କରୋନା ମୃତକଙ୍କ ପାଇଁ ନିୟମାବଳୀ: ଶବ ସଂସ୍କାର ବେଳେ ଉପସ୍ଥିତ ରହିପାରିବେ ସମ୍ପର୍କୀୟ

ଭୁବନେଶ୍ୱର,୨୬।୭(ବ୍ୟୁରୋ): କୋଭିଡ୍‌-୧୯ ଆକ୍ରାନ୍ତ ମୃତକଙ୍କ ଶବ ସତ୍କାରକୁ ନେଇ ବିଭିନ୍ନ ସମୟରେ ସମସ୍ୟା ସୃଷ୍ଟି ହେଉଛି। ସତ୍କାର ନ ହୋଇ ମୃତଦେହ ବହୁ ସମୟ ଧରି ପଡିରହୁଛି। ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି। କରୋନାରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ମୃତଦେହ ସତ୍କାରକୁ ନେଇ ଶନିବାର ରାଜ୍ୟ ସରକାର ଏକ ଗାଇଡ୍‌ଲାଇନ ଜାରି କରିଛନ୍ତି । ଏ ନେଇ ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲାପାଳ ଓ ସମସ୍ତ ମହାନଗର ନିଗମ କମିଶନରଙ୍କୁ ଗାଇଡ୍‌ଲାଇନ ପାଳନ କରିବା ନେଇ ଜଣାଇ ଦିଆଯାଇଛି।

ନୂତନ ଗାଇଡ୍‌ଲାଇନରେ କରୋନା ମୃତ ବ୍ୟକ୍ତି ଆଇସୋଲେଶନ ଓ୍ବାର୍ଡରୁ ବାହାରିବା ବେଳେ ଯଦି ସମ୍ପର୍କିତ ମୃତଦେହ ଦେଖିବାକୁ ଚାହିଁବେ ତେବେ ସେମାନଙ୍କୁ ଆବଶ୍ୟକ ସତର୍କତା ଅବଲମ୍ବନ ପୂର୍ବକ ଦେଖିବାକୁ ସୁଯୋଗ ଦିଆଯିବ। ଶବ ସଂସ୍କାର ବେଳେ ପରିବାର ସଦସ୍ୟମାନେ ମୃତଦେହକୁ ନ ଛୁଇଁ ନିଜ ଧର୍ମ ଅନୁସାରେ ରୀତିନୀତି କରିପାରିବେ। ସର୍ବନିମ୍ନ ଦୂରତା ରକ୍ଷା କରିବା ସହିତ ସ୍ବାସ୍ଥ୍ୟଗତ ପୂର୍ବସତର୍କତା ଅବଲମ୍ବନ କରିବେ। ହାତରେ ଗ୍ଲୋବ୍‌ସ ପିନ୍ଧିବା ସହିତ ସର୍ବସାଧାରଣ ସ୍ଥାନରେ ଛେପ ପକାଇ ପାରିବେ ନାହିଁ। ମୃତଦେହକୁ ଛୁଇଁବା, ଗାଧୋଇ ଦେବା, ଚୁମା ଦେବା କିମ୍ବା କୁଣ୍ଢାଇବାକୁ ବାରଣ କରାଯାଇଛି। ଶବ ସଂସ୍କାର ପରେ ପରିବାର ଲୋକ ଚାହିଁଲେ ଚିତାଭସ୍ମ ନେଇପାରିବେ। ଶବଦାହ ବେଳେ ୨୦ ଜଣରୁ ଅଧିକ ବ୍ୟକ୍ତି ଉପସ୍ଥିତ ରହିବେ ନାହିଁ। ଯଦି ପରିବାରର କୌଣସି ଲୋକ ଶବ ସତ୍କାର ବେଳେ ରହିବାକୁ ଚାହିଁବେ ନାହିଁ ତେବେ ମୃତଦେହକୁ ବ୍ୟକ୍ତିଙ୍କ ଧର୍ମ ଅନୁଯାୟୀ ସଂସ୍କାର କରାଯିବ। ଯଦି ମୃତବ୍ୟକ୍ତିଙ୍କର କୌଣସି ଧର୍ମ ଜଣାପଡିବ ନାହିଁ ତେବେ ଯେ କୌଣସି ଗୋଟିଏ ଉପାୟରେ ସତ୍କାର କରାଯିବ। ଏଥିସହିତ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ ଶବ ସଂସ୍କାର ପାଇଁ ଜାରି କରାଯାଇଥିବା କୋଭିଡ୍‌-୧୯ ଗାଇଡ୍‌ଲାଇନକୁ ମଧ୍ୟ କଡ଼ାକଡି ପାଳନ କରିବାକୁ ପରାମର୍ଶ ଦିଆଯାଇଛି।

ଏଠାରେ ସୂଚନା ଯୋଗ୍ୟ ଯେ, ରାଜ୍ୟ ସରକାର କୋଭିଡ୍‌-୧୯ରେ ପ୍ରାଣ ହରାଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ମୃତଦେହକୁ ସଂସ୍କାର କରିବା ପାଇଁ ୭,୫୦୦ ଟଙ୍କା ଖର୍ଚ୍ଚ କରିବାକୁ ପୂର୍ବରୁ ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲିଫ୍ଟ ମାଗି ବାଇକରେ ବସିଲେ; ରାସ୍ତାରେ ମାଡ଼ ମାରି ଟଙ୍କା-ବ୍ରେସଲେଟ୍ ଲୁଟିନେଲେ ଦୁର୍ବୃତ୍ତ, ଥାନାରେ ଏତଲା

ଦିଗପହଣ୍ଡି,୩୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ହାଇସ୍କୁଲ ନିକଟରେ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ବୁଗୁଡ଼ା ଥାନା କଞ୍ଚୁରୁ…

କେନ୍ଦ୍ରାପଡ଼ାରେ ଗୁରୁ-ଶିଷ୍ୟା ସମ୍ପର୍କରେ କଳଙ୍କ: ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ, ନୃତ୍ୟ ଶିକ୍ଷକ ଗିରଫ

ଡେରାବିଶ, ୩୦।୯(ବେବର୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ନିକିରେଇ ଥାନା ଅନ୍ତର୍ଗତ ଡେରାବିଶ ବ୍ଳକ ଅଂଚଳର ଏକ ବିଦ୍ୟାଳୟର ନୃତ୍ୟ ଶିକ୍ଷକ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ…

ଫସଲ କ୍ଷୟକ୍ଷତି ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି

ଛତ୍ରପୁର,୩୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଲଘୁଚାପଜନିତ ବର୍ଷାରେ ଗଞ୍ଜାମ ଜିଲାର ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିବାରୁ କ୍ଷୟକ୍ଷତିର ସଠିକ୍‌ ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି କରିଛି…

ବାଲିଗୁଡ଼ାରେ ଓଡ଼ିଶା ବନ୍ଦ ଡାକରା ବିଫଳ: ଖୋଲା ରହିଲା ଦୋକାନ ବଜାର, ଗଡ଼ିଲା ଗାଡ଼ିମୋଟର

ବାଲିଗୁଡ଼ା,୩୦ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ବାଲିଗୁଡ଼ାରେ ପରିଲକ୍ଷିତ ହୋଇନାହିଁ। ବନ୍ଦ ସତ୍ତ୍ୱେ ସହରରେ ସ୍ବାଭାବିକ…

ପୋତି ହୋଇଗଲାଣି ଶିଳାନ୍ୟାସ ଫଳକ, ମହାଗୁଡ଼ା-ସରପଡ଼ା ସେତୁ କାମ ସରିବାର ନାଁ ଧରୁନି

ଭଞ୍ଜନଗର,୩୦ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଲୋହରାଖଣ୍ଡି ନଦୀ ଉପରେ ନିର୍ମାଣାଧୀନ ମହାଗୁଡ଼ା-ସରପଡ଼ା ସେତୁ କାମ ମନ୍ଥର ଗତିରେ ଚାଲିଛି। ନିର୍ଦ୍ଧାରିତ…

ପ୍ରଶଂସକଙ୍କ ମନ ଜିତିଲେ ଥଲାଇଭା, ଦାମୀ କାରରେ ନୁହେଁ ବରଂ ଅଟୋରେ ଆସିଲେ ସୁଟିଂସେଟ୍

ନୂଆଦିଲ୍ଲୀ,୩୦।୯: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକ କେତେ ଅଧିକ, ତାହାର ଆଉ ଏକ ଦୃଶ୍ୟ ମୈସୁରରେ ଦେଖିବାକୁ ମିଳିଛି । ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘ଧର୍ମନ’ର ଶୁଟିଂ…

ନାଇଆଡିଆ ସେତୁରୁ ବ୍ରାହ୍ମଣୀ ନଦୀକୁ ଡେଇଁପଡ଼ିଲେ ଭିକାରୀ, କାରଣ ଜାଣିଲେ….

ପଟ୍ଟାମୁଣ୍ଡାଇ,୩୦।୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ନାଇଆଡିଆ ସେତୁ ଉପରୁ ବ୍ରାହ୍ମଣୀ ନଦୀକୁ ଡେଇଁ ଜଣେ ୫୨ ବର୍ଷୀୟ ବ୍ୟକ୍ତି । ନିଖୋଜ…

୨୦୨୯ରେ ରାହୁଲ ଗାନ୍ଧୀ ହେବେ କି ବିରୋଧୀଙ୍କ ଚେହେରା? ମମତାଙ୍କ ଜବାବକୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ,୩୦।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ବିରୋଧୀ INDIA ବ୍ଲକ୍‌ରେ ରାଜନୈତିକ ତତ୍ପରତା ବଢ଼ିଛି । ବୁଧବାର ନୂଆଦିଲ୍ଲୀରେ INDIA ବ୍ଲକ୍‌ର ନେତାମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?