Posted inଜାତୀୟ

ଏସବୁ ୨୯ ଆପ୍‌ ଫୋନ୍‌ରୁ ଶୀଘ୍ର ହଟାନ୍ତୁ: ରହିଛି ଭାଇରସ୍‌

ନୂଆଦିଲ୍ଲୀ, ୨୯।୭: କେତେକ ଆପ୍‌ରେ ଭାଇରସ୍‌ ରହିଥିବାରୁ ସେଗୁଡ଼ିକୁ ଶୀଘ୍ର ଫୋନ୍‌ ରୁ ହଟାଇବା ଲାଗି ସତର୍କ ସୂଚନା ଜାରି କରାଯାଇଛି। ହ୍ବାଇଟ ଓପସ୍‌ର ଇଣ୍ଟେଲଜେନ୍ସ୍‌ ଟିମ୍‌ ଏସବୁ ଆପ୍‌ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି। ଏହି ଆପ୍‌ ପ୍ଲେ ଷ୍ଟୋରରୁ ୟୁଜର ପ୍ରାୟତଃ ଡାଉନଲୋଡ୍‌ କରିଥାନ୍ତି। ଇତିମଧ୍ୟରେ ୩୫ ଲକ୍ଷ ୟୁଜର ଏସବୁ ଆପ୍‌କୁ ଡାଉନଲୋଡ୍‌ କରି ସାରିଛନ୍ତି। ଏସବୁ ଆପ୍‌ ଯୋଗୁ ଫୋନ୍‌କୁ ଭାଇରସ୍‌ ପ୍ରବେଶ କରୁଥିବା ଜଣାପଡ଼ିବା ପରେ ଗୁଗଲ ଏହାକୁ ପ୍ଲେ ଷ୍ଟୋରରୁ ହଟାଇ ଦେଇଛି। ଏହି ଆପ୍‌ ଗୁଡ଼ିକ ମଧ୍ୟରେ ଅଟୋ ପିକଚର କଟ୍‌, କଲର କଲ୍‌ ଫ୍ଲାଶ୍‌, ସ୍କୋୟାର ଫଟୋ ବ୍ଲର, ସ୍କୋୟାର ବ୍ଲର ଫଟୋ, ମ୍ୟାଜିକ୍‌ କଲ୍‌ ଫ୍ଲାଶ୍‌, ଇଜି ବ୍ଲର, ଇମେଜ୍‌ ବ୍ଲର, ଅଟୋ ଫଟୋ ବ୍ଲର, ଫଟୋ ବ୍ଲର, ଫଟୋ ବ୍ଲର ମାଷ୍ଟର, ସୁପର କଲ୍‌ ସ୍କ୍ରିନ୍‌, ସ୍କୋୟାର ବ୍ଲର ମାଷ୍ଟର, ସ୍କୋୟାର ବ୍ଲର ଆଦି ଆପ୍‌ ରହିଛି। ସେହିପରି ଅନ୍ୟ ଆପ୍‌ ଗୁଡ଼ିକ ମଧ୍ୟରେ ସ୍ମାର୍ଟ ବ୍ଲର ଫଟୋ, ସ୍ମାର୍ଟ ଫଟୋ ବ୍ଲର, ସୁପର କଲ୍‌ ଫ୍ଲାଶ୍‌, ସ୍ମାର୍ଟ କଲ୍‌ ଫ୍ଲାଶ୍‌, ବ୍ଲର ଫଟୋ ଏଡ଼ିଟର, ବ୍ଲର ଇମେଜ୍‌ ଆଦି ଆପ୍‌ ରହିଥିବା ହ୍ବାଇଟ ଓପସ୍‌ର ଇଣ୍ଟେଲଜେନ୍ସ୍‌ ଟିମ୍‌ ପକ୍ଷରୁ କୁହାଯାଇଛି। ଏସବୁ ଆପ୍‌ ଦ୍ୱାରା ହ୍ୟାକର ୟୁଜରଙ୍କ ଗୁପ୍ତ ସୂଚନା ମଧ୍ୟ ହ୍ୟାକ୍‌ କରୁଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri