୨୪୧ ପିଜି ଡାକ୍ତରଙ୍କୁ କୋଭିଡ୍‌ ଦାୟିତ୍ୱ

ଭୁବନେଶ୍ୱର,୩୧ା୭(ବ୍ୟୁରୋ): ରାଜ୍ୟରେ କୋଭିଡ୍‌ ପରିଚାଳନା ପାଇଁ ୩୦ ଜିଲାରେ ୨୪୧ ପିଜି ଡାକ୍ତରଙ୍କୁ ଦାୟିତ୍ୱ ଦିଆଯାଇଛି। ଏନେଇ ଗୁରୁବାର ରାଜ୍ୟ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ଏହି ପିଜି ଡାକ୍ତରମାନେ ମୁଖ୍ୟତଃ ଏସ୍‌ସିବି, ଭିମ୍‌ସାର ଓ ଏମ୍‌କେସିଜି ମେଡିକାଲ କଲେଜର ହୋଇଥିବାବେଳେ ଏମାନଙ୍କୁ କୋଭିଡ୍‌ ପରିଚାଳନାରେ ସହଯୋଗ କରିବାକୁ ଦାୟିତ୍ୱ ଦିଆଯାଇଛି। ବିଭିନ୍ନ ଜିଲାର ମୁଖ୍ୟ ଚିକିତ୍ସାଳୟରେ ସିଡିଏମ୍‌ଓ ଓ ପିଏଚ୍‌ଓଙ୍କ ଅଧୀନରେ ରହି କାମ କରିବାକୁ କୁହାଯାଇଛି। ଏମାନଙ୍କ ମଧ୍ୟରୁ ଗଞ୍ଜାମରେ ସର୍ବାଧିକ ୩୦ଜଣଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ ଖୋର୍ଦ୍ଧା ଓ ସୁନ୍ଦରଗଡ଼ରେ ୨୪ ଲେଖାଏ, କଟକରେ ୧୯ଜଣ, ରାୟଗଡା ଓ ଗଜପତିରେ ୧୭ଜଣ ଲେଖାଏ, ପୁରୀରେ ୧୦ଜଣ, ବଲାଙ୍ଗୀରରେ ୮ଜଣ, ଝାରସୁଗୁଡ଼ାରେ ୭ଜଣ, କେନ୍ଦ୍ରାପଡ଼ା, କେନ୍ଦୁଝର, ବାଲେଶ୍ୱର ଓ ସୋନପୁରରେ ୬ଜଣ ଲେଖାଏ, ଅନୁଗୋଳ, ବୌଦ୍ଧ, ବରଗଡ଼ ଓ ଯାଜପୁରରେ ୫ଜଣ ଲେଖାଏ, ଭଦ୍ରକ, ଢ଼େଙ୍କାନାଳ, ଜଗତ୍‌ସିଂହପୁର, କଳାହାଣ୍ଡି, କୋରାପୁଟ, ମାଲକାନାଗିରି, ନବରଙ୍ଗପୁର ଓ ନୂଆପଡ଼ାରେ ୪ଜଣ ଲେଖାଏ, ନୟାଗଡ଼ରେ ୩ଜଣ, ମୟୂରଭଞ୍ଜ ଓ ଦେବଗଡ଼ରେ ୨ ଜଣ ଲେଖାଏ ଏବଂ କନ୍ଧମାଳ ଓ ସୋନପୁରରେ ଜଣେ ଲେଖାଏ ପିଜି ଡାକ୍ତରଙ୍କୁ କୋଭିଡ୍‌ ପରିଚାଳନା ପାଇଁ ନିଯୁକ୍ତି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନିଆଁ ଲାଗି ଗୋଟିଏ ପରିବାରର ୪ ଗୁରୁତର

ରାୟଗଡ଼ା ଅଫିସ,୧୭ା୩: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ସଦର ଅଞ୍ଚଳରେ ଗୁରୁବାର ଘରେ ନିଆଁ ଲାଗି ଗୋଟିଏ ପରିବାରର ୪ଜଣ ପୋଡ଼ି ଗୁରୁତର...

ବ୍ରହ୍ମଗିରିରେ ଫୁଟିଲା ୩୦ରୁ ଅଧିକ ବୋମା

ପୁରୀ ଅଫିସ,୧୯ା୩: ହୋଲି ଖେଳରୁ ଗାଁରେ ଫୁଟିଛି ୩୦ରୁ ଅଧିକ ବୋମା। ଆଜି ଏମିତି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲା ବ୍ରହ୍ମଗିରି ଥାନା ଅଞ୍ଚଳରେ।...

ଅଟୋ ଚଳାଉଥିବା ରଶ୍ମୀରେଖାଙ୍କୁ କୋଭିଡ-୧୯ ସଂଗ୍ରାମୀ ସମ୍ମାନ

ବରଗଡ଼ ଅଫିସ,୧୩।୬- ବରଗ ଜିଲା ଘେଁସ ଗ୍ରାମର ଉଚ୍ଚ ଶିକ୍ଷିତା ଝିଅ ରଶ୍ମିରେଖା ବାଗ ନିଜେ ଅଟୋ ଚଲାଇ ପାଠ ପଢିବା ସହିତ ପରିବାର ଗୁଜୁରାଣ...

ପାଠକ ବାପା ପୁଅଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର, ୧।୩(ବ୍ୟୁରୋ): ଠକେଇ ମାମଲାରେ ଗିରଫ ହୋଇଥିବା ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଶେଷରେ ଜାମିନ ମିଳିଛି। ପାଠକ ବାପ...

ଡେଙ୍ଗୁରେ କୌଣସି ଲୋକଙ୍କ ମୃତ୍ୟୁ ହୋଇନାହିଁ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୨୧।୯(ବ୍ୟୁରୋ): ବର୍ତ୍ତମାନ ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଛି। ଏ ନେଇ ବୁଧବାର ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ତାଙ୍କର ପ୍ରତିକ୍ରିୟା ଦେଇ କହିଛନ୍ତି, ବର୍ତ୍ତମାନ ସୁଦ୍ଧା...

ପାରିବାରିକ କଳହ: ଆତ୍ମହତ୍ୟା କଲେ ୪ସ୍ତ୍ରୀଙ୍କ ସ୍ବାମୀ

ଭଦ୍ରକ ଅଫିସ,୨୬।୧୦: ପାରିବାରିକ ଅଶାନ୍ତିକୁ ସହ୍ୟ କରି ନ ପାରି ଶେଷରେ ୪ ସ୍ତ୍ରୀ ଗ୍ରହଣ କରିଥିବା ସ୍ବାମୀ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣକ ହେଲେ...

ମାର୍ଚ୍ଚ ସୁଦ୍ଧା ପିଲାଙ୍କ ଉପସ୍ଥାନ ରିପୋର୍ଟ ଦିଅ

ଭୁବନେଶ୍ୱର,୪।୩(ବ୍ୟୁରୋ): ଦୀର୍ଘ ଦୁଇବର୍ଷ ପରେ ପ୍ରାଥମିକ ପିଲାରେ ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ ହୋଇଛି। ଗତ ୨୮ରେ ସ୍କୁଲରେ ପାଠପଢ଼ା ଆରମ୍ଭ ହୋଇଥିବାବେଳେ ଛାତ୍ରୀଛାତ୍ରଙ୍କ ଉପସ୍ଥାନ କମ୍‌...

ଅପରେଶନ ‘ସାଇଲେଣ୍ଟ ଭାଇପର’

ଦୀର୍ଘଦିନ ଧରି କ୍ରାଇମବ୍ରାଞ୍ଚ, ସିବିଆଇ, ପୋଲିସ ନଜରରୁ ଖସି ପାତାଳ ପୁରରେ ରହିବା ଲୋକ କେବେବି ସାଧାରଣ ହୋଇପାରେନା। ଗଣବଳାତ୍କାର ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ...

Advertisement
Archives

Model This Week