ମା’ବାପା କରୋନା ପଜିଟିଭ ଚିହ୍ନଟ ପରେ ୬ ମାସର ଶିଶୁର ଯତ୍ନ ନେଇ ଚର୍ଚ୍ଚାରେ ଏହି ଡାକ୍ତର

ମହାମାରୀ କରୋନା ସମୟରେ ଡାକ୍ତରମାନେ ନିଜ ଜୀବନକୁ ବାଜି ଲଗାଇ ଦିନରାତି ଏକ କରି ରୋଗୀମାନଙ୍କ ସେବା କରିବାରେ ଲାଗିପଡ଼ିଛନ୍ତି। ତେବେ ଏତିକିବେଳେ ଜଣେ କରୋନା ଯୋଦ୍ଧା ଆଉ ପାଦେ ଆଗକୁ ଯାଇ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଜଣେ ୬ ମାସର ଶିଶୁଙ୍କ ମା’ବାପା କରୋନା ପଜିଟିଭ ଜଣାପଡ଼ିବା ପରେ ସେ ଶିଶୁଟିକୁ ନିଜ ପାଖରେ ରଖି ତା’ର ସମସ୍ତ ଦାୟିତ୍ୱ ନେଇଛନ୍ତି। ଏହି ଡାକ୍ତର ଜଣଙ୍କ ହେଲେ କେରଳର ମୈରୀ ଅନିତା।
ଏଲଭିନଙ୍କ ମା’ ବାପା କେରଳର ଗୁରୁଗ୍ରାମର ଏକ ହେଲ୍‌ଥ କେୟାର ସେଣ୍ଟରରେ ନର୍ସଭାବେ କାର୍ଯ୍ୟ କରୁଥିଲେ। ଗତ ମାସରେ ଏଲଭିନଙ୍କ ବାପା କରୋନା ପଜିଟିଭ୍‌ ବୋଲି ଜଣାପଡ଼ିଥିଲା। ଏହା ପରେ ସେ ହସ୍ପିଟାଲରେ ରହି ଚିକିତ୍ସିତ ହେଲେ। ଏହାର କିଛି ଦିନ ପରେ ଏଲଭିନଙ୍କ ମା’ ମଧ୍ୟ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଲେ। ପରେ ଏକ ଚାଇଲ୍ଡ ଓ୍ବେଲ୍‌ଫେୟାର କମିଟି ଏଲ୍‌ଭିନ୍‌ଙ୍କ ଦାୟିତ୍ୱ ନେଲା। କିନ୍ତୁ ଶିଶୁଟି କିଛି ଦିନ ମା’ଙ୍କ ସହ ରହିଥିବାରୁ ତାଙ୍କୁ କରୋନା ହେବାର ସମ୍ଭାବନା ଅଧିକ ଥିଲା। ତେଣୁ ଚାଇଲ୍ଡ ଓ୍ବେଲ୍‌ଫେୟାର କମିଟି ଅନୁମତିରେ ଡା. ମୈରୀ ଜୁନ୍‌ ୧୫ରୁ ଏଲଭିନଙ୍କୁ ନେଇ ନିଜର ଖାଲି ଥିବା ଏକ ଫ୍ଲାଟରେ ରଖିଥିଲେ। ମୈରୀଙ୍କର ନିଜର ୩ ପିଲା ଅଛନ୍ତି। ମୈରୀ ଏଲଭିନଙ୍କର ଦେଖାଶୁଣା କରିବା ସହ ତାଙ୍କ ମା’ବାପାଙ୍କ ସହ ପ୍ରତିଦିନ ଭିଡିଓ କଲ୍‌ରେ ମଧ୍ୟ କଥା କରାଉଛନ୍ତି। ବର୍ତ୍ତମାନ ଏଲଭିନଙ୍କ ମା’ବାପା ଠିକ୍‌ ଅଛନ୍ତି। ମୈରୀ ଆମପାଇଁ ଭଗବାନ ବୋଲି ଏଲଭିନଙ୍କ ମା’ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ପକ୍ଷରୁ କରୋନା ସଚେତନତା ଶୋଭାଯାତ୍ରା

ବୁଗୁଡ଼ା,୮।୪: ରାଜ୍ୟ ତଥା ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କରୋନା ମୁକାବିଲା ପାଇଁ ବୁଧବାର ବୁଗୁଡ଼ା...

କରୋନା ସଂକ୍ରମଣ ମୁକାବିଲା: କଏଦୀଙ୍କୁ ମିଳିବ ୬ ସପ୍ତାହ ପାରୋଲ

ନୂଆଦିଲ୍ଲୀ,୨୩।୩: କରୋନା ସଂକ୍ରମଣର ମୁକାବିଲା ପାଇଁ ଭାରତ ସରକାରଙ୍କ ପକ୍ଷରୁ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ମର୍ମରେ ଜେଲ୍‌ରେ ଥିବା କଏଦୀଙ୍କ ମଧ୍ୟରେ...

ରାଜ୍ୟରେ ପୁଣି ୬୪୩ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,୨୩।୪(ବ୍ୟୁରୋ)-ରାଜ୍ୟରେ ଗୁରୁବାର ପୁଣି ୬୪୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୪୦୭ ଜଣ ଥିବାବେଳେ ଖୋର୍ଦ୍ଧାରୁ ୪୪, ବାଲେଶ୍ୱରରୁ ୩୧,...

ଟିକା ପରିବହନ ଲାଗି ଗାଇଡ୍‌ଲାଇନ

ନୂଆଦିଲ୍ଲୀ, ୯।୧(ପି.ଟି.): କୋଭିଡ୍‌ ଟିକା ପରିବହନ ଯୋଜନାରେ ଥିବା ସମସ୍ତ ବିମାନ ଅପରେଟରଙ୍କ ପାଇଁ ବିମାନ ଚଳାଚଳ ମହାନିର୍ଦ୍ଦେଶକ (ଡିଜିସିଏ) ଶୁକ୍ରବାର ଗାଇଡ୍‌ଲାଇନ ଜାରି କରିଛନ୍ତି।...

ବିଧାନସଭା ଅଧିବେଶନର ୨ ଦିନ ପୂର୍ବରୁ ୨୩ ବିଧାୟକ କରୋନା ପଜିଟିଭ୍‌

ଚଣ୍ଡିଗଡ଼,୨୬।୮: ପଞ୍ଜାବ ବିଧାନସଭା ଅଧିବେଶନ ଆରମ୍ଭ ହେବାର ୨ଦିନ ପୂର୍ବରୁ ୨୩ ବିଧାୟକ ଓ ମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବୁଧବାର ୩ଜଣ ବିଧାୟକ ପଜିଟଭ୍‌...

କାନ୍ଧରେ ଟେକନ୍ତି ହେଲିକପ୍ଟର

ଅଷ୍ଟ୍ରିଆର ଫରାଞ୍ଜ ମୁଲେନର୍‌ ବେଶ୍‌ ଶକ୍ତିଶାଳୀ। ସାଧାରଣତଃ କେହି ବ୍ୟକ୍ତି କାନ୍ଧରେ ନିଜ ଓଜନଠାରୁ ଦେଢଗୁଣ ପର୍ଯ୍ୟନ୍ତ ଭାର ଟେକି ପାରିବେ। ହେଲେ ଶକ୍ତିଶାଳୀ ଫରାଞ୍ଜ...

କରୋନା ଭ୍ୟାକ୍ସିନକୁ ନେଇ ସତର୍କ କଲା ଇଣ୍ଟରପୋଲ!

ଲଣ୍ଡନ,୬ ।୧୨: କରୋନା ଭାଇସରଠାରୁ ଦୂରେଇ ରହିବାକୁ ବିଶ୍ୱବାସୀଙ୍କୁ ଖୁବ୍‌ଶୀଘ୍ର ଏହାର ଭ୍ୟାକ୍ସିନ ମିଳିଯିବ ବୋଲି କୁହାଯାଉଛି । ହେଲେ ଏହା ସାଧାରଣ ଜନତାଙ୍କ ପାଖରେ...

କରୋନାରେ ଗୁଜରାଟ ବିଚାରପତିଙ୍କ ଦେହାନ୍ତ

ଅହମ୍ମଦାବାଦ, ୬ା୧୨: କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଥିବା ଗୁଜରାଟ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ଜି. ଆର୍‌ ଉଦ୍‌ଓ୍ବାନି(୫୯)ଙ୍କର ଶନିବାର ଦେହାନ୍ତ ହୋଇଛି। ଗତ ନଭେମ୍ବର...

Advertisement
Archives

Model This Week