ଅଭିନେତ୍ରୀଙ୍କ ବ୍ଲାକ୍‌ ଆଣ୍ଡ୍‌ ହ୍ବାଇଟ୍‌ ଚ୍ୟାଲେଞ୍ଜ: ଭାଇରାଲ ହେଉଛି ଫଟୋ

ଲକ୍‌ଡାଉନ୍‌ ସମୟରେ ଘରେ ରହି ଲୋକେ ସୋସିଆଲ ମିଡିଆ ମାଧ୍ୟମରେ ବିଭିନ୍ନ ଚ୍ୟାଲେଞ୍ଜକୁ ଆସେପ୍ଟ କରୁଛନ୍ତି। ସେଥିମଧ୍ୟରୁ ଗୋଟିଏ ହେଉଛି ବ୍ଲାକ୍‌ ଆଣ୍ଡ୍‌ ହ୍ବାଇଟ୍‌ ଚ୍ୟାଲେଞ୍ଜ। ଏହି ଚ୍ୟାଲେଞ୍ଜକୁ ଆସେପ୍ଟ କରି ବିଶେଷ କରି ମହିଳାମାନେ ନିଜର ବ୍ଲାକ୍‌ ଆଣ୍ଡ୍‌ ହ୍ବାଇଟ୍‌ ଫଟୋ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। ବଲିଉଡ୍‌ ଅଭିନେତ୍ରୀମାନେ ମଧ୍ୟ ଏଥିରୁ ବାଦ୍‌ ପଡ଼ି ନାହାନ୍ତି। ଅନେକ ଅଭିନେତ୍ରୀ ଏହି ଚ୍ୟାଲେଞ୍ଜକୁ ଆସେପ୍ଟ କରିବା ସହ ହାସ୍‌ଟ୍ୟାଗ୍‌କୁ ବ୍ୟବହାର କରି ନିଜର ବ୍ଲାକ୍‌ ଆଣ୍ଡ୍‌ ହ୍ବାଇଟ୍‌ ଫଟୋ ଏବେ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। ମହିଳା ସଶକ୍ତକରଣକୁ ସମର୍ଥନ କରିବା ଏବଂ ସକାରାତ୍ମକତା ବଜାୟ ରଖିବା ପାଇଁ ସେଲିବ୍ରିଟିମାନେ ଏହି ଧାରାକୁ ଅନୁସରଣ କରୁଥିବା ଜଣାପଡ଼ିଛି। ଏଥିରେ ଟୀନା ଅମ୍ବାନୀ, କରିସ୍ମା କପୁର, ବିପାଶା ବସୁ, ଅନନ୍ୟା ପାଣ୍ଡେ, କରିସ୍ମା କପୁର ଆଦି ଅଭିନେତ୍ରୀ ରହିଛନ୍ତି।
ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ସୋସିଆଲ ମିଡିଆରେ ନିଜର ଏକ କଳା-ଧଳା ଫଟୋ ଶେୟାର କରିଛନ୍ତି। ଏଥିରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି।


ଟୀନା ଅମ୍ବାନୀ ନିଜର ଏକ ପୁରୁଣା ଫଟୋ ଶେୟାର କରିବା ସହ ଲେଖିଛନ୍ତି, ଚାଲନ୍ତୁ ସକାରାତ୍ମକତା ସୃଷ୍ଟି କରିବା। ଜଣେ ମହିଳା ଭାବେ ଅନ୍ୟକୁ ତଳକୁ ଟାଣିବା ଅପେକ୍ଷା ନିଜକୁ ଉପରକୁ ଉଠାଇବା ବୋଲି ସେ କହିଛନ୍ତି। ଏଥିସହ ସେ ଲେଖିଛନ୍ତି ଚ୍ୟାଲେଞ୍ଚ ଆସେପ୍‌ଟେଡ୍‌।


ବିପାଶା ବସୁ ମଧ୍ୟ ନିଜର ଏକ ଫଟୋ ଶେୟାରକରି ଚ୍ୟାଲେଞ୍ଚ ଆସେପ୍‌ଡେଡ୍‌ ବୋଲି ଲେଖିଛନ୍ତି।


ଶାହିଦ କୁପରଙ୍କ ସ୍ତ୍ରୀ ମୀରା ରାଜପୁତ ମଧ୍ୟ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ। ସେ ଏହି ଚ୍ୟାଲେଞ୍ଚକୁ ଆସେପ୍ଟ କରିବା ସହ ନିଜର ଏକ ସୁନ୍ଦର ଫଟୋ ଶେୟାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଲିଆଙ୍କୁ ଆଦର୍ଶ ମାନନ୍ତି ଅନନ୍ୟା

ପ୍ରଥମ ଚଳଚ୍ଚିତ୍ର ମୁକ୍ତି ଲାଭ କରିବା ପୂର୍ବରୁ ଅନନ୍ୟା ପାଣ୍ଡେ ଦ୍ୱିତୀୟ ଚଳଚ୍ଚିତ୍ର ପାଇଁ ମୋହର ମାରି ସାରିଥିଲେ। ୧୯୭୮ ମସିହାରେ ମୁକ୍ତିଲାଭ କରିଥିବା ‘ପତି...

ପ୍ରସିଦ୍ଧ ବ୍ରିଟିଶ ଲେଖକଙ୍କ ପରଲୋକ

ଲଣ୍ଡନ,୧୬।୮:ପ୍ରସିଦ୍ଧ ବ୍ରିଟିଶ ଲେଖକ ତଥା ଖବରଦାତା ନିକୋଲାସ ଇଭାନ୍ସଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ନିକୋଲାସ ଇଭାନ୍ସ ଅନେକ...

ରିଲିଜ ହେଲା ଫିଲ୍ମ ‘ଲକ୍ଷ୍ମୀ ବମ୍‌’ର ପ୍ରଥମ ପୋଷ୍ଟର, କିନ୍ନର ଭୂମିକାରେ ନଜର ଆସିବେ ଅକ୍ଷୟ

ମୁମ୍ବାଇ: ଆଗାମୀ ଫିଲ୍ମ ‘ଲକ୍ଷ୍ମୀ ବମ୍‌’ରେ କିନ୍ନର ଭୂତ ଭୂମିକାରେ ନଜର ଆସିବେ ବଲିଉଡ୍‌ ସୁପରଷ୍ଟାର ଅକ୍ଷୟ କୁମାର। ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ ପରେ...

ଜନ୍ମଦିନରେ ନୂଆ ଫିଲ୍ମ ଘୋଷଣା କଲେ ହ୍ରିତିକ

ନୂଆଦିଲ୍ଲୀ,୧୦।୧- ବଲିଉଡ୍‌ ଷ୍ଟାର ହ୍ରିତିକ ରୋଶନ ରବିବାର ୪୬ ବର୍ଷରେ ପାଦ ଦେଇଛନ୍ତି। ଏହି ଅବସରରେ ତାଙ୍କ ନୂଆ ଫିଲ୍ମ ସମ୍ପର୍କରେ ଘୋଷଣା କରିଛନ୍ତି ହ୍ରିତିକ।...

ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର

ନୂଆଦିଲ୍ଲୀ,୧୧।୮: ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ହୃଦଘାତରେ ଆକ୍ରାନ୍ତ ହୋଇ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ହୃଦ୍‌ଘାତ ଆକ୍ରାନ୍ତ...

ସିଦ୍ଧାର୍ଥ ମାଲହୋତ୍ରାଙ୍କୁ ୩୫ ପୂରିଲା: ଏବେ ବି ଆଲିଆ-ଜ୍ୟାକଲିନ୍‌ଙ୍କୁ ପାରି ନାହାଁନ୍ତିି ଭୁଲି

ମୁମ୍ବାଇ: ବଲିଉଡ୍‌ ଷ୍ଟାର ସିଦ୍ଧାର୍ଥ ମାଲହୋତ୍ରା ଗୁରୁବାର ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୫ ଜାନୁୟାରୀ ୧୬ରେ ଦିଲ୍ଲୀଠାରେ ଜନ୍ମଗ୍ରହଣ କରିଥିଲେ। ସେ ୧୮...

ରଣବୀର କପୁରଙ୍କ ଭଳି ଅବିକଳ ଦିଶୁଥିବା ଏହି ବ୍ୟକ୍ତିଙ୍କ ମୃତ୍ୟୁ : ଏକଦା ଋଷି କରିଥିଲେ ପ୍ରଶଂସା

ରଣବୀର କପୁରଙ୍କ ପରି ଅବିକଳ ଦିଶୁଥିବା ପ୍ରସିଦ୍ଧ ମଡେଲ ଜୁନାଦ ଶାହାଙ୍କ ଦେହାନ୍ତ ହୋଇଛି। ରଣବୀରଙ୍କ ସହ ଅନେକଆଂଶରେ ତାଙ୍କ ଚେହେରା ମିଶୁଥିବା ଯୋଗୁ ସେ...

୪ ଜଣଙ୍କୁ ଫ୍ଲାଟ୍‌ ଉପହାର ଦେଲେ କଙ୍ଗନା

ଗତ କିଛି ମାସ ହେବ ନିଜର କଠୋର ବକ୍ତବ୍ୟ ପାଇଁ ବଲିଉଡ୍‌ ଅଭିିନେତ୍ରୀ କଙ୍ଗନା ରଣାଓ୍ବତ୍‌ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ସେ ନିଜର ଭାଇ ଅକ୍ଷତ,...

Advertisement
Archives

Model This Week