ପାର୍ଲରରେ ପ୍ରିୟା…

ମୁମ୍ବାଇ: ପ୍ରିୟା ପ୍ରକାଶ ଓ୍ବାରିୟର। ଆଖି ମାରିବା ପାଇଁ ସେ ବେଶ୍‌ ଚର୍ଚ୍ଚିତ। ନିଜ ଆଖିର ଯାଦୁରେ ରାତାରାତି ଷ୍ଟାର ପାଲଟି ଯାଇଥିଲେ ପ୍ରିୟା। ଏବେ ଏହି ଅଭିନେତ୍ରୀ ଜାତୀୟ ସ୍ତରରେ ବେଶ୍‌ ପରିଚିତ। ସେଦିନର ସେହି ଆଖିମରା ଭିଡିଓ ଆଜିବି ଦର୍ଶକଙ୍କ ମନରେ ରହି ଯାଇଛି। ଏହାପରେ ପ୍ରିୟା ସମୟ ସମୟରେ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କ ପାଇଁ କିଛି ଭିଡିଓ ଅପଲୋଡ କରିଥାଆନ୍ତି। ଯେଉଁଥିରେ ତାଙ୍କ ଡ୍ୟାନ୍ସ ଓ ଏକ୍ସପ୍ରେଶନକୁ ଖୁବ୍‌ ପ୍ରଶଂସା କରାଯାଏ। ନିକଟରେ ସେ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଯାହା ପୁଣିଥରେ ଚର୍ଚ୍ଚାକୁ ଆସିଛି। ଏହି ଭିଡିଓରେ ସେ ଏକ ପାର୍ଲରରେ ବସିଥିବା ଦେଖାଯାଇଛି। ଆଉ ସେଠାରେ ସେ ତାଙ୍କ ଆଖିର ଯାଦୁ ଦେଖାଉଛନ୍ତି। ସେଠାରେ ସେ କେଶ କାଟିବାକୁ ବସିଥିବା ବେଳେ ବୋର୍‌ ହୋଇଯାଇ ସେ ତାଙ୍କର ଆଖିର ଯାଦୁ ଦେଖାଇ ଏହାର ଭିଡିଓ ପ୍ରସ୍ତୁତ କରୁଛନ୍ତି। ତେବେ କାରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ସେ ପିପିଇ କିଟ୍‌ ପିନ୍ଧି ବସିଥିବା ଦେଖାଯାଇଛି। ଆଉ ପ୍ରିୟାଙ୍କର ଏଭଳି ଅନ୍ଦାଜ ତାଙ୍କ ପ୍ରଶଂସକଙ୍କୁ ବେଶ୍‌ ପସନ୍ଦ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘାରିଛି ଓ୍ବେବ୍‌ ସିରିଜ ନିଶା

ବବି ଦେଓଲଙ୍କ ବଲିଉଡ୍‌ କ୍ୟାରିୟର ଆରମ୍ଭ ହୋଇଥିଲା ‘ବରସାତ୍‌’ (୧୯୯୫) ଚଳଚ୍ଚିତ୍ରରୁ। ଏଥିରେ ତାଙ୍କର ନାୟିକା ସାଜିଥିଲେ ଟ୍ବିଙ୍କିଲ ଖାନ୍ନା। ଫିଲ୍ମଟିକୁ ମଧ୍ୟ ଆଶାନୁରୂପ ସଫଳତା...

‘ବ୍ରହ୍ମାସ୍ତ୍ର’ ସହ ଯୋଡ଼ି ହେଲେ ଶାହରୁଖ

ବମ୍ବେ: ଫିଲ୍ମ ଦୁନିଆରୁ କିଛି ସମୟ ପାଇଁ ଦୂରେଇ ଯାଇଥିବା ଶାହରୁଖ ଖାନ୍‌ ପୁଣି ଥରେ ଫେରୁଛନ୍ତି। ନିର୍ଦ୍ଦେଶକ ଅୟାନ ମୁଖାର୍ଜୀଙ୍କ ‘ବ୍ରହ୍ମାସ୍ତ୍ର’ରେ ସେ ଏକ...

ଭିନ୍ନ ଲୁକ୍‌ରେ ଆମିର

ମୁମ୍ବାଇ: ବଲିଉଡ୍‌ ନାୟକ ଆମିର ଖାଁ ବେଶ୍‌ କିଛିଦିନ ହେବ ବଡ ପରଦାରେ ଆଉ ନଜର ଆସୁ ନାହାନ୍ତି। ହେଲେ ବଲିଉଡର ଏହି ମିଷ୍ଟର ପରଫେକ୍ସନିଷ୍ଟ...

ଯବାନଙ୍କ ପାଇଁ ରୁଟି ପ୍ରସ୍ତୁତ କଲେ ବିକି କୌଶଲ

ଅଭିନେତା ବିକି କୌଶଲ ଭାରତୀୟ ଯବାନଙ୍କ ପାଇଁ ରୁଟି ପ୍ରସ୍ତୁତ କରିଛନ୍ତି। ଭାରତ-ଚାଇନା ବର୍ଡରରେ ଗସ୍ତ କରି ସୋସିଆଲ ମିଡିଆରେ ଫଟୋ ଶେୟାର୍‌ କରିଛନ୍ତି ବିକି।...

ଥାନାରେ ପହଞ୍ଚିଲେ ସୁରଜ ପଞ୍ଚୋଲି

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ଘଟଣାକୁ ନେଇ ବିବାଦ ଘେରକୁ ଆସିଛନ୍ତି ସୁରଜ ପଞ୍ଚୋଲି। ଦିଶାଙ୍କ ମୃତ୍ୟୁ ପଛରେ...

କାନାଗାଁରୁ କଟକ ଷ୍ଟୁଡିଓ

କଟକ ଅଫିସ,୨୧।୯: ବଣମଲ୍ଲୀ, ବଣରେ ମଉଳି ଯାଇନି। ଅପହଞ୍ଚ ଦୁର୍ଗମ ପାହାଡ଼ି ଇଲାକାର ପ୍ରତିଭା ମୁଖ୍ୟସ୍ରୋତକୁ ଆସିଛି। ସୁଦୂର କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ କାନାଗାଁ...

ଓଡ଼ିଶୀ ନାଚି ଟ୍ରୋଲ ହେଲେ ଦୀପିକା ସିଂହ

ମୁମ୍ବାଇ: କେବଳ ଓଡ଼ିଶା ନୁହେଁ ଓଡ଼ିଶୀକୁ ବହୁତ ଭଲ ପାଆନ୍ତି ଟେଲି ଅଭିନେତ୍ରୀ ଦୀପିକା ସିଂହ। ସେ ଜଣେ ଓଡ଼ିଶୀ ନୃତ୍ୟ ଶିଳ୍ପୀ। ତେବେ ଦୀପିକାଙ୍କୁ...

ତୁମେ ମୋ ଶଙ୍ଖା ତୁମେ ମୋ ସିନ୍ଦୂର

ଚଳିତ ମାସରେ ଏ ପର୍ଯ୍ୟନ୍ତ ତିନୋଟି ସିନେମା ପରଦା ଉପରକୁ ଆସିସାରିଛି। ଏହି ତାଲିକାରେ ନିଜକୁ ସାମିଲ କରିବାକୁ ଯାଉଛି ଆଉ ଏକ ନୂଆ ଓଡ଼ିଆ...

Coronavirus Update

Archives

Model This Week

Why Dharitri