ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠି ପାଇଁ ଘର ଘର ବୁଲି ଟଙ୍କା ସଂଗ୍ରହ କରୁଛନ୍ତି ସୁନ୍ଦରଗଡ଼ ବିଧାୟିକା
ସୁନ୍ଦରଗଡ ,୧।୫ (ଡି.ଏନ୍.ଏ.): ବିଶ୍ୱ ମହାମାରୀ କରୋନାକୁ ପରାସ୍ତ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ଯୋଡି ହୋଇଛନ୍ତି ସବୁ ବର୍ଗର ଲୋକ। ଏହି କ୍ରମରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଗାଁ ଗାଁ ବୁଲି କୋଭିଡ-୧୯…
ଝାରସୁଗୁଡାରେ କୋଭିଡ ମୁକାବିଲା କାର୍ଯ୍ୟର ସମୀକ୍ଷା କଲେ ୫-ଟି ସଚିବ, ଉନ୍ନୟନ କମିଶନର
ଝାରସୁଗୁଡ଼ା ଅଫିସ,୧।୫: ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ୫-ଟି ସଚିବ ଭି.କେ ପଣ୍ଡିଆନ ଶୁକ୍ରବାର ଦିନିକିଆ ଝାରସୁଗୁଡା ଜିଲା ଗସ୍ତ କରିଛନ୍ତି। ଏକ ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରୁ ଯାଇ ଝାରସୁଗୁଡା ବିମାନବନ୍ଦରରେ ଓହ୍ଲାଇଥିଲେ। ପରେ ଗାଡ଼ି ଯୋଗେ…
କରୋନା ଭାଇରସ୍ରେ ସଂକ୍ରମିତ ରୁଷ ପ୍ରଧାନମନ୍ତ୍ରୀ: ଆଶୁ ଆରୋଗ୍ୟ କାମନା କଲେ ମୋଦି
ମସ୍କୋ/ନୂଆଦିଲ୍ଲୀ,୧।୫: ସାରା ବିଶ୍ୱରେ କରୋନା ଭାଇରସ୍ ସଂକ୍ରମଣ ଯୋଗୁ ୨ଲକ୍ଷ ୨୮ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରେ ୩୨ଲକ୍ଷରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଧନୀ କି ଗରିବ, ଛୋଟ କିମ୍ବା ବୃଦ୍ଧ କେହି ଏହା କବଳରୁ ବର୍ତ୍ତି…
ଦେଶରେ କମିଛି ଅଣକରୋନା ମୃତ୍ୟୁ
ନୂଆଦିଲ୍ଲୀ,୧।୫: କରୋନା ଜନିତ ମୃତ୍ୟୁକୁ ବାଦ୍ଦେଲେ ଦେଶରେ ଅନ୍ୟ ମୃତ୍ୟୁସଂଖ୍ୟା ହ୍ରାସ ପାଇଥିବା ଜଣାପଡିଛି। ଲକ୍ଡାଉନ ଯୋଗୁ ଦୁର୍ଘଟଣା ସଂଖ୍ୟା କମିଛି। ସେହିପରି ହସ୍ପିଟାଲକୁ ଆସୁଥିବା ଜରୁରୀ ମାମଲା ଓ ମୃତ୍ୟୁସଂଖ୍ୟାରେ ମଧ୍ୟ ଉଲ୍ଲେଖନୀୟ ହ୍ରାସ ଘଟିଛି। ଏ ନେଇ ଡାକ୍ତରମାନେ…
ବାପାଙ୍କ ମୁକ୍ତି ଲାଗି ସୁପ୍ରିମକୋର୍ଟ ଗଲେ ୨ନାବାଳକ
ନୂଆଦିଲ୍ଲୀ,୧।୫: କୋଭିଡ୍-୧୯ ମହାମାରୀର ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର କ’ଣ ସବୁ ପଦକ୍ଷେପ ନେଇଛନ୍ତି ବୋଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶ୍ନ କରି ଗତ ୧୧ତାରିଖଠାରୁ ଜେଲ୍ରେ ଅଛନ୍ତି କଂଗ୍ରେସ ନେତା ସଚିନ ଚାୈଧାରୀ। ଚୌଧାରୀଙ୍କ ମୁକ୍ତି ପାଇଁ…
କରୋନା ଆଳରେ କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ,୧।୫: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍ଆର୍ସି) ବିରୋଧୀ ବିକ୍ଷୋଭକାରୀଙ୍କୁ ରାଜନୈତିକ ଉଦ୍ଦେଶ୍ୟମୂଳକ ଭାବେ କୋଭିଡ୍-୧୯ ଆଳରେ ଗିରଫ କରାଯାଉଛି। ଦିଲ୍ଲୀ ପୋଲିସ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଛି। ପୋଲିସ କ୍ଷମତାର ଅପବ୍ୟବହାର କରି…
ମଉଳିଲା ଉଦ୍ଧବଙ୍କ ଆଶା
ମୁମ୍ବାଇ,୧।୫: ମହାରାଷ୍ଟ୍ରରେ ଖାଲିପଡ଼ିଥିବା ୯ ବିଧାନ ପରିଷଦ ଆସନ ପାଇଁ ନିର୍ବାଚନ କରାଇବାକୁ ରାଜ୍ୟପାଳ ଭଗତ ସିଂ କୋଶ୍ୟାରି ଗୁରୁବାର ଇସିଙ୍କୁ ଅନୁରୋଧ କରିଛନ୍ତି। ଫଳରେ ଉଚ୍ଚ ସଦନକୁ ମନୋନୀତ ହେବା ଲାଗି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରଖିଥିବା ଆଶା ମଉଳିଯାଇଛି।…
୨୪ ଘଣ୍ଟିଆ ଶିକ୍ଷା ଚ୍ୟାନେଲ ପାଇଁ ସୁପର-୩୦ ପ୍ରତିଷ୍ଠାତାଙ୍କ ପ୍ରସ୍ତାବ
ନୂଆଦିଲ୍ଲୀ,୧।୫(ପି.ଟି.): କୋଭିଡ୍-୧୯ ଜନିତ ଲକ୍ଡାଉନ ଲାଗି ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ସମସ୍ତେ ଅନ୍ଲାଇନ ଶିକ୍ଷା ଉପଲବ୍ଧ କରିବା ସମ୍ଭବ ନୁହେଁ। ସେଥିପାଇଁ ସମାଜର ପ୍ରତ୍ୟେକ ବର୍ଗର ଛାତ୍ରୀଛାତ୍ରଙ୍କ ଲାଗି ‘ଦୂରଦର୍ଶନ ଏଜୁକେଶନ’ ନାମରେ ଏକ ୨୪ ଘଣ୍ଟିଆ ଶିକ୍ଷା ଚ୍ୟାନେଲ ଆରମ୍ଭ…
କରୋନା ଆରୋଗ୍ୟ ହାର ୨୫.୧୯%
ନୂଆଦିଲ୍ଲୀ,୧।୫: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩ ହଜାର ଅତିକ୍ରମ କରିଥିବାବେଳେ ଆରୋଗ୍ୟ ହାରରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ୧୪ ଦିନ ତଳେ ଆରୋଗ୍ୟ ହାର ୧୩ ପ୍ରତିଶତ ରହିଥିବାବେଳେ ଏବେ ତାହା ୨୫.୧୯ ପ୍ରତିଶତକୁ ବୃଦ୍ଧି ପାଇଥିବା ଗୁରୁବାର ସ୍ବାସ୍ଥ୍ୟ…
ବାଲେଶ୍ୱରରେ ଆଉ ଜଣେ ପଜିଟିଭ୍ ଚିହ୍ନଟ: ୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
ବାଲେଶ୍ୱର ଅଫିସ,୧ା୫: ବାଲେଶ୍ୱର ଜିଲାରେ ଶୁକ୍ରବାର ଆଉ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି। ସେ ଜଣେ ପୁରୁଷ ଏବଂ ତାଙ୍କ ବୟସ ୫୮ ବର୍ଷ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର…
୭ରୁ ସଂଗ୍ରହ ହେବ ଡାଲି, ତୈଳବୀଜ
ଭୁବନେଶ୍ୱର,୧।୫(ବ୍ୟୁରୋ): ଆସନ୍ତା ୭ ତାରିଖରୁ ମାର୍କଫେଡ ଚାଷୀଙ୍କଠାରୁ ଡାଲି ଓ ତୈଳବୀଜ ସଂଗ୍ରହ କରିବ। କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ଥିରୀକୃତ ସର୍ବନିମ୍ନ ସହାୟକ ମୂଲ୍ୟଜ (ଏମ୍ଏସ୍ପି)ରେ ଚାଷୀମାନଙ୍କଠାରୁ ମୁଗ, ବିରି, ଚିନାବାଦାମ ଓ ସୂର୍ଯ୍ୟମୁଖୀ ମଞ୍ଜି କ୍ରୟ କରାଯିବ। ଚଳିତ ରବିଋତୁ…
କଟକଣା ନ ମାନି ବଡ଼ଦାଣ୍ଡରେ ବୁଲିଲେ ବିଦେଶୀ
ପୁରୀ ଅଫିସ,୧।୫: ମହାମାରୀ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ନିର୍ଦ୍ଦେଶାବଳୀ ଜାରି କରୁଛନ୍ତି। ପୁରୀରେ ମଧ୍ୟ ଏକାଧିକ କଟକଣା ଜାରି କରାଯାଇଛି। ତେବେ ପୁରୀରେ ଜଣେ ବିଦେଶୀ ଲକ୍ଡାଉନ କଟକଣା ଉଲ୍ଲଂଘନ କରି ବଡଦାଣ୍ଡରେ ଖୁଲମଖୁଲା ବୁଲିବା ଘଟଣା…
Archives


