ପ୍ରେମିକାଙ୍କୁ ଅପହରଣ ପରେ ହତ୍ୟା: ମାଟିତଳୁ ମିଳିଲା ମୃତଦେହ

ବ୍ରହ୍ମଗିରି,୨୬।୭(ଡି.ଏନ.ଏ): ପ୍ରଥମେ ପ୍ରେମ। ତା’ପରେ ପ୍ରତାରଣା କରି ଶେଷରେ ପ୍ରେମିକାକୁ ଅପହରଣ କରି ହତ୍ୟା କରିଛି ପ୍ରେମିକ। ସମସ୍ତ ପ୍ରମାଣକୁ ଲୁଚାଇବାକୁ ଯାଇ ଗାଁଠାରୁ ୫ କିଲୋମିଟର ଦୂର ଏକ ପୋଖରୀ ହୁଡ଼ାରେ ମୃତଦେହକୁ ପୋତିଦେଇଛି। ପୋଲିସ ଛାନ୍‌ଭିନ୍‌ କରି ମାଟି ତଳୁ ମୃତଦେହ ଉଦ୍ଧାର କରିଛି। ଏଭଳି ଏକ ସ୍ପର୍ଶକାତର ଘଟଣା ପୁରୀ ଜିଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ଶ୍ରୀକରପୁର ଗ୍ରାମରେ ଦେଖିବାକୁ ମିଳିଛି। ଏ ନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ସୁଜିତ ସାହୁଙ୍କୁ ଗିରଫ କରିଛି।

ସୂଚନା ମୁତାବକ, ସୁଜିତ ସେହି ଗ୍ରାମର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। ଏହି କଥା ଯୁବତୀଙ୍କ ବାପା ଜାଣିବା ପରେ ସୁଜିତଙ୍କ ପରିବାରଙ୍କୁ ଅବଗତ କରାଇଥିଲେ। ୪ ମାସ ପରେ ଉଭୟଙ୍କ ବିବାହ କରାଯିବ ବୋଲି ସୁଜିତଙ୍କ ପରିବାର ପକ୍ଷରୁ ପ୍ରତିଶ୍ରୁତି ମିଳିଥିଲା। କିନ୍ତୁ ସମୟ ଅତିବାହିତ ହୋଇଥିଲେ ମଧ୍ୟ ଏମାନଙ୍କ ବିବାହ ସୁଜିତଙ୍କ ପରିବାର ଲୋକେ କରି ନ ଥିଲେ। ଏହି ଘଟଣା ତାଙ୍କ ଗ୍ରାମ ସଭାରେ ଉପସ୍ଥାପନ ହୋଇଥିଲା। ଏହାର କିଛିଦିନ ପରେ ଯୁବତୀ ନିଖୋଜ ହୋଇଯାଇଥିଲେ। ପରେ ଯୁବତୀଙ୍କ ବାପା ଗତ ୧୮ତାରିଖରେ ଝିଅକୁ ସୁଜିତ ଅପହରଣ କରି ନେଇଥିବା ଜାଣିବାକୁ ପାଇଥିଲେ। ଏ ନେଇ ସେ ଗ୍ରାମସଭାରେ ଜଣାଇଥିଲେ। ଗ୍ରାମର ନୀତିନିୟମ ଅନୁସାରେ ଶୁକ୍ରବାର ସଭାରେ ଉଭୟ ପରିବାରଙ୍କ କଥା ବିଚାର ହୋଇଥିଲା।

ଯୁବତୀଙ୍କ ସମ୍ପର୍କରେ ପଚରା ଯିବା ପରେ ସୁଜିତଙ୍କ ଭାଇ ଯୁବତୀଙ୍କ ମୃତ୍ୟୁ ହୋଇଥିବା କହିଥିଲେ। ଏହାଶୁଣି ଯୁବତୀଙ୍କ ପରିବାର ଲୋକେ ବିଶ୍ୱାସ କରିପାରିଲେ ନାହିଁ। ଝିଅକୁ ହତ୍ୟା କରାଯାଇଥିବା କହି ପରିବାର ଲୋକେ ଶୁକ୍ରବାର ରାତିରେ ବ୍ରହ୍ମଗିରି ଥାନାରେ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତି କରି ପୋଲିସ ନଂ.୧୧୭/୨୦ରେ ଏକ ହତ୍ୟା ମାମଲା ରୁଜୁ କରି ସୁଜିତ୍‌ଙ୍କୁ ଧରିଥିଲା। ପଚରାଉଚରା ପରେ ଯୁବତୀଙ୍କୁ ହତ୍ୟା କରି ଗ୍ରାମ ନିକଟ ପୋଖରୀ ପାଖରେ ପୋତିଥିବା ସୁଜିତ ସ୍ବୀକାର କରିଥିଲେ। ଶନିବାର ପୋଲିସ ସାଇଣ୍ଟିଫିକ ଟିମ ସହ ସୁଜିତଙ୍କୁ ଧରି ଘଟଣାସ୍ଥଳକୁ ଯାଇ ପୋଖରୀ ବନ୍ଧ ନିକଟରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଉଦ୍ଧାର କାର୍ଯ୍ୟରେ ପୁରୀ ସଦର ଏସ୍‌ଡିପିଓ କିଶୋର ଚନ୍ଦ୍ର ମୁଣ୍ଡେ, ବ୍ରହ୍ମଗିରି ଥାନାଧିକାରୀ ମନୋଜ କୁମାର ଶତପଥୀ, ଅତିରିକ୍ତ ତହସିଲଦାର ହେମନ୍ତ କୁମାର ଭାରିମଲ୍ଲ ଉପସ୍ଥିତ ଥିଲେ। ପ୍ରକାଶ ଥାଉ କି, ଏହି ହତ୍ୟାକାଣ୍ଡରେ ଆହୁରି ଅନେକ ଲୋକ ସାମିଲ ଥିବା ସାଧାରଣରେ ସନ୍ଦେହ ହେଉଛି। ଏ ସମ୍ପର୍କରେ ସଦର ଏସଡିପିଓ ମୁଣ୍ଡ୍‌ କୁହନ୍ତି, ଆମେ ଅଭିଯୁକ୍ତଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଛୁ। ଏଥିରେ ଆଉ କିଏ ସମ୍ପୃକ୍ତ ରହିଛନ୍ତି ତଦନ୍ତ ପରେ ଜଣାପଡିବ।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍‌ଏମ୍‌ଡିଆର୍‌ ବିଲ୍‌: ଚେତାଇଲେ ନବୀନ, BJPକୁ ଟାର୍ଗେଟ୍ କରି…

ଭୁବନେଶ୍ୱର,୧୯।୮(ସୁନିତ୍‌ ମିଶ୍ର): ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନ କ୍ଷମତାକୁ ଆସିଲା, ସେତେବେଳକୁ ଓଡ଼ିଶାର ଅର୍ଥନୀତି ବହୁ ଖରାପ ଅବସ୍ଥାରେ ଥିଲା। ସରକାର ଓଭରଡ୍ରାଫ୍ଟ ଉପରେ ନିର୍ଭର…

Facebookରେ ଲାଇଭ୍‌ ଆସିଲେ,ବେକରେ ରଶି ଲଗାଇ ଝୁଲି ପଡ଼ିଲେ…ସ୍ତ୍ରୀଙ୍କ ସହ ବିବାଦ ପରେ…

ବରେଲୀ,୧୯।୮: ଉତ୍ତରପ୍ରଦେଶର ବରେଲୀ ଜିଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ପାରିବାରିକ ବିବାଦକୁ କେନ୍ଦ୍ର କରି ଜଣେ ଯୁବକ ଫେସବୁକ୍‌ରେ ଲାଇଭ୍ ଆସି ଆତ୍ମହତ୍ୟା…

କେବେ ବାନ୍ଧିବେ ରାକ୍ଷୀ? ୨୭ ନା ୨୮, ଜାଣନ୍ତୁ ତାରିଖ

ରାକ୍ଷୀ ପୂର୍ଣ୍ଣିମା ଏକ ଲୋକପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ…

ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନିତ କରିବ ପାକିସ୍ତାନ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମାବାଦ,୧୯।୮: ପାକିସ୍ତାନ ସରକାର ମହମ୍ମଦ ଅଲୀ ଜିନ୍ନାଙ୍କ ଗୁରୁତର ଅସୁସ୍ଥତାକୁ ଗୋପନ ରଖିବା ଏବଂ ତାଙ୍କର ଚିକିତ୍ସା କରିଥିବା ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନ ଦେବାକୁ ଘୋଷଣା…

ପାକିସ୍ତାନକୁ ବିଶ୍ୱକପ୍‌ରୁ ବିଦା କଲା ଭାରତ

ନୂଆଦିଲ୍ଲୀ,୧୯।୮: FIH ହକି ବିଶ୍ୱକପ୍ ୨୦୨୬ ର ଏକ ରୋମାଞ୍ଚକର ମ୍ୟାଚ୍‌ରେ ଭାରତୀୟ ପୁରୁଷ ହକି ଦଳ ପାକିସ୍ତାନକୁ ୫-୩ ଗୋଲ୍‌ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri