Posted inଜାତୀୟ

ଅନ୍‌ଲକ୍‌-୩: ରାଜଧାନୀରୁ ହଟିଲା ରାତ୍ରୀକାଳିନ କର୍ଫ୍ୟୁ

ନୂଆଦିଲ୍ଲୀ,୩୧।୭: କରୋନା ମହାମାରୀ ପାଇଁ ଦେଶରେ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ଅବଧି ବହୁ ପୂର୍ବରୁ ଶେଷ ହୋଇଛି। ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି ଅନ୍‌ଲକ-୩। ପୂର୍ବରୁ ମାସ ମାସ ଧରି ଲକ୍‌ଡାଉନ ହେବା ଫଳରେ ଦେଶର ଅର୍ଥନୀତି ଏକ ପ୍ରକାର ଭୂଷୁଡି ପଡିଛି କହିଲେ ଚଳେ। ଏବେ ଅନ୍‌ଲକ-୩ରେ ବିଭିନ୍ନ ରାଜ୍ୟ ସରକାର ସେମାନଙ୍କର ଅର୍ଥନୀତିକୁ ପୁଣି ସଜାଡିବାକୁ ପ୍ରୟାସ କରୁଛନ୍ତି। ଏହି କ୍ରମରେ ରାଜଧାନୀ ଦିଲ୍ଲୀରେ ଅନ୍‌ଲକ-୩ରେ ସାପ୍ତାହିକ ହାଟ ଖୋଲିବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ନିଷ୍ପତ୍ତି ନେଇଛନ୍ତି। ଏଥିରେ ସାମାଜିକ ଦୂତା ରକ୍ଷା କରିବାକୁ କୁହାଯାଇଛି। ଏହାସହ ରାଜଧାନୀରେ ଲାଗୁ କରାଯାଇଥିବା ରାତ୍ରୀକାଳିନ କର୍ଫ୍ୟୁକୁ ମଧ୍ୟ ସରକାର ହଟାଇ ଦେଇଛନ୍ତି। ଅନ୍ୟପଟେ ହୋଟେଲ, ହସ୍ପିଟାଲିଟି ସେବାକୁ ମଧ୍ୟ ଅନୁମତି ପ୍ରଦାନ କରାଯାଇଛି। ତେବେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ ରାଜଧାନୀର ଅର୍ଥ ବ୍ୟବସ୍ଥାକୁ ସଜାଡିବାକୁ ପ୍ରୟାସ କରିଥିବା ଲକ୍ଷ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୯୬୨ ଯୁଦ୍ଧରେ ଭାରତକୁ ହରାଇଥିଲା ଚାଇନା: ଏବେ ପାକିସ୍ତାନ ସହଯୋଗ କରିବା ଆଶଙ୍କା, ହେଲେ..

ନୂଆଦିଲ୍ଲୀ,୪।୯: ୧୯୬୨ରେ ଭାରତ ଏବଂ ଚୀନ ମଧ୍ୟରେ ଯୁଦ୍ଧ ହୋଇଥିଲା। ହେଲେ ସେତେବେଳେ ଉଭୟ ଦେଶ ପରମାଣୁଶକ୍ତି ସମ୍ପନ୍ନ ନ ଥିଲେ। ଏବେ ପରିସ୍ଥିତି ଓଲଟା।...

ଏନ୍‌ସିବିରେ ହାଜର ହେଲେ ସାରା

ମୁମ୍ବାଇ,୨୬ା୯: ‌ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ପଚରାଉଚରା  ପାଇଁ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ନାର୍କୋଟିକ୍ସ ସେଣ୍ଟ୍ରାଲ ବ୍ୟୁରୋ (ଏନ୍‌ସିବି)ରେ ହାଜର ହୋଇଛନ୍ତି।...

ଜ୍ଞାନବାପି ମାମଲା: ମସ୍‌ଜିଦ କମିଟିର ଆବେଦନ ଖାରଜ

ବାରାଣସୀ,୩୧ା୫: ଉତ୍ତରପ୍ରଦେଶ ବାରାଣସୀର ଜ୍ଞାନବାପି ମସ୍‌ଜିଦ୍‌ ମାମଲାରେ ଅଞ୍ଜୁମନ୍‌ ଇନ୍ତେଜାମିଆ ମସ୍‌ଜିଦ କମିଟିକୁ ଝଟ୍‌କା ଲାଗିଛି। ଆଲ୍ଲାହାବାଦ ହାଇକୋର୍ଟ ବୁଧବାର କମିଟିର ଆବେଦନକୁ ଖାରଜ କରିଦେଇଛନ୍ତି।...

ନିର୍ବାଚନ ପ୍ରସ୍ତୁତି ଆରମ୍ଭ: ୫ ରାଜ୍ୟରେ ପହଞ୍ଚିଲେ ସିଏପିଏଫ୍‌ ଯବାନ

ନୂଆଦିଲ୍ଲୀ,୨୦।୨: ଚଳିତ ବର୍ଷ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ଅଛି। ରାଜ୍ୟଗୁଡ଼ିକ ହେଉଛି ଆସାମ, ପଶ୍ଚିମବଙ୍ଗ, ପୁଡୁଚେରୀ, ତାମିଲନାଡୁ ଏବଂ କେରଳ। ନିର୍ବାଚନ ଆୟୋଗଙ୍କ...

ଦୁଇଦିନ ପରେ ଦିଲ୍ଲୀରେ ହେବ ଭାରତ ଯୋଡୋ ଯାତ୍ରା, ଏବେ ରାଜନୀତି ବାତାବରଣ ହେବ ଆହୁରି ଉଷ୍ମ

ନୂଆଦିଲ୍ଲୀ,୨୨ ।୧୨: ଚାଇନାରେ କୋଭିଡ-୧୯ର ସଂକ୍ରମଣ ଓ ପାର୍ଲାମେଣ୍ଟର ଉଷ୍ମ ବାତାବରଣ ସହ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡବିୟଙ୍କ...

ମେ ୩୦, ସନ୍ଧ୍ୟା ୭ଟାରେ ଶପଥ ନେବେ ମୋଦି

ନୂଆଦିଲ୍ଲୀ, ୨୬।୫: ଦ୍ୱିତୀୟ ଥର ଲାଗି ଜନମତକୁ ନିଜ ସପକ୍ଷରେ ନେବାକୁ ସଫଳ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୩୦ରେ ଶପଥ ନେବେ। ଏନେଇ...

ଟ୍ରାଫିକ ନିୟମ ପାଳନ ନ କଲେ ଦେଖିବାକୁ ପଡ଼ିବ ୨ ଘଣ୍ଟିଆ ଫିଲ୍ମ

ଫରିଦାବାଦ୍‌, ୬।୮: ଟ୍ରାଫିକ୍‌ ନିୟମ ପାଳନ କରୁ ନ ଥିବା ଅମାନିଆଙ୍କ ପାଇଁ ହରିୟାଣାର ଫରିଦାବାଦ ପୋଲିସ ପକ୍ଷରୁ ନୂଆ ଯୋଜନା ପ୍ରସ୍ତୁତ କରାଯାଇଛି। ଜରିମାନା...

ହୁକା ବାର୍‌ରେ ନାବାଳିକାଙ୍କୁ ଗଣବଳାତ୍କାର

କାନପୁର,୬। ୩: ଉତ୍ତର ପ୍ରଦେଶ କାନପୁରର ଏକ ହୁକା ବାର୍‌ରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଜଣେ ଯୁବକଙ୍କୁ ପୋଲିସ ସୋମବାର ଗିରଫ କରିଛି। ଇନ୍‌ଷ୍ଟାଗ୍ରାମ ଜରିଆରେ...

Advertisement
Archives

Model This Week