Home Left

ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା, ସଚିବାଳୟ କର୍ମଚାରୀଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା କରିବାକୁ ମହାସଂଘର ଅନୁରୋଧ

ଭୁବନେଶ୍ୱର, ୧୮।୩(ବ୍ୟୁରୋ): କରୋନା ଭୟାବହତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅନେକ ସଚେତନାମୂଳକ ପଦକ୍ଷେପ ନେଉଛନ୍ତି। ଲୋକଙ୍କୁ ସଚେତନତା ସାଙ୍ଗକୁ ପ୍ରତିରୋଧ କରିବା ପାଇଁ ନେଇଥିବା ପଦକ୍ଷେପକୁ ସଚିବାଳୟ କର୍ମଚାରୀ ମହାସଂଘ ପକ୍ଷରୁ ପ୍ରଶଂସା କରାଯାଇଛି। ଏଥି ସହ ସଚିବାଳୟ କର୍ମଚାରୀ…

ପୋଲିସ ନିକଟରେ ୮ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୧୮।୩(ଡି.ଏନ୍‌.ଏ.): ପୁଣି ମାଲକାନଗିରି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ବୁଧବାର ୮ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ମୁଖ୍ୟ ମାଓବାଦୀ ଜଣକ ହେଲେ ସାମ୍ବା ଖରା। ତାଙ୍କ ଘର ସ୍ବାଭିମାନ ଅଞ୍ଚଳର…

ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ସମସ୍ତ ବାର୍‌ ବନ୍ଦ ଲାଗି ପୁଡୁଚେରୀ ସରକାରଙ୍କ ନିର୍ଦ୍ଦେଶ

ପୁଡୁଚେରୀ,୧୮।୩: ଦେଶରେ କ୍ରମାଗତ ଭାବରେ କରୋନା ଭାଇରସ୍‌ କାୟା ବିସ୍ତାର କରିଥିବାରୁ ସମସ୍ତ ରାଜ୍ୟ ସତର୍କ ହୋଇପଡ଼ିଛନ୍ତି। ଅଧିକାଂଶ ରାଜ୍ୟରେ ସତର୍କତା ଅନୁଯାୟୀ, କର୍ମଚାରୀମାନଙ୍କୁ ଘରେ ରହି କାମ କରିବାକୁ ଅନୁମତି ମଧ୍ୟ ଦିଆଯାଇଛି। ଏପରିକି ଅନେକ ରାଜ୍ୟ ଜିମ୍‌ ଏବଂ…

କରୋନା ଭୟ: ଜେଲରେ ବନ୍ଦୀ ଥିବା ୫୮୦୦ କଏଦୀଙ୍କୁ ମୁକ୍ତ କରିପାରନ୍ତି ପଞ୍ଜାବ ସରକାର

ଚଣ୍ଡିଗଡ଼,୧୮।୩: ଦିନକୁ ଦିନ ଦେଶରେ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଭାରତରେ ଏପର୍ଯ୍ୟନ୍ତ ସଂକ୍ରମିତଙ୍କ ସଂଖ୍ୟା ୧୫୨ ଛୁଇଁଥିବା ବେଳେ ପଞ୍ଜାବରେ ଗୋଟିଏ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। କରୋନାକୁ ରୋକିବାକୁ କେନ୍ଦ୍ର ଓ ରାଜ୍ୟ ସରକାର…

କରୋନା ଆକ୍ରାନ୍ତ ୪ ବ୍ରୁକ୍‌ଲିନ ନେଟ୍ସ ଖେଳାଳିଙ୍କ ମଧ୍ୟରେ କେଭିନ ଡୁରାଣ୍ଟ

ଲସ୍‌ ଏଞ୍ଜେଲ୍ସ,୧୮।୩- କେଭିନ ଡୁରାଣ୍ଟଙ୍କ ସମେତ ବ୍ରୁକ୍‌ଲିନ ନେଟ୍ସ ଦଳର ୪ ଖେଳାଳି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ କରୋନାରେ ପୀଡ଼ିତ ଏନ୍‌ବିଏ (ବାସ୍କେଟବଲ) ଖେଳାଳିଙ୍କ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ନେଟ୍ସ କ୍ଲବ ପକ୍ଷରୁ ଖେଳାଳିଙ୍କ ନାମ ପ୍ରକାଶ କରାଯାଇନାହିଁ।…

କରୋନାକୁ ନେଇ ବାରୁଣୀ ସ୍ନାନ ବନ୍ଦ: ପୂଜାର୍ଚ୍ଚନା ଲାଗି ପୀଠରେ ରହିବେ ୫ଜଣ, ଶ୍ରଦ୍ଧାଳୁଙ୍କ ସମାଗମକୁ ରୋକିବା ଲାଗି ବ୍ୟାପକ ବ୍ୟବସ୍ଥା

ପୁରୁଷୋତ୍ତମପୁର,୧୮।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲ କାର୍ଯ୍ୟାଳୟଠାରେ ବୁଧବାର ତହସିଲଦାର ଅରୁଣ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ହୋଇଥିବା ବେଳେ ଶନିବାର ଓ ରବିବାର ହେବାକୁ…

ବିଦେଶରୁ ଫେରିଥିବା ଭଉଣୀ ଗୀତା ମେହେଟ୍ଟାଙ୍କ ନାମକୁ ପଞ୍ଜୀକୃତ କଲେ ନବୀନ

ଭୁବନେଶ୍ୱର,୧୮।୩(ବ୍ୟୁରୋ): କରୋନା ସତର୍କତାମୂଳକ ପଦକ୍ଷେପସ୍ବରୂପ ରାଜ୍ୟ ସରକାରଙ୍କ ପକ୍ଷରୁ ବିଦେଶ ଫେରନ୍ତାଙ୍କ ପାଇଁ ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯାଇଛି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଉଣୀ ଗୀତା ମେହେଟ୍ଟାଙ୍କ ନାମ ସରକାରୀ ପୋର୍ଟାଲରେ ବୁଧବାର ପଞ୍ଜୀକୃତ କରିଛନ୍ତି। ଏହାଛଡ଼ା ବିଦେଶରୁ ଆସୁଥିବା…

ଧୋନୀଙ୍କୁ ଆଇପିଏଲର ଆବଶ୍ୟକତା ନାହିଁ

ନୂଆଦିଲ୍ଲୀ,୧୮।୩- ଭାରତୀୟ କ୍ରିକେଟ ବିଶେଷଜ୍ଞଙ୍କ ମତରେ ଆଇପିଏଲ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିପାରେ। ମାତ୍ର କରୋନା ଭାଇରସ ଯୋଗୁ ଆଇପିଏଲର ୧୩ତମ ସଂସ୍କରଣ ଅନିଶ୍ଚତତା ଘେରକୁ ଚାଲି ଯାଇଛି। ଯଦି ଚଳିତ ବର୍ଷ ଆଇପିଏଲ…

ପିଲାଙ୍କ ଘରେ ଖାଦ୍ୟ ପହଞ୍ଚାଇବେ ଅଙ୍ଗନଓ୍ବାଡି କର୍ମୀ

ଭୁବନେଶ୍ୱର,୧୮।୩(ବ୍ୟୁରୋ): କରୋନା ସତର୍କତା ପାଇଁ ରାଜ୍ୟର ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ ରହିବ। ଏ ନେଇ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରହୁଥିବାରୁ ପିଲାଙ୍କ ଘରେ ଖାଦ୍ୟ ଦିଆଯିବ। ୩ ରୁ ୬ ବର୍ଷ ପର୍ଯ୍ୟନ୍ତ…

ଦୈନିକ ସାନିଟାଇଜ୍‌ ହେବ ଏଟିଏମ୍‌, ଗଫଲତି କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୮।୩(ବ୍ୟୁରୋ): କରୋନା ଭୂତାଣୁକୁ ପ୍ରତିରୋଧ କରିବା ନିମନ୍ତେ ଅର୍ଥ ବିଭାଗ ପକ୍ଷରୁ ବୁଧବାର ବ୍ୟାଙ୍କଗୁଡ଼ିକୁ ଗାଇଡ୍‌ଲାଇନ ଜାରି କରାଯାଇଛି। ଏଟିଏମ୍‌ ସାନିଟାଇଜ୍‌ ନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍‌ଏଲ୍‌ବିସି ଆବାହକଙ୍କୁ ଅର୍ଥ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଚିଠି ଲେଖିଛନ୍ତି। ଚିଠିରେ…

ସରକାରଙ୍କ ନିର୍ଦ୍ଦେଶକୁ ଉଲ୍ଲଂଘନ: ଖୋଲା ଥିବା ସ୍କୁଲ ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ, ଗଠନ ହେଲା ସ୍କ୍ବାଡ

ଭୁବନେଶ୍ୱର,୧୮।୩(ବ୍ୟୁରୋ): ଓଡ଼ିଶାରେ କରୋନା ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୩୧ ମାର୍ଚ୍ଚ ଯାଏ ସମସ୍ତ ସରକାରୀ ତଥା ବେସରକାରୀ ସ୍କୁଲ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଦେଇଛନ୍ତି। ମାତ୍ର ରାଜ୍ୟର କିଛି ସ୍କୁଲ ଖୋଲାଥିବା ନେଇ ଅଭିଯୋଗ ହୋଇଛି।…

କରୋନା ଭୟ: ଶ୍ରଦ୍ଧାଳୁଙ୍କ ପାଇଁ ବୈଷ୍ଣୋଦେବୀ ଯାତ୍ରା ବନ୍ଦ

ଜମ୍ମୁ,୧୮।୩: କରୋନା ଭାଇରସ୍‌ ଯୋଗୁ ଜମ୍ମୁ-କଶ୍ମୀରର ପ୍ରମୁଖ ତୀର୍ଥସ୍ଥଳୀ ମା’ ବୈଷ୍ଣୋଦେବୀଙ୍କ ଯାତ୍ରାକୁ ସ୍ଥଗିତ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି। ବୁଧବାରଠାରୁ ଏହି ଯାତ୍ରାକୁ ସରକାର ବନ୍ଦ କରିଦେଇଛନ୍ତି। ଏଥିସହ ଜମ୍ମୁ-କଶ୍ମୀରକୁ ଆସୁଥିବା ଓ ଯାଉଥିବା ସମସ୍ତ ଅନ୍ତର୍ଜାତୀୟ ବସ୍‌ ପରିଚାଳନା ଉପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri