କଲଣ ହାଟରେ କରୋନା କଟକଣା ବାଟବଣା
ରସୁଲପୁର,୯।୪(ଡିଏନଏ)- ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦାରେ ଜିଲାର ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ପ୍ରଶାସନର ଚିନ୍ତା ବଢିଯାଇଛି। କରୋନା ପାଇଁ ହାଟଗୁଡିକ ଉପରେ ପ୍ରଶାସନ ବିଶେଷ ଦୃଷ୍ଟି ଦେଉଛି। ପ୍ରଶାସନ ହାଟରେ ସାମାଜିକ ଦୂରତା ଓ ସଂଗରୋଧକୁ…
ଅମାନିଆଙ୍କ ଗାଡ଼ି ଚକାରୁ ପବନ କାଢ଼ିଦେଲା ପୋଲିସ
ବିଞ୍ଝାରପୁର,୯।୪(ଡି.ଏନ.ଏ.)- ଯାଜପୁର ଜିଲା ବିଞ୍ଝାରପୁର ଥାନା ଅଳକୁଣ୍ଡ ଫାଣ୍ଡି ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ କେତେଜଣ ଅମାନିଆଙ୍କୁ ସାବାଡ କରିଛି ପୋଲିସ। ବିନା କାରଣରେ ବାଇକ ଧରି ବଜାରକୁ ଆସୁଥିବା ଯୁବକଙ୍କୁ ଗୁରୁବାର ପୋଲିସ ଯୋଗୁ ହଟହଟା ହେବାକୁ ପଡିଛି। ପ୍ରକାଶ ଯେ…
କରୋନା ବଦଳାଇ ଦେଲା ବେଉସା: କବାଡ଼ି ବ୍ୟବସାୟୀ ବିକିଲେ ପରିବା
ରସୁଲପୁର,୯।୪(ଡିଏନଏ)- କରୋନା ପ୍ରଭାବରେ ସବୁକିଛି ଠପ୍ ହୋଇଯାଇଛି। ଛୋଟମୋଟ ବ୍ୟବସାୟରୁ ଆରମ୍ଭ କରି ବଡ଼ବଡ଼ ଶିଳ୍ପସଂସ୍ଥାରେ ତାଲା ଝୁଲୁଛି। ଏହାଦ୍ୱାରା ଅଧିକ ପ୍ରଭାବିତ ହୋଇଛନ୍ତି ଦିନ ମଜୁରିଆ ତଥା କ୍ଷୁଦ୍ର ବ୍ୟବସାୟୀମାନେ। ପରିବାର କେମିତି ଚଳିବ, ଅର୍ଥ କେଉଁଠୁ ଆସିବ ସେହି…
ପୋଲିସ ହାବୁଡରେ ଅମାନିଆ ବାଇକ ଚାଳକ
ସମ୍ବଲପୁର, ୯।୪ (ବ୍ୟୁରୋ): କରୋନା କଟକଣା ନେଇ ଜିଲା ପ୍ରଶାସନ ଓ ପୋଲିସ ଗୁରୁବାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦ୍ୱିତୀୟ ଦିନରେ ପହଞ୍ଚତ୍ଛି । ଅଇଁଠାପାଲି, ଶାସନ, ଟାଉନ ଥାନା, ଧନୁପାଲି ଥାନା, କ୍ଷେତରାଜପୁର ଥାନା, ସଦର ଥାନା ପୋଲିସ…
ସ୍ବାସ୍ଥ୍ୟକର୍ମଚାରୀଙ୍କୁ ଶୀଘ୍ର ନିଯୁକ୍ତି, ତାଲିମ ଦିଆଯାଉ
ଝାରସୁଗୁଡା ଅଫିସ,୯ା୪- ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ମନ୍ତ୍ରୀମଣ୍ଡଳସ୍ତରୀୟ କମିଟି ପକ୍ଷରୁ କୋଭିଡ-୧୯ ମୁକାବିଲା ପାଇଁ ଗୁରୁତ୍ୱପୁର୍ଣ୍ଣ ଆଲୋଚନା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଭିଡିଓ କନଫରେନ୍ସ ଜରିଆରେ ଏହି ଆଲୋଚନା ହୋଇଛି। ଝାରସୁଗୁଡା ଜିଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଏନଆଇସି କକ୍ଷରେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ…
ଡ୍ରୋନ ଦ୍ୱାରା ଷ୍ଟେଶନ ସୁରକ୍ଷା ତଦାରଖ
ସମ୍ବଲପୁର, ୯।୪ (ବ୍ୟୁରୋ)-ଡ୍ରୋନ କ୍ୟାମେରା ଦ୍ୱାରା ସମ୍ବଲପୁର ରେଳ ଷ୍ଟେଶନ ସୁରକ୍ଷା ତଦାରଖ କରାଯାଉଛି । ଲକ୍ ଡାଉନ ସମୟରେ ରେଳବାଇର ଟ୍ରେନ କୋଚ୍, ଯାତ୍ରୀ ସଂରକ୍ଷଣ କେନ୍ଦ୍ରଗୁଡିକ ବ୍ୟବହାର ନ ହୋଇ ବନ୍ଦ ରହିଛି । ଏଥିସହ ସିଗନାଲିଂ ଭିତ୍ତିଭୂମି,…
ସମ୍ବଲପୁରରେ ହେବ କୋଭିଡ୍ ହସ୍ପିଟାଲ
ସମ୍ବଲପୁର,୯ା୪(ବ୍ୟୁରୋ): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ-୧୯ ମେଡିକାଲ ନିର୍ମାଣ କରିବାକୁ ପ୍ରଶାସନ ସ୍ଥିର କରିଛି। ବିଭିନ୍ନ ମହଲରେ କିନ୍ତୁ ଏହାକୁ ବିରୋଧ କରାଯାଉଛି। ବୁର୍ଲା ଭିମ୍ସାରରେ କୋଭିଡ ମେଡିକାଲ ନିମାଣ କରିବାକୁ ଦାବି କରାଯାଇଥିଲା। ଏଥିପାଇଁ ପ୍ରଶାସନିକ ଅଧିକାରୀ ଭିମ୍ସାର,…
ଲକ୍ଡାଉନକୁ କଡ଼ାକଡ଼ି କଲେ ତହସିଲଦାର
ବନ୍ତ, ୯।୪(ଡି.ଏନ.ଏ.)-କରୋନା ମହାମାରୀ ସାରା ବିଶ୍ୱକୁ ଭୟଙ୍କର ପରିସ୍ଥିତିକୁ ଟାଣି ନେଇଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ଏହାକୁ ରୋକିବା ପାଇଁ ସମଗ୍ର ଦେଶକୁ ଲକଡାଉନ୍ କରିଛନ୍ତି । ସମସ୍ତ ଜନସାଧାରଣଙ୍କୁ ଘରେ ରହିବାକୁ ଅନୁରୋଧ କରାଯିବା ସହ ବିନା…
ଏଟିଏମ୍ କାଉଣ୍ଟରରେ ସାମାଜିକ ଦୂରତା
ବନ୍ତ, ୯।୪(ଡି.ଏନ.ଏ.)-କରୋନା ଲକ୍ଡାଉନ ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ କଟକଣାକୁ କଡାକଡି କରାଯାଇଛି । ସାମଗ୍ରୀ କିଣିବାଠାରୁ ଆରମ୍ଭ କରି ଟଙ୍କା ଉଠାଣ ପର୍ଯ୍ୟନ୍ତ ସବୁଠି ଲୋକେ ସାମାଜିକ ଦୂରତା ପାଳନ କରୁଛନ୍ତି। ଭଦ୍ରକ ଜିଲା ବନ୍ତ ସଦର ମହକୁମାରେ ୬ଟି…
ନିର୍ଦ୍ଦେଶ ସତ୍ତ୍ୱେ ଖୋଲୁନି ଢାବା, ଗ୍ୟାରେଜ
କେନ୍ଦୁଝର, ୯ା୪ (ସ୍ବ.ପ୍ର.)-କରୋନା ପାଇଁ ଲକ୍ ଡାଉନ୍ ଘୋଷଣା ହୋଇଛି । ଏଣୁ ସମଗ୍ର ଦେଶରେ ଗାଡି ଚଳାଚଳ ବନ୍ଦ ରହିଛି । ସେହିପରି ଯାତ୍ରୀବାହୀ ବସ, ଟ୍ରେନ ଆଦି ବନ୍ଦ ରହିଛି। ତେବେ ଏହି କଟକଣାରୁ ବାଦ ପଡିଛି ଅତ୍ୟାବଶ୍ୟକୀୟ…
ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସହାୟତା
ବାଲେଶ୍ୱର ଅଫିସ, ୯।୪-ବାଲେଶ୍ୱରସ୍ଥିତ ବାଲିଆ ରାମେଶ୍ୱର ମନ୍ଦିର ସମ୍ମୁଖରେ ଥିବା ମେସି ଫର୍ଗୁସନ ଟ୍ରାକ୍ଟର କମ୍ପାନୀର ଜିଲା ଡିଲର ‘ମେସର୍ସ ଲକ୍ଷ୍ମୀରେଖା ଅଟୋମୋବାଇଲ୍ସ’ର ଦୁଇ ବିଜିନେସ୍ ପାର୍ଟନର ମନୋଜ କୁମାର ଜେନା ଏବଂ ଅମିତ ଅମିତାଭ ମହାକୁଡ଼ ଗୁରୁବାର ଓଡ଼ିଶା ମୁଖ୍ୟମନ୍ତ୍ରୀ…
ବିଶୋଧନ ହେଲା ଆର.ଉଦୟଗିରି, ନୂଆଗଡର ବିଭିନ୍ନ ସ୍ଥାନ
ଆର.ଉଦୟଗିରି,୯ା୪(ଡି.ଏନ.ଏ.)- ଗଜପତି ଜିଲା ଆର.ଉଦୟଗିରି, ନୂଆଗଡ, ଖଜୁରିପଦା ଓ ବଡପଦା ସହରରେ ପ୍ରଶାସନ ଏବଂ ଅଗ୍ନିଶମ ବିଭାଗ ଦ୍ୱାରା ବିଶୋଧନ କରାଯାଇଛି। ବ୍ଲକର ତହସିଲ, ବ୍ଲକ, ମେଡିକାଲ, ସାହିର ଗଳିକନ୍ଦି ଏବଂ ମୁଖ୍ୟ ରାସ୍ତା ଦୁଇ ପାଖରେ ଦମକଳ ଗାଡି କେମିକାଲ…
Archives


