କୋଭିଡ-୧୯:ବର୍ଲିନ ଫର୍ମୁଲା ଇ ଗ୍ରାଁ ପ୍ରି ଘୁଞ୍ଚିଲା
ପ୍ୟାରିସ,୧୭।୪(ଏଏଫ୍ପି): କୋଭିଡ-୧୯ ମହମାରୀ କାରଣରୁ ବର୍ଲିନ ଫର୍ମୁଲା ଇ ଗ୍ରାଁ ପ୍ରିକୁ ସ୍ଥଗିତ ରଖାଯାଇଛି। ଏହା ଜୁନ୍ ୨୧ ତାରିଖରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିଲା। ତେବେ ଏହାକୁ ଘୁଞ୍ଚାଇ ଦିଆଯାଇଛି ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି। ପଞ୍ଚମ ରେସ୍ ଭାବେ…
ସବ୍ଡେଗାରେ ସାନିଟାଇଜ କଲା ଅଗ୍ନିଶମ ବିଭାଗ
ସବଡେଗା, ୧୭।୪(ଡି.ଏନ.ଏ.): ଓଡିଶା-ଝାଡ଼ଖଣ୍ଡ ସୀମାନ୍ତ ସୁନ୍ଦରଗଡ଼ ଜିଲା ସବଡେଗା ବସଷ୍ଟାଣ୍ଡ ଅଞ୍ଚଳଞ୍କୁ ଶୁକ୍ରବାର ବିଶୋଧନ କରାଯାଇଛି। ଏହି ବ୍ଲକରୁ ବାହାର ରାଜ୍ୟକୁ ଅନେକ ଶ୍ରମିକ ଯାଇଥାନ୍ତି। ଏଥି ସହିତ ବାଲିଶଙ୍କରା ବ୍ଲକ ଓ ପଡୋଶୀ ଝାଡ଼ଖଣ୍ଡ ରାଜାର ବହୁ ଶ୍ରମିକ ମଧ୍ୟ…
କୋଭିଡ୍, କେୟାର୍ସ ପଣ୍ଡକୁ ସହାୟତା
ପୋଲସରା,୧୭ା୪(ଡି.ଏନ୍.ଏ.)- ପୋଲସରା ସରପଞ୍ଚ, ସମିତି ସଭ୍ୟ, ଜିଲା ପରିଷଦ ସଭ୍ୟ ପ୍ରମୁଖ ଜନପ୍ରତିନିଧି ମିଶି ୧ ଲକ୍ଷ୨୪ହଜାର୧ଶହ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍ ଫଣ୍ଡକୁ ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ବିଡ଼ିଓ ଶମ୍ଭୁନାଥ ନନ୍ଦି, ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର ପ୍ରମୁଖଙ୍କ ଉପସ୍ଥିତିରେ ପ୍ରଦାନ…
ଦୁର୍ଗାମାଧବ ନାଏକ ଫାଓ ମୁଖ୍ୟ ରେଫରି
ସୁନ୍ଦରଗଡ, ୧୭।୪ (ଡି.ଏନ୍.ଏ.) ଫୁଟବଲ ଆସୋସିଏସନ ଅଫ୍ ଓଡିଶା (ଫାଓ) ତରଫରୁ ଜାତୀୟ ରେଫରୀ ଦୁର୍ଗାମାଧବ ନାଏକଙ୍କୁ ଓଡିଶାର ରେଫର ମୁଖ୍ୟ (ହେଡ ଅଫ୍ ରେଫରୀ) ଭାବେ ନିଯୁକ୍ତ କରାଯାଇଛି। ୧୯୯୮ରେ ସେ ରାଜ୍ୟସ୍ତରୀୟ ରେଫରି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ୨୦୦୮ରେ…
୨୪ ଘଣ୍ଟାରେ ବିଶ୍ୱରେ ପ୍ରାୟ ୨ ଲକ୍ଷ ବଢ଼ିଲା କରୋନା ସଂକ୍ରମିତଙ୍କ ସଂଖ୍ୟା
ଭୁବନେଶ୍ୱର,୧୭।୪(ବ୍ୟୁରୋ): ସମଗ୍ର ବିଶ୍ୱ ଏବେ କରୋନା ମହାମାରୀ କବଳରେ। ଶୁକ୍ରବାର ସୁଦ୍ଧା ୨୧୦ ଦେଶ ଏବଂ ୨ ଜାହାଜରେ ଏହା ପହଞ୍ଚିଛି। ଗୁରୁବାର କରାଯାଇଥିବା ଆକଳନ ଅନୁଯାୟୀ ଏଥିରେ ୨୦ ଲକ୍ଷ ୮୯ ହଜାର ୨୩୭ଜଣ ଆକ୍ରାନ୍ତ ହୋଇଥିବା ବେଳେ ଶୁକ୍ରବାର…
ସହଯୋଗର ହାତ ବଢ଼ାଇଲେ ଶିଳ୍ପପତି: ଖବରକାଗଜ ବିତରକଙ୍କୁ ମିଳିଲା ଚାଉଳ
ବରଗଡ଼ ଅଫିସ୍,୧୭।୪: ଲକ୍ଡାଉନ କଟକଣା ଯୋଗୁ ଖବରକାଗଜ ବିତରକଙ୍କ ରୋଜଗାର ବନ୍ଦ ହୋଇଯାଇଛି। ଫଳରେ ସେମାନଙ୍କୁ କିଛି ସହାୟତା ପ୍ରଦାନ ଦାବିରେ କିଛିଦିନ ତଳେ ବରଗଡ଼ ଜିଲା ଖବରକାଗଜ ବିତରକମାନେ ଜିଲା ପ୍ରଶାସନ ନିକଟରେ ଫେରାଦ ହୋଇଥିଲେ। ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ…
ସ୍ୟାଣ୍ଡ ଆନିମେଶନ୍ରେ କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ସୁଦର୍ଶନଙ୍କ ବାର୍ତ୍ତା: ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର,୧୭।୪(ବ୍ୟୁରୋ): କରୋନା ମହାମାରୀର ମୁକାବିଲା ପାଇଁ ସଚେତନ ହେବା ଆବଶ୍ୟକ। ଏହାକୁ ନେଇ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କୁ ବିଭିନ୍ନ ପରାମର୍ଶ ଦିଆଯାଉଛି। ବିଶେଷକରି ପରିବାରର ବୟସ୍କ ସଦସ୍ୟଙ୍କ ଯତ୍ନ ନେବା, ଲକ୍ଡାଉନ୍ ସମୟରେ ସାମାଜିକ ଦୂରତ୍ୱ ପାଳନ…
ରିଲିଫ ପାଣ୍ଠିକୁ ଦେବାକୁ ଘର ଘର ବୁଲି ଟଙ୍କା ସଂଗ୍ରହ
ସମ୍ବଲପୁର,୧୭ା୪(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ୍ ଡଙ୍ଗାପାଳ ଗ୍ରାମର କେତେକ ମହିଳା ୨୫ ହଜାର ୮ ଶହ ୩୩ ଟଙ୍କା ଆଦାୟ କରିଛନ୍ତି। ଶୁକ୍ରବାର ସ୍ଥାନୀୟ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ‘ଉତ୍ସବ’ ସହଯୋଗରେ ମହିଳାମାନେ ଘର ଘର ବୁଲି ଏହି…
୮୩ ୟୁନିଟ୍ ରକ୍ତ ସଂଗୃହୀତ
ଆନନ୍ଦପୁର,୧୭। ୪ (ସ୍ବ.ପ୍ର.)- କେନ୍ଦୁଝର ଜିଲା ଘସିପୁରା ନିର୍ବାଚନ ମଣ୍ଡଳୀର ରାମଚନ୍ଦ୍ରପୁର ଠାରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ରକ୍ତଦାନ ଶିବିର…
ସୋସିଆଲ ମିଡିଆ ଛାଡିଲେ ପରିଣିତି
ମୁମ୍ବାଇ: କରୋନା ଭାଇରସକୁ ନେଇ ସାରା ଦେଶରେ ଲକ୍ଡାଉନ ଚାଲିଥିବା ବେଳେ ଏବେ ବଲିଉଡ୍ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ଥିବା ଦେଖାଯାଉଛି। ହେଲେ ବଲିଉଡ୍ ନାୟିକା ପରିଣିତି ଚୋପ୍ରା ଏବେ ସୋସିଆଲ ମିଡିଆ ଛାଡିଥିବା ସମସ୍ତଙ୍କୁ ଟିକେ ଅଲଗା…
ସାକ୍ଷୀଗୋପାଳ ବ୍ୟାଙ୍କ, ବଜାର ବୁଲି ଲକ୍ଡାଉନ ସ୍ଥିତି ପରଖିଲେ ସ୍ବତନ୍ତ୍ର ଅଧିକାରୀ
ସାକ୍ଷୀଗୋପାଳ, ୧୭।୪(ଡି.ଏନ୍.ଏ): କରୋନା ସଂକ୍ରମଣ ରୋକିବାକୁ ସାରା ରାଜ୍ୟରେ ଲକ୍ଡାଉନ ଜାରିରହିଛି। ଏହି ଅବସରରେ କରୋନା ଅଧିକାରୀ ସୂର୍ଯ୍ୟବଂଶୀ ମୟୂର ପୁରୀ ଜିଲା ସାକ୍ଷୀଗୋପାଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ବିଶେଷକରି ବ୍ୟାଙ୍କ ଓ ବଜାରରେ ଲୋକମାନେ ସାମାଜିକ ଦୂରତା ରକ୍ଷା…
ଲୋକଙ୍କୁ ମାସ୍କ, ସାନିଟାଇଜର ବାଣ୍ଟିଲା ଏମ୍ସିଏଲ୍
ସମ୍ବଲପୁର, ୧୭।୪ (ବ୍ୟୁରୋ)- ମହାନଦୀ କୋଇଲା କମ୍ପାନୀ (ଏମସିଏଲ) ତାଳଚେର ଜଗନ୍ନାଥ କ୍ଷେତ୍ର ପକ୍ଷରୁ ପଦ୍ମାବତୀପୁର ଗ୍ରାମବାସୀଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଛି । କୋଭିଡ- ୧୯ ସଂକ୍ରମଣକୁ ପ୍ରତିରୋଧ କରିବା ଲାଗି କମ୍ପାନୀ ପକ୍ଷରୁ ବିବିଧ କାର୍ଯ୍ୟକ୍ରମ ହାତକୁ…
Archives


