Posted inଜାତୀୟ

ଏହି ରାଜ୍ୟରେ ସପ୍ତାହକୁ ପ୍ରତ୍ୟେକ ଶନିବାର-ରବିବାର ଲାଗୁ ହେବ ଲକ୍‌ଡାଉନ

ଡେରାଡୁନ,୧୭।୭: ଉତ୍ତରାଖଣ୍ଡରେ ବଢ଼ୁଥିବା କରୋନା ଭାଇରସ୍‌ ସଂକ୍ରମଣ ମାମଲାକୁ ଦେଖି ରାଜ୍ୟର ସୀମା ସିଲ୍‌ କରିବା ସହ ସପ୍ତାହକୁ ୨ଦିନ ଲକ୍‌ଡାଉନ କରିବାକୁ ସ୍ଥିର କରିଛନ୍ତି ରାଜ୍ୟସରକାର। ରାଜ୍ୟରେ ସପ୍ତାହକୁ ଶନିବାର ଓ ରବିବାର ଲକ୍‌ଡାଉନ କରାଯିବ ବୋଲି ଶୁକ୍ରବାର ସରକାରୀ ମୁଖପାତ୍ର ସୂଚନା ଦେଇଛନ୍ତି। ତେବେ ଏନେଇ ଖୁବ୍‌ଶୀଘ୍ର ଗାଇଡ୍‌ଲାଇନ୍‌ ଜାରି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ତିବେନ୍ଦ୍ର ସିଂହ ରାଓ୍ବତ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ତିବେନ୍ଦ୍ର ସିଂହଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମୁଖ୍ୟ ସଚିବ ଉତ୍ପଲ କୁମାର ସିଂହ ଓ ସ୍ବାସ୍ଥ୍ୟ ସଚିବ ଅମିତ ନେଗୀ ସାମିଲ ହୋଇଥିଲେ। ଏହି ବୈଠକରେ କରୋନା ସଂକ୍ରମଣ ରୋକିବାକୁ ଯଥାସମ୍ଭବ ପ୍ରଚେଷ୍ଟା କରିବା ସହ ରାଜ୍ୟ ସୀମା ସିଲ୍‌ ଓ ସପ୍ତାହକୁ ୨ଦିନ ଲକ୍‌ଡାଉନ କରିବାକୁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ଏଯାଏଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୮୫କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧୨୩୦ଜଣ ସୁସ୍ଥ ଓ ୨୫ଜଣଙ୍କ ମୃତ୍ୟୁ ଘଟିସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୀର୍ଘ ୬ ମାସ ପରେ କମ୍ ହେଲା ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୨୨ ।୧୨: ଦେଶରେ ପାଖାପାଖି ୬ ମାସ ପରେ ୨୪ ଘଣ୍ଟାରେ ନୂଆ କରୋନା ସଂକ୍ରମିତଙ୍କ ସଖ୍ୟା ୨୦ ହଜାର ତଳେ ରହିଛି । ସେହିପରି...

ବାରାଣସୀରେ କଂଗ୍ରେସ ପ୍ରାର୍ଥୀ ହେଲେ ଅଜୟ ରାୟ

ନୂଆଦିଲ୍ଲୀ, ୨୫।୪: ବାରଣାସୀ ଲୋକ ସଭା ଆସନରେ କଂଗ୍ରେସ ପ୍ରାର୍ଥୀ ନେଇ ଜାରି ରହିଥିବା ଚର୍ଚ୍ଚା ଶେଷରେ ବନ୍ଦ ହୋଇଛି। ଏଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ...

ମହାରାଷ୍ଟ୍ର ରାଜନୈତିକ ସଙ୍କଟ ମଧ୍ୟରେ ଦିଲ୍ଲୀ ପହଞ୍ଚିଲେ ଶରଦ ପାୱାର

ମୁମ୍ବାଇ,୨୬ ।୬: ମହାରାଷ୍ଟ୍ର ରାଜନୀତିରେ ସଙ୍କଟ ଲାଗି ରହିଥିବା ବେଳେ ରବିବାର ଏନସିପି ନେତା ଶରଦ ପାୱାର ଦିଲ୍ଲୀ ପହଞ୍ଚିଛନ୍ତି, ଯାହାକୁ ନେଇ ଏବେ ଚର୍ଚ୍ଚା...

ମାଆ ସାମ୍ନାରେ ଶିଶୁକୁ ଝାମ୍ପିନେଲା ବାଘ: ଚିକିତ୍ସାଧୀନ ଅବସ୍ଥାରେ ମୃତ

ମୁମ୍ବାଇ,୨୬।୧୦: ମୁମ୍ବାଇର ଆରେ କଲୋନିରେ ସୋମବାର ଏକ କଲରାପତରିଆ ବାଘ ଆକ୍ରମଣରେ ଜଣେ ୧୬ ମାସର ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ଇତିକା ଲୋଟ୍‌ ନାମ୍ନୀ ଶିଶୁଟି...

ମହାରାଷ୍ଟ୍ରରେ ବର୍ଷା ବିତ୍ପାତ: ୨୨ ଫୁଟ ଉଚ୍ଚ କାନ୍ଥ ତଳେ ଚାପି ହେଲେ ୧୭ ଲୋକ

ପୁଣେ,୨୯।୬: ପ୍ରବଳ ବର୍ଷା ଯୋଗୁ ମହାରାଷ୍ଟ୍ରରେ ସୃଷ୍ଟି ହୋଇଛି ଅଭାବନୀୟ ସ୍ଥିତି। ପୁଣେର କୋଣ୍ଡଓ୍ବାସ୍ଥିତ ତାଲାବ୍‌ ମସଜିଦ୍‌ ଅଞ୍ଚଳରେ ଏକ ୨୨ପୁଟ ଉଚ୍ଚ କାନ୍ଥ ପ୍ରବଳ...

‘ମୋତେ ଦଳରୁ ବାହାର କରିଦିଅ’

ଲକ୍ଷ୍ନୌ,୨୧।୪: ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ଏବଂ ପ୍ରଗତିଶୀଳ ସମାଜବାଦୀ ପାର୍ଟି ମୁଖ୍ୟ ଶିବପାଲ ସିଂ ଯାଦବଙ୍କ ମଧ୍ୟରେ ତିକ୍ତତା ଥମିବାର ନାଁ ନେଉନାହିଁ।...

ରାଜ୍ୟ ସଭା ହଟ୍ଟଗୋଳର ଯାଞ୍ଚ କମିଟିଠାରୁ ଦୂରେଇ ରହିଲା କଂଗ୍ରେସ, ଖଡ଼ଗେ କହିଲେ ଏମ୍‌ପିଙ୍କୁ ଧମକାଇବାର ପ୍ରୟାସ

ନୂଆଦିଲ୍ଲୀ,୧୦ ।୯: ପାର୍ଲାମେଣ୍ଟରେ ମୌସୁମୀ ଅଧିବେଶନ ସମୟରେ ରାଜ୍ୟ ସଭାରେ ହୋଇଥିବା ହଟ୍ଟଗୋଳକୁ ନେଇ ଗଠିତ ଯାଞ୍ଚ କମିଟିଠାରୁ କଂଗ୍ରେସ ଓ ଅନ୍ୟ ବିରୋଧି ଦଳ...

୪ ମାସ ମଧ୍ୟରେ ନିଯୁକ୍ତି କ୍ଷେତ୍ର-ଶିକ୍ଷାନୁଷ୍ଠାନରେ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ସଂରକ୍ଷଣ ନିର୍ଦ୍ଦେଶ…

ନୂଆଦିଲ୍ଲୀ, ୧୫।୨ : ଆସନ୍ତା ୪ ମାସ ମଧ୍ୟରେ ରାଜ୍ୟରେ ନିଯୁକ୍ତି କ୍ଷେତ୍ରରେ ତଥା ସମସ୍ତ ଶିକ୍ଷାନୁଷ୍ଠାନରେ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ସ୍ଥାନ ସଂରକ୍ଷଣ କରିବାକୁ ରାଜସ୍ଥାନ...

Advertisement
Archives

Model This Week