ରୋଗୀଙ୍କ ଜୀବନ ବଞ୍ଚାଇବାକୁ ଯାଇ ଡାକ୍ତର ହେଲେ ସଂକ୍ରମିତ

ନୂଆଦିଲ୍ଲୀ,୨୬।୭: ଗୋଟିଏ ପଟେ କରୋନା ଭାଇରସ ସଂକ୍ରମଣକୁ ନେଇ ସାଧାରଣ ଜନତା ଭୟଭିତ ଅଛନ୍ତି। ଅନ୍ୟପଟେ ଏହି ରୋଗୀଙ୍କ ଜୀବନ ବଞ୍ଚାଇବାକୁ ଯାଇ ଗ୍ରେଟର ନଏଡାର ଜଣେ ସର୍ଜନ ନିଜ ଜୀବନକୁ ବାଜି ଲାଗାଇ ଦେଇଛନ୍ତି। ଶାରଦା ଦେବୀ ସ୍କୁଲ ଅଫ୍‌ ମେଡିକାଲ ସାଇନସେସ୍‌ ଆଣ୍ଡ ରିସର୍ଚ୍ଚ ସେଣ୍ଟରରେ ସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ବିକ୍ରମ ସିଂ ଚୌହାନ ଏମରଜେନ୍ସିରେ ରୋଗୀଙ୍କର ସର୍ଜରୀ କରୁଥିଲେ। ଆଉ ଏହାରି ଭିତରେ ସେ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏହାପରେ ତାଙ୍କର ୯ ମାସର ଗର୍ଭବତୀ ପତ୍ନୀ ଓ ୭ ବର୍ଷର ପୁଅ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ତେବେ ଗତ ସପ୍ତାହରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିବା ବେଳେ ସେ ମଧ୍ୟ କରୋନାରେ ସଂକ୍ରମିତ ହୋଇ ଏନ୍‌ଆଇସିୟୁରେ ଭର୍ତ୍ତି ହୋଇଛି। ସୂଚନାଯୋଗ୍ୟ, ୧୦ ଦିନ ପୂର୍ବରୁ ସେଠାକୁ ଆସିଥିବା ଜଣେ ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ଦେଖି ପିପିଇ କିଟ୍‌ ନ ପିନ୍ଧି ଡାକ୍ତର ଚୌହାନ ତାଙ୍କର ସର୍ଜରୀ କରି ଦେଇଥିଲେ। ଏହାପରେ ଉକ୍ତ ରୋଗୀ ଜଣକ କରୋନା ପଜିଟିଭ ଥିବା ଜଣାପଡିଥିଲା। ହେଲେ ସେତେବେଳକୁ ଡାକ୍ତର ଓ ତାଙ୍କ ପରିବାର ସଦସ୍ୟ କରୋନାରେ ସଂକ୍ରମିତ ହୋଇ ସାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ କେଜରିଓ୍ବାଲ, ଆତଙ୍କବାଦୀ ନୁହେଁ’ ତିହାରରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ନୂଆଦିଲ୍ଲୀ,୧୬।୪: ଗୋଟିଏ ପଟେ ଲୋକ ସଭା ନିର୍ବାଚନ ମୁଣ୍ଡ ଉପରେ ଥିବାବେଳେ ଅନ୍ୟପଟେ ଆମ ଆଦମୀ ପାର୍ଟି ମଦ ଦୁର୍ନୀତିରେ ଛନ୍ଦି ହୋଇପଡିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ...

UPSC ସିଭିଲ ସିର୍ଭସ ପରୀକ୍ଷା ୨୦୨୩ ଫାଇନାଲ ରିଜଲ୍ଟ ଜାରି, ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର

ନୂଆଦିଲ୍ଲୀ,୧୬।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା ୨୦୨୩ ର ଫାଇନାଲ ଫଳାଫଳ ପ୍ରକାଶ ପାଇଛି। ଏହାର ୱେବସାଇଟ upsc.gov.in ରେ ଏହା ଯାଞ୍ଚ କରାଯାଇପାରିବ ।...

ସୁପ୍ରିମକୋର୍ଟରୁ ଆଜିବି ବାବା ରାମଦେବଙ୍କୁ ମିଳିଲାନି କ୍ଷମା

ନୂଆଦିଲ୍ଲୀ,୧୬।୪: ଯୋଗ ଗୁରୁ ବାବା ରାମଦେବ ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ଠାରୁ ଏଲୋପାଥି (ଇଂରାଜୀ ଔଷଧ) ବିରୁଦ୍ଧରେ ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ପାଇନାହାଁନ୍ତି। ପତଞ୍ଜଳି...

ଗୟାରେ ଗର୍ଜିଲେ ମୋଦି, ବିରୋଧୀଙ୍କୁ କଲେ ଟାର୍ଗେଟ

ଗୟା,୧୬।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିହାରରେ ପହଞ୍ଚିଛନ୍ତି, ଯେଉଁଠାରେ ସେ ଗୟାଠାରେ ଏକ ସମାବେଶକୁ ସମ୍ବୋଧିତ କରିଛନ୍ତି ଏବଂ କିଛି ସମୟ ପରେ ପ୍ରଧାନମନ୍ତ୍ରୀ...

୧୨ ତମ ତାଲିକାରେ ୪ ରାଜ୍ୟ ପାଇଁ ୭ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଭାଜପା

ନୂଆଦିଲ୍ଲୀ,୧୬।୪: ମଙ୍ଗଳବାର ଭାଜପା ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଦ୍ୱାଦଶ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୪ଟି ରାଜ୍ୟରେ ୭ଟି ଆସନ...

ଆପଣଙ୍କ ପରାମର୍ଶ ଆମର ଆବଶ୍ୟକ ନାହିଁ, ବାବା ରାମଦେବ, ବାଲକ୍ରିଷ୍ଣାଙ୍କୁ କାହିଁକି ଏମିତି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୬।୪: ମଙ୍ଗଳବାର ପତଞ୍ଜଳିର ଭ୍ରମାତ୍ମକ ବିଜ୍ଞାପନ ପ୍ରସଙ୍ଗରେ ଶୁଣାଣି ସୁପ୍ରିମକୋର୍ଟରେ ଚାଲିଛି। ଶୁଣାଣି ସମୟରେ ଜଷ୍ଟିସ ହିମା କୋହଲି ଏବଂ ଜଷ୍ଟିସ ଅମାନୁଲ୍ଲାଙ୍କ ବେଞ୍ଚ ବାବା...

ନିର୍ବାଚନ ପ୍ରଚାର ପାଇଁ ବଢିଲା ୪୦% ଘରୋଇ ବିମାନ ଚାହିଦା

ନୂଆଦିଲ୍ଲୀ,୧୬ା୪: ଲୋକ ସଭା ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନେତା ଓ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନେ ଦେଶବ୍ୟାପୀ ବିଭିନ୍ନ ସ୍ଥାନକୁ ପ୍ରଚାରରେ ଯାଉଛନ୍ତି। ଏଭଳି...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri