Posted inଜାତୀୟ

କାରଗିଲ ବିଜୟ ଦିବସକୁ ପୂରଣ ହେଲା ୨୧ ବର୍ଷ

ନୂଆଦିଲ୍ଲୀ,୨୬।୭: କାରଗିଲ ବିଜୟ ଦିବସକୁ ୨୧ ବର୍ଷ ପୂରଣ ହୋଇଥିବା ବେଳେ ଏବେ ସାରା ଦେଶ ଏହି ବିଜୟ ଗାଥାକୁ ମନେପକାଇ ଗୌରାବାନ୍ବିତ ହେଉଛି। ଆଜକୁ ଠିକ୍‌ ୨୧ ବର୍ଷ ତଳେ ଜମ୍ମୁ-କଶ୍ମୀରର କାରଗିଲ, ତ୍ରାସ, ବଟାଲିକରେ ପଡିଥିଲା ଶତ୍ରୁଙ୍କ ନଜର। ହେଲେ ଏହାର କଡା ମୁକାବିଲା କରିଥିଲେ ଭାରତ ମାତାର ବୀର ଯବାନ। ନିଜ ଜୀବନକୁ ବଳି ଦେଇ ଶତ୍ରୁ କବଳରୁ ଛଡାଇ ଆଣିଥିଲେ ନିଜ ମା’ ମାଟିକୁ। ଭାରତୀୟ ବୀର ଯବାନଙ୍କ ଅଦମ୍ୟ ସାହସ ଓ ବଳିଦାନକୁ ସମ୍ମାନ ଜଣାଇ ଜୁଲାଇ ୨୬ରେ ସାରା ଦେଶ ପାଳନ କରୁଛି କାରଗିଲ ବିଜୟ ଦିବସ। ଏହି ଅବସରରେ ପ୍ରତିରକ୍ଷାମନ୍ତ୍ରୀ, ରାଜନାଥ ସିଂ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଭାରତୀୟ ସେନାର ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ସେମାନଙ୍କ ବଳିଦାନକୁ ଦେଶ ଚୀରଦିନ ପାଇଁ ମନେରଖିବ ବୋଲି କହିଛନ୍ତି। ଶାହା କହିଛନ୍ତି କାରଗିଲ ବିଜୟ ଦିବସ ଭାରତର ସ୍ବାଭିମାନ, ଅଦ୍ଭୁତ ପରାକ୍ରମ ଓ ଦୃଢ ନେତୃତ୍ୱର ଏକ ପ୍ରତିକ। ଏହି ଅବସରରେ ଶାହା ସମସ୍ତ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସୂଚନାଯୋଗ୍ୟ, ୧୯୯୯ ଶୀତ ଋତୁରେ ପାକିସ୍ତାନ ସେନା ସୁଯୋଗ ଦେଖି ଜମ୍ମୁ-କଶ୍ମୀରର କେତେକ ଶିବିର ଉପରେ କବ୍‌ଜା କରି ନେଇଥିଲେ। ଏପ୍ରିଲ ଶେଷ ଓ ମେ’ ମାସ ଆରମ୍ଭ ବେଳକୁ ସେଠାରେ ବରଫ ତରଳିବା ଆରମ୍ଭ କରିବାରୁ ଭାରତୀୟ ସେନାଙ୍କୁ ଏ ସମ୍ପର୍କରେ ସୂଚନା ମିଳିଥିଲା। ପାକିସ୍ତାନକୁ ସେସବୁ ସ୍ଥାନରୁ ହଟାଇବା ପାଇଁ ମେ’୫ରୁ ଜୁଲାଇ ୨୬ ପର୍ଯ୍ୟନ୍ତ ଯୁଦ୍ଧ ଲାଗି ରହିଥିଲା। ଶେଷରେ ଭାରତ ମାତାର କେତେଜଣ ବୀର ଯବାନ ନିଜର ପ୍ରାଣବଳି ଦେଇ ଦେଶକୁ ସୁରକ୍ଷା ଯୋଗାଇ ଦେଇଥିଲେ। ଆଜି ସେହି ବୀର ଯବାନଙ୍କ ଗାଥା ଗାଉଛି ଦେଶ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ପ୍ଲେଅଫ୍‌ ରେସରୁ ବାଦ୍‌ ପଡ଼ିଲା ଚେନ୍ନାଇ

ଅହମଦାବାଦ, ୨୧ା୫: ଅଧିନାୟକ ଶୁବମନ ଗିଲ୍‌ ଏବଂ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ବଳରେ ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟ୍ସ ୮୯ ରନରେ ଚେନ୍ନାଇ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

ଇରାନ ଦେଲା ବଡ଼ ଧମକ, ସାରା ବିଶ୍ୱରେ ଖେଳିଗଲାଣି ଆତଙ୍କ

ତେହରାନ,୨୧।୫: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ସମୁଦ୍ର ତଳ ଇଣ୍ଟରନେଟ କେବୁଲ ସମ୍ପର୍କରେ ଇରାନ ଦ୍ୱାରା ଜାରି କରାଯାଇଥିବା ଧମକ ବିଶ୍ୱ ଚିନ୍ତାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri