ଗହୀରମଥାରେ ଅଲିଭ ରିଡଲେଙ୍କ ସମୂହ ଅଣ୍ଡାଦାନ ଜାରି: ୩ଦିନରେ ୨ଲକ୍ଷ କଇଁଛ ଅଣ୍ଡାଦେଲେ
ରାଜନଗର, ୧୮।୩(ଡି.ଏନ.ଏ.)-ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଏବେ ଅଲିଭରିଡଲେ କଇଁଛଙ୍କ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଚାଲୁ ରହିଛି। ୩ଦିନରେ ୨ଲକ୍ଷ କଇଁଛ ଅଣ୍ଡାଦାନ କରିଛନ୍ତି। କଇଁଛମାନଙ୍କୁ ବାହ୍ୟ ଶତ୍ରୁଠାରୁ ସୁରକ୍ଷା ଦେବା ପାଇଁ ରାଜନଗର ବନ ବିଭାଗ କର୍ମଚାରୀମାନେ ସେଠାରେ ଅସ୍ଥାୟୀ କ୍ୟାମ୍ପ…
ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ସ୍ତ୍ରୀ
କୁଜଙ୍ଗ,୧୮ା୩(ଡି.ଏନ.ଏ.): କୁଜଙ୍ଗ ଥାନା ଅଧୀନ ଗୋପିଆକୁଦ ପଞ୍ଚାୟତ ବେଦାପାଟ ଗ୍ରାମର ପବିତ୍ର ଓଝା(୪୫)ଙ୍କ ସୋମବାର ରାତିରେ ସନ୍ଦେହଜନକ ମୃତ୍ୟୁଘଟିଛି। ମାତ୍ର ପବିତ୍ରଙ୍କୁ ଖାଦ୍ୟରେ ବିଷଦେଇ ତାଙ୍କ ବଡ଼ ଭାଉଜ ଶରଳା, ଭାଇ ନିରଞ୍ଜନ ଓ ମା’ ମାଳତୀ ହତ୍ୟା କରିଥିବା ପବିତ୍ରଙ୍କ…
ଜଗତ୍ସିଂହପୁର ଜିଲା ମହୋତ୍ସବ ବାତିଲ
ଜଗତ୍ସିଂହପୁର ଅଫିସ, ୧୮ା୩: ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ଜଗତ୍ସିଂହପୁର ଜିଲା ମହୋତ୍ସବ କଲ୍ଲୋଳ-୨୦୨୦ ଅନୁଷ୍ଠିତ ହେବାର ଥିଲା। ଏନେଇ ୨ଥର ପ୍ରସ୍ତୁତି ବୈଠକ ସରିଥିଲା। ବିଗତବର୍ଷଗୁଡିକ ଅପେକ୍ଷା ଏଥର ଧୁମଧାମରେ ମହୋତ୍ସବ ପାଳନ କରାଯିବାକୁ ଯୋଜନା ପ୍ରସ୍ତୁତ କରାଯାଇଥିଲା।…
ଯାତ୍ରୀ ହ୍ରାସ ଯୋଗୁ ବାତିଲ ହେଉଛି ଟ୍ରେନ୍
ଭୁବନେଶ୍ୱର, ୧୮।୩: ପୂର୍ବତଟ ରେଳପଥ ଯାତ୍ରୀ ପରିବହନ କ୍ଷେତ୍ରରେ ବୃହତ୍ ସଂଖ୍ୟାରେ ହ୍ରାସ ଘଟିଛି। ଲୋକମାନେ ବୁକିଂ କରିଥିବା ସେମାନଙ୍କ ଟିକେଟ ବାତିଲ କରି ଦେଉଛନ୍ତି। ଗତ ୬ ଦିନ ମଧ୍ୟରେ ପୂର୍ବତଟ ରେଳପଥର ୧ ଲକ୍ଷ ଟିକେଟ ବାତିଲ କରାଯାଇଛି।…
୩୧ ପର୍ଯ୍ୟନ୍ତ ବନ୍ଦ ରହିଲା ଡିଏଲ୍, ଏଲ୍ଏଲ୍ ଟେଷ୍ଟ
ଭୁବନେଶ୍ୱର, ୧୮।୩(ବ୍ୟୁରୋ): ଆର୍ଟିଓ କାର୍ଯ୍ୟାଳୟରେ ବୁଧବାରଠାରୁ ଡିଏଲ୍ ଏବଂ ଏଲ୍ଏଲ୍ ଟେଷ୍ଟ ବନ୍ଦ ରହିବ। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଏହାକୁ ବନ୍ଦ ରଖିବା ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମଙ୍ଗଳବାର ଏହା ଘୋଷଣା କରାଯାଇଛି। ଏନେଇ ଏକ ପ୍ରସ୍ତାବକୁ…
ବିଦେଶ ଯାଇଥିବା କର୍ମଚାରୀଙ୍କୁ ଅଫିସ ମନା
ଭୁବନେଶ୍ୱର,୧୮ା୩ (ବ୍ୟୁରୋ): ଇଟାଲୀରୁ ଫେରିଥିବା ଯୁବକ ରାଜ୍ୟର ପ୍ରଥମ କରୋନା ସଂକ୍ରମିତ ବୋଲି ଚିହ୍ନଟ ପରେ ବିଦେଶୀ ଓ ବିଦେଶ ଫେରନ୍ତାଙ୍କ ଉପରେ କଡ଼ା ନଜର ରଖାଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଥିବା ଆଇଟି ଫାର୍ମଗୁଡିକୁ ପୋଲିସ ପକ୍ଷରୁ ଗାଇଡ୍ଲାଇନ୍ ଜାରି…
ମଲ୍ରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ
ଭୁବନେଶ୍ୱର,୧୮ା୩ (ବ୍ୟୁରୋ): କରୋନା ସଂକ୍ରମଣ ଏଡ଼ାଇବା ପାଇଁ ଶପିଂ ମଲ୍ଗୁଡିକୁ ବନ୍ଦ କରାଯାଇଛି। ହେଲେ ମଲ୍ ଭିତରେ ରହିଥିବା ଗ୍ରୋସରୀ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରଖିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ମଙ୍ଗଳବାର ପୋଲିସ ସେବା…
ପୁରୀ ଛାଡ଼ିବେ ୧୫ ହଜାର ପର୍ଯ୍ୟଟକ
ପୁରୀ ଅଫିସ,୧୮ା୩: କରୋନାକୁ ଦୃଷ୍ଟିରେ ରଖି ପୁରୀ ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଉଛି। ବିଶେଷକରି ପର୍ଯ୍ୟଟନ ଶିଳ୍ପ ଉପରେ ଏବେ ବଡ଼ କଟକଣା ଲଗାଇଛି। ପୁରୀର ସମସ୍ତ ହୋଟେଲ, ଲଜିଂ, ଧର୍ମଶାଳା, ହଲିଡେ ହୋମ୍ ଆଦିରେ ରହୁଥିବା ପର୍ଯ୍ୟଟକଙ୍କୁ ବୁଧବାର ସନ୍ଧ୍ୟା…
ବସ୍ ଷ୍ଟାଣ୍ଡରେ ସ୍ଥାପନ ହେବ କ୍ୟାମ୍ପ ଅଫିସ
ଭୁବନେଶ୍ୱର,୧୮।୩(ବ୍ୟୁରୋ): କରୋନା(କୋଭିଡ-୧୯)ଭୂତାଣୁକୁ ନେଇ ସମଗ୍ର ବିଶ୍ୱ ଆତଙ୍କିତ। ପରିସ୍ଥିତି ଯେପରି ଅଣାୟତ୍ତ ନ ହେବ ସେନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ନେଉଛନ୍ତି। ବସ୍ରେ ଦୈନିକ ହଜାର ହଜାର ଯାତ୍ରୀ ବିଭିନ୍ନ ସ୍ଥାନକୁ ଯାତାୟାତ କରୁଛନ୍ତି।…
କରୋନାରୁ ସୁସ୍ଥ ହେବା ପରେ ପୁଣି ଥରେ ସଂକ୍ରମଣ ହେବ କି ନାହିଁ ତାହା ଡାକ୍ତରଙ୍କୁ ବି ଅଜଣା !
ନୂଆଦିଲ୍ଲୀ, ୧୮।୩: କରୋନା ସଂକ୍ରମଣକୁ ନେଇ ଭାରତରେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେବାରେ ଲାଗିଛି। ଏହାକୁ ନେଇ କିଛି ଗୁଜବ ମଧ୍ୟ ଉଠୁଛି। ତେବେ ଏଭଳି ଗୁଜବଠାରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଉଛି। କରୋନାରୁ ସୁସ୍ଥ…
ସିଏମ୍ସି ପକ୍ଷରୁ ଜାରି ହେଲା ଏସ୍ଓପି; କରୋନା: ବଢୁଛି ସଚେତନତା, ସତର୍କତା
କଟକ ଅଫିସ,୧୮୩: କରୋନା ଭୂତାଣୁର ଭୟାବହତା ପାଇଁ ଲୋକମାନେ ଆତଙ୍କିତ ହୋଇପଡିଛନ୍ତି। ହେଲେ ଏଥିରୁ ରକ୍ଷା ପାଇବା ପାଇଁ ଲୋକମାନେ ଏବେ ବହୁମାତ୍ରାରେ ସତର୍କ ରହିବା ସହ ସଚେତନ ହେବାରେ ଲାଗିଛନ୍ତି। ମୁହଁରେ ମାସ୍କ ବାନ୍ଧି ଯାତାୟତ କରୁଥିବାବେଳେ ସାନିଟାଇଜର ବ୍ୟବହାର…
ଇ-ଅଫିସ୍ରେ କାର୍ଯ୍ୟ କରିପାରିବେ ସରକାରୀ କର୍ମଚାରୀ -୨ ସନ୍ଦିଗ୍ଧ ବିପଦମୁକ୍ତ
ଜଗତ୍ସିଂହପୁର ଅଫିସ,୧୮ା୩: ସରକାରୀ କର୍ମଚାରୀ ଇ-ଅଫିସ ମାଧ୍ୟମରେ ଘରେ ରହି ମଧ୍ୟ କାମ କରିପାରିବେ। ଇ-ଅଫିସ ଏଭଳି ଜରୁରୀ ପରିସ୍ଥିତିରେ ବେଶ୍ ସହାୟକ ହୋଇପାରିଛି ବୋଲି ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଥିଲେ। କୌଣସି ଲୋକ ଜିଲାପାଳଙ୍କ ନିକଟକୁ ନ ଆସି…
Archives


