କ୍ରୋମାଇଟ ପରିବହନକୁ ଶ୍ରମିକଙ୍କ ବିରୋଧ
କାଳିଆପାଣି,୨୦।୪(ଡିଏନଏ): ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳରେ କାର୍ଯ୍ୟ କରୁଥିବା ସାରୁଆବିଲ ଖଣିରୁ କ୍ରୋମାଇଟ ପରିବହନକୁ ଶ୍ରମିକମାନେ ବିରୋଧ କରି ବନ୍ଦ କରିଦେଇଛନ୍ତି। ମିଶ୍ରିଲାଲ ଖଣିର ଲିଜ ଅବଧି ୩୧ମାର୍ଚ୍ଚ ୨୦୨୦ରୁ ସରିଥିବାବେଳେ ଏବେ ଅନ୍ୟ ଏକ କମ୍ପାନୀ ହାତକୁ ମାଲିକାନାସତ୍ୱ…
ହଜାରେ ଲିଟର ପୋଚ ନଷ୍ଟ, ଭାଟି ସିଲ
ପାତ୍ରପୁର,୨୦ା୪(ଡି.ଏନ୍.ଏ.)- ଲକ୍ଡାଉନରେ ମଦଦୋକାନ ବନ୍ଦ ଥିବାବେଳେ ଦେଶୀମଦ କାରବାର ବୃଦ୍ଧି ପାଇଛି। ଭାଟି ମାନଙ୍କରେ ମଦ ତିଆରି କରି ମାଲାମାଲ୍ ହେଉଛନ୍ତି ମାଫିଆ। ଜରଡା ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ବାଇଁଙ୍କ ତତ୍ତ୍ୱାବଧାନରେ ସୋମବାର ଏକ ଟିମ୍ ଚଢ଼େଇ ଗାଁ, ସୁନରିବାଡ ଓ…
ତଳମୁଣ୍ଡରେ ପହଞ୍ଚିଲାନି କେନାଲ ପାଣି: ମରିବାକୁ ବସିଲାଣି ଗର୍ଭଣୀ ଧାନ
ଜୁନାଗଡ,୨୦।୪(ଡି.ଏନ୍.ଏ.): କଳାହାଣ୍ଡି ଜିଲାରେ କେନାଲ ବିଭାଗ ପାଣି ଦେବାକୁ କହିି ଶେଷ ମୁହୂର୍ତ୍ତରେ ନ ଦେବା ଫଳରେ ଚାଷୀମାନେ ଅଡୁଆରେ ପଡିଛନ୍ତି। ବର୍ତ୍ତମାନ ରବିଧାନ ଗର୍ଭଣୀ ଅବସ୍ଥାରେ ଥିବାବେଳେ କେନାଲରେ ପାଣି ନ ଆସିବା ଯୋଗୁଁ ଫସଲ ନଷ୍ଟ ହେବାକୁ ବସିଲାଣି।…
ପରିବା ଚାଷୀଙ୍କ କରୋନା ପାଣ୍ଠିକୁ ସହାୟତା
ନୂଆପଡା ଅଫିସ,୨୦ା୪: କରୋନା ମୁକାବିଲା ଲାଗି ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଅଣ୍ଟା ଭିଡିଛନ୍ତି। ଏଥିପାଇଁ ବିଭିନ୍ନ ସଂଗଠନ, ବ୍ୟକ୍ତିବିଶେଷ ସହାୟତାର ହାତ ବଢାଉଛନ୍ତି। ଏହିକ୍ରମରେ ନୂଆପଡା ସଦର ବ୍ଲକ ଭେରା ଗଁାର ୨୭ଜଣ ପରିବା ଚାଷୀ ସଂଗ୍ରହ କରିଥିବା…
ମହିଳାଙ୍କ ଆତ୍ମହତ୍ୟା, ମଶାଣିରୁ ମୃତଦେହ ଜବତ କଲା ପୋଲିସ
ଗଞ୍ଜାମ,୨୦ା୪(ଡି.ଏନ୍.ଏ.)- ଗଞ୍ଜାମ ଥାନା ଅଞ୍ଚଳରେ ସୋମବାର ଜଣେ ମହିଳା ଲୁଗାରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ। ପରିବାର ଲୋକେ ଅପରାହ୍ନରେ ମୃତଦେହ ମଶାଣିକୁ ନେଇ ଦାହ କରିବାକୁ ପ୍ରସ୍ତୁତ ହେଉଥିବାବେଳେ ଗଞ୍ଜାମ ପୋଲିସ କୌଣସି ସୂତ୍ରରୁ ଖବର ପାଇ ସେଠାରେ ପହଞ୍ଚତ୍…
ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୨୧ସରପଞ୍ଚ ଦେଲେ ୩ ମାସର ଭତ୍ତା
ତରଭା,୨୦।୪(ଡି.ଏନ.ଏ): କରୋନା ଭୂତାଣୁ ସଂକ୍ରମଣ ପ୍ରତିରୋଧ ପାଇଁ ସୁବର୍ଣ୍ଣପୁର ଜିଲା ତରଭା ବ୍ଳକର ସମସ୍ତ ସରପଞ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ଲକ୍ଷ ୨ହଜାର ଟଙ୍କା ପ୍ରଦାନ କରିଛନ୍ତି। ବ୍ଲକର ମୋଟ ୨୧ ଜଣ ସରପଞ୍ଚ ସେମାନଙ୍କ ୩ ମାସର ଭତ୍ତା/ଦରମା ବାବଦ…
ଦାରିଙ୍ଗବାଡ଼ିରେ ଝଡବର୍ଷା, କୁଆ ପଥର ବୃଷ୍ଟି
ଦାରିଙ୍ଗବାଡ଼ି,୨୦।୪(ଡି.ଏନ.ଏ.)- ଦାରିଙ୍ଗବାଡ଼ି ବ୍ଲକର ଦାରିଙ୍ଗବାଡ଼ି ସମେତ ଶ୍ରାନିକେତା, ଦଣ୍ଡିମା, ସିମନବାଡ଼ି, ତେରାବାଡ଼ି, ଡବୁଲମାହା, କିରିକୁଟି ଆଦି ଅଞ୍ଚଳରେ ସୋମବାର ଅପରାହ୍ନରେ ବର୍ଷାପବନ ସହ କୁଆପଥର ବୃଷ୍ଟି ହୋଇଛି। ଏଥିରେ ଏକାଧିକ ଲୋକଙ୍କ ଟିଣ ଛପର ଉଡ଼ିଯିବା ସହ କେତେକ ଘର ଭାଙ୍ଗିଥିବା…
୨୬ ଶ୍ରମିକଙ୍କୁ ସଂଗରୋଧ ଗୃହକୁ ପଠାଇଲା ପୋଲିସ
ଭବାନୀପାଟଣା/କୋକସରା,୨୦।୪(ସ୍ବ.ପ୍ର/ଡି.ଏନ.ଏ.): ଫୁଲବାଣୀରୁ ୨୬ଜଣ ଶ୍ରମିକ ନରଙ୍ଗପୁରକୁ ଚାଲିଚାଲି ଆସୁଥିବା ସମୟରେ ସୋମବାର ଆମପାଣି ପୋଲିସ ହାତରେ ଧରା ପଡିଥିଲେ। ପରେ ଉକ୍ତ ଶ୍ରମିକମାନଙ୍କୁ ସ୍ଥାନୀୟ ସଂଗରୋଧ ଗୃହରେ ଥଇଥାନ କରାଯାଇଛି। ମିଳିଥିବା ସୁଚନା ଅନୁସାରେ, ଫୁଲବାଣୀ ଜିଲା ଖଜୁରୀପଡାଠାରେ ନବରଙ୍ଗପୁର ଜିଲାର…
ଲକ୍ଡାଉନ ପ୍ରଭାବ: ଅମଳ ଆଖୁ ବିକିପାରୁନି ଚାଷୀ
ଖପ୍ରାଖୋଲ, ୨୦ା୪(ଡି.ଏନ.ଏ.): କରୋନା ସଂକ୍ରମଣ ରୋକିବାକୁ ସାରାଦେଶରେ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏହାର ପ୍ରଭାବ ଲୋକଙ୍କ ଜୀବନଜୀବିକା ଉପରେ ପଡିଛି। ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଞ୍ଚଳର ଆଖୁଚାଷୀ ଲକ୍ଡାଉନ ଯୋଗୁ ସଙ୍କଟରେ ପଡି ଯାଇଛନ୍ତି। ଯେଉଁମାନେ କ୍ଷେତରୁ କାଟି ଆଣିଥିଲେ…
କରୋନା ଭୟରେ ଛୁଇଁଲେନି ମୃତଦେହ
ଚମ୍ପୁଆ, ୨୦ା୪(ଡି.ଏନ.ଏ.): କରୋନା ଭୟରେ ବାଙ୍ଗାଲୋର ଫେରନ୍ତା ଜଣେ ଯୁବକଙ୍କ ମୃତଦେହକୁ ଗ୍ରାମବାସୀ ନ ଛୁଇଁବା ଘଟଣା କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଖବରପାଇ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ତାଙ୍କ ପରିବାର ଲୋକଙ୍କ…
କୋହଳ ହେଲା କିଛି କଟକଣା
ମାଲକାନଗିରି,୨୦ା୪(ଡି.ଏନ୍.ଏ.): କୋରେନା ଭୂତାଣୁର ମୁକାବିଲା ପାଇଁ କେନ୍ଦ୍ର ସରକାର ଲକ୍ଡାଉନ ଘୋଷଣା କରିଥିବା ବେଳେ ମାଲକାନଗିରି ଜିଲାରେ ସୋମବାରଠାରୁ କିଛି ମାତ୍ରାରେ କଟକଣା କୋହଳ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୩୪୮ ଜଣଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ସେଥିରୁ…
୨ଶହ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ଉଦ୍ଘାଟିତ
ନବରଙ୍ଗପୁର,୨୦ା୪(ବି.ପ୍ର.): ନବରଙ୍ଗପୁର ବିଏଡ୍ କଲେଜଠାରେ ୨ଶହ ଶଯ୍ୟା ବିଶିଷ୍ଟ କୋଭିଡ୍-୧୯ ସ୍ବାସ୍ଥ୍ୟକେନ୍ଦ୍ରକୁ ସୋମବାର ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି। ଏହି ସମୟରେ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଂସଦୀୟ ବ୍ୟାପାର ମନ୍ତ୍ରୀ…
Archives


