ଆଇନଜୀବୀଙ୍କୁ ମିଳିବ ୫ହଜାର ସହାୟତା

କଟକ ଅଫିସ,୩୧।୭: କରୋନା ଯୋଗୁ ପ୍ରଭାବିତ ହୋଇଥିବା ଆଇନ୍‌ଜୀବୀଙ୍କୁ ୫ହଜାର ଟଙ୍କା ଲେଖାଏ ସହାୟତା ଦିଆଯିବ। ଏ ନେଇ ବୁଧବାର ଜରୁରିକାଳୀନ ଆର୍ଥତ୍କ ସହାୟତା କମିଟି ପ୍ରସ୍ତାବ ରଖିଥିଲା। ଗୁରୁବାର ଏହାକୁ ଆଡ୍‌ଭୋକେଟ୍ସ ୱେଲ୍‌ଫେୟାର୍‌ ଟ୍ରଷ୍ଟ ବୈଠକରେ ମୋହର ଲାଗିଛି। ଏହାକୁ ଚୂଡ଼ାନ୍ତ ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କ ପାଖକୁ ପଠାଯିବ।
ଆଡଭୋକେଟ୍‌ ଜେନେରାଲ ଅଶୋକ ପରିଜାଙ୍କ ଅଧ୍ୟକ୍ଷତାରେ ଗୁରୁବାର ଭିଡିଓ କନ୍‌ଫରେନ୍ସ ଜରିଆରେ ବୈଠକ ହୋଇଥିଲା। ଏଥିରେ ଆଇନ ବିଭାଗ ସଚିବ ଶଶିକାନ୍ତ ମିଶ୍ର, ବରିଷ୍ଠ ଆଇନଜୀବୀ ମିଲନ କାନୁନ୍‌ଗୋ, ଆଇନଜୀବୀ ଅଜୟ କୁମାର ବରାଳ ଏବଂ ପ୍ରଫୁଲ୍ଲ କୁମାର ରଥ ପ୍ରମୁଖ ଭାଗ ନେଇଥିଲେ। ଜରୁରିକାଳୀନ ଆର୍ଥିକ ସହାୟତା କମିଟି ବୈଠକର ପ୍ରସ୍ତାବଗୁଡ଼ିକ ସମ୍ପର୍କରେ ଆଲୋଚନା କରାଯାଇଥିଲା। ମୋଟ ୧୪ହଜାର ୬ଶହ ଆବେଦନ ମଧ୍ୟରୁ ଯାଞ୍ଚ ପରେ ୧୨ହଜାର ୧୮୫ଟି ବୈଧ ରହିଛି। ଏମାନଙ୍କୁ ସହାୟତା ପାଇଁ ୬କୋଟି ୯ଲକ୍ଷ ୨୫ ହଜାର ଟଙ୍କା ଆବଶ୍ୟକ। କିନ୍ତୁ ଓଡ଼ିଶା ରାଜ୍ୟ ଆଇନ୍‌ଜୀବୀ ପରିଷଦର ଆଡ୍‌ଭୋକେଟ୍ସ ୱେଲ୍‌ଫେୟାର୍‌ କର୍ପସ୍‌ ଫଣ୍ଡକୁ ୩୦ ଲକ୍ଷ ୭୮ ହଜାର ଟଙ୍କା ମିଳିଛି। ଆହୁରି ୫ କୋଟି ୭୯ ଲକ୍ଷ ୨୫ ହଜାର ଟଙ୍କାର ଆବଶ୍ୟକତା ରହିଛି। ଏଣୁ ଟ୍ରଷ୍ଟରେ ଥିବା ଅର୍ଥକୁ କର୍ପସ ଫଣ୍ଡକୁ ସ୍ଥାନାନ୍ତର କରାଯିବ। ଏଥିପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ପରବର୍ତ୍ତୀ ସମୟରେ ସରକାରଙ୍କ ରାଜସ୍ବ ବଢ଼ିଲେ ଏହି ଟଙ୍କା ଭରଣା ପାଇଁ ଅନୁରୋଧ କରାଯିବ। ଆବେଦନଗୁଡ଼ିକର ସାନି ଯାଞ୍ଚ ପାଇଁ ମଧ୍ୟ ବୈଠକରେ ସ୍ଥିର ହୋଇଛି।
ସୂଚନାଯୋଗ୍ୟ, କରୋନା ସଂକ୍ରମଣ ଯୋଗୁ ଗତ ମାର୍ଚ୍ଚ ୨୨ ତାରିଖଠାରୁ କୋର୍ଟ କାର୍ଯ୍ୟ ପ୍ରଭାବିତ ହୋଇଛି। ଫଳରେ ଆଇନ୍‌ଜୀବୀମାନେ ରୋଜଗାର ହରାଇଛନ୍ତି। ସେମାନଙ୍କୁ ଆର୍ଥତ୍କ ସହାୟତା ପ୍ରଦାନ ପାଇଁ ରାଜ୍ୟ ଆଇନ୍‌ଜୀବୀ ପରିଷଦ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା। ଆର୍ଥତ୍କ ସହାୟତା ପାଇବା ପାଇଁ ଆବେଦନ କରିବାକୁ କୁହାଯାଇଥିଲା। କିନ୍ତୁ ସହାୟତା ପ୍ରଦାନରେ ବିଳମ୍ବ ହୋଇଥିଲା। ଏଥିଯୋଗୁ ଆଇନ୍‌ଜୀବୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କବାଡ଼ିରେ ଭାରତକୁ ସ୍ବର୍ଣ୍ଣ: ରୋମାଞ୍ଚକର ଫାଇନାଲ ମ୍ୟାଚ୍‌ରେ ଇରାନକୁ ହରାଇଲା

ନାଗୋୟା,୨୬।୯:ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ମହିଳା କବାଡ଼ି ଦଳ ଦମଦାର ପ୍ରଦର୍ଶନ କରି ସ୍ବର୍ଣ୍ଣ ପଦକ ଜିତିଛି। ରୋମାଞ୍ଚକର ଫାଇନାଲ ମ୍ୟାଚ୍‌ରେ ଭାରତ ଇରାନକୁ ୩୭-୩୪ ପଏଣ୍ଟରେ…

ବ୍ୟାଙ୍କ୍‌ ଷ୍ଟ୍ରାଇକ୍‌ ପୂର୍ବରୁ SBI କଲା ବଡ଼ ଘୋଷଣା, ସେପ୍ଟେମ୍ୱର ୨୮ରୁ ଏଟିଏମ୍‌ ଚାର୍ଜ…

ନୂଆଦିଲ୍ଲୀ,୨୬।୯: ଯଦି ଆପଣ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI)ର ଗ୍ରାହକ ଏବଂ ଆଗାମୀ ଦିନରେ ବ୍ୟାଙ୍କ ଧର୍ମଘଟ ଯୋଗୁଁ ଟଙ୍କାର ଅଭାବ ହେବା ଚିନ୍ତାରେ ବ୍ୟସ୍ତ…

ଆରପାରିରେ ଆଦର୍ଶ ଶିକ୍ଷକ ସନାତନ: ପାଟଣା ଅଞ୍ଚଳରେ ଶୋକର ଛାୟା

ପାଟଣା, ୨୬।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ଡିଆନାଳୀ ଗ୍ରାମର ଆଦର୍ଶ ଶିକ୍ଷକ ତଥା ବିଶିଷ୍ଟ ସଂଗଠକ, ଶିକ୍ଷାବିତ୍‌ ତଥା…

କେଲୁଅ ନଦୀକୁ ଡେଇଁଲେ ଅଜୟ: ପଛରେ ଅଛି ଏମିତି କାରଣ

ଧର୍ମଶାଳା,୨୬।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନ ଦେଓଦା ପଞ୍ଚାୟତର ଚଇନିହୁଡ଼ା ଗ୍ରାମର ଜଣେ ଯୁବକ କାଏମା କେଲୁଅ ନଦୀ ବ୍ରିଜ୍‌ରୁ ଡେଇଁ ନିଖୋଜ…

ପ୍ରଥମ ଦିନିକିଆ ପାଇଁ ଟିମ ଇଣ୍ଡିଆର ମାଷ୍ଟରପ୍ଲାନ ହେଲା ଲିକ୍‌’! ବଡ଼ କଥା କହିଲେ ଭାରତୀୟ କୋଚ

ନୂଆଦିଲ୍ଲୀ,୨୬।୯: ୨୦୨୭ ଦିନିକିଆ ବିଶ୍ୱକପକୁ ନଜରରେ ରଖି ଭାରତୀୟ କ୍ରିକେଟ ଦଳ ପାଇଁ ଆଗାମୀ ପ୍ରତ୍ୟେକ ସିରିଜ ଗୁରୁତ୍ୱପୂର୍ଣ୍ଣ ହେବ। ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୩…

୨୭ରେ ‘କଣ୍ଟା ଗାଦିଆ’ ବସା, ୧ରେ ନୂତନ କାଳିସୀଙ୍କ ଅଗ୍ନିପରୀକ୍ଷା: ବାଲିଯାତ୍ରା ଏବେ ଉତ୍ସବମୁଖର

ଥୁଆମୂଳ ରାମପୁର,୨୬।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରର ପ୍ରସିଦ୍ଧ ଆଧ୍ୟାତ୍ମିକ ପୀଠ ଶ୍ରୀ ଶ୍ରୀ ଇଷ୍ଟଦେବୀ ମା’ ମାଣିକେଶ୍ୱରୀ ଓ ବାବା ଭୈରବ ଦେବଙ୍କ ପବିତ୍ର…

ନିର୍ବାଚିତ ହେବାର କିଛି ଘଣ୍ଟା ପରେ ଓମ ବିର୍ଲଙ୍କ ବାସଭବନ ସାମ୍ନାରେ ନତମସ୍ତକ ହେଲେ ମେୟର, ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୬।୯: ରାଜସ୍ଥାନର କୋଟା ନଗର ନିଗମର ନୂଆ ମେୟର ଭାବେ ଭାଜପାର ଅନୁସୂୟା ଗୋସ୍ବାମୀ ନିର୍ବାଚିତ ହେବାର କିଛି ଘଣ୍ଟା ପରେ ଏକ ଭିଡିଓ ସୋସିଆଲ ମିଡିଆରେ…

ରିପୋର୍ଟରେ ବଡ଼ ଖୁଲାସା: ଦଳ ବଦଳାଇଛନ୍ତି ୧୧୧ ଏମ୍‌ପି, ବିଧାୟକ

ନୂଆଦିଲ୍ଲୀ,୨୬ା୯: ୨୦୨୨ରୁ ୨୦୨୬ ମଧ୍ୟରେ ପାର୍ଲାମେଣ୍ଟ କିମ୍ବା ରାଜ୍ୟ ବିଧାନସଭା ନିର୍ବାଚନ ଜିତିବା ପରେ ୧୧୧ ଏମ୍‌ପି ଏବଂ ବିଧାୟକ ଦଳ ବଦାଇଛନ୍ତି। ସର୍ବାଧିକ ଦଳବଦଳ ନାଗାଲାଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?