ଟ୍ରମ୍ପଙ୍କ ଚୌକି ହଟାଇବାକୁ ଚାହୁଁଛି ଚାଇନା, ଜାଣନ୍ତୁ କାହିଁକି

ବେଜିଂ,୮ା୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଉ ଥରେ କ୍ଷମତା ପାଇବେ କି ନାହିଁ ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ନିଷ୍ପତ୍ତି ନିଆଯିବ। ଅନ୍ୟପକ୍ଷରେ ଆମେରିକାରେ କରୋନା ଭାଇରସ ବୃଦ୍ଧି ପାଇବାରେ ଲାଗିଛି। ଏହା ସହିତ ଆମେରିକା-ଚାଇନା ସମ୍ପର୍କରେ ମଧ୍ୟ ତିକ୍ତତା ସୃଷ୍ଟି ହୋଇଛି। ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଚାଇନା ଚାହୁଁନାହିଁ ଟ୍ରମ୍ପ ପୁନର୍ବାର ଆମେରିକାର ରାଷ୍ଟ୍ରପତି ହୁଅନ୍ତୁ ବୋଲି। ଏଥିପାଇଁ ଚାଇନା ମଧ୍ୟ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛି।

ଓ୍ବିଲିୟମ୍‌ କହିଛନ୍ତି ଯେ, ଟ୍ରମ୍ପଙ୍କ ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ଜୋ. ବିଡେନଙ୍କ ବିରୋଧରେ କାର୍ଯ୍ୟ କରୁଛି ଏବଂ ସେ ବହୁତ ସକ୍ରିୟ ଅଛନ୍ତି। ରୁଷିଆ ମଧ୍ୟ ଟ୍ରମ୍ପଙ୍କ ଭାବମୂର୍ତ୍ତିକୁ ଅଧିକ ସ୍ବଚ୍ଛ କରିବାକୁ ଚେଷ୍ଟା କରୁଛି। କିନ୍ତୁ ଚାଇନା ଚାହୁଁନାହିଁ ଯେ, ଟ୍ରମ୍ପ ପୁନର୍ବାର ଆମେରିକାର ରାଷ୍ଟ୍ରପତି ହୁଅନ୍ତୁ। ନଭେମ୍ବର ୨୦୨୦ ନିର୍ବାଚନରେ ହସ୍ତକ୍ଷେପ ତଥା ଚାଇନାର ସ୍ବାର୍ଥକୁ ବିରୋଧ କରୁଥିବା ରାଜନେତାଙ୍କ ଉପରେ ଚାପ ପକାଇବା ପାଇଁ ଚାଇନା ଶତଚେଷ୍ଟା କରୁଛି ବୋଲି ଓ୍ବିଲିୟମ୍‌ କହିଛନ୍ତି। ଏଥିସହିତ ଇରାନ ମଧ୍ୟ ଟ୍ରମ୍ପଙ୍କୁ ପରାସ୍ତ କରିବା ଉଦ୍ଦେଶ୍ୟରେ କାର୍ଯ୍ୟ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଫିନଲାଣ୍ଡର ପ୍ରଧାନମନ୍ତ୍ରୀ ସାନ୍ନା ମାରିନଙ୍କ ଛାଡ଼ପତ୍ର: ୧୯ ବର୍ଷର ଦାମ୍ପତ୍ୟ ଜୀବନର ଅନ୍ତ …

ହେଲସେଙ୍କି,୧୧।୫ : ଫିନଲାଣ୍ଡର ପ୍ରଧାନମନ୍ତ୍ରୀ ସାନ୍ନା ମାରିନ ତାଙ୍କ ସ୍ବାମୀ ମାର୍କସ ରାଇକୋନେନଙ୍କଠାରୁ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ଉଭୟ ନିଜ ଇନଷ୍ଟାଗ୍ରାମ ମାଧ୍ୟମରେ ଏହି...

କରୋନା ଯୋଗୁ ରୋଜଗାର ହରାଇବେ ୧୬୦ କୋଟି: ଆଇଏଲ୍‌ଓ

ଜେନେଭା,୩୦।୪: କରୋନା ସଂକ୍ରମଣର ପ୍ରଭାବ ଯୋଗୁ ପୃଥିବୀର ଅର୍ଥ ବ୍ୟବସ୍ଥା ସଙ୍କଟରେ ପଡ଼ିଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି।...

ଆବେଙ୍କ ଉପରେ ଅସନ୍ତୁଷ୍ଟ ଥିଲେ ହତ୍ୟାକାରୀ

ଟୋକିଓ,୯।୭: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କୁ ନାରା ସହରରେ ଗୁଳି କରି ହତ୍ୟା କରିଥିବା ନୌସେନାର ପୂର୍ବତନ ସଦସ୍ୟ ୟାମାଗାମି ତେତ୍‌ସୁୟା ତାଙ୍କ ଉପରେ...

ଆମେରିକା କ୍ୟାପିଟୋଲ ହିଂସା: ଟ୍ରମ୍ଫକୁ ଦାୟୀ କଲା ଯାଞ୍ଚ ପ୍ୟାନେଲ, ଦୋଷୀ ହେବେ କି ନା ନିଷ୍ପତ୍ତି ନେବ ଆଇନ ବିଭାଗ

ୱାଶିଂଟନ,୨୦ ।୧୨: ୱାଶିଂଟନରେ ଥିବା ଆମେରିକାର କ୍ୟାପିଟାଲ ବିଲଡିଂ(ଆମେରିକାର ସଂସଦ ଗୃହ) ପରିସର ବାହାରେ ୬ ଜାନୁୟାରୀ ୨୦୨୧ରେ ହୋଇଥିବା ଆକ୍ରମଣର ଅନୁସନ୍ଧାନ କରୁଥିବା ଏକ...

ଦକ୍ଷିଣ ନାଇଜେରିଆରେ ୪ ପୋଲିସକର୍ମୀଙ୍କୁ ହତ୍ୟା

ଅବୁଜା,୨।୭: ଦକ୍ଷିଣ ନାଇଜେରିଆର ବୟେଲସାରେ ଥିବା ଏକ ପୋଲିସ ଷ୍ଟେଶନ ଭିତରେ ପଶି ଜଣେ ଅଜ୍ଞାତ ବନ୍ଧୁକଧାରୀ ଆଖିବୁଜା ଗୁଳି ଚାଳନା କରିବାରୁ ପ୍ରାୟ ୪...

କାନ୍ଧାହାର ପାଲଟିଛି ଯୁଦ୍ଧକ୍ଷେତ୍ର, ୨୦ ପ୍ରଦେଶରେ ମୁହାଁମୁହିଁ ସ୍ଥିତି…

କାବୁଲ,୨୯।୭: ଆଫଗାନିସ୍ତାନର ୨୦ଟି ପ୍ରଦେଶରେ ତାଲିବାନ ଆତଙ୍କବାଦୀ ଏବଂ ଆଫଗାନିସ୍ତାନ ସୈନ୍ୟ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଘଜନୀ, ତାଖର, ହେଲମାଣ୍ଡ ଏବଂ ବାଗଲାନ ପ୍ରଦେଶରେ...

ଚିନ୍ତାରେ ମଲାଲା

ଲଣ୍ଡନ,୧୬।୮: ଆଫଗାନିସ୍ତାନର ପରିସ୍ଥିତିକୁ ନେଇ ପାକିସ୍ତାନର ନୋବେଲ ବିଜେତା ମଲାଲା ୟୁସୁଫଜାଇ ଚିନ୍ତା ପ୍ରକଟ କରିଛନ୍ତି। ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ଏକ ଝଟକା। ମହିଳା,...

ସଞ୍ଜୀବନୀର ସନ୍ଧାନ, ମୃତଦେହ ପୁଣି ବଞ୍ଚିବ !…

ଓ୍ବାଶିଂଟନ,୨୫।୧୦: ମାନବ ଇତିହାସରେ, ବହୁ ଲୋକ ଅମରତ୍ୱ ପାଇଁ ଇଚ୍ଛା କରିଥିବାର ଉଦାହରଣ ରହିଛି। କିନ୍ତୁ, ବିଜ୍ଞାନର ଜଟିଳତା ହେତୁ ତାଙ୍କ ସ୍ବପ୍ନ ପୂରଣ ହୋଇପାରି...

Advertisement
Archives

Model This Week