ରାଜ୍ୟରେ କରୋନା ସଂକ୍ରମଣ ହାର ବୃଦ୍ଧି

ଭୁବନେଶ୍ୱର, ୧୧।୭(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ହାରରେ ହଠାତ୍‌ ବୃଦ୍ଧି ଘଟିଛି। ଜୁନ୍‌ ମାସ ପର୍ଯ୍ୟନ୍ତ ଓଡ଼ିଶାରେ ଏହି ସଂକ୍ରମଣ ହାର ବେଶ୍‌ ସନ୍ତୋଷଜନକ ଥିବାବେଳେ ଜୁଲାଇ ଆରମ୍ଭରୁ ସ୍ଥିତି ଅଧିକ ବିପଜ୍ଜନକ ହେବାରେ ଲାଗିଛି। ଏବେ ଦୈନିକ ସଂକ୍ରମଣ ବୃଦ୍ଧି ହାର ଜାତୀୟ ହାରଠାରୁ ଢେର୍‌ ଉପରକୁ ଚାଲିଗଲାଣି। ଜାତୀୟସ୍ତରରେ ଦୈନିକ ସଂକ୍ରମଣ ବୃଦ୍ଧି ହାର ୨.୮୫% ଥିବାବେଳେ ଓଡ଼ିଶାରେ ଏହା ୫.୪୩% ରହିଛି। ଅନ୍ୟପକ୍ଷରେ ରାଜ୍ୟରେ ଟେଷ୍ଟ ପଜିଟିଭ୍‌ ରେଟ୍‌ (ଟିପିଆର୍‌)ରେ ମଧ୍ୟ ଦ୍ରୁତ ବୃଦ୍ଧି ପରିଲକ୍ଷିତ ହୋଇଛି। ଗତ ଏପ୍ରିଲ ଶେଷ ଆଡ଼କୁ ୨୦୦ରୁ ଅଧିକ ନମୁନାରୁ ଜଣେ ପଜିଟିଭ୍‌ ଚିହ୍ନଟ ହେଉଥିଲେ। କିନ୍ତୁ ଏବେ ୨୭ଟି ନମୁନାରୁ ଜଣେ ପଜିଟିଭ୍‌ ଚିହ୍ନଟ ହେଉଥିବା ଜଣାପଡ଼ିଛି। ରାଜ୍ୟରେ ଅଧିକ ଟେଷ୍ଟ ହେଉଥିବାରୁ ଅଧିକ ପଜିଟିଭ୍‌ ଚିହ୍ନଟ ହେଉଥିବା କୁହାଯାଉଛି। କିନ୍ତୁ ଆସାମ ଓ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟର ବହୁ ସଂଖ୍ୟାରେ କୋଭିଡ୍‌ ପରୀକ୍ଷା କରାଯାଉଥିବାରୁ ସେସବୁ ରାଜ୍ୟରେ ୩୬ ଓ ୪୮ଟି ନମୁନାରୁ ଜଣେ ଲେଖାଏ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। ତେଣୁ ଓଡ଼ିଶା ହଟ୍‌ସ୍ପଟ ରାଜ୍ୟ ଆଡ଼କୁ ମୁହଁାଇଥିବା ଆଶଙ୍କା କରାଯାଉଛି।
ସେପଟେ ରାଜ୍ୟରେ ଯଦି ଅଧିକ ସଂଖ୍ୟାରେ ନମୁନା ପରୀକ୍ଷଣ ହେବ, ପଜିଟିଭ୍‌ ସଂଖ୍ୟା ଆହୁରି ବଢ଼ିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ରାଣ୍ଡମ୍‌ ବଦଳରେ କେବଳ କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କର ହିଁ ନମୁନା ପରୀକ୍ଷା ହେଉଛି। ଗତ ଜୁନ୍‌ ଶେଷ ସୁଦ୍ଧା ଯଥେଷ୍ଟ କମ୍‌ ସଂଖ୍ୟକ ପରୀକ୍ଷା କରାଯାଉଥିଲା। ତେବେ ଜୁଲାଇ ଆରମ୍ଭରୁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଓ ଆଇସିଏମ୍‌ଆର ପକ୍ଷରୁ ରାଜ୍ୟଗୁଡ଼ିକୁ ଦୈନିକ ନମୁନା ପରୀକ୍ଷା ବଢ଼ାଇବା ଲାଗି କୁହାଯାଇଥିଲା। ତେଣୁ ରାଜ୍ୟ ସରକାର ଏବେ କୋଭିଡ ନମୁନା ପରୀକ୍ଷା ସଂଖ୍ୟାରେ ବୃଦ୍ଧି କରିଛନ୍ତି। ଦୈନିକ ସାଢ଼େ ୬ ହଜାର ପରୀକ୍ଷା କରିବା ପାଇଁ ସରକାର ଏକପ୍ରକାର ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି। ଅପରପକ୍ଷରେ ରାଜ୍ୟରେ ଏବେ ୨୯ଟି କୋଭିଡ ପରୀକ୍ଷାଗାରକୁ ଆଇସିଏମ୍‌ଆର ପକ୍ଷରୁ ଅନୁମତି ଦିଆଯାଇଛି। ଏଥିରେ ୨୨ଟି ସରକାରୀ ପରୀକ୍ଷାଗାର ଥିବାବେଳେ ୭ଟି ଘରୋଇ ପରୀକ୍ଷାଗାର ରହିଛି। ଏହାସହ ଘରୋଇ ପରୀକ୍ଷାଗାରରେ ନିଜର କୋଭିଡ ପରୀକ୍ଷା କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ରାଜ୍ୟ ସରକାର ୨୨ଶହ ଟଙ୍କା ଧାର୍ଯ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri