Posted inଫୁରସତ

ଅପହରଣର ୩୨ ବର୍ଷ ପରେ ପୁଅକୁ ଫେରିପାଇଲେ ମା’, ଆଉ ତା’ ପରେ…

୩୨ ବର୍ଷ ପରେ ପୁଅକୁ ଫେରି ପାଇଥିବା ଜଣେ ମା’ର ବାତ୍ସଲ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରାୟ ତିନି ଦଶନ୍ଧି ଧରି ପୁଅକୁ ଖୋଜିବା ପରେ, ମା’ ପ୍ରାୟ ଆଶା ହରାଇଥିଲେ। ତେବେ ୩୨ ବର୍ଷ ପରେ ପୁଅକୁ ଭେଟିବା ପୂର୍ବରୁ ମା’ ମଧ୍ୟ ଭୟ କରୁଥିଲେ ଯେ, କାଳେ ତାଙ୍କ ପୁଅ ତାଙ୍କୁ ଚିହ୍ନି ପାରିବନି। ତାଙ୍କୁ ଗ୍ରହଣ କରିବନି। ମାତ୍ର ପୁଅ ମଧ୍ୟ ମାଆଙ୍କୁ ଦେଖି ଆନନ୍ଦର ଅଶ୍ରୁ ବୁହାଇଥିବା ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।


ତେବେ ଏମିତି ଏକ ଖୁସିଖବର ଆସିଛି ଚାଇନାରୁ। ଲି ଜିଙ୍ଗଜି ନାମକ ଜଣେ ମହିଳାଙ୍କ ପୁଅ ମାଓୟିନ୍‌ଙ୍କୁ ୧୯୮୮ରେ କେହି ଅପହରଣ କରି ବିକ୍ରି କରିଦେଇଥିଲା। ଏହା ପରେ ମା’ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ପୁଅ ସନ୍ଧାନ ନ ପାଇ ଫେରିବା ଆଶା ହରାଇଥିଲେ।

ଲି ଜିଙ୍ଗଜି ଶାନଜୀ ପ୍ରଦେଶର ବାସିନ୍ଦା। ୧୯୮୮ରେ ଯେତେବେଳେ ପୁଅ ମାଓୟିନଙ୍କୁ ଅପହରଣ କରାଯାଇଥିଲା। ସେତେବେଳେ ସେ ମାତ୍ର ୩ ବର୍ଷର ହୋଇଥିଲେ। ଲି ଜିଙ୍ଗଜି ତିନି ଦଶନ୍ଧି ପରେ ପୁଅକୁ ପାଇଛନ୍ତି।
ମାଓୟିନ୍‌ ଏକମାତ୍ର ସନ୍ତାନ। କାରଣ ସେହି ସମୟରେ ଚାଇନାରେ ଗୋଟିଏ ଶିଶୁର ନୀତି ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହୋଇଥିଲା। ଯେତେବେଳେ ତାଙ୍କ ପିତା ଏକ ହୋଟେଲ ନିକଟରେ ପାଣି ପିଇବା ପାଇଁ ଯାଇଥିଲେ ସେତେବେଳେ ତାଙ୍କୁ ଅପହରଣ କରାଯାଇଥିଲା। ମାତାପିତା ତାଙ୍କ ପୁଅକୁ ଖୋଜିବା ପାଇଁ ତାଙ୍କ ଫଟୋ ସହିତ ୧ ଲକ୍ଷ ପୋଷ୍ଟର ଛାପିଥିଲେ। କିନ୍ତୁ ସଫଳ ହୋଇ ନ ଥିଲେ।


ଚଳିତବର୍ଷ ମାଓୟିନ୍‌ଙ୍କ ବିଷୟରେ କେହି ପୋଲିସକୁ ସୂଚନା ଦେଇଥିଲେ, ସେତେବେଳେ ଡିଏନ୍‌ଏ ପରୀକ୍ଷା କରାଯାଇଥିଲା। ଯାହା ତାଙ୍କ ମାତାପିତାଙ୍କୁ ନିଶ୍ଚିତ କରିଥିଲା। ଏକ ଦାମ୍ପତ୍ୟ ଜୀବନ ବିତାଉଥିବା ମାଓୟିନ୍‌ ତାଙ୍କ ଘରୁ ପ୍ରାୟ ୭୦୦ କିଲୋମିଟର ଦୂରରେ ଥିବା ଚେଙ୍ଗଡୁ ନାମକ ଏକ ସହରରେ ରହୁଥିଲେ। ମାଓୟିନ୍‌ଙ୍କୁ ଅପହରଣକାରୀମାନେ ମାତ୍ର ୬୪ ହଜାର ଟଙ୍କାରେ ଏକ ଦମ୍ପତିଙ୍କୁ ବିକ୍ରି କରି ଦେଇଥିଲେ। ଏହି ଦମ୍ପତିଙ୍କର ମଧ୍ୟ କୌଣସି ସନ୍ତାନସନ୍ତତି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ନିଶା କବଳରେ ଏକ ପଞ୍ଚମାଂଶ କିଶୋରୀକିଶୋର

ନୂଆଦିଲ୍ଲୀ,୨୯ା୭: ସମ୍ପ୍ରତି କିଶୋରୀକିଶୋରଙ୍କ ମଧ୍ୟରେ ନିଶା ସେବନର ପ୍ରବଣତା ବୃଦ୍ଧି ପାଇବାରେ ଲାଗିଛି। ଅଧିକାଂଶ ନିଶା ସେବନ କରି ଏକ ଖୁସ୍‌ମିଜାସ୍‌ ସ୍ଥିତିରେ ରହିବାକୁ ଚାହୁଁଛନ୍ତି। ନିକଟରେ…

ଆମେରିକା ସହ ଯୁଦ୍ଧକୁ ଡେଇଁଲା ସାଉଦି ଆରବ, ଇରାନ ଉପରେ କଲା ବୋମା ବର୍ଷା

ତେହରାନ,୨୯।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ବିଶ୍ୱର ଅନେକ ଦେଶକୁ ପ୍ରଭାବିତ କରୁଛି। ଏହି ଦୁଇଟି ଦେଶ ସହିତ, ଅନ୍ୟ ଉପସାଗରୀୟ ରାଷ୍ଟ୍ରଗୁଡ଼ିକ ମଧ୍ୟ…

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି: ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ,୨୯ା୭(ଅଜିତ୍‌ କୁମାର ମହାନ୍ତି): ଆଷାଢ଼ ଶୁକ୍ଳ (ବ୍ୟାସ ପୂର୍ଣ୍ଣିମା) ତିଥି ବୁଧବାର ଶ୍ରୀବିଗ୍ରହଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଦ୍ୱିତୀୟ ଭୋଗମଣ୍ଡପ ଶେଷ…

ଓଡ଼ିଶାରେ ଧର୍ମେନ୍ଦ୍ର ପ୍ରଧାନ: ଆସୁ ଆସୁ କହିଦେଲେ ଏମିତି…ରାଜନୀତିରେ ଖେଳିଗଲା ହଇଚଇ

ଭୁବନେଶ୍ୱର, ୨୯।୭: ସିଜେପିର ବିକ୍ଷୋଭ ପ୍ରଦର୍ଶନ ପରେ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହାପରେ ସେ ପ୍ରଥମଥର ଓଡ଼ିଶା ଗସ୍ତରେ ଆସିଛନ୍ତି। ମଙ୍ଗଳବାର…

‘ସୁପ୍ରିମ କୋର୍ଟଙ୍କ ସର୍ତ୍ତ ଗ୍ରହଣୀୟ ନୁହେଁ,’ ସରକାରଙ୍କୁ ସମାଲୋଚନା ସହ ଅଲଟିମେଟମ ଦେଲା CJP

ନୂଆଦିଲ୍ଳୀ,୨୯।୭: କକ୍ରୋଚ ଜନତା ପାର୍ଟି (CJP) ମଙ୍ଗଳବାର କହିଛି ଯେ ସୁପ୍ରିମକୋର୍ଟଙ୍କ ମଧ୍ୟବର୍ତ୍ତୀକାଳୀନ ଆଦେଶ ପ୍ରତିବାଦ ସମୟରେ ପଞ୍ଜିକୃତ FIR ଗୁଡ଼ିକର ତଦନ୍ତ ଜାରି ରଖିବା ପାଇଁ…

ବରଗଡ଼ ଜଳାର୍ଣ୍ଣବ: ଗ୍ରାମାଞ୍ଚଳଠୁ ସହରାଞ୍ଚଳ ଜନଜୀବନ ପ୍ରଭାବିତ

ବରଗଡ଼,୨୯।୭(ପ୍ରେମାନନ୍ଦ ଖମାରୀ): ଲଗାଣ ବର୍ଷାରେ ବରଗଡ଼ ଜଳାର୍ଣ୍ଣବ ହୋଇ ପଡ଼ିଛି। ଜିଲାର ଗ୍ରାମାଞ୍ଚଳଠୁ ସହରାଞ୍ଚଳ ପର୍ଯ୍ୟନ୍ତ ଜନଜୀବନ ପ୍ରଭାବିତ ହୋଇଛି। ଗଳିକନ୍ଦି ରାସ୍ତା ଜଳମଗ୍ନ ହୋଇପଡ଼ିଛି ।…

ଭାଙ୍ଗିଲା ରିଙ୍ଗ ରୋଡ଼ : ୨୦ ଫୁଟ୍‌ ଘାଇ କରି ପଶିଲା ପାଣି, ୫୦ରୁ ଅଧିକ ପରିବାର ସ୍ଥାନାନ୍ତର

ବଞ୍ଚୋ,୨୯।୭ (ପ୍ରଦୋଷ ବିଶ୍ୱାଳ/ସୁଶାନ୍ତ ସାହୁ ): ଲଗାଣ ବର୍ଷା ଓ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପରେ ଆଜି ଭୋର ପ୍ରାୟ ୪ଟାରୁ ଆନନ୍ଦପୁର ସହରରେ ବନ୍ୟା…

କାଳୀ ମନ୍ଦିରରୁ ଚୋରି ଘଟଣା: ଗଞ୍ଜାମ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ମନ୍ଦିର ପରିଚାଳନା କମିଟି ସଦସ୍ୟ, କହିଲେ…

ଛତ୍ରପୁର, ୨୮।୭ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ ) : ଚଳିତ ବର୍ଷ ଜୁଲାଇ ୪ ତାରିଖ ମଧ୍ୟ ରାତ୍ରରେ ଗଞ୍ଜାମ ଜିଲା ତାରାସିଂ ଥାନା ଅନ୍ତର୍ଗତ ଗାଲେରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri