ସାଇବର ସେଲ୍‌ ଖୋଲିଲା ପୂର୍ବତଟ ରେଳପଥ

ଭୁବନେଶ୍ୱର,୩୧ା୭(ବ୍ୟୁରୋ): ସାଇବର ଅପରାଧ ରୋକିବା ଲାଗି ପୂର୍ବତଟ ରେଳପଥର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ପକ୍ଷରୁ ଏକ ସାଇବର ସେଲ୍‌ ପ୍ରତିଷ୍ଠା କରାଯାଇଛି। ଭୁବନେଶ୍ୱରସ୍ଥିତ ମୁଖ୍ୟାଳୟଠାରେ ଗୁରୁବାର ଏହି ସାଇବର ସେଲ୍‌କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟାଭୂଷଣ ଉଦ୍‌ଘାଟନ କରିଥିଲେ। ଡିଜିଟାଲ ତଥ୍ୟ ଓ ପ୍ରମାଣ ସଂଗ୍ରହ ଏବଂ ସାଇବର ଅନୁସନ୍ଧାନ ପ୍ରଣାଳୀର ପ୍ରୟୋଗ ନିମନ୍ତେ ଏହି ସେଲ୍‌ ପ୍ରତିଷ୍ଠା କରାଯାଇଛି। ଅନଧିକୃତ ସଫ୍ଟଓ୍ବେର ତଥା ଆପ୍ଲିକେଶନ ଦ୍ୱାରା ବେଆଇନ ଟ୍ରେନ ଟିକେଟ କାରବାର କରୁଥିବା ଠକଙ୍କୁ ଠାବ କରିବାରେ ଏହି ସେଲ୍‌ ବିଶେଷ ସହାୟକ ହେବ। ସେହିଭଳି ରେଳ କାର୍ଯ୍ୟାଳୟ ତଥା ଷ୍ଟେଶନ ପରିସରରୁ ରେଳପଥର ବିଭିନ୍ନ ସାମଗ୍ରୀ ଚୋରି କରିବା, ରେଳ ଫାଟକ ଆଦି ଭାଙ୍ଗି ପଳାଉଥିବା ଅଭିଯୁକ୍ତଙ୍କୁ ଧରିବାରେ ମଧ୍ୟ ସହଜ ହେବ।
ଅନ୍ୟପକ୍ଷରେ ଏହି ସେଲ୍‌ ଟ୍ରେନ୍‌ ଏବଂ ଷ୍ଟେଶନରେ ମହିଳା ଓ ଶିଶୁଙ୍କ ପ୍ରତି ଘଟୁଥିବା ଅପରାଧ, ନିଶା କାରବାର, ଜଙ୍ଗଲଜାତ ଦ୍ରବ୍ୟର ଚୋରା କରବାର ଆଦି ଅପରାଧ ସଂକ୍ରାନ୍ତ ତଥ୍ୟ ସଂଗ୍ରହ କରିବା ସହ ଅନ୍ୟ ଆଇନ ପ୍ରବର୍ତ୍ତନ ସଂସ୍ଥାଙ୍କୁ ପ୍ରଦାନ କରିବ। ରେଲ୍‌ଓ୍ବେରେ ଘଟୁଥିବା ଅପରାଧକୁ ହ୍ରାସ କରିବା ସହ ଯାତ୍ରୀଙ୍କ ପାଇଁ ଅଧିକ ସୁରକ୍ଷିତ ବାତାବରଣ ଉପଲବ୍ଧ କରାଇବା ଏହାର ମୁଖ୍ୟ ଲକ୍ଷ୍ୟ ରହିବ ବୋଲି ମହାପ୍ରବନ୍ଧକ ବିଦ୍ୟାଭୂଷଣ କହିଛନ୍ତି। ଏହି ଅବସରରେ ସେ ବୃଦ୍ଧି ପାଉଥିବା ଅନ୍‌ଲାଇନ ଠକେଇକୁ ଧରିବା ପାଇଁ ସୁରକ୍ଷା କର୍ମଚାରୀଙ୍କୁ ଅଧିକ ବୈଷୟିକ ତାଲିମ ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ପୂର୍ବତଟ ରେଳପଥ ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାର, ମୁଖ୍ୟ ନିରାପତ୍ତା କମିଶନର ରାଜାରାମ, ଖୋର୍ଦ୍ଧାରୋଡ ଡିଆର୍‌ଏମ୍‌ ଶଶିକାନ୍ତ ସିଂ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

 

 


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଅଟୋକୁ ଧକ୍କା ଦେଲା ଟ୍ରାକ୍ଟର, ଜଣେ ଛାତ୍ର ମୃତ

ଚନ୍ଦ୍ରଗିରି,୧୪।୧୨(ଡି.ଏନ୍‌.ଏ.): ଗଜପତି ଜିଲା ଆର୍‌. ଉଦୟଗିରି ଥାନା ରଣାଲଇ ନିକଟସ୍ଥ ରାମଚନ୍ଦ୍ରପୁର ବୁଲାଣୀ ରାସ୍ତାରେ ଶନିବାର ସକାଳେ ଏକ ଦୁର୍ଘଟଣା ଘଟିଛି। ରଣାଲଇ ଗ୍ରାମରୁ ଗୋଟିଏ...

ଡାକ୍ତରଙ୍କ ଅବହେଳାରୁ ଶିଶୁମୃତ୍ୟୁ ଅଭିଯୋଗ: ବାରିପଦା ମେଡିକାଲ କଲେଜରେ ଉତ୍ତେଜନା, ଥାନାରେ ଅଭିଯୋଗ କଲେ ମହିଳାଙ୍କ ସ୍ବାମୀ

ବାରିପଦା ଅଫିସ,୧।୨- ଡାକ୍ତରଙ୍କ ଅବହେଳାରୁ ମୃତଶିଶୁ ଜନ୍ମ। ପ୍ରସବ ସ୍ବାଭାବିକ ହେବ କହି ଶେଷରେ ମୃତଶିଶୁ ଜନ୍ମ ଦେଇଥିଲେ ଗର୍ଭବତୀ। ଏଥିସହ ପ୍ରସବ କରାଇବାକୁ ସମ୍ପୃକ୍ତ...

୧ରୁ କୋଣାର୍କ ମହୋତ୍ସବ ଆରମ୍ଭ

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ବର୍ଷକର ପ୍ରତୀକ୍ଷା ପରେ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ଡିସେମ୍ବର ୧ରୁ ଆରମ୍ଭ ହେବ କୋଣାର୍କ ମହୋତ୍ସବ। ୫ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବରେ...

ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ ସମ୍ବନ୍ଧରେ ପ୍ରକାଶିତ ଖବରକୁ ନେଇ ବିଧାନସଭାରେ ଉଦ୍‌ବେଗ: ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ କହିଲା କଂଗ୍ରେସ

ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ସମଗ୍ର ଦେଶରେ ପାଳିତ ହୋଇଛି। ଏହି ଅବସରରେ ମହାତ୍ମା ଗାନ୍ଧୀଙ୍କ ଜୀବନୀକୁ ନେଇ ରାଜ୍ୟ ସରକାରଙ୍କ ସ୍କୁଲ ଓ...

ଏକାସାଙ୍ଗରେ ଚାଲିଗଲେ ମା’-ପୁଅ

ସମ୍ବଲପୁର/ଜମନକିରା,୨୪ା୨: ସମ୍ବଲପୁର ଜିଲା ବାମରା ବନ୍ୟପ୍ରାଣୀ ବନଖଣ୍ଡ ବଞ୍ଜିପାଲି ସେକ୍ସନ ଆଖଡ଼ାଦାଣ୍ଡ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଦନ୍ତାହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଛି।...

ବଲାଙ୍ଗୀରରେ ବିଶ୍ୱର ସର୍ବୋଚ୍ଚ ବାଲୁକା କଳା ସ୍ଥାପନ ଯୋଜନା

ବଲାଙ୍ଗୀର ଅଫିସ, ୧୩ା୧୧ – ବଲାଙ୍ଗୀର ଜିଲା ତୁଷରା ତହସିଲ ଅନ୍ତର୍ଗତ ପେଣ୍ଡିମୁଣ୍ଡା ନିକଟ ତେଲନଦୀ କୂଳରେ ବିଶ୍ୱର ସର୍ବୋଚ୍ଚ ବାଲୁକା କଳା ନିର୍ମାଣ କରାଯିବାର...

ଗଳୁଛି ପାଣି, ଛତାଧରି ପଢ଼ିଲେ ଛାତ୍ରୀଛାତ୍ର

ଫୁଲବାଣୀ ଅଫିସ, ୯ା୮- କନ୍ଧମାଳ ଜିଲା କ. ନୂଆଗଁ। ବ୍ଲକ ସାଇନପଡ଼ା ପଞ୍ଚାୟତର ତିଲକପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବେ ଅସୁରକ୍ଷିତ। ସାମାନ୍ୟ ବର୍ଷା ହେଲେ...

ଦୁଇଦିନ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨।୨(ବ୍ୟୁରୋ): ଝାଡଖଣ୍ଡ ଏବଂ ଓଡିଶା ଉପରେ ଏକ ଟ୍ରପ୍‌ ଲାଇନ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨ ଦିନ ରାଜ୍ୟର ଉପକୂଳ ଓ ଆଭ୍ୟନ୍ତରୀଣ...

Advertisement


Archives

Model This Week