଲା ଇଡି
ମୁମ୍ବାଇ,୧୦।୩: ୟସ୍ ବ୍ୟାଙ୍କ ଫାଉଣ୍ଡର ରାଣା କପୁରଙ୍କ ଉପରେ ଗୋଟିଏ ପରେ ଗୋଟିଏ ଅସୁବିଧା ଯେମିତି ମାଡି ଆସୁଛି। ୟସ୍ ବ୍ୟାଙ୍କ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ଏହାର କାରବାରକୁ ନେଇ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆର୍ବିଆଇ)କେତେ ଗୁଡିଏ…
କେଉଁଠାରୁ ଆରମ୍ଭ ଫ୍ରି ହିଟ୍ ନିୟମ
କ୍ରିକେଟର ଅନ୍ୟତମ ଲୋକପ୍ରିୟ ନିୟମ ଫ୍ରି ହିଟ୍। ଏ ସମ୍ପର୍କରେ ପ୍ରାୟ କ୍ରିକେଟ ପ୍ରଶଂସକଙ୍କୁ ଜଣାଥିବ। ମାତ୍ର ଏହି ନିୟମ କ୍ରିକେଟରେ କେବେଠାରୁ ଲାଗୁ ହେଲା? ଏହାର ଉତ୍ତର ପ୍ରାୟଙ୍କୁ ଜଣା ନ ଥିବ। ଏହା ୨୦୦୭ ଅକ୍ଟୋବରରେ ଅନ୍ତର୍ଜାତୀୟ କ୍ରିକେଟରେ…
ଖାଲକୁ ଖସିଲା ବସ: ୫ମୃତ, ୩୪ ଆହତ
ଶିମଲା,୧୦।୩: ହିମାଚଳପ୍ରଦେଶରେ ଭୋର୍ ୬ଟା ୪୫ରେ ଏକ ମର୍ମନ୍ତୁଦ ବସ ଦୁର୍ଘଟଣା ଘଟିଛି। ଭରମୋର-ପାଠାଣକୋଟ ଜାତୀୟ ରାଜପଥର ଚେହଲିଠାରେ ଏକ ଯାତ୍ରୀବାହୀ ବସ ଖାଲକୁ ଖସି ପଡ଼ିଛି। ଏଥିରେ ୫ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩୪ ଲୋକ ଆହତଙ୍କ ହୋଇଛନ୍ତି। ଖବର ପାଇ…
ସିଏଏ ହିଂସା: ହାଇକୋର୍ଟଙ୍କ ରାୟକୁ ବିରୋଧ କରି ସୁପ୍ରିମକୋର୍ଟ ଯାଇପାରନ୍ତି ଯୋଗୀ ସରକାର
ଲକ୍ଷ୍ନୌ,୧୦।୩: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଉତ୍ତରପ୍ରଦେଶରେ ଉପୁଜିଥିବା ହିଂସାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ଏକ ପୋଷ୍ଟର ଯୋଗୀ ଆଦିତ୍ୟନାଥଙ୍କ ସରକାର ଜାରି କରିଥିଲେ। ଗୋଟିଏ ଦିନ ପୂର୍ବରୁ ଏହି ପୋଷ୍ଟରକୁ ହଟାଇବାକୁ ଆହ୍ଲାବାଦ ହାଇ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏବେ…
ହୋଲିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୦।୩(ବ୍ୟୁରୋ): ଆଜି ପବିତ୍ର ହୋଲି। ସାରା ଦେଶରେ ଏହି ପର୍ବକୁ ଖୁବ୍ ଧୁମ୍ଧାମରେ ପାଳନ କରାଯାଉଥିବା ବେଳେ କେତେକ ସ୍ଥାନରେ କରୋନା ଭାଇରସ୍କୁ ନେଇ ହୋଲି ଫିକା ପଡ଼ିଛି। ତେବେ ଏହି ହୋଲି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା…
ଯୋଗକରି ହୋଲିଖେଳିଲେ କାମାକ୍ଷାନଗର ଅଞ୍ଚଳବାସୀ
କାମାକ୍ଷାନଗର,୧୦।୩(ଡି.ଏନ୍.ଏ.): ଆଜି ରଙ୍ଗର ପର୍ବ ହୋଲି। ସାରା ଦେଶରେ ଏହି ପର୍ବକୁ ଧମ୍ଧାମ୍ରେ ପାଳନ କରାଯାଉଥିବା ବେଳେ ଚଳିତବର୍ଷ କରୋନାର ଭୟରେ ଏକ ପ୍ରକାର ହୋଲି ଫିକା ପଡ଼ିଛି। ତେବେ କେତେକ ସ୍ଥାନରେ ହର୍ବାଲ ରଙ୍ଗର ବ୍ୟବହାର କରାଯାଇ ହୋଲି ପାଳନ…
ହିଙ୍ଗୁଳା ମନ୍ଦିରରୁ ଚୋରି: ତାଲା ଭାଙ୍ଗି ହୁଣ୍ଡିବାକ୍ସରୁ ଟଙ୍କା ନେଇଗଲେ ଦୁର୍ବୃତ୍ତ
ବଅଁରପାଳ,୧୦।୩(ଡି.ଏନ୍.ଏ.): ଅନୁଗୋଳ ଜିଲା ନାଲ୍କୋ ଥାନା ଅନ୍ତର୍ଗତ ବଳରାମ ପ୍ରସାଦଠାରେ ଥିବା ହିଙ୍ଗୁଳା ମନ୍ଦିରରୁ ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଛି। କେହି ଦୁର୍ବୃତ୍ତ ମନ୍ଦିର ତାଲା ଭାଙ୍ଗି ହୁଣ୍ଡି ବାକ୍ସରୁ ଚୋରି କରିଥିବା ନେଇ ସକାଳେ ପୂଜାରୀ ଦେଖି ଗ୍ରାମବାସୀଙ୍କୁ…
ଆଗରପଡା ମେଲଣରେ ୬୦ରୁ ଉର୍ଦ୍ଧ୍ୱ ବିମାନ
ବନ୍ତ, ୧୦ା୩(ସ୍ବ.ପ୍ର.)-ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡା ରାମଗଡ ମେଲଣରେ ୬୦ରୁ ଊର୍ଦ୍ଧ୍ୱ ସୁସଜ୍ଜିତ ବିମାନ ବିରାଜମାନ ହୋଇଛନ୍ତି। ମଙ୍ଗଳବାର ଭୋର ୪ଟାରେ ବାଣ ରୋଷଣୀ ସହିତ ଶୋଭାଯାତ୍ରାରେ ବିଭିନ୍ନ ଗ୍ରାମରୁ ବିମାନଗୁଡିକ ଆସି ମେଲଣ ପଡିଆରେ ପହଞ୍ଚିଥିଲେ । ସକାଳଠାରୁ…
ମାଙ୍କଡ଼ ତଡ଼ିବା ପାଇଁ ଭାଲୁ ପୋଷାକ ପିନ୍ଧିଲେ ଆଇଟିବିପି ଯବାନ: ସୋସିଆଲ୍ ମିଡ଼ିଆରେ ଭିଡ଼ିଓ ଭାଇରାଲ
ଡେରାଡୁନ୍: ଉତ୍ତରାଖଣ୍ଡରେ ମାଙ୍କଡ଼ଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ସେମାନେ ଲୋକଙ୍କ ଘରେ ପଶି ଖାଦ୍ୟ ପଦାର୍ଥ ଛଡ଼ାଇ ନେବା ସହିତ ନାନା ପ୍ରକାର ହଇରାଣ କରୁଛନ୍ତି। ଲୋକେ ମାଙ୍କଡ଼ଙ୍କ ଆତଙ୍କରେ ଆତଙ୍କିତ ହୋଇପଡ଼ିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆଇଟିବିପି ୭ ବାଟାଲିୟନ…
Archives


