ଟଙ୍କା ନ ଦେବାରୁ କରୋନା ରୋଗୀଙ୍କୁ ଓହ୍ଲାଇ ଦେଲା ଆମ୍ବୁଲାନ୍ସ

କୋଲକାତା,୨୬।୭: ସାରା ଦେଶରେ କରୋନା ରୋଗୀ ଓ ଆମ୍ବୁଲାନ୍ସକୁ ନେଇ ଭିନ୍ନ ଭିନ୍ନ ଖବର ଆସୁଥିବା ବେଳେ ଏବେ କୋଲକାତାରୁ ଆସିଥିବା ଏକ ଖବର ପୁଣି ଚର୍ଚ୍ଚାକୁ ଆସିଛି। ସେଠାରେ ଥିବା ଇନଷ୍ଟିଚ୍ୟୁଟ ଅଫ୍‌ ଚାଇଲ୍‌ଡ ହେଲ୍‌ଥରେ ଜଣେ ୯ ମାସର ଓ ଅନ୍ୟଜଣେ ସାଢେ ୯ ବର୍ଷର ଶିଶୁଙ୍କ ଚିକିତ୍ସା ଚାଲୁଥିଲା। ଏହି ସମୟରେ ସେମାନଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବାରୁ ତାଙ୍କ ପିତା ପିଲାମାନଙ୍କୁ ସରକାରୀ ହସ୍ପିଟାଲ ନେଇଯିବାକୁ ଚାହିଁଥିଲେ। ସେଠାରୁ ସରକାରୀ ହସ୍ପିଟାଲ ମାତ୍ର ୬ କିଲୋମିଟର ହୋଇଥିବା ବେଳେ ଆମ୍ବୁଲାନ୍ସ ଡ୍ରାଇଭର କିନ୍ତୁ ଏଥିପାଇଁ ତାଙ୍କୁ ୯,୨୦୦ ଟଙ୍କା ମାଗିଥିଲେ। ଏତେ ଟଙ୍କା ଦେଇ ପାରିବାକୁ ସକ୍ଷମ ନ ଥିବା କହିଥିଲେ ଶିଶୁଙ୍କ ପିତା। ଏହାପରେ ଡ୍ରାଇଭର ୯ ମାସର ପିଲାଠାରୁ ଅକ୍ସିଜେନ ସପୋର୍ଟ କାଢିଦେବା ସହ ତଳକୁ ଓହ୍ଲାଇ ଦେଇଥିଲେ। ତେବେ ସେଠାରେ ଥିବା ଡାକ୍ତରଙ୍କ ହସ୍ତକ୍ଷେପ ପରେ ୨ହଜାର ଟଙ୍କାରେ ରାଜି ହୋଇ ଡ୍ରାଇଭର ଜଣକ କରୋନା ପୀଡ଼ିତ ଶିଶୁଙ୍କୁ ସରକାରୀ ହସ୍ପିଟାଲରେ ପହଞ୍ଚାଇଥିବା ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଣ୍ଡରେ କେଶ ନ ଥିବା ପୁରୁଷଙ୍କୁ କରୋନା ସଂକ୍ରମଣ ଆଶଙ୍କା ଅଧିକ

ଓ୍ବାଶିଂଟନ, ୬।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଅଚଳାବସ୍ଥା ସୃଷ୍ଟି ହୋଇଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଏବଂ ମୃତକଙ୍କ ସଂଖ୍ୟା ପ୍ରତିଦିନ ବଢ଼ିଚାଲିଛି। ଶିଶୁ,...

‘ପାକିସ୍ତାନକୁ ଅଲଗା ନ କଲେ କିଛି ହେବ ନାହିଁ’, ପାକକୁ ଟାର୍ଗେଟ କଲେ ଭିକେ ସିଂ

କଶ୍ମୀର,୧୪।୯: ଦକ୍ଷିଣ କଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀ ଏବଂ ସେନାଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଜଣେ ସେନା ଯବାନ ଏବଂ ତିନିଜଣ ଅଧିକାରୀ ଶହୀଦ ହୋଇଛନ୍ତି। ସେନାଙ୍କର...

ପ୍ରବାସୀ ଓଡ଼ିଆଙ୍କ ଜାତୀୟ ରାଜପଥ ଅବରୋଧ, ଅଟକିଲା ଶହ ଶହ ଗାଡି

ଭଦ୍ରକ ଅଫିସ,୨୬ା୫ : ଭଦ୍ରକ ନିକଟ ମାଛ ମାର୍କେଟ ନିକଟ ଜାତୀୟ ରାଜପଥ ୧୬ରେ ମଙ୍ଗଳବାର ସକାଳେ ହଜାର ହଜାର ପ୍ରବାସୀ ଓଡ଼ିଆ ରାସ୍ତା ଅବରୋଧ...

‘ସଂରକ୍ଷଣ ବଦଳାଇବାକୁ ଚାହୁଁନାହାନ୍ତି ସରକାର’

ନୂଆଦିଲ୍ଲୀ,୨୪ା୪(ପି.ଟି.): ସଂରକ୍ଷଣ ସୁବିଧା ପାଇଆସୁଥିବା ଜାତି ତାଲିକାର ନା ସମୀକ୍ଷା କରାଯାଉଛି, ନା ସଂରକ୍ଷଣ ବ୍ୟବସ୍ଥାର ଅନ୍ତ ହେଉଛି। ଏହାକୁ ନେଇ ଦେଶରେ ସୃଷ୍ଟି ହୋଇଥିବା...

କଳିଙ୍ଗାରେ ସୀମା ସିଲ୍‌

ଜି.ଉଦୟଗିରି,୩୧ା୩(ଡି.ଏନ.ଏ.)-ଜି.ଉଦୟଗିରି ପୋଲିସ ଗଞ୍ଜାମ ଓ କନ୍ଧମାଳ ଜିଲା ପ୍ରବେଶ ଦ୍ୱାର ଭାବେ ପରିଚିତ କଳିଙ୍ଗା ଚେକ ଗେଟଠାରେ ଜିଲା ସୀମାକୁ ସିଲ କରି ଦେଇଛି। ରାଜ୍ୟ...

ହାଇଦ୍ରାବାଦ୍‌ ପୋଲିସଙ୍କୁ ସଲାମ: ନିର୍ଭୟାଙ୍କ ମା’

ନୂଆଦିଲ୍ଲୀ, ୬।୧୨: ତେଲେଙ୍ଗାନାର ଡାକ୍ତରାଣୀଙ୍କୁ ଗଣବଳାତ୍କାର କରିବା ପରେ ହତ୍ୟା କରିଥିବା ୪ ଅଭିଯୁକ୍ତ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ଶୁକ୍ରବାର ସକାଳୁ ଏଭଳି ଘଟଣା...

କଲେଜିୟମ ବ୍ୟବସ୍ଥା ଦେଶର ଆଇନ

ନୂଆଦିଲ୍ଲୀ,୯।୧୨(ପି.ଟି.):ବିଚାରପତି ନିଯୁକ୍ତି ଲାଗି ରହିଥିବା କଲେଜିୟମ ବ୍ୟବସ୍ଥା ଦେଶର ଆଇନ। ଏହା ବିରୋଧରେ ମନ୍ତବ୍ୟ ଗ୍ରହଣୀୟ ନୁହେଁ ବୋଲି ସୁପ୍ରିମକୋର୍ଟ ଗୁରୁବାର କହିଛନ୍ତି। ଦେଶର ଆଇନକୁ...

ଆଫଗାନିସ୍ତାନ ରାଷ୍ଟ୍ରପତିଙ୍କ ସହ କଥା ହେବେ ମୋଦି

ନୂଆଦିଲ୍ଲୀ,୯ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ ଘନିଙ୍କ ସହ ଶେହତୁତ ଡ୍ୟାମକୁ ନେଇ ହେବାକୁ ଥିବା ଚୁକ୍ତିକୁ ନେଇ ଆଲୋଚନା...

Advertisement
Archives

Model This Week