Posted inଜାତୀୟ

ଅନ୍‌ଲକ୍‌-୩: ରାଜଧାନୀରୁ ହଟିଲା ରାତ୍ରୀକାଳିନ କର୍ଫ୍ୟୁ

ନୂଆଦିଲ୍ଲୀ,୩୧।୭: କରୋନା ମହାମାରୀ ପାଇଁ ଦେଶରେ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ଅବଧି ବହୁ ପୂର୍ବରୁ ଶେଷ ହୋଇଛି। ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି ଅନ୍‌ଲକ-୩। ପୂର୍ବରୁ ମାସ ମାସ ଧରି ଲକ୍‌ଡାଉନ ହେବା ଫଳରେ ଦେଶର ଅର୍ଥନୀତି ଏକ ପ୍ରକାର ଭୂଷୁଡି ପଡିଛି କହିଲେ ଚଳେ। ଏବେ ଅନ୍‌ଲକ-୩ରେ ବିଭିନ୍ନ ରାଜ୍ୟ ସରକାର ସେମାନଙ୍କର ଅର୍ଥନୀତିକୁ ପୁଣି ସଜାଡିବାକୁ ପ୍ରୟାସ କରୁଛନ୍ତି। ଏହି କ୍ରମରେ ରାଜଧାନୀ ଦିଲ୍ଲୀରେ ଅନ୍‌ଲକ-୩ରେ ସାପ୍ତାହିକ ହାଟ ଖୋଲିବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ନିଷ୍ପତ୍ତି ନେଇଛନ୍ତି। ଏଥିରେ ସାମାଜିକ ଦୂତା ରକ୍ଷା କରିବାକୁ କୁହାଯାଇଛି। ଏହାସହ ରାଜଧାନୀରେ ଲାଗୁ କରାଯାଇଥିବା ରାତ୍ରୀକାଳିନ କର୍ଫ୍ୟୁକୁ ମଧ୍ୟ ସରକାର ହଟାଇ ଦେଇଛନ୍ତି। ଅନ୍ୟପଟେ ହୋଟେଲ, ହସ୍ପିଟାଲିଟି ସେବାକୁ ମଧ୍ୟ ଅନୁମତି ପ୍ରଦାନ କରାଯାଇଛି। ତେବେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ ରାଜଧାନୀର ଅର୍ଥ ବ୍ୟବସ୍ଥାକୁ ସଜାଡିବାକୁ ପ୍ରୟାସ କରିଥିବା ଲକ୍ଷ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟିକୁ ଧକ୍କାଦେଲା କାର୍‌, ଭାଙ୍ଗିଲା ଦୋକାନ ଘର, ଜଣଙ୍କ ଜୀବନ ଗଲା

ବାଲେଶ୍ୱର,୧୮ା୫(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ଅନ୍ତର୍ଗତ ସୋର-କୁପାରୀ ରାସ୍ତାର ଖଇରା ଥାନା ଅଧୀନ ଧୋବାଗାଡ଼ିଆ ଛକ ନିକଟରେ ରବିବାର ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି l…

ଯାତ୍ରୀବାହୀ ଟ୍ରେନ କୋଚରେ ଭୟଙ୍କର ଅଗ୍ନିକାଣ୍ଡ; ଯାତ୍ରୀଙ୍କ ମଧ୍ୟରେ ଆତଙ୍କ

ପାଟନା,୧୮।୫: ବିହାରର ସାସାରାମରେ ଏକ ଟ୍ରେନରେ ନିଆଁ ଲାଗିବା ଖବର ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ ସାସାରାମ-ପାଟନା ପାସେଞ୍ଜର ଟ୍ରେନର ଏକ ବଗି ସାସାରାମ ଷ୍ଟେଶନରେ ଅଟକି…

ଆଜି ଶପଥନେବେ କେରଳ ମୁଖ୍ୟମନ୍ତ୍ରୀ, ଖାର୍ଗେ-ରାହୁଲ-ପ୍ରିୟଙ୍କାଙ୍କ ସମେତ ଯୋଗଦେବେ ୩ ରାଜ୍ୟର ମୁଖ୍ୟମନ୍ତ୍ରୀ

ଥିରୁଭାନନ୍ତପୁରମ,୧୮।୫: କେରଳ ବିଧାନସଭା ନିର୍ବାଚନରେ, କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ (UDF) ୧୪୦ ଆସନରୁ ୧୦୨ ଆସନ ହାସଲ କରି ଏକ ଐତିହାସିକ ବିଜୟ ହାସଲ…

ମିଳୁଥିଲା ୩୫୦୦ ଭତ୍ତା, ମିଳିଲା ୧୦୦୦, ଅଭିଯୋଗ କରିବା ପରେ…

ଆଳି, ୧୮ା୫(ବନମାଳୀ ସେନାପତି ): କେନ୍ଦ୍ରାପଡ଼ା ଜିଲା ଆଳି ବ୍ଳକ ପ୍ରଶାସନ ପକ୍ଷରୁ ଜଣେ ୮୫ବର୍ଷୀୟ ବୃଦ୍ଧଙ୍କୁ ଲଗାତର ଆଠ ମାସ ୩୫୦୦ ଟଙ୍କା ଲେଖାଏ ଭତ୍ତା…

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri