ମାସକରେ ଆଳୁ କେଜି ପିଛା ବଢ଼ିଛି ୧୫, ପିଆଜ ୧୦ ଟଙ୍କା

କଟକ ଅଫିସ,୨୬।୭: ଆଳୁ ଓ ପିଆଜ ଦର ଗତ କିଛି ସପ୍ତାହ ଭିତରେ ବଢ଼ିବାରେ ଲାଗିଛି। ମାସକ ଭିତରେ ଆଳୁ ଦର କେଜି ପିଛା ୧୫ ଟଙ୍କା ଓ ପିଆଜ ଦର ୧୦ ଟଙ୍କା ବଢ଼ି ସାରିଲାଣି। ଖୁଚୁରା ବେପାର ଓ ଗୋଦାମରେ ମଧ୍ୟ ଆଳୁ ଚଢ଼ାଦରରେ ବିକ୍ରି ହେଉଛି। ଏବେ ରୋଜଗାରର ମାଧ୍ୟମ ବନ୍ଦ ଥିବାବେଳେ ପରିବା ଦର ବୃଦ୍ଧି ହାଣ୍ଡିଶାଳକୁ ପ୍ରଭାବିତ କଲାଣି।

ସାମୁଦ୍ରିକ ଝଡ଼ ଅମ୍ଫନ ପରେ ଆଳୁ, ପିଆଜ ଦର ବଢ଼ିଥିବା ଛତ୍ରବଜାରର ବ୍ୟବସାୟୀ କହିଛନ୍ତି। କିଛି ଦିନ ତଳେ ସଂଶୋଧିତ ଆଇନ କ୍ରମେ ଆଳୁ, ପିଆଜ ଓ ଡାଲିକୁ ଅତ୍ୟାବଶ୍ୟକ ସାମଗ୍ରୀରୁ ବାଦ୍‌ ଦିଆଯାଇଥିଲା। ଏବେ ଆଳୁ, ପିଆଜ ଦର ବଢ଼ିବା ଏହି ଆଇନର ପ୍ରଭାବ ବୋଲି କୁହାଯାଉଛି। ଗତ ମାସରେ ଆଳୁ କେଜି ପିଛା ୧୯ରୁ ୨୦ ଟଙ୍କାରେ ବିକ୍ରି ହେଉଥିଲା। ଏବେ ୩୫ ଟଙ୍କାରେ ପହଞ୍ଚତ୍ଲାଣି। ସେହିପରି ପିଆଜ ୨୦ ଟଙ୍କାରୁ ବୃଦ୍ଧି ପାଇ ଏବେ ୩୦ ଟଙ୍କାରେ ବିକ୍ରି ହେଉଛି। ଛତ୍ରବଜାର ବ୍ୟବସାୟୀ ତଥା ସ୍ଥାନୀୟ ପୂଜା କମିଟି ସଭାପତି ଦେବେନ୍ଦ୍ରନାଥ ସାହୁଙ୍କ ସୂଚନା ମୁତାବକ, ଅମ୍ଫନ ପୂର୍ବରୁ ଆଳୁ କୁଇଣ୍ଟାଲ ପିଛା ୧୯୦୦ରୁ ୨୦୦୦ ଟଙ୍କା ଥିଲା। ଅମ୍ଫନ ପରେ ଏହା ୧୦୦ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା। ଅମ୍ଫନ ଯୋଗୁ ପଶ୍ଚିମବଙ୍ଗ ଓ ଆସାମରେ ବନ୍ୟା ଦେଖାଦେବା ପରେ ଏହି ଦୃଷ୍ଟିରୁ ଆଳୁ ଦର ବଢ଼ିଥିଲା। କିନ୍ତୁ ଏବେ ଆଳୁ ହୋଲସେଲ୍‌ରେ କୁଇଣ୍ଟାଲ ପିଛା ୨୪୫୦ରୁ ୨୫୦୦ ଟଙ୍କାରେ ବିକ୍ରି ହେଉଥିବା ସେ କହିଛନ୍ତି। ପିଆଜ କୁଇଣ୍ଟାଲ ପିଛା ୧୬୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ପୂର୍ବ ଭଳି ଆଳୁ, ପିଆଜ ଟ୍ରକ୍‌ ଅଧିକ ସଂଖ୍ୟାରେ ଆସୁନାହିଁ। ଆମେ ଯଥୋଚିତ ମୂଲ୍ୟରେ ବିକୁଛୁ। ଖୁଚୁରା ବ୍ୟବସାୟୀ ଦର ବଢ଼ାଉଛନ୍ତି ବୋଲି ଛତ୍ରବଜାରର ଅନ୍ୟ ଜଣେ ବ୍ୟବସାୟୀ ପ୍ରକାଶ କରିଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀରୁ ବାଦ୍‌ ଦେବା ପରେ ପରିବା ଦର ଉପରେ ସରକାରଙ୍କ ନିୟନ୍ତ୍ରଣ ରହୁନି। ଏହି ସୁଯୋଗରେ କଳାବଜାର କରୁଥିବା ବ୍ୟବସାୟୀ ଏବେ ଏହାକୁ ଗଚ୍ଛିତ ରଖି ବଜାରରେ ଆଳୁ ସଙ୍କଟ ଦେଖାଦେଇଛି ବୋଲି ଗୁଜବ ସୃଷ୍ଟି କରୁଥିବା ଚର୍ଚ୍ଚା ହେଉଛି। ଏନେଇ ଜିଲା ଯୋଗାଣ ଅଧିକାରୀ ଅମର ମହାପାତ୍ରଙ୍କୁ ଫୋନ୍‌ କରାଯାଇଥିଲେ ମଧ୍ୟ ସେ ରିସିଭ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ଏବେଠୁ କର୍ମୀଙ୍କୁ କର୍ଣ୍ଣମନ୍ତ୍ର ଦେବାକୁ ବିଜେଡିର ମେଳି

ଦାରିଙ୍ଗବାଡ଼ି,୮ା୭(ଅରୁଣ ସାହୁ): ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ ଏଥିପାଇଁ ଏବେଠାରୁ ଗାଁଗାଁରେ ଲୋକଙ୍କୁ ବିଭିନ୍ନ ଦଳ ପକ୍ଷରୁ ଦିଆଯାଉଛି ମନ୍ତ୍ରଣା। ଏଭଳି ଦେଖିବାକୁ ମିଳିଛି କନ୍ଧମାଳ…

‘ରିସେଟ’ର ମୂଲ୍ୟ ଦେଉଛି ଟିମ ଇଣ୍ଡିଆ? ଲଗାତାର ପରାଜୟ ଉପରେ ନୀରବତା ଭାଙ୍ଗିଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୮।୭: ଇଂଲଣ୍ଡ ବିପକ୍ଷରେ ୧୨୫ ରନର ଦମ ଦାର ପରାଜୟ ପରେ ଏହା କ୍ରମାଗତ ଚତୁର୍ଥ ଟି-୨୦ ପରାଜୟ, ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର…

EDର ବଡ଼ କାର୍ଯ୍ୟାନୁଷ୍ଠାନ, ଟିଏମସିର ୩ଟି ବ୍ୟାଙ୍କ ଆକାଉଣ୍ଟ୍ ଫ୍ରିଜ୍ କଲା ED

କୋଲକାତା,୮।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ବଡ଼ ଝଟକା ଲାଗିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ତୃଣମୂଳ କଂଗ୍ରେସ (TMC) ସହିତ ଜଡିତ ତିନୋଟି ଆକାଉଣ୍ଟକୁ ଫ୍ରିଜ୍…

ଭୁଶୁଡ଼ିଲା ନିର୍ମାଣାଧୀନ କୋଠା, ଅନେକ ଶ୍ରମିକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା

ପୁଣେ,୮।୭: ମହାରାଷ୍ଟ୍ରର ପିମ୍ପରି-ଚିଞ୍ଚୱାଡରେ ବୁଧବାର ଅପରାହ୍ନରେ ଏକ ବଡ଼ ଦୁର୍ଘଟଣା ଘଟିଛି, ଯେଉଁଠାରେ ‘ଆବର୍ଜନାରୁ ଶକ୍ତି’ ପ୍ରକଳ୍ପ ସ୍ଥାନରେ ନିର୍ମାଣାଧୀନ କୋଠାର ଏକ ଅଂଶ ହଠାତ ଭୁଶୁଡ଼ି…

ରାଇକିଆରେ ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ କାର୍ଯ୍ୟ

ରାଇକିଆ,୮ା୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ରଥଯାତ୍ରା ପାଇଁ ଜଗନ୍ନାଥ ପୂଜା କମିଟି ତରଫରୁ ସମସ୍ତ ପ୍ରସ୍ତୁତି ଜୋର୍‌ସୋର୍‌ରେ ଚାଲିଛି। ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ…

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

ଘର ପୋଛିବା ପରେ ବି ମାଛି ହେଉଛନ୍ତି କି? ସବୁଦିନ ଦୂର କରିବାକୁ ଆପଣାନ୍ତୁ ଏହି ଟିପ୍ସ…

ଘର ସଫା କରିବା ହେଉଛି ପ୍ରତ୍ୟେକ ଲୋକଙ୍କ ନିତିଦିନିଆ କାମ। କିନ୍ତୁ ଅଧିକାଂଶ ସମୟରେ ଘର ସଫା କରିବା ପରେ ବି ଚାରିପାଖରେ ମାଛିମାନେ ଘେରି ରହିଥାନ୍ତି।…

ପୁଣି ଯୁଦ୍ଧ ମୁହାଁ ମିଡଲ ଇଷ୍ଟ, ଇରାନ ଉପରେ ଆକ୍ରମଣ ପରେ ଟ୍ରମ୍ପ କହିଛନ୍ତି – ତେହରାନ ସରକାର ଏକ କର୍କଟ; ଶୀଘ୍ର ଅସ୍ତ୍ରୋପଚାର ଆବଶ୍ୟକ, ଜବାବ ରଖିଲା ଇରାନ

ଓ୍ବାଶିଂଟନ,୮।୭: ପଶ୍ଚିମ ଏସିଆ ପୁଣି ଥରେ ବଡ଼ ସଂଘର୍ଷ ଆଡକୁ ମୁହାଁଇଥିବା ପରି ମନେ ହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇରାନ ସରକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri