Home Left

‘ଅନ୍‌ଲାଇନ୍‌ ଚେସ୍‌ କୋଚିଂ ଉପାଦେୟ ହେଉଛି’

ଭୁବନେଶ୍ୱର, ୨୦।୩(କ୍ରୀଡ଼ା ପ୍ରତିନିଧି)-ଦିନ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କେବଳ ଚେସ କଥା ଭାବୁଥିବା ଗୁରୁ ସତ୍ୟରଞ୍ଜନ ପଟ୍ଟନାୟକ ଏବେ ଏହି ଗେମ୍‌କୁ ନେଇ ବେଶ୍‌ ଚିନ୍ତିତ। କରୋନା ଭାଇରସ ସଂକ୍ରମଣ ପ୍ରଭାବରେ ଏବେ ସମ୍ପୂର୍ଣ୍ଣ କ୍ରୀଡ଼ା ଜଗତ ପ୍ରଭାବିତ। ତେଣୁ ଗୁରୁତର…

ରିଲିଫ ଫଣ୍ଡକୁ ୨ଲକ୍ଷ ସହାୟତା

ରୂପ୍‌ସା, ୨୦।୪(ଡି.ଏନ.ଏ.)-ସମଗ୍ର ଦେଶ ଓ ରାଜ୍ୟବ୍ୟାପୀ କରୋନା ମୁକାବିଲା ପାଇଁ ସରକାର ଉଦ୍ୟମ ଜାରି ରଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କେୟାର୍ସ ଫଣ୍ଡ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ବହୁ ବଦାନ୍ୟ ବ୍ୟକ୍ତି ସହାୟତାର ହାତ ବଢ଼ାଇଛନ୍ତି। ବାଲେଶ୍ୱର ଜିଲା ରୂପ୍‌ସା ଥାନା ସାମିଲ…

ଜଳଖିଆ ଦୋକାନ ଜଳିଗଲା

ବ୍ରହ୍ମପୁର ଅଫିସ,୧୯ା୪- ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଇଞ୍ଜିନିୟରିଂ ସ୍କୁଲ ଛକରେ ଥିବା ବାବୁ ଟିଫିନ୍‌ ସେଣ୍ଟରରେ ରବିବାର ରାତି ପ୍ରାୟ ସାଢେ ୮ଟାବେଳେ ଅଗ୍ନିକାଣ୍ଡ ଘଟିଛି। ବ୍ରହ୍ମପୁର ଅଗ୍ନିଶମ କର୍ମଚାରୀ ପହଞ୍ଚତ୍ ନିଅଁାକୁ ଆୟତ୍ତ କରିଥିଲେ। ଲକ୍‌ଡାଉନ୍‌ ପାଇଁ ଦୋକାନ ବନ୍ଦ…

ବିଦେଶୀ ମଦ ଜବତ, ଜଣେ ଗିରଫ

ବ୍ରହ୍ମପୁର ଅଫିସ ,୧୯ା୪-କରୋନା ଦୃଷ୍ଟିରୁ ସାରା ଭାରତରେ ଲକ୍‌ଡାଉନ ଘୋଷଣା କରାଯାଇଛି। ସେହିପରି ଓଡ଼ିଶାରେ ମଧ୍ୟ ଲକ୍‌ଡାଉନ ବଳବତ୍ତର ଥିବା ବେଳେ ରାଜ୍ୟର ସମସ୍ତ ମଦ ଦୋକାନ ବନ୍ଦ ରହିଛି। ହେଲେ ରବିବାର ସକାଳେ ବୈଦ୍ୟନାଥପୁର ପୋଲିସ ଖୋଡଡାସିଂ ନିକଟସ୍ଥ ଏକ…

ଗାଡି ଭଡାକରି ଗର୍ଭବତୀଙ୍କୁ ଗାଁକୁ ପଠାଇଲେ ଥାନା ଅଧିକାରୀ

ପାତ୍ରପୁର,୧୯ା୪(ଡି.ଏନ୍‌.ଏ.)- ଦୁର୍ଗମ ଅଞ୍ଚଳର ଜଣେ ଗର୍ଭବତୀଙ୍କୁ ଜରଡ଼ା ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ବାଇଁ ଗାଡ଼ି ଭଡାକରି ଘରେ ଛାଡ଼ିଛନ୍ତି। ଏନେଇ ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସା କରାଯାଇଛି। ପାତ୍ରପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ଆଙ୍କୁଲି ପଞ୍ଚାୟତ ବଣିଆବସା ଗ୍ରାମର ଧନେଶ୍ୱର ପ୍ରଧାନଙ୍କ…

ଦିବ୍ୟାଙ୍ଗଙ୍କୁ ମାକ୍ସ ବଣ୍ଟନ

ବାଲିଆପାଳ, ୧୯।୪(ସ୍ବ.ପ୍ର.)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକରେ କାର୍ଯ୍ୟରତ ସ୍ବେଚ୍ଛାସେବୀ ସଙ୍ଗଠନ ୟୁଥ୍‌ ଡେଭଲପମେଣ୍ଟ ପ୍ରୋଜେକ୍ଟ (ୱାଇଡ଼ିପି) ପକ୍ଷରୁ ଦିବ୍ୟାଙ୍ଗମାନଙ୍କୁ ଏହି ମହାମାରୀରୁ କିପରି ନିଜକୁ ସୁରକ୍ଷିତ ରଖିବେ ସେନେଇ ସଚେତନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଶନିବାର ବଣିଆଡ଼ିହା ପଞ୍ଚାୟତର ସଦାନନ୍ଦପୁର ଗ୍ରାମରେ…

ଅଟୋରିକ୍ସା ଚାଳକଙ୍କୁ ସହାୟତା

ବାଲେଶ୍ୱର ଅଫିସ, ୧୯।୪-ଲକ୍‌ଡାଉନ ଯୋଗୁ ଦୈନନ୍ଦିନ ରୋଜଗାର କରି ଜୀବିକା ନିର୍ବାହ କରୁଥିବା ବ୍ୟକ୍ତିମାନେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ବାଲେଶ୍ୱର ସହରର ବିଭିନ୍ନ ଛକ ସ୍ଥାନରେ ରହି ଦୈନନ୍ଦିନ ଯାତ୍ରୀ ପରିବହନ କରି ପରିବାର ପ୍ରତିପୋଷଣ କରୁଥିବା ୬୦୦ ଅଟୋ…

ବାଲେଶ୍ୱର ସଂକ୍ରମିତଙ୍କ ସଂସ୍ପର୍ଶରେ ଜଣେ ସ୍ବାସ୍ଥ୍ୟକର୍ମୀ: ସାନିଟାଇଜ୍‌ ହେଲା ସନ୍ତରାଗଡ଼ିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର

ସଜନାଗଡ଼, ୧୯।୪(ଡି.ଏନ.ଏ.)-ଓଡ଼ିଶାର ୬୧ନଂ. କରୋନା ସଂକ୍ରମିତ ବାଲେଶ୍ୱର ସହରର ବୋଲି ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ କରିବା ପରେ ଜିଲା ପ୍ରଶାସନ ତତ୍ପର  ହୋଇଉଠିଛି। ଏହି ସମୟ ମଧ୍ୟରେ ସଂକ୍ରମିତ ବ୍ୟକ୍ତି କେଉଁମାନଙ୍କ ସଂସ୍ପର୍ଶରେ ଆସିଛନ୍ତି, ତାହାର ତଥ୍ୟ ସଂଗ୍ରହ କରାଯାଉଛି। ନୀଳଗିରି…

କରୋନାକୁ ନେଇ ଗୁଜବ: ଜଣେ ଗିରଫ

ବାରିପଦା ଅଫିସ, ୧୯ା୪- ମୟୂରଭଞ୍ଜ ଜିଲା ବାରିପଦା ସହରର ୧୭ ନମ୍ବର ୱାର୍ଡ଼ରେ କରୋନା ହୋଇଥିବା ନେଇ ଫେସବୁକ୍‌ରେ ଗୁଜବ କରି ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। ଅଭିଯୁକ୍ତ ହେଲେ ସେହି ୱାର୍ଡ଼ ବଳରାମପୁରର ଶରାଫତ ଟୁଲ୍ଲା। ପୋଲିସ ସୂଚନା ଅନୁଯାୟୀ,…

ହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର

କେନ୍ଦୁଝର,୧୯ା୪(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ତେଲକୋଇ ବନାଞ୍ଚଳ ଦେଉଳଡିହାଠାରେ ରବିବାର ଦନ୍ତା ହାତୀ ଆକ୍ରମଣରେ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ତେଲକୋଇ ଡାକ୍ତରଖାନା ଓ ପରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସୂଚନା…

ସହାୟତା ଦାବି କଲେ ଘରୋଇ ଗାଡି ଚାଳକ

ସମ୍ବଲପୁର,୧୯ା୪(ବ୍ୟୁରୋ)-ଲକ୍‌ଡାଉନର ପ୍ରଭାବ ଘରୋଇ ବସ୍‌, ଟ୍ରକ, କାର ଓ ସମସ୍ତ ଚାରିଚକିଆ ଯାନ ଚଲାଇଥିବା ଡ୍ରାଇଭରମାନଙ୍କ ଉପରେ ପଡିଛି । ଗାଡି ଚଳାଚଳ ବନ୍ଦ ହେବାରୁ ସେମାନଙ୍କ ରୋଜଗାର ବନ୍ଦ ହୋଇଯାଇଛି । ତେଣୁ ସେମାନେ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି…

କରୋନା ସଚେତନତା ଲାଗି ବୌଦ୍ଧ ଜିଲା ପ୍ରଶାସନର ଅଭିନବ ଉଦ୍ୟମ

ବୌଦ୍ଧ, ୧୯ା୪(ସ୍ବ.ପ୍ର.): କରୋନା ସଂକ୍ରମଣ ସମ୍ପର୍କରେ ସଚେତନତା ଓ ଲକଡାଉନ ନିୟମ ପାଳନ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଅଭିନବ ଉଦ୍ୟମ ଆରମ୍ଭ ହୋଇଛି। ବୌଦ୍ଧ ଗଙ୍ଗାଧର ସ୍ବେଛାସେବୀ ସମିତିର ସଦସ୍ୟମାନଙ୍କ ଦ୍ୱାରା ପ୍ରସ୍ତୁତ ସଚେତନତା ଧର୍ମୀ କ୍ଷୁଦ୍ର ପଥପ୍ରାନ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri