Home Left

ଏଲିଟ୍‌ ଅମ୍ପାୟାରିଂରୁ ଅବସର ନେଲେ ସିମନ ଫ୍ରାଏ, ଜନ୍‌ ଓ୍ବାର୍ଡ

ମେଲବୋର୍ନ, ୧୭।୪(ପି.ଟି.): ଅଷ୍ଟ୍ରେଲିଆର ଦୁଇ ଅମ୍ପାୟର ସିମନ ଫ୍ରାଏ ଓ ଜନ୍‌ ଓ୍ବାର୍ଡ ଏଲିଟ୍‌ ଅମ୍ପାୟାରିଂରୁ ଅବସର ନେଇଛନ୍ତି। କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ତରଫରୁ ଏ ନେଇ ଶୁକ୍ରବାର ଘୋଷଣା କରାଯାଇଛି। ଦକ୍ଷିଣ ଅଷ୍ଟ୍ରେଲିଆର ଫ୍ରାଏ ୧୦୦ ପ୍ରଥମଶ୍ରେଣୀ, ୧୩୦ ଲିଷ୍ଟ-ଏ…

ପୂର୍ବତନ ମନ୍ତ୍ରୀ ସହରାଇ ଓରାମଙ୍କ ପରଲୋକ

କେନ୍ଦୁଝର/ବଡ଼ବିଲ,୧୭।୪(ସ୍ବ.ପ୍ର.)-ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ କୁହାଯାଉଥିବା ପୂର୍ବତନ ମନ୍ତ୍ରୀ ତଥା ଚମ୍ପୁଆ ନିର୍ବାଚନମଣ୍ଡଳୀର ପ୍ରାକ୍ତନ ବିଧାୟକ ସହରାଇ ଓରାମଙ୍କ ଶୁକ୍ରବାର ଅପରାହ୍ନରେ ତାଙ୍କ ବଡ଼ବିଲ ଭଦ୍ରାସାହି ସ୍ଥିତ ବାସଭବନରେ ପରଲୋକ ଘଟିଛି। ତାଙ୍କୁ ୭୮ ବର୍ଷ ହୋଇଥିଲା। ସେ…

ଫିଫା ବିଶ୍ୱକପ୍‌: ଷ୍ଟାଡିୟମ ନିର୍ମାଣ ସ୍ଥଳରେ କରୋନା ସଂକ୍ରମଣ

ଦୋହା,୧୭।୪(ଏଏଫ୍‌ପି): ୨୦୨୨ ଫିଫା ବଶ୍ୱକପ୍‌ ମଧ୍ୟପ୍ରାଚ୍ୟ ଦେଶ କାତାରରେ ଆୟୋଜନ ହେବ। ବିଶ୍ୱକପ୍‌ ପାଇଁ ନିର୍ମାଣାଧିନ ଷ୍ଟାଡିୟମ ନିକଟରେ କେତୋଟି କରୋନା ଭାଇରସ ସଂକ୍ରମଣ ହୋଇଥିବା ସୂଚନା ମିଳିଛି। ଷ୍ଟାଡିୟମ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଶ୍ରମକମାନଙ୍କ ମଧ୍ୟରୁ ୩ ଜଣ…

କୋଭିଡ-୧୯:ବର୍ଲିନ ଫର୍ମୁଲା ଇ ଗ୍ରାଁ ପ୍ରି ଘୁଞ୍ଚିଲା

ପ୍ୟାରିସ,୧୭।୪(ଏଏଫ୍‌ପି): କୋଭିଡ-୧୯ ମହମାରୀ କାରଣରୁ ବର୍ଲିନ ଫର୍ମୁଲା ଇ ଗ୍ରାଁ ପ୍ରିକୁ ସ୍ଥଗିତ ରଖାଯାଇଛି। ଏହା ଜୁନ୍‌ ୨୧ ତାରିଖରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିଲା। ତେବେ ଏହାକୁ ଘୁଞ୍ଚାଇ ଦିଆଯାଇଛି ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି। ପଞ୍ଚମ ରେସ୍‌ ଭାବେ…

ସବ୍‌ଡେଗାରେ ସାନିଟାଇଜ କଲା ଅଗ୍ନିଶମ ବିଭାଗ

ସବଡେଗା, ୧୭।୪(ଡି.ଏନ.ଏ.): ଓଡିଶା-ଝାଡ଼ଖଣ୍ଡ ସୀମାନ୍ତ ସୁନ୍ଦରଗଡ଼ ଜିଲା ସବଡେଗା ବସଷ୍ଟାଣ୍ଡ ଅଞ୍ଚଳଞ୍‌କୁ ଶୁକ୍ରବାର ବିଶୋଧନ କରାଯାଇଛି। ଏହି ବ୍ଲକରୁ ବାହାର ରାଜ୍ୟକୁ ଅନେକ ଶ୍ରମିକ ଯାଇଥାନ୍ତି। ଏଥି ସହିତ ବାଲିଶଙ୍କରା ବ୍ଲକ ଓ ପଡୋଶୀ ଝାଡ଼ଖଣ୍ଡ ରାଜାର ବହୁ ଶ୍ରମିକ ମଧ୍ୟ…

କୋଭିଡ୍‌, କେୟାର୍ସ ପଣ୍ଡକୁ ସହାୟତା

ପୋଲସରା,୧୭ା୪(ଡି.ଏନ୍‌.ଏ.)- ପୋଲସରା ସରପଞ୍ଚ, ସମିତି ସଭ୍ୟ, ଜିଲା ପରିଷଦ ସଭ୍ୟ ପ୍ରମୁଖ ଜନପ୍ରତିନିଧି ମିଶି ୧ ଲକ୍ଷ୨୪ହଜାର୧ଶହ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍‌ ଫଣ୍ଡକୁ ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ବିଡ଼ିଓ ଶମ୍ଭୁନାଥ ନନ୍ଦି, ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର ପ୍ରମୁଖଙ୍କ ଉପସ୍ଥିତିରେ ପ୍ରଦାନ…

ଦୁର୍ଗାମାଧବ ନାଏକ ଫାଓ ମୁଖ୍ୟ ରେଫରି

ସୁନ୍ଦରଗଡ, ୧୭।୪ (ଡି.ଏନ୍‌.ଏ.) ଫୁଟବଲ ଆସୋସିଏସନ ଅଫ୍‌ ଓଡିଶା (ଫାଓ) ତରଫରୁ ଜାତୀୟ ରେଫରୀ ଦୁର୍ଗାମାଧବ ନାଏକଙ୍କୁ ଓଡିଶାର ରେଫର ମୁଖ୍ୟ (ହେଡ ଅଫ୍‌ ରେଫରୀ) ଭାବେ ନିଯୁକ୍ତ କରାଯାଇଛି। ୧୯୯୮ରେ ସେ ରାଜ୍ୟସ୍ତରୀୟ ରେଫରି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ୨୦୦୮ରେ…

୨୪ ଘଣ୍ଟାରେ ବିଶ୍ୱରେ ପ୍ରାୟ ୨ ଲକ୍ଷ ବଢ଼ିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର,୧୭।୪(ବ୍ୟୁରୋ): ସମଗ୍ର ବିଶ୍ୱ ଏବେ କରୋନା ମହାମାରୀ କବଳରେ। ଶୁକ୍ରବାର ସୁଦ୍ଧା ୨୧୦ ଦେଶ ଏବଂ ୨ ଜାହାଜରେ ଏହା ପହଞ୍ଚିଛି। ଗୁରୁବାର କରାଯାଇଥିବା ଆକଳନ ଅନୁଯାୟୀ ଏଥିରେ ୨୦ ଲକ୍ଷ ୮୯ ହଜାର ୨୩୭ଜଣ ଆକ୍ରାନ୍ତ ହୋଇଥିବା ବେଳେ ଶୁକ୍ରବାର…

ସହଯୋଗର ହାତ ବଢ଼ାଇଲେ ଶିଳ୍ପପତି: ଖବରକାଗଜ ବିତରକଙ୍କୁ ମିଳିଲା ଚାଉଳ

ବରଗଡ଼ ଅଫିସ୍‌,୧୭।୪: ଲକ୍‌ଡାଉନ କଟକଣା ଯୋଗୁ ଖବରକାଗଜ ବିତରକଙ୍କ ରୋଜଗାର ବନ୍ଦ ହୋଇଯାଇଛି। ଫଳରେ ସେମାନଙ୍କୁ କିଛି ସହାୟତା ପ୍ରଦାନ ଦାବିରେ କିଛିଦିନ ତଳେ ବରଗଡ଼ ଜିଲା ଖବରକାଗଜ ବିତରକମାନେ ଜିଲା ପ୍ରଶାସନ ନିକଟରେ ଫେରାଦ ହୋଇଥିଲେ। ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ…

ସ୍ୟାଣ୍ଡ ଆନିମେଶନ୍‌ରେ କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ସୁଦର୍ଶନଙ୍କ ବାର୍ତ୍ତା: ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୧୭।୪(ବ୍ୟୁରୋ): କରୋନା ମହାମାରୀର ମୁକାବିଲା ପାଇଁ ସଚେତନ ହେବା ଆବଶ୍ୟକ। ଏହାକୁ ନେଇ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କୁ ବିଭିନ୍ନ ପରାମର୍ଶ ଦିଆଯାଉଛି। ବିଶେଷକରି ପରିବାରର ବୟସ୍କ ସଦସ୍ୟଙ୍କ ଯତ୍ନ ନେବା, ଲକ୍‌ଡାଉନ୍‌ ସମୟରେ ସାମାଜିକ ଦୂରତ୍ୱ ପାଳନ…

ରିଲିଫ ପାଣ୍ଠିକୁ ଦେବାକୁ ଘର ଘର ବୁଲି ଟଙ୍କା ସଂଗ୍ରହ

ସମ୍ବଲପୁର,୧୭ା୪(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ୍‌ ଡଙ୍ଗାପାଳ ଗ୍ରାମର କେତେକ ମହିଳା ୨୫ ହଜାର ୮ ଶହ ୩୩ ଟଙ୍କା ଆଦାୟ କରିଛନ୍ତି। ଶୁକ୍ରବାର ସ୍ଥାନୀୟ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ‘ଉତ୍ସବ’ ସହଯୋଗରେ ମହିଳାମାନେ ଘର ଘର ବୁଲି ଏହି…

୮୩ ୟୁନିଟ୍‌ ରକ୍ତ ସଂଗୃହୀତ

ଆନନ୍ଦପୁର,୧୭। ୪ (ସ୍ବ.ପ୍ର.)- କେନ୍ଦୁଝର ଜିଲା ଘସିପୁରା ନିର୍ବାଚନ ମଣ୍ଡଳୀର ରାମଚନ୍ଦ୍ରପୁର ଠାରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ରକ୍ତଦାନ ଶିବିର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri