ବମିଖାଲ ଓଭରବ୍ରିଜରେ ଝୁଲୁଛି ବିପଦ

ଭୁବନେଶ୍ୱର,୨୬।୭(ବ୍ୟୁରୋ): ଅଧିକାରୀଙ୍କ ଅବହେଳା ପାଇଁ ନିର୍ମାଣ ସମୟରେ ବମିଖାଲ ଓଭରବ୍ରିଜ୍‌ ୨ ଜୀବନ ନେଇଥିଲା। ଜଣେ ଶିଶୁ ସମେତ ୧୧ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ଏବେ ଦାୟିତ୍ୱରେ ରହୁଥିବା ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁ ପୁଣି ଏକ ଦୁର୍ଘଟଣା ଘଟିବାର ଆଶଙ୍କା ଦେଖାଦେଇଛି। ୧୭ଦିନ ହେବ ଓଭରବ୍ରିଜ ପାର୍ଶ୍ୱରେ ଲାଗିଥିବା ଏକ ଭାରି ଓଜନର ଷ୍ଟ୍ରିଟ୍‌ ଲାଇଟ୍‌ ଖୁଣ୍ଟ ଉପୁଡି ପଡ଼ିବା ସହ ବିପଦଶଙ୍କୁଳ ଅବସ୍ଥାରେ ଝୁଲି ରହିଛି। ଫଳରେ ବ୍ରିଜ୍‌ ଓ ଏହା ତଳେ ଲୋକେ ଭୟଭୀତ ଅବସ୍ଥାରେ ଯିବାଆସିବା କରୁଛନ୍ତି। ଏନେଇ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଏହାକୁ ମରାମତି କରିବା ପରିବର୍ତ୍ତେ ବିଏମ୍‌ସି ଓ ଆର୍‌ଆଣ୍ଡ୍‌ବି ଅଧିକାରୀ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା କରୁଛନ୍ତି।

ନିର୍ମାଣ ସମୟରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ବିବାଦ ମଧ୍ୟକୁ ଆସିଥିବା ବମିଖାଲ ଓଭରବ୍ରିଜ୍‌ ଏବେ ଆଉଏକ ଚର୍ଚ୍ଚାକୁ ଆସିଛି। ଆଲୋକମାଳାରେ ଝଲସୁଥିବା ଉକ୍ତ ବ୍ରିଜ୍‌ର ଏକ ଲୁହା ଲାଇଟ୍‌ ଖୁଣ୍ଟ ବିପଦଶଙ୍କୁଳ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି। ବ୍ରିଜ୍‌ ବାଡ଼ରେ ରହିଥିବା ଉକ୍ତ ଖୁଣ୍ଟଟିର ମୂଳରେ ଭିଡ଼ା ଯାଇଥିବା ୪ଟି ନଟ୍‌ବୋଲ୍ଟ ମଧ୍ୟରୁ ୩ଟି ସମ୍ପୂର୍ଣ୍ଣ ଉପୁଡିଯାଇଥିବାବେଳେ ଗୋଟିଏ ଅଧା ଉପୁଡା ହୋଇ ରହିଛି। ଏହାର ଟିକେ ଉପରକୁ ରହିଥିବା କ୍ଲାମ୍ପ୍‌ ମଧ୍ୟ ଢ଼ିଲା ହୋଇପଡିଛି। ଫଳରେ ବହୁ ଓଜନ ବିଶିଷ୍ଟ ଏହି ଖୁଣ୍ଟଟି ବ୍ରିଜ୍‌ ବାଡ଼କୁ ଆଉଜି ଯାଇଛି। ଜୋର୍‌ ପବନ ହେଲେ ତାହା ବ୍ରିଜ ଉପରକୁ କିମ୍ବା ତଳକୁ ଖସି ପଡିବାର ସମ୍ଭାବନା ରହିଛି।

ବ୍ରିଜ୍‌ ନିକଟରେ ଦୋକାନ କରିଥିବା ମନୋରଞ୍ଜନ ବେହେରାଙ୍କ କହିବାନୁଯାୟୀ, ଗତ ୮ ତାରିଖ ମଧ୍ୟାହ୍ନରେ ଏକ କାର ବୋଝୋଇ କଣ୍ଟେନର ଧକ୍କାରେ ଉକ୍ତ ଷ୍ଟ୍ରିଟ୍‌ ଲାଇଟ୍‌ ଖୁଣ୍ଟଟି ଉପୁଡିପଡ଼ି ନଇଁ ଯାଇଥିଲା। ବମିଖାଲ ଅଞ୍ଚଳର ଦେବେନ୍ଦ୍ର ଘଡ଼େଇ କୁହନ୍ତି, ଏ ନେଇ ବିଏମ୍‌ସିକୁ ଅବଗତ କରାଇବା ପରେ ଅଧିକାରୀମାନେ ଆସି ଖୁଣ୍ଟଟିକୁ ଦେଖି ଚାଲିଯାଇଥିଲେ। ୨ଦିନ ପରେ ପୁଣି କହିବାରୁ ସେମାନେ ଆର୍‌ଆଣ୍ଡ୍‌ବି ବିଭାଗ କାର୍ଯ୍ୟ କରିବ କହି ଏଡ଼ାଇଯାଇଥିଲେ। ବର୍ତ୍ତମାନ ଖୁଣ୍ଟଟି ଯେଉଁ ଅବସ୍ଥାରେ ରହିଛି, ଜୋର୍‌ରେ ପବନ ହେଲେ କାହା ଉପରେ ଯେ ଖସି ନ ପଡ଼ିବ ତାହା କହିବା କଷ୍ଟକର। କୌଣସି ଦୁର୍ଘଟଣା ଘଟିବା ପୂର୍ବରୁ ଏହାର ମରାମତି ଜରୁରୀ ବୋଲି ଘଡ଼େଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?